STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଅନ୍ୟ ଏକ ନିର୍ଭୟାର ମାଆ

ଅନ୍ୟ ଏକ ନିର୍ଭୟାର ମାଆ

1 min
317

ଟିଭି,ନିୟୁଜ,ୱାଟସଅପ୍,ପେପର,ମୋବାଇଲରେ ଖାଲି ସେ ଗୋଟିଏ ଖବର। ନ୍ୟାୟ ପାଇବା ପାଇଁ ନିର୍ଭୟାର ମାଆ ଆଶାରେ ଜର୍ଜରିତ। ଶୁଣାଣି ପରେ ଶୁଣାଣି। ଅଦାଲତରେ ତାରିଖ ଉପରେ ତାରିଖ ଏପରି ଦିନ, ମାସ ବର୍ଷ ଗଡିଚାଲିଛି ।


ରାସ୍ତାଘାଟ,ଘରେ ବାହାରେ ସମସ୍ତଙ୍କ ମୁହଁରେ ସେ ବିଷୟରେ ହିଁ ଚର୍ଚ୍ଚା ।କିଏ କହୁଛି ଦୋଷିକୁ ଫାଶୀ ଦିଆଯାଉ ଆଉ କାହା କାହା ମୁହଁରେ ଦୋଷୀକୁ ଆଜୀବନ କାରାଦଣ୍ଡ ମିଳୁ।


ସତରେ ମୁଁ ଭାବୁଥିଲି ନିର୍ଭୟା ମା ଏତେଥର ଅଦାଲତ କାହିଁକି ଦୌଡୁଛନ୍ତି ? ତାଙ୍କ ଡାକ କୋର୍ଟ ଶୁଣିବ ନା ଦୋଷୀକୁ ଫାଶୀ ମିଳିବ ! ଦୋଷୀକୁ ଫାଶୀ ଦେଇ ମଧ୍ୟ କି ଲାଭ ? ଗଲା ମଣିଷ କଣ ବାହୁଡି ଆସିବ।ଝିଅ ତ ଗଲାଣି, ଝିଅ ଆଉ କଣ ଫେରି ଆସିବ।


ଖାଲି ପ୍ରତିଶୋଧ ଲାଗି ହୃଦୟ ଭିତରରେ ନିଆଁ ଜଳୁଛି।ଆଗକୁ ଆଉ କିଏ ଏଭଳି ବର୍ବରକାଣ୍ଡ ରଚାଇବେ ନାହିଁ ବୋଲି ନିର୍ଭୟାର ମାଆ ଏଭଳି ପଦକ୍ଷେପ ନେଉଛନ୍ତି।ଯେତେ ଯାହା ହେଲେ ବି ମାଆ ମନ। ଦୋଷୀକୁ ଫାଶୀ ଦଣ୍ଡ ଦେଲେ କଣ ଆଉ ନିର୍ଭୟା ଫେରି ପାଇବ।


ଯେତେବେଳେ ମୋ ନିଜ ଝିଅ ଉପରେ ଏଭଳି ଗଣବଳାତ୍କାର ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟିଲା , ଦୋଷୀକୁ ଦଣ୍ଡ ଦେବା ପାଇଁ ମତେ ବାରମ୍ବାର ନ୍ୟାୟାଳୟ ଦୌଡିବାକୁ ପଡିଲା ସେତିକି ବେଳେ ମୁଁ ନିଜେ ବୁଝି ପାରିଥିଲି ନିର୍ଭୟାର ମାଆର ବେଦନାକୁ।ପ୍ରକୃତରେ ମତେ ଲାଗିଲା ମୁଁ ହିଁ ସେ ନିର୍ଭୟାର ମାଆ। ସେଭଳି ଦୁର୍ବୃତ୍ତ ନରରାକ୍ଷସମାନଙ୍କୁ ନିହାତି ଫାଶୀଦଣ୍ଡ ମିଳିବା ଦରକାର।ଫାଶୀଦଣ୍ଡ ମିଳିଲେ ହିଁ ନିର୍ଭୟାମାନଙ୍କର ଆତ୍ମାକୁ ଶାନ୍ତି ମିଳିପାରିବ।

ଶୁଣାଣି ଉପରେ ଶୁଣାଣି ଅଦାଲତର ଏପରି ରାୟ ଶୁଣି ନ୍ୟାୟ ପାଇବା ପାଇଁ ଏକାକୀ ଏକ ନାରୀକୁ କେତେ ସଂଘର୍ଷ କରିଵା ପାଇଁ ପଡୁଛି ନିଜ ଉପରେ ଵିତିଲେ ହିଁ ଜଣାପଡିବ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational