Gayatri Singh

Crime

4  

Gayatri Singh

Crime

ଅପରାଧ

ଅପରାଧ

3 mins
633



ସୁମନ ସବୁ ସହ୍ୟ କରିପାରେ ହେଲେ ମିଛ କହୁଥିବା ଲୋକ ଆଉ ପଛରେ ନିନ୍ଦା କରୁଥିବା ଲୋକଙ୍କୁ ସେ କେବେ ବି କ୍ଷମା କରି ପାରେନି । ତା ପିଲା ମାନଙ୍କୁ ବି ସେ ସେଇ ଶିକ୍ଷା ଦେଇଛି । ଦୁଇ ପୁଅ ଗୋଟିଏ ଝିଅ କୁ ନେଇ ତାର ସଂସାର । ଶିକ୍ଷୟିତ୍ରୀ ରୁ ସେ ଏବେ ଏବେ ଅବସର ନେଇଛି । ସ୍ୱାମୀ ଅଜିତ ଙ୍କ ମୃତ୍ୟୁ ପରେ ସେ ତାଙ୍କ ଚାକିରୀ ପାଇଥିଲା । ବାହାଘର ବେଳକୁ ଅଜିତ ଶିକ୍ଷକ ଥିଲେ । ପରେ ତାଙ୍କର ହେଡ ମାଷ୍ଟର କୁ ପଦନ୍ନୋତି ହୋଇଥିଲା । ବାହାଘର ପରେ ପ୍ରଥମେ ସେ ଜାଣିଲା ସ୍ୱାମୀ ମଦ୍ୟପାନ କରନ୍ତି । ଗୋଟିଏ ଶିକ୍ଷକ ହୋଇ ମଦ୍ୟପାନ କରୁଛ ତୁମକୁ ଶୋଭା ପାଉନାହିଁ । ଏହାର କୁପ୍ରଭାବ ପିଲାମାନଙ୍କ ଉପରେ ପଡିବ ଏମିତି ବହୁବାର ବାରଣ କରିଛି । ହେଲେ ବଦଳିବାର ନାହିଁ । ପଦନ୍ନୋତି ପରେ ମଦ୍ୟପାନ କରିବାର ପରିମାଣ ମଧ୍ୟ ବଢିଗଲା । ଦିନେ ସ୍କୁଲ ରୁ ଫେରିବା ପରେ ତାଙ୍କ ସହିତ ଜଣେ ଅବିବାହିତ ଲେଡି ଟିଚର କୁ ନେଇକି ଆସିଲେ । କହିଲେ ଘର ଠିକ ହେବା ପର୍ଯ୍ୟନ୍ତ ସେ ଏଇଠି ରହିବ । ତାର ରହିବା ଖାଇବା ବ୍ୟବସ୍ଥା ଟିକେ କରିଦେବ । ସୁମନ ଗୋଟିଏ ରୁମ ଖାଲି କରି ତାର ରହିବାର ବ୍ୟବସ୍ଥା ମଧ୍ୟ କରିଦେଲା । ନିରୀହ ଝିଅଟିଏ । ପଢା ସାରି ପ୍ରଥମ ପୋଷ୍ଟିଂ ହେଇଛି । ତା ସହିତ ଭଲ ଭାବରେ ମିଶିଗଲା । ନାଁ ତାର ସ୍ୱାତୀ । ଦିନକୁ ଦିନ ସୁମନ ନୋଟିସ କଲା ସ୍ୱାତୀ ଘରକୁ ଆସିବା ପର ଠାରୁ ଅନ୍ୟ ସହକାରୀ ଟିଚର ମାନଙ୍କ ଯିବା ଆସିବା ତା ଘରକୁ ବଢିବା ସହିତ ମଦ୍ୟପାନର ପରିମାଣ ମଧ୍ୟ ବଢିଗଲାଣି । ଏମିତି ପ୍ରାୟ ସମୟ ତା ଘରେ ସଂଧ୍ୟା ଆସର ଜମେ । ବେଳେ ବେଳେ ସ୍ୱାତୀ କୁ ପାଖକୁ ଡାକି ତା ସହିତ ଥଟ୍ଟା ପରିହାସ ଛଳରେ ଅନେକ କଥା କୁହନ୍ତି । ହେଲେ ସେ ଏସବୁ ବୁଝିପାରେ ନାହିଁ ବୋଲି ସୁମନ ଭଲ ଭାବେ ଜାଣେ ଆଉ ତାକୁ କାମ ବାହାନାରେ ସେଠାରୁ ଡାକି ଆଣେ । ସୁମନ କୁ ଏସବୁ ଭଲ ଲାଗୁନଥାଏ । ଏସବୁରୁ ନିବୃତ ରହିବା ପାଇଁ ସେ କହି କହି ଥକି ଗଲାଣି । ଦିନେ ସ୍କୁଲ ଗଲାବେଳେ ଅଜିତ କହିଗଲେ ଆଜି ଡେରି ହେବ ମିଟିଂ ଅଛି । ସୁମନ ସତ କଥା କଣ ଜାଣିବା ପାଇଁ ସ୍ୱାତୀ କୁ ପଚାରିଲା । ସ୍ୱାତୀ କହିଲା ହଁ ସ୍କୁଲ ସମୟ ପରେ ମିଟିଂ ରଖିଛନ୍ତି । ଘରେ ସଞ୍ଜବତୀ ଦିଆ ସରଲାଣି ଏପର୍ଯ୍ୟନ୍ତ କାହାର ଦେଖା ନାହିଁ । ନା ଅଜିତ ଙ୍କର ନା ସ୍ୱାତୀର । ବେଳକୁ ବେଳ ତାର ସନ୍ଦେହ ବଢିବା ସହିତ ଟେନସନ ବଢି ଚାଲିଛି । ପିଲାମାନେ ଟିଉସନ ଯାଇଛନ୍ତି । ସେ ଖାଲି ଘର ସାରା ଏପଟ ସେପଟ ହେଉଛି । ନା ଅପେକ୍ଷା କରିବାର ସୀମା ଟପିଗଲାଣି । ଏଥର ଘରୁ ଗୋଡ କାଢି ସ୍କୁଲ ଆଡକୁ ମୁହାଁଇଲା । ସ୍କୁଲ ଆଗରେ ଲୋକ ଗହଳି । ସେ ସମସ୍ତଙ୍କୁ ପେଲି ଭିତରକୁ ପଶିଗଲା । ସ୍ୱାତୀ ଚଟାଣ ଟାରେ ଶୋଇ ରହିଛି । ପୋଲିସ, ଲେଡି ପୋଲିସ ପାଖରେ ଚାରିଜଣଙ୍କୁ ଜେରା କରୁଛନ୍ତି । ତା ମଧ୍ୟରେ ସ୍ୱାମୀ ଅଜିତ ବି ଅଛି । ତାକୁ ଆଉ କିଛି କଥା ଅଛପା ରହିଲା ନାହିଁ । ଚାରି ଜଣଙ୍କ ବଳତ୍କାର ର ଶିକାର ହୋଇ ଶେଷରେ ସେ ଶ୍ରେଣୀ ଗୃହର ପଙ୍ଖା ରେ ନିଜ ଶାଢିରେ ଆତ୍ମହତ୍ୟା କରିଛି । ଛି ଛି ଶବ୍ଦରେ ଗାଁ କମ୍ପି ଯାଉଥିଲା । ଗୋଟିଏ ମୁହୁର୍ତ ବି ସେ ସେଠାରେ ରହିବା ପାଇଁ ଚାହିଁଲାନି । ପୋଲିସ କୁ ସମସ୍ତ ପ୍ରକାର ସାହାର୍ଯ୍ୟ କରିବ କହି ଗୋଟିଏ ମୁହାଁ ହୋଇ ଚାଲି ଆସିଲା । ତାର ବାରମ୍ବାର ଅଜିତ ର ଆଖି ଦୁଇଟି ମନେ ପଡିଯାଉଥିଲା । କେତେ କ୍ରୁର ଆଉ ନିଶାସକ୍ତ ଥିଲା ତା ଆଖି ଦୁଇଟି । ତାକୁ ଦେଖୁ ଦେଖୁ ଯେ କେହିବି କହିବ ୟେ ହିଁ ଅପରାଧି । ପ୍ରମାଣ ର କୌଣସି ଆବଶ୍ୟକତା ନାହିଁ । 


Rate this content
Log in

Similar oriya story from Crime