ଅନୁରାଧା
ଅନୁରାଧା
ଅନୁଭବ ଓ ରାଧାଙ୍କର ଆଜି ବାହାଘର। ବାହାଘରରେ ଅନେକ ବନ୍ଧୁ ବାନ୍ଧବ ଆସିଛନ୍ତି। ହେଲେ ପୁଅ ଘର କିଛି ବନ୍ଧୁ ବାନ୍ଧବଙ୍କ ମଧ୍ୟରେ କଥା ଚାଲିଛି ଯେ ଏ ବାହାଘର କେମିତି ହେଉଛି। ଅନୁ ପୁଣି ବିବାହ ପାଇଁ ରାଜି ହେଲା କେମିତି ? ସେ ତ ବିବାହ କରିବ ନାହିଁ କହୁ ଥିଲା। ଆଉ ଜଣେ କହୁଛନ୍ତି ମୁଁ ତ ଶୁଣି ଥିଲି ଦୁଇ ବର୍ଷ ତଳେ ଆମ ଅନୁ ସହରରେ କାହାକୁ ଗୋଟିଏ ଭଲ ପାଉ ଥିଲେ। ଆଉ ଜଣେ କହୁ ଥିଲେ ଅନୁ ଆମର କେତେ ଚୁଲବୁଲି ଥିଲା। କଥା ତାଙ୍କର କମ୍ ହେଉ ନ ଥିଲା।ପୁରା ସ୍ତ୍ରୀ ଲୋକଙ୍କ ପରି ଗୋପୁ ଥିଲେ।ହେଲେ କଣ ପାଇଁ କେଜାଣି ସେ ତାଙ୍କର ଭଲ ପାଉଥିବା ଝିଅକୁ ବିବାହ କଲେ ନାହିଁ। ଆଉ ସବୁବେଳେ ଯାହା ମୁହଁ ରେ ହସର ଲହରୀ ଖେଳୁ ଥିଲା ସେ ଆଜି ନୀରବ ସମୁଦ୍ର ପରି ନିଶବ୍ଦ। ଆଉ ମୁହଁରେ ହସ ବଦଳରେ ରାଗ। କିଛି ଟିକେ ହେଲେ ମଦ ପିଇ ରାତିରେ ଘରକୁ ଫେରେ। ହେଲେ ଏମିତି ପୁଅକୁ ଏ ଝିଅ ରାଧା କେମିତି ବିବାହ ପାଇଁ ରାଜି ହେଲା କେଜାଣି। ସ୍ବାମୀ ହିସାବରେ ସେ ଟିକେ ବି ହସି କଥା ହେବ ନାହିଁ। ମଦ ନିଶାରେ ରହି କେତେବେଳେ କଣ କରିବ କେଜାଣି। ଭଗବାନ ସାହା ହେଉନ୍ତି ସେ ରାଧା ଉପରେ।
ଏ ସବୁ କଥା ରାଧା ଆର ରୁମରେ ରହି ଶୁଣୁ ଥାଆନ୍ତି। ମନ କହୁ ଥାଏ ବେଦୀକୁ ଯିବ ନାହିଁ। ହେଲେ ବାପାଙ୍କ ଦେହ ଚିକିତ୍ସା କରାଇବା ପାଇଁ ଟଙ୍କା ଦରକାର।ସାଙ୍ଗକୁ ସାନ ଦୁଇ ଭଉଣୀର ପଢା ଓ ବିବାହ ଦାୟିତ୍ଵ। ତେଣୁ ସେ ନିଜ ଜୀବନର ଖୁସିକୁ ଆଜି ବଳୀ ଦେଇଛନ୍ତି। ବିବାହ ସ୍ଥିର ହେବା ସମୟରେ ଅନୁ କହି ଥିଲେ ଯେ ମୋ ଠାରୁ କୌଣସି ଆଶା ରଖିବ ନାହିଁ। କେବଳ ବାପା ମାଆଙ୍କ ଦେହ ଭଲ ରହୁ ନାହିଁ , ତାଙ୍କୁ ବୋହୂ ଟିଏ ଦରକାର ବୋଲି ବିବାହ କରୁଛି। ବିବାହ ପରେ ମୁଁ ତୁମ ପରିବାର ଖର୍ଚ୍ଚ ଉଠାଇବି।
ଏ ସବୁ ପାଇଁ ରାଧା ଆଜି ଏ ବିବାହ ପାଇଁ ରାଜି ହୋଇଛନ୍ତି। ତାଙ୍କର ବି ସ୍ବପ୍ନ ଥିଲା ଯେ ଗୋଟିଏ ଭଲ ସ୍ବାମୀ ଯିଏ ତାଙ୍କୁ ବହୁତ ଭଲ ପାଉ ଥିବେ। ହେଲେ ସିଏ ଆଜି ବିବାହ କରୁଛନ୍ତି ଗୋଟିଏ ନୀରବ ସମୁଦ୍ରକୁ ଯେଉଁଥିରେ ଯେତେବେଳେ ହେଲେ ବି ଝଡ ଆସିବ। ରାଧାଙ୍କୁ ଲାଗୁ ଥାଏ ଯେମିତି ହୁମ ନିଆଁରେ ତାଙ୍କର ସବୁ ସ୍ବପ୍ନ ଜଳି ପାଉଁଶ ହୋଇ ଯାଉଛି। ବେଦୀରେ ସହ ମଦ ନିଶାରେ ଅନୁଭବ ବସିଛନ୍ତି।
ବିବାହର ନୀତିନିୟମ ସବୁ ହେଲା। ହେଲେ ସବୁରେ ଅନୁଭବ ନିଶାରେ ଚୁର ହୋଇ ରହିଛନ୍ତି।
ଅନୁ ଙ୍କ ମାଆ ମମତା ରାଧାଙ୍କୁ କହିଲେ ଅନୁ ଆମର ଏମିତି ନ ଥିଲା। ସେ ସବୁବେଳେ ହସୁ ଥିଲା। ରାଗ , ଝଗଡ଼ା ମାଡ଼ ପିଟ ଏ ସବୁ ଠାରୁ ଦୂରରେ ରହୁ ଥାଏ ଅନୁ। ପାଠ ପଢା ସାରି ସେ ସହର ଗଲା। ସହରରେ ଥିବା ପରେ ଆମକୁ ସେ କହିଲା ଯେ ରୁଚିକା ବୋଲି ଗୋଟିଏ ଝିଅକୁ ଭଲ ପାଏ। ସେ ଝିଅର ବାପା ମାଆ ନାହାଁନ୍ତି। କେବଳ ତାର ମାମୁଁ ମାଇଁ ଅଛନ୍ତି। ଝିଅଟି ଗୋଟିଏ ଅନାଥ ଆଶ୍ରମରେ ଚାକିରୀ କରୁଛି।
ଆମେ ସେ ଝିଅ ସହ ଫୋନ ଭିଡିଓ କଲରେ କଥା ହେଲୁ। ରୁଚିକା ବହୁତ ସୁନ୍ଦରୀ ଆଉ ସେ ବି ଅନୁ ପରି ବହୁତ ସ୍ନେହୀ। ମୋତେ ତାକୁ ବହୁତ ଭଲ ଲାଗିଲା। ମୁଁ ଅନୁ ସହ ଯାଇ ତାକୁ ଦେଖା କଲି। ତା ମାମୁଁ ମାଇଁ ସହ ଦେଖା କରିବି ବୋଲି କହୁ ଥାଏ ହେଲେ ସେ ମୋତେ କିଛି ମାସ ସମୟ ମାଗିଲା। କଣ ପାଇଁ ସମୟ ମାଗିଲା ମୁଁ ଜାଣି ନାହିଁ। ହେଲେ ସେ ସମୟ ଭିତରେ ମୋ ପୁଅର ଜୀବନରେ ହସ ହଜି ଯିବ ବୋଲି ମୁଁ ଜାଣି ନ ଥିଲି। ରୁଚିକା ସବୁ ଦିନ ମୋ ସହ ଫୋନରେ କଥା ହେଉ ଥିଲା। ଦୁଇ ଦିନ ପାଇଁ ଅନୁଭବ ଗାଁ କୁ ଆସି ଥିଲା। ହେଲେ ସେ ଗାଁ କୁ ଆସିବାରୁ ରୁଚିକା ଆମର କାହାରି ଫୋନ ଉଠାଇଲା ନାହିଁ। ଅନୁ ସହରକୁ ଗଲା ରୁଚିକା କୁ ଦେଖା କରିବା ପାଇଁ। ହେଲେ ଯିବା ପରେ ସେ ବି କିଛି ଦିନ ଆମ ଫୋନ ଉଠାଇଲା ନାହିଁ। ଅନୁର ବାପା ଆଉ ଜଣେ ତାର ସମ୍ପର୍କୀୟ ଭାଇ ବିପୁଳ ତାକୁ ଦେଖା କରିବା ପାଇଁ ଗଲେ। ସେମାନେ ଦେଖିଲେ ଅନୁ ଏମିତି ମଦ ପିଇ ରୁମରେ ପଡ଼ିଛି। ତାକୁ ସେମାନେ ରୁମରୁ ନେଇ ଆସିଲେ। ମୁଁ ଯେତେ ପଚାରିଲେ କି କଣ ହେଇଛି ଅନୁ କିଛି କହିଲା ନାହିଁ। ଆଉ ରୁଚିକାର ନାମ ନେଲେ ରାଗରେ ଚିଡି ଉଠେ। ଆଉ ବାକି ସବୁ ସମୟ ନୀରବ ସମୁଦ୍ର ପରି ଚୁପ୍। ଏମିତି କଣ ଝଡ ଆସିଲା କେଜାଣି ହସର ଲହରୀ ଆଜି ନୀରବ ସମୁଦ୍ର ପାଳଟି ଯାଇଛି।
ସେ ରାଧାଙ୍କୁ କହିଲେ ମା ରେ ନୀରବ ସମୁଦ୍ରରୁ ପୁଣି ତୋତେ ମୋ ଅନୁ ମୁଖରେ ହସର ଲହରୀ ଆଣିବାକୁ ପଡ଼ିବ। ଆଜି ତୁମ ଦୁହିଁଙ୍କ ବାସର ରାତି। ଟିକିଏ ସାବଧାନ ଥିବୁ ଅନୁର ରାଗକୁ।
ରାଧା ଟିକିଏ ହସି ଦେଇ କହିଲେ ହଁ ମାଆ। ମୋତେ ଆଶୀର୍ବାଦ କରନ୍ତୁ ଯେମିତି ମୁଁ ଏ ଘରେ ଖୁସିର ଲହରୀ ଆଣି ପାରେ।
ମମତା : ମୋ ଆଶୀର୍ବାଦ ସବୁବେଳେ ତୁମ ଦୁହିଁଙ୍କ ଉପରେ ରହିଛି ଆଉ ରହିବ ବି।
ରାଧା ବାସର ରାତିରେ ଖଟ ଉପରେ ବସିଛନ୍ତି ଅନୁଙ୍କ ଅପେକ୍ଷାରେ। ମନରେ ଅନେକ କଥା। ଯଦି ଅନୁ ମଦ ପିଇ ରୁମକୁ ଆସିଲେ ଆଉ ମିଶିବା ପାଇଁ ଚେଷ୍ଟା କରିବ ତେବେ ମୁଁ କଣ କରିବି। ରାଧା ଏମିତି ଭାବୁ ଥିବା ସମୟରେ ଅନୁ ରୁମକୁ ମଦ ନିଶାରେ ଆସି ଖଟ ଉପରେ ଯାଇ ପଡିଗଲେ ଏବଂ ଶୋଇ ଗଲେ।
ସକାଳୁ ଉଠି ଦେଖିଲେ ରାଧା ଗାଧୋଇ ଆସି ମୁଣ୍ଡ ଶୁଖାଉଛନ୍ତି। ଅନୁ ଉଠି ବାଥରୁମ ଯାଉ ଥିବା ସମୟରେ ତାଙ୍କ ଗୋଡ଼ ଖସରି ଗଲା ସେ ଯାଇ ରାଧାଙ୍କ ପିଠି କୁଟି ହେଲେ।ସେ ରାଧାଙ୍କ ପେଟରେ ହାତ ଦେଇ ଅଟକିଲେ। ରାଧା ପୁରା ଚମକି ଗଲେ। ଅନୁଙ୍କ ସ୍ପର୍ଶ ପାଇ ତାଙ୍କ ଦେହ ଶିତେଇ ଉଠିଲା। ଅନୁ ରାଧାଙ୍କୁ ଧରି ଛିଡା ହେଲେ ଏବଂ କହିଲେ sorry । ମୋ ଗୋଡ଼ ଖସରି ଗଲା।
ରାଧା କହିଲେ ଗୋଟିଏ କଥା କହିବି ଆମ ଭିତରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ନାହିଁ ଏ କଥା ଆମ ଭିତରେ ରହୁ। ବାପା ମାଆ ଆଉ ସମସ୍ତଙ୍କ ପାଇଁ ଆମେ ସ୍ବାମୀ ସ୍ତ୍ରୀ। ଏ କଥା ଶୁଣି ଅନୁ ମନେ ମନେ ଭାବିଲେ ମୋ ବାପା ମାଆଙ୍କୁ ରାଧା କେତେ ମାନୁଛନ୍ତି।
ସକାଳୁ ଅନୁ କାମରେ ବାହାରି ଯାଆନ୍ତି ଆଉ ରାତିରେ ଆସିଲା ବେଳକୁ ମଦ ନିଶାରେ ଆସନ୍ତି। ରାଧା ସବୁଦିନ ତାଙ୍କୁ ଅପେକ୍ଷା କରି କରି ସେମିତି ଶୋଇ ପାରନ୍ତି। ରାତିରେ ଆସି ଅନୁ ଚୁପଚାପ ଶୋଇ ଯାଆନ୍ତି।
ଦିନେ ସକାଳୁ ରାଧା ଉଠି ଦେଖିଲେ ଅନୁ ଙ୍କ ହାତରେ ଗୋଟିଏ ଫୋଟ। ସେ ଫୋଟ କୁ ନେଇ ଦେଖି ଜାଣି ପାରିଲେ ଯେ ଏ ଆଉ କେହି ନୁହେଁ ରୁଚିକା ଛଡ଼ା। ତାପରେ ରାଧା ଅନୁଙ୍କର ପର୍ସ ରେ ବି ରୁଚିକାଙ୍କର ଫୋଟ ଦେଖିଲେ ଏବଂ ମୋବାଇଲ ରେ ରୁଚିକା ଙ୍କ ସହ ଅନୁଙ୍କର ପ୍ରଫାଇଲ ଫୋଟ ଦେଖି ରାଧାଙ୍କ ଆଖି ଛଳଛଳ ହୋଇ ଗଲା। ହଠାତ ସମୁଦ୍ର ଗର୍ଜନ କଲା ପରି ଅନୁ ଗର୍ଜି ଉଠିଲେ ଏବଂ ରାଧାଙ୍କୁ ଜୋରରେ ଚାପୁଡ଼ା ମାରିଲେ। ସେ ଏତେ ଜୋରରେ ଚାପୁଡ଼ା ମାରିଲେ ଯେ ରାଧା ଯାଇ କବାଟ ରେ ବାଡ଼େଇ ହୋଇ ଗଲେ ଏବଂ ମୁଣ୍ଡ ଫାଟି ଗଲା ଓ ଅଚେତ ହୋଇ ଗଲେ। ଏହା ଦେଖି ଅନୁ ବ୍ୟସ୍ତ ହୋଇ ମାଆ ମାଆ ଡାକିଲେ। ଏତେ ବର୍ଷ ପରେ ଅନୁ ଏମିତି ମାଆ ଡାକୁ ଥିବା ଶୁଣି ମମତା ଓ ଅନୁଙ୍କ ବାପା ଯାଇ ଦେଖିଲେ ଯେ ରାଧା ଅଚେତ ହୋଇ ପଡିଛନ୍ତି।
ଅନୁ ବ୍ୟସ୍ତ ହୋଇ ରାଧାଙ୍କୁ ଡାକ୍ତରଖାନା ନେଇ ଗଲେ। ଡାକ୍ତର କହିଲେ ଭାଗ୍ୟ ଭଲ ଆଉ ଟିକିଏ ତଳେ ବାଜି ଥିଲେ ରାଧା ଦୃଷ୍ଟି ଶକ୍ତି ହରାଇ ବସି ଥାଆନ୍ତେ ଆଉ ରାଧାଙ୍କୁ ଏବେ ଟିକିଏ ରେଷ୍ଟ ଦରକାର।ଏବେ ଅନୁ ଅନୁତାପ କଲେ । ରାଧା ସମସ୍ତଙ୍କୁ କହିଲେ ସେ ଗୋଡ଼ ଖସରି ଯିବାରୁ କବାଟରେ ଯାଇ ବାଡ଼େଇ ହୋଇ ଗଲେ।
ଅନୁ ଏବେ ରାଧାଙ୍କ ର ଯତ୍ନ ନେଲେ।ରାତିରେ ଅନୁ ଯାଇ ରାଧାଙ୍କୁ କ୍ଷମା ମାଗିଲେ। ରାଧା କିଛି ନ କହି ଏବେ ଚୁପ ରହିଲେ।
କିଛି ମାସ ପରେ ହଠାତ୍ ମାତାଙ୍କର ଦେହ ଖରାପ ହୋଇ ଗଲା।ସେ ଅଚେତ ହୋଇ ପଡ଼ି ଗଲେ। ତାଙ୍କ ର ଦେହରେ ରକ୍ତର ଅଭାବ। ତାଙ୍କୁ ରକ୍ତର ଦରକାର ଥିଲା। " O " ନେଗେଟିଭ ରକ୍ତ ମିଳିବା କଷ୍ଟ। ରାଧା କିନ୍ତୁ ସମାନ ବ୍ଳଡ ଗ୍ରୁପ ରେ ଥିଲେ।ସେ ତାଙ୍କୁ ଦେଲେ। ଡାକ୍ତର କହିଲେ ମମତାଙ୍କ ହୃଦୟ ଆଗରୁ ଦୁର୍ବଳ ଥିଲା ଆଉ ଏବେ ରକ୍ତ ତିଆରି ତାଙ୍କ ଶରୀର ଠିକ ରେ କରି ପାରୁ ନାହିଁ।ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ଶରୀର ଔଷଧ ଦ୍ବାରା ରକ୍ତ ଠିକରେ ତିଆରି କରି ପାରିବ ନାହିଁ ସେତେ ଦିନ ଯାଏଁ ରକ୍ତ ଦେବା ପାଇଁ ପଡିବ। ରାଧା ଏଥିରେ ରାଜି ହୋଇଗଲେ ଏବଂ ପ୍ରତି ମାସ ପାଖାପାଖି ଗୋଟିଏ ବର୍ଷ ରକ୍ତ ଦେଲେ ଏବଂ ମମତାଙ୍କୁ ସୁସ୍ଥ କଲେ ।
ଇତି ମଧ୍ୟରେ ଅନୁ ରାଧାଙ୍କର ବିବାହ କୁ ତିନି ବର୍ଷ ହୋଇ ଗଲା। ଅନୁ ଆଉ ମଦ ପିଉ ନାହାଁନ୍ତି।ଏବେ ରାଧାଙ୍କ ପ୍ରତି ତାଙ୍କ ମନରେ ଅଲଗା ପ୍ରକାରର ଭାବନା ଆସିଲାଣି। ହେଲେ ସେ ଏ କଥା ବୁଝି ପାରୁ ନ ଥିଲେ।
ରାଧାଙ୍କ ସାନ ଭଉଣୀ ର ବାହାଘର। ବନ୍ଧୁ ବାନ୍ଧବ ରାଧାଙ୍କ ଛୁଆ ନାହିଁ ବୋଲି ନାନା କଥା କହିବା ଆରମ୍ଭ କଲେ।ସେଇ ବାହାଘରରେ ଜଣେ ରାଧାଙ୍କୁ ବନ୍ଧ୍ୟା କହି ଛୁଆ କୁ ଧରିବା ପାଇଁ ଦେଲେ ନାହିଁ ।ରାଧାଙ୍କର ଅପମାନ ହେଲା।ଏ କଥା ଅନୁଙ୍କୁ ଭଲ ଲାଗୁ ନ ଥିଲା।
ରାଧା ରାତିରେ କାନ୍ଦି କାନ୍ଦି ଅନୁଙ୍କୁ କହିଲେ ଗୋଟିଏ ଅନୁରୋଧ କରିବି ରଖିବ। ଅନୁ କହିଲେ କୁହ।
ରାଧା : ମୁଁ ଜାଣି ନାହିଁ ରୁଚିକା ଙ୍କ ଠାରୁ ତୁମେ କେମିତି ଅଲଗା ହେଲ। ହେଲେ ଏବେ ମୁଁ ତୁମ ସ୍ତ୍ରୀ। ମଦ ପିଇ କି ଯାହା ବି କରି ମୋ ସହ ମିଶି ମୋତେ ମାତୃତ୍ଵ ର ସୁଯୋଗ ଦିଅ। ମୁଁ ବନ୍ଧ୍ୟା ନୁହେଁ।ତୁମର ଓ ରୁଚିକାର ପ୍ରେମ ପାଇଁ ମୁଁ ଏ ଯାଏଁ ସ୍ତ୍ରୀ ର ଅଧିକାର ମାଗି ନାହିଁ। ଯାଅ ମଦ ପିଇ କି ଆଉ ମୋର କୁମାରୀ ପଣିଆକୁ ଭାଙ୍ଗି ମାଆ ହେବା ର ସୁଯୋଗ ଦିଅ।
ଏତିକି କହି ରାଧା ନିଜ ଶାଢ଼ୀ କାନି ଖୋଲି ଦେଇ ଆନୁଙ୍କ ଗୋଡ଼ ଧରି କାନ୍ଦିଲେ।
ଏ ସବୁ କଥା ଅନୁଙ୍କୁ ବାଧିଲା।ଆଜି ସମୁଦ୍ର ର ନିରବତା ଭାଙ୍ଗିଲା। ଅନୁ ଉଠି ପଡ଼ି ରାଧାଙ୍କୁ ଜାକି ଧରିଲେ ଏବଂ କହିଲେ ରୁଚିକା ନାହିଁ।ସେ ଦିନ ମୁଁ ଗାଁ ରୁ ଯାଇ ଦେଖିଲି ରୁଚିକାକୁ ତାର ମାମୁଁ ବାନ୍ଧି ଘରେ ବାନ୍ଧି ରଖିଛନ୍ତି।ସେ ଆଶ୍ରମରେ ଝିଅମାନଙ୍କୁ ଡ୍ରଗସ ଦେଇ ତାଙ୍କୁ ସେକ୍ସ୍ ରାକେଟ କରାଉ ଥିଲେ। ଏ କଥା ରୁଚିକା ଜାଣି ପାରିବାରୁ ତାଙ୍କୁ ମଧ୍ୟ ଡ୍ରଗସ ଦେଇ ସେକ୍ସ୍ ରାକେଟରେ ଫସାଇ ଦେଲେ। ମୁଁ ବହୁତ ଖୋଜି ଖୋଜି ତାଙ୍କୁ ପାଇଲି ଏବଂ ପୋଲିସ ର ସାହାଯ୍ୟ ନେଇ ସେକ୍ସ୍ ରାକେଟ ଧରା ପକାଇଲି। ତା ମାମୁଁ ଧରା ପଡ଼ିବା ଭୟରେ ଆତ୍ମହତ୍ୟା କଲେ।ରୁଚିକା ମୋତେ କହିଲେ ଟିକେ ଅପେକ୍ଷା କର ମୁଁ ଆସୁଛି। ହଠାତ କିଛି ପଡ଼ିବାର ଶବ୍ଦ ହେଲା । ମୁଁ ଝରକା ବାଟରେ ଦେଖିଲି ରୁଚିକା ଫେନରେ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କଲେ ଏବଂ ସେ ସେକ୍ସ୍ ରାକେଟ ସ୍ବୀକାର ହୋଇ ଥିଲେ ବୋଲି ଚିଠିରେ ଲେଖିଲେ। ତାଙ୍କ ମୃତ୍ୟୁ କୁ ମୁଁ ସହି ପାରିଲି ନାହିଁ। ବାପା ଆଉ ବିପୁଳ ଭାଇ ଜାଣି ଥିଲେ ଯେ ରୂଚିକା ଆଉ ନାହାଁନ୍ତି ଆଉ ମାଆ ଦେହ ଭଲ ରହୁ ନ ଥିବାରୁ ତାଙ୍କୁ ଏ ବିଷୟରେ କହିଲେ ନାହିଁ। ମୁଁ ରୁଚିକା କୁ ବଞ୍ଚାଇ ପାରି ନ ଥିବାରୁ ମଦର ଆଶ୍ରୟ ନେଲି। ହେଲେ ସେଥି ପାଇଁ ମୁଁ ତୁମ ଜୀବନ ବର୍ବାଦ କରି ଚାଲିଛି।
ଏବେ ମୁଁ ମୋ ଭୂଲ ବୁଝି ସାରିଛି। ମୁଁ ତୁମକୁ ଭଲ ପାଉଛି। ତୁମ ସହ ଆଗକୁ ବଢିବା ପାଇଁ ଚାହେଁ। ଆଉ କେବେ ଏମିତି ମଦ ପିଇ କରିବା ପାଇଁ କହିବ ନାହିଁ।ଆମେ କାଲି ମନ୍ଦିର ଯାଇ ଆଉ ଥରେ ବିବାହ କରିବା ଆଉ ଆମର କାଲି ବାସର ରାତି ହେବ। ଆଉ ଆମେ ସବୁ ଦିନ ପାଇଁ ଅନୁରାଧା ହୋଇ ଯିବା। ଏବେ ପୁଣି ଅନୁଙ୍କ ମୁହଁ ରେ ହସ ଫୁଟି ଉଠିଲା।ଆଉ ଚାରି ମାସ ପରେ ଖୁସି ଖବର ଘରକୁ ଆସିଲା ଯେ ଅନୁ-ରାଧା ବାପା ମାଆ ହେବାକୁ ଯାଉଛନ୍ତି।
ବାର୍ଦ୍ଧକ୍ୟ ଅବସ୍ଥା ରେ ଅନୁ - ରାଧା ତାଙ୍କ ଅତୀତକୁ ମନେ ପକାଇ ଏବେ ବି ଭାବପୂର୍ଣ୍ଣ ହୋଇ ପଡନ୍ତି। ତାଙ୍କ ଘର ପୁଅ ବୋହୂ ନାତି ନାତୁଣୀ ରେ ଭରପୁର।
