ଅନ୍ୟ ଏକ ପ୍ରଭାସ ଯଜ୍ଞ
ଅନ୍ୟ ଏକ ପ୍ରଭାସ ଯଜ୍ଞ


ମା’ ଶବ୍ଦର ମହାନତାକୁ ବଖାଣିବାକୁ ଆଜିଯାଏ କେହି ବି ସମର୍ଥ ହେଇ ପାରି ନାହାଁନ୍ତି ।
….
ଜଣେ ବୟସ୍କା ମହିଳାଙ୍କ ପଛରେ ଆଠ/ଦଶ ଜଣ ଲୋକ ଦୌଡ଼ିଥାନ୍ତି । ଏମିତି ଲାଗୁଥିଲା ଯେମିତି ମହିଳା ଜଣକ ସେମାନଙ୍କ ନିକଟରୁ ନିଜର ଜୀବନ ବଞ୍ଚେଇବାକୁ ପ୍ରାଣପଣେ ଦୌଡୁଥାନ୍ତି । ଦୂରରୁ ଏ ଦୃଶ୍ୟ ଦେଖୁଦେଖୁ ମହିଳା ଜଣକ କେତେବେଳେ ଆସି ମୋ ଦେହରେ ଧକ୍କା ଖାଇ ପଡ଼ିଗଲେଣି ଏସବୁ ଏତେ ଶୀଘ୍ର ଘଟିଗଲା ଯେ ଭାବିବାକୁ ସମୟ ପାଇଲିନି । ବୟସ ପଚାଶରୁ ଉର୍ଦ୍ଧ ହେବ ତାଙ୍କର । ସଂଜ୍ଞାହୀନ ମହିଳାଙ୍କୁ ଉଠେଇବାକୁ ଚେଷ୍ଟା କରୁକରୁ ତାଙ୍କ ପଛରେ ଧାଉଁଥିବା ଲୋକମାନେ ଆସି ପହଞ୍ଚି ଗଲେ । ସେମାନଙ୍କ ସାହାଯ୍ୟରେ ମହିଳା ଜଣକୁ ଉଠେଇ ବସେଇଲି ।
ସଂଜ୍ଞାହୀନ ଅବସ୍ଥାରେ ମହିଳା ଜଣକ ମୋ ଛାତିକୁ ଲାଗି ବସିଥାନ୍ତି । ଘଟଣା ବିଷୟରେ କିଛି ନଜାଣି କାହିଁକି କେଜାଣି ସେ ମହିଳା ଜଣକ ମୁହଁକୁ ଦେଖି ମୋ ମନରେ ସମବେଦନାର ଭାବ ଜାଗ୍ରତ ହେଉଥାଏ । ତାଙ୍କ ପଛରେ ଆସୁଥିବା ଲୋକମାନଙ୍କ ସହ କଥାହେଇ ଜାଣିଲି ଯେ ସେମାନେ ସେ ମହିଳାଙ୍କର ଆତ୍ମୀୟ ସ୍ଵଜନ ମାନେ ।
ମନକୁ ଛୁଉଁ ଥିବା ବିଭିନ୍ନ ଆଶଙ୍କାରେ ବିରାମ ପଡ଼ିଯାଇଥିଲା । ସେମାନଙ୍କ ସହ କଥାହେଇ ଜାଣିଲି ଯେ ସେ ମହିଳା ଜଣକ ମାନସିକ ବିକ୍ଷିପ୍ତ ପାଗଳୀ ହେଇଯାଇଛନ୍ତି । ଯେତେ ଆକଟରେ ରଖିଲେ ବି ସାମାନ୍ୟ ସୁଯୋଗ ପାଇଲେ ଘରୁ ବାହାରିଯାଇ ଏଣେତେଣେ ଚାଲିଯାନ୍ତି ।
ତାଙ୍କ ପଛରେ ଆସିଥିବା ଲୋକମାନଙ୍କ ଭିତରୁ ଜଣେ ବୟସ୍କ ବ୍ୟକ୍ତି ନିଜକୁ ସେ ମହିଳାଙ୍କର ସ୍ୱାମୀ ଭାବେ ପରିଚୟ ଦେଲେ । ଆଉ ମୋ ପ୍ରତି ମହିଳାଙ୍କର ଏତାଦୃଶ୍ୟ ବ୍ୟବହାତ ପାଇଁ ମୋ ପାଖରୁ କ୍ଷମା ମାଗିନେଲେ ।
ନୂଆ ନୂଆ ଯୁବକ ହେଇଥିବା ମୋ ମୁଣ୍ଡରେ କିଛି ବୁଦ୍ଧି ଆସୁନଥାଏ । ମହିଳା ଜଣଙ୍କୁ ସେମିତି ମୋ କାନ୍ଧରେ ଆଉଜେଇ ମୁଁ ସେମାନଙ୍କ କଥା ସବୁ ଶୁଣୁଥାଏ । ଏ ଭିତରେ ମହିଳାଙ୍କର ହୋସ ଫେରିଆସିଲା । ତାଙ୍କ ଶରୀରରେ ସାମାନ୍ୟ ହଲଚଲ ଦେଖି ତାଙ୍କ ମୁଣ୍ଡକୁ ସିଧା କରି ତାଙ୍କୁ ଚାହିଁଲି ।
ଧିରେ ଧିରେ ଆଖି ଖୋଲି ଏକ ଲୟରେ ମୋ ମୁହଁକୁ ଚାହିଁ ରହିଲେ ସେ ସ୍ତ୍ରୀ ଲୋକ ଜଣକ । ତାଙ୍କର ସେ ଆଖି ଦୁଇଟି ଲୁହଭରା ଆଉ ପ୍ରଶ୍ନ ପୂର୍ଣ୍ଣ ଥିଲା । ମୁଁ କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ଚୁମ୍ବନ ପରେ ଚୁମ୍ବନ ଦେଇ ଚାଲିଲେ ମୋ ଗାଲରେ ମଥାରେ ହାତରେ । ପାଗଳୀ ଲାଗୁନଥିଲେ କିନ୍ତୁ ପାଗଳୀଙ୍କ ପରି ଚୁମି ଚାଲିଥିଲେ ମତେ । ତାଙ୍କ ସ୍ୱାମୀ କହୁଥିବା ବୟସ୍କ ଲୋକ ଜଣକ ତାଙ୍କୁ ଏସବୁରୁ ବିରତ କରିବା ପାଇଁ ପାଖେଇ ଆସିଲେ । ତାଙ୍କୁ ମୁଁ ଇଙ୍ଗିତରେ ଅଟକି ବାକୁ କହିଲି ।
ଭିଡ଼ ଭିତରୁ କେହିଜଣେ କହି ଉଠିଲେ ଆଲୋ ଏ ମାଆ ଏ ଆମ ରାମ ନୁହେଁ କାହିଁକି ସେ ଭାଇକୁ ହଇରାଣ କରୁଛୁ ? ଯିବାକୁ ଦେ ତାଙ୍କୁ ।
ଆଖି ଶବ୍ଦକୁ ଅନୁସରଣ କରି ଅଟକିଗଲା ଗୋଟେ ମୁହଁରେ । ସେ ବ୍ୟକ୍ତି ଜଣକ ହାତଯୋଡ଼ି କହିଲେ ଭାଇରେ ରାଗେନି ଯେବେଠାରୁ ଆମ ରାମ କାର୍ଗିଲ ଯୁଦ୍ଧରେ ଶହୀଦ ହେଇଛି ସେବେଠାରୁ ଏ ମା କେହି ଅଜଣା ଲୋକଙ୍କୁ ଦେଖିଲେ ତାଙ୍କୁ ନିଜ ପୁଅ ରାମ ଭାବି ଏମିତି ଆଉ କିଛି କହିବା କ୍ଷମତା ନଥିଲା ତାଙ୍କ ପାଖରେ । କଣ୍ଠରୁଦ୍ଧ ହେଇଯାଇଥିଲା । ମୁଁ ନିର୍ବାକ ନିଶ୍ଚଳ କ୍ରିୟାଶୂନ୍ୟ ଭାଷାଶୂନ୍ୟ । ମୋର ବୟସ ଅଠର ମାତ୍ର । ଦେଶ ଆଉ ଦେଶ ପ୍ରେମକୁ କଣ ବା ଜାଣିବି !? କିନ୍ତୁ ଭାରତୀୟତା ତ ଜନ୍ମଗତ ଥିଲା । ମୋ ଭିତରେ କେତେଗୁଡ଼ିଏ ମଣିଷ ହଠାତ ନିଜର ସତ୍ତା ହରେଇବାକୁ ଲାଗିଲେ ।
ଆଉ ଦୁଇଟି ମଣିଷ ମୁଣ୍ଡ ଟେକିବା ଆରମ୍ଭ କଲେ ଜଣେ ଥିଲା ସମ୍ପୂର୍ଣ୍ଣ ଭାରତୀୟ ଆଉଜଣେ ଗୋଟେ ବାଳକ । ବାଳକ ଜଣକ ମତେ ବେଶି ଅକ୍ତିୟାର କରିନେଲା । ମହିଳା ଜଣକ ମତେ ତାଙ୍କ କୋଳରେ ଶୁଆଇ ଦେଇ ଏଣୁତେଣୁ ଗୁଡ଼ାଏ ଗପିଚାଲିଛନ୍ତି । ଉପସ୍ଥିତ ସମସ୍ତଙ୍କ ହୃଦୟ ଅଶ୍ରୁବିଗଳିତ । ମହିଳାଙ୍କ ସ୍ୱାମୀ ସ୍ଥାଣୁ । ପରିବେଶ ଶୋକାକୁଳ । ମୋ ଅଜଣାରେ ମୋ ଆଖିରୁବି ଲୁହର ଧାର ଛୁଟି ଚାଲିଥାଏ । ନିସ୍ତେଜ ହେଇ ପଡ଼ିରହିଥାଏ ଅଯାଚିତ ଭାବେ ମିଳୁଥିବା ମମତାରେ ଭାବବିହ୍ୱଳ ହେଇ । ମହିଳା ଜଣକ ଯାହା କହୁଥିଲେ ତାକୁ ଶୁଣି ଅଧିର ହେଇ ଉଠୁଥାଏ ମୋ ମନ । ବାପା କୁଆଡ଼େ ଯାଇଥିଲୁ ତୁ ? ସମସ୍ତେ କହୁଛନ୍ତି ତୁ ମରିଯାଇଛୁ ଏଇ ଦେଶ ପାଇଁ ତୁ କାଳେ ଶହୀଦ ହେଇଛୁ ? ମୁଁ ବଞ୍ଚି ଥାଉଥାଉ ତୁ କେମିତି ଚାଳିଯିବୁରେ ଧନ ? ଯମରାଜର କଣ ତୋ ମା କୁ ଭୟ ନାହିଁ ? ତୁ ଆଉ ମତେ ଏମିତି ଛାଡ଼ିଯିବୁନିରେ ଧନ । ତତେ ଦଣ୍ଡେ ନଦେଖିଲେ ମୋ ଆଖି ଫୁଟି ଯାଏ । ଦୁଇବର୍ଷ ହେଲାଣି ତୋର କଣ ତୋ ମା କଥା ମନେପଡ଼ୁନି ?
ଏତିକି କହୁକହୁ ସେ ବୟସ୍କା ମହିଳା ଜଣକ ମୋ କାନକୁ ମୋଡ଼ିଦେଲେ । ସେ କାନ ମୋଡ଼ାର ବାତ୍ସଲ୍ୟତାରେ କାନ୍ଦି ଉଠିଲା ମୋ ହୃଦୟ କୋଳରୁ ଉଠି ବସିଲି ତାଙ୍କ ମୁଣ୍ଡରେ ଉଲୁରି ଯାଇଥିବା କେଶକୁ ହାତରେ ସଜେଇବାରେ ଲାଗିଲି । ଭିଜା ଆଖିରୁ ମୋର ବାଳୁତତା ଝରିଯାଉଥାଏ ଲୁହର ରୂପନେଇ ।
ବାପାରେ ତୋର ପ୍ରିୟ ମାଛ ବେସର କରି କେତେଥର ତୋର ଆସିବାକୁ ଚାହିଁଚାହିଁ ଫିଙ୍ଗିଦେଇଛି । ମୋର ତତେ ଅପେକ୍ଷା କରିବାଟା ତୋ ବାପା ସହି ପାରନ୍ତିନି । କେତେ କଣ ଗାଳି କରନ୍ତି କାନ ନଶୁଣିଲା ଭଳି ଗାଳି କରନ୍ତି । ପାଗିଳି କୁହନ୍ତି ଏସବୁ ସହିଯାଏ । କିନ୍ତୁ ଯେତେବେଳେ କୁହନ୍ତି ତୋ ପୁଅ ଆଉ ଫେରିବନି । ସହିପାରେନିରେ ଧନ ମୁଣ୍ଡପିଟେ ଝଗଡ଼ା କରେ ତୋ ବାପାଙ୍କ ସହ ଜାଣିଛୁ କେତେଥର ଝାଡ଼ୁରେ ବି ପିଟିଛି ତୋ ବାପାଙ୍କୁ ।
ମୁଁ ବୁଲି ଚାହିଁଲି ସେ ମୂର୍ତ୍ତିମନ୍ତ ମଣିଷକୁ ଝରୁଥିବା ଲୁହକୁ ପୋଛୁପୋଛୁ ମୁଣ୍ଡ ହଲେଇଦେଲେ । ସତ କହୁଛି ସେ ଏସବୁ ତ ଆମର ନିତିଦିନିଆ ଘଟଣା ।
ପୁଣି ସେ ମମତାର ପ୍ରତିମୂର୍ତ୍ତି ହୃଦୟରେ ସାଇତା ସେ ଅମାପ ମମତାକୁ ପ୍ରଦର୍ଶିତ କରିବାକୁ ଯାଇ କହୁଛନ୍ତି ଦେଖଦେଖ ମୋ ରାମ କୁ କଣ କହୁଥିଲ ଆସିବନି !!? ତମର କଣ ଆଖି ଫୁଟି ଯାଇଛି ଦେଖିପାରୁନ । ଏଥର ବୋହୁଟିଏ ଆଣିବାର ବ୍ୟବସ୍ଥା କର । ତମ ବାପପୁଅଙ୍କୁ ସମ୍ଭାଳି ଏ ଘର କାମ କରିବା ମୋ ପକ୍ଷେ ଆଉ ସମ୍ଭବ ନୁହେଁ । ବାପାଲୋ ଆଉ ମନା କରିବୁନି ଏଥର ରାଜି ହେଇଯା । ନାତିନାତୁଣୀଙ୍କ ସହିତ ଖେଳିବାକୁ ଭାରି ଇଚ୍ଛା ହେଲାଣି ।
ବର୍ଷୁଥିବା ମମତା ଶବ୍ଦର ତୀକ୍ଷ୍ଣତାରେ ହୃଦୟ ମୋର ଚିତ୍କାର ଉଠୁଥିଲା । ଅପରିପକ୍ଵ ମତିକୁ କିଛି ଜୁଟୁ ନଥାଏ । ମମତାର ସେ ଦେବୀଙ୍କୁ କାନ୍ଧକୁ ଆଉଜେଇ ଆଣି ନାଇଁଲୋ ମା ତତେ ଛାଡ଼ି ଆଉ କୁଆଡ଼େ ଯିବିନି ତୁ ଯାହା କହିବୁ ମୁଁ ସେଇଆ କରିବି ।
ମୋ କାନ୍ଧରେ ଶୋଇ ରହି ମା ତାଙ୍କ ସ୍ୱାମୀଙ୍କ ଉଦ୍ଦେଶ୍ୟରେ କହୁଛନ୍ତି ଶୁଣ ଶୁଣ ଆଉ କହିବନି ମୋ ପୁଅ ଆସିବନି ବୋଲି ଶହୀଦ ହେଇଛି ମୋ ପୁଅ ।
ସ୍ୱାମୀ ତାଙ୍କର ମୋ ହାତକୁ ବଢ଼େଇଦେଲେ ଔଷଧ ତାଙ୍କୁ ଖୋଇଦେବା ପାଇଁ । ଥରି ଉଠିଲା ହାତ ମୋର ମା ଲୋ ତୋର ପରା ଦେହ ଭଲ ନାହିଁ ନେ ଏ ଔଷଧ ଖାଇଦେ । ବିରକ୍ତ ହେଇଗଲେ ମମତାମୟୀ ତୁ ପୁଣି ମତେ ଠକି ଚାଲିଯିବୁନା ମତେ ଶୁଆଇଦେବାକୁ ଏ ଫନ୍ଦି ତୋର ନା ?
କେମିତି କେଜାଣି ମୋ ଭିତରେ ଗୋଟେ ଅଭିନେତା ଜନ୍ମହେଇଗଲା ଅବିଳମ୍ବେ ନାଇଁଲୋ ମା ଦେଖ ତୋ ପଣତକୁ ମୋ ହାତରେ ବାନ୍ଧି ଦଉଛି ତୁ ଏମିତି ମୋ କୋଳରେ ଶୋଇ ରହିଥା ତୁ ନଉଠିବା ଯାଏ ମୁଁ ଏମିତି ବସି ରହିଥିବି କୁଆଡ଼େ ବି ଯିବିନି ତୁ ଆଗ ଏ ଔଷଧ ଖାଇନେଲୁ ନହେଲେ ମୁଁ ରାଗିଯିବି କହୁଛି ।
ନାଇଁରେ ଧନ ଦେ ଔଷଧ ଦେ’ ଥର ହାତରେ ବଢ଼େଇଦେଲି ଔଷଧ । ବାସ ପାଞ୍ଚ ମିନିଟ ଭିତରେ ନିସ୍ତେଜ ପ୍ରାୟ ଶରୀର ମମତାର ଶକ୍ତି କିନ୍ତୁ ସେ ଆଖିକୁ ଖୋଲା ରଖିଥାଏ । ଏକ ଲୟରେ ମତେ ଦେଖୁଥାଏ । ମନ ମୋର ଅଥୟ ହେଉଥାଏ ।
ମା ଙ୍କର ପରିଜନ ମାଙ୍କୁ ଧରି ନେଇଗଲେ ସ୍ୱାମୀ ତାଙ୍କର ମୋ ମୁଣ୍ଡରେ ହାତ ବୁଲେଇ କିଛି କହିବାକୁ ଭାବି ନକହି ଚାଲିଗଲେ । ମୁଁ ଏକ ଲୟରେ ଚାହିଁ ଥାଏ ତାଙ୍କର ଯିବାକୁ ।
ମନେ ପଡ଼ିଗଲା ଥରେ ପାଲା ଗାୟକଙ୍କ ପ୍ରଭାସ ଯଜ୍ଞ ବଖାଣ । ମନେପଡ଼ିଗଲା ମମତାମୟୀ ଯଶୋମତୀ ଆଉ ରାଣୀ ଦେବକୀଙ୍କ ମଧ୍ୟରେ ହୋଇଥିବା ମାତ୍ତୃତ୍ୱ ପରୀକ୍ଷା କଥା । ଦେବକୀରାଣୀ ଦ୍ଵାରିକାଧିଶ ରାଜାଧିରାଜ ଚକ୍ରବତୀ କେତେ କଣ ଉପମା ଦେଇ ଡାକି ଚାଲିଲେ କୃଷଙ୍କୁ କିନ୍ତୁ ତାଙ୍କର ସେ ଡାକ ପହଂଚିଲାନି କୃଷ୍ଣଙ୍କ କର୍ଣ୍ଣ ପର୍ଯ୍ୟନ୍ତ ।
ଯେତେବେଳେ ଯଶୋମତୀ ନୀଳମଣି ନୀଳମଣୀ ଡାକଦେଲେ ଛୁଟି ଆସିଲେ କହ୍ନେଇ ବୃଦ୍ଧା ଯଶୋମତୀଙ୍କ ହୃଦୟରୁ ଝରି ଆସିଲା ମମତାର ଅମୃତ ଧାରା କହ୍ନେଇ ହେଇଗଲେ ବାଳକ ପାନ କରିଚାଲିଲେ ମମତାର ସେ ସୁଧାରସକୁ ।
ଏ ମା ତ ଉଭୟେ ଦେବକୀ ଆଉ ଯଶୋମତୀ ତେବେ ! ତାଙ୍କ ପୁଅ କୃଷ୍ଣ ନୁହଁନ୍ତି ଯେଉଁ ଜାଗାକୁ ଗଲେ ଆଉ କେହି ଫେରନ୍ତିନି ସେ ସେଠିକି ଚାଲିଯାଇଛନ୍ତି। ଶୂନ୍ୟରେ ମିଳେଇ ଯାଉଛି ଡାକ ତାଙ୍କର ଅଚିରେ ଝରିଯାଉଛି ଛାତିରୁ ତାଙ୍କର ମମତାର ସୁଧାଧାରା କାନ୍ଦି ଉଠିଲା ହୃଦୟ ମୋର ।
ସମୟ ତା ଗତିରେ ଆଗକୁ ଆଗକୁ ବଢ଼ିଚାଲିଲା । ମୁମ୍ବାଇ ୨୬/୧୧ ଆକ୍ରମଣରୁ ମୁଁ ନିଜେ ଅଳ୍ପକେ ବର୍ତ୍ତି ଯାଇଥିଲି । ପ୍ରତିଦିନ ଘରୁ ବାହାରିଲେ ଫେରିବି କି ନାହିଁ ସନ୍ଦେହ ଏ ମୋର ନୁହେଁ ପ୍ରତିଟି ନାଗରିକ ମନର ବ୍ୟଥା ସାମ୍ପ୍ରତିକ ପରିସ୍ଥିତିରେ ।
ସବୁଦିନର ମୁଖ୍ୟ ସମାଚାରରେ କାଶ୍ମୀରର ବଳିଦାନ । ପ୍ରତିଟି ବଳିଦାନ ଶୁଣିବା ମାତ୍ରେ କାହିଁକି କେଜାଣି ସେ ମାଙ୍କ କଥା ମୋର ମନେ ପଡ଼ିଯାଏ ଶିହରି ଉଠେ ମନ ମୋର ପୁଣି ଜଣେ ମା ତାର ମମତା ଦାନରୁ ଅବାଞ୍ଛିତ ଭାବେ ବଞ୍ଚିତ ହେଇଗଲା ।
ଏବେ ପୁଲବାମା ଆଖିରୁ ଲୁହ ନୁହେଁ ରକ୍ତ ଝରିଯାଉଛି ଏ କି ପ୍ରକାର ଧର୍ମ !!? କି ପ୍ରକାର ସ୍ୱାଧୀନତା ଚାହୁଁଥିବା ମଣିଷ ଏ ମାନେ ? ଏସବୁ ଏମିତିରେ ହେଇଯାଉଛି ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ । ବିନା ବିଭୀଷଣରେ ରାବଣର ମୃତ୍ୟୁ ଅସମ୍ଭବ ହେଇଥାନ୍ତା ।
ଠିକ ସେମିତି ଆମ ଦେଶରେ ରହିଥିବା ହଜାର ହଜାର ଲକ୍ଷ ଲକ୍ଷ ବିଭୀଷଣ ମାନଙ୍କ ସାହାଯ୍ୟରେ ହାତ ଗଣତି ଆତଙ୍କବାଦୀ ମାନେ ମମତାମୟୀ ଭାରତ ଭୁଇଁକୁ ରକ୍ତରଞ୍ଜିତ କରି ଦେଉଛନ୍ତି । ବାହ୍ୟ ଶତ୍ରୁ ଅପେକ୍ଷା ବେଶି କ୍ଷତିକାରକ ଏହି ବିଶ୍ୱାସଘାତକ ମାନେ ।
ଆଜି ଭାରତ ମା ଯଶୋମତୀଙ୍କ ରୂପନେଇ ବାତ୍ସଲ୍ୟରେ ତାର ସମସ୍ତ ସନ୍ତାନକୁ ଚିତ୍କାର କରି ଡାକୁଛି ଉଠ ପୁଅ ଉଠ ମୋ ହୃଦୟରେ ଭରିରହିଥିବା ମମତାର ଅମୃତ ଧାରା ଉପରେ ମୋର ପ୍ରିୟ ପୁତ୍ରମାନଙ୍କର ବଳିଦାନ ରେ ପଡ଼ିଥିବା ରୁଧିରର ଆବରଣକୁ ଏଡ଼ାଇ ଦିଅ ଆଉ ସେଥିରୁ ଝରୁଥିବା ଅମୃତର ଧାରାକୁ ପାନ କରି ସାରା ସଂସାରରେ ବିତରିତ କରିଦିଅ ପ୍ରେମର ସନ୍ଦେଶକୁ । କିନ୍ତୁ ଆଖିଖୋଲା ରଖିଥା ନିଜର ଚାରିପାଖକୁ ଭଲଭାବେ ତନ୍ନତନ୍ନ କରି ଦେଖୁଥା ଯଦି କେହି ବିଶ୍ୱାସଘାତକ ତୋ ଆଖି ଆଗକୁ ଆସୁଛି ଅଚିରେ ବଧ କର ତାକୁ ସେ କେହିବି ହେଉ ନେତା ଅଭିନେତା ପ୍ରତିଷ୍ଠିତ ଅପ୍ରତିଷ୍ଠିତ ହିନ୍ଦୁ ମୁସଲିମ ଶିଖ ଇସାଈ କେହିବି ହେଉ । ଏ ବାତ୍ସଲ୍ୟ ଡାକ ଶୁଣି ଅଟକି ନଯାଉ ଯେମିତି ମୋ ମାତ୍ତୃତ୍ୱ ଆଉ ବତ୍ସ୍ୟଲ୍ୟତାରେ ଯେମିତି ପ୍ରଶ୍ନବାଚୀ ସୃଷ୍ଟି ନହେଉ ଏତିକି ଧ୍ୟାନ ରଖିଥିବୁ ।