Archana Sahoo

Comedy Tragedy Fantasy

4.0  

Archana Sahoo

Comedy Tragedy Fantasy

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୨

ଅର୍ଚ୍ଚନା ର ତାଲା ବନ୍ଦ ଡାଏରୀ-୧୨

2 mins
222


"ଆରେ ଶଙ୍କର ମତେ ଟିକେ ଶିରିକ୍ଷେତର ନେଇ ଯାଆ ରେ । ମୁଁ ଆଉ କେତେ ଦିନ ବଞ୍ଚିବିରେ .......। "ଏମିତି ବୁଢ଼ୀ ମାଉସୀ ରଡି କରି କହୁଥିଲେ । ମୋ ପଢ଼ା ଏପଟେ ଟିକେ ଖରାପ ହେଲେ ବି ମୁଁ ଶୁଣିବାକୁ ଲାଗିଥିଲି ତାଙ୍କ ଗପ ଆଉ କଥା । 


   ସେ ଅତି ନିକୁନି ଭାବରେ କହୁଥିଲେ , ଆରେ ମତେ କାଳିଆ ପାଖକୁ କିଏ ନେଇ ଯାଅରେ । ମତେ କିଛି ଆଉ ଭଲ ଲାଗୁନି । କାଳେ ମୁଁ ମରି ଯିବି । କାଳିଆକୁ ଦେଖି ଆସିଲେ ମୋ ମନ ଖୁୁସି ହେଇ ଯିବ । ଆଉ ମୁଁଁ ମଲେ ଆଉ ଦୁଃଖ କରିବିନି । ହେଇ ଦେଖ ମତେ ଯମ କେମିତି   ହାତ ଠାରି ଡାକୁୁଛି । 


       ଶଙ୍କର ଦାଦା କହୁଥାନ୍ତି । ଆଲୋ ମୋ ବୋଉ ତୁ କାଳିଆ ଦେଖି ଯିବୁ କେମିତି । କରୋନା ର ଦ୍ୱିତୀୟ ଲହରୀ ଚାଲିିଛି ପରା । 


     ଆଉ କିଛି ଦିନ ଯାଉ ଆପେ ତତେ ନେଇ କାଳିଆକୁ ଦେଖେଇ ଆଣିବି । ସେପଟୁ ବୋହୂ ର ପାଟି ଶୁଣାଗଲା ବୋଉ ଟିକେ ପାଟି ବନ୍ଦ କର ଭଲା । ଆଖି ବନ୍ଦ କରି କାଳିଆକୁ ଡାକ । ଦେଖିବ ସେ ତୁମକୁ ଦେଖା ଯିବେ । 


ବୁୁଢ଼ି ମାଉସୀ କହିିଲେ , ମୋ ବୋହୂ ଏତେ ଦିିିନ ପରେ ଠିକ କଥା ଟିଏ କହିଛିି ହେଲେ ମୁଁ ମଲା ପୂର୍ବରୁ ଟିକେ କାଳିଆକୁ ଦେଖି ଥାଆନ୍ତି । ହେ ମହା ପ୍ରଭୁ ମତେ ଟିକେ ଦର୍ଶନ ଦିିିଅ । ମୁଁ ତୁମକୁ ହାତ ଯୋଡୁୁୁଛି । ମତେ ଟିକେ ଆଶ୍ରା ଦିଅ । ମହାପ୍ରସାଦ ଟିକେ ଦିଅ । ମଲା ପୂର୍ବରୁ ଟିକେ ଦେଖି ଦିିିଏ ତୁମ କଳା ବଦନକୁ । 


     ଠିକ ଏତିକି ସମୟ ରେ ସେଇ ଚକା ଆଖି ଟି ଭାରି ଉଜ୍ଜଳ ଦିଶିିିଲା । ଭାରି ଭାବା ବେଗ ରେ ବୁଢ଼ୀ ମାଉସୀ 

ଚାହିଁ ରହିଥିଲେ ଫୋଟ ଚିତ୍ରକୁ । 


      ଏପଟେ ଶୁଣା ଗଲା ସୁମି ଭାଉଜ ର ପାଟି । 

ଏ ନିଆଁ ନଗା ଚୂଲି ପାଉଁସ କରୋନା କେବେ ଯିବ କେଜାଣି ? ଛୁଆ ଗୁଡା ଇସୁୁକୁଲୁ ନଯାଇ ବାଳୁଙ୍ଗା ହେଇ ଗଲେଣି । 


ମିକୁ କହିଲା ମାମା ମତେ ଖାଇ ବାକୁ ଦେଲୋ । ଏ 

ଡ଼ଙ୍କୁଣା ମତେ ଖାଇ ଗଲେ । ଏବେ ପରା ମନା କରୁଥିଲୁ ଖାଇବାକୁ । ଏବେ ପୁୁଣି ତୁ କହିିଲାଣୁ ଖାଇବାକୁୁ । ଗୁହାଳ ପୋଛୁୁୁଛି । ଦେଇ ପାରିବିନି । ଯାଇ ବୋପାକୁ କହ ଖାଇବାକୁ ଦେବ । 


  ମୁଁ ଏମାନ ଙ୍କ କଥା ଶୁଣି ବହୁତ ହସିଲି ......। କେତେ ଭଲ ଏମାନଙ୍କ ଦୁଃଖ ସୁଖ ର ପରିବାର । 

      


Rate this content
Log in

Similar oriya story from Comedy