suchitra pradhan

Tragedy Inspirational

3  

suchitra pradhan

Tragedy Inspirational

ଅନୁଭୂତିରୁ ପଦେ

ଅନୁଭୂତିରୁ ପଦେ

3 mins
21


ସତରେ ଆଜି ବହୁତ ବିରକ୍ତ ଲାଗୁଥିଲା । କାହିଁକି କେଜାଣି???ସବୁବେଳେ ପିଲାଦିନେ ସ୍କୁଲରେ ସାର ଓ ଦିଦିଙ୍କୁ ଦେଖି ଇଚ୍ଛା ହଉଥିଲା ମୁଁ ବି କେବେ ଏମିତି ହେବି ଆଉ ପିଲାମାନଙ୍କୁ ପାଠ ପଢେଇବି । ଆଜି ଯେବେ ଶିକ୍ଷୟିତ୍ରୀ ହେଇଛି ଆଗ ପରି ଏତେ ମନ ଖୁସି ନାହିଁ । 


 ସେ ଯାହା ହଉ କରୋନା ପାଇଁ ସରକାର ଛୁଟି ଘୋଷଣା ପରେ ଭାବିଲି ଟିକେ ଶାନ୍ତିରେ ନିଶ୍ୱାସ ମାରିବି । କିନ୍ତୁ, ସେ କଥା କଥାରେ ରହିଗଲା । ଦିନକୁ ଦିନ ଗୋଟେ ଗୋଟିଏ ନୂଆଁ ଲେଟର ଅନ ଲାଇନ । ବେଳେବେଳେ ଏମିତି ଲାଗେ ଇଚ୍ଛା ହୁଏ ଫୋନକୁ ସୁଇଚ ଅଫ କରିଦେବି । କିନ୍ତୁ ଏହି କରୋନା ପାଇଁ ଫୋନକୁ ସବୁବେଳେ ଅନ କରିବାକୁ ପଡେ । 


ଖାଇବାକୁ ବସିଛି ହଠାତ ଫୋନ ରିଙ୍ଗ ହେଲା । ଆଉ ସାର କହିଲେ, ଦିଦି ସ୍କୁଲରେ ଲୋକମାନେ ଆସିଲେ ରହିବାକୁ । କାଲି ସକାଳୁ ଡିଉଟି କରିବାକୁ ପଡିବ ସତରେ କି ଜୀବନ ଆମମାନଙ୍କର??ସକାଳୁ ସ୍କୁଲରେ ପହଞ୍ଚିଲି । ତିନିଟା ରୁମରେ ଲୋକ । ମୁଁ ସାରଙ୍କୁ କହିଲି ସାର ଆମେ ଦିଟା ରୁମ ଲେଖିଥିଲେ କିନ୍ତୁ ତିନିଟା ରୁମରେ ଲୋକ ରହିଲେ ଆମେ ରହିବା କୋଠି??ସାର କହିଲେ ଏ ଗଛ ତଳ ହିଁ ଏବେ ସାହା ଭରସା । ବହୁତ ଦୟା ଲାଗୁଥିଲା ନିଜ ଉପରେ । ଗଛର ଛାଇ ସହ ମୋର ବସିବାର ସ୍ଥାନବି ପରିବର୍ତ୍ତନ ହେଉଥିଲା । କି ଜୀବନ??


ଦିନକୁ ଦିନ ଖରା ବଢ଼ିବାରେ ଲାଗିଲା । ଦିନେ ମୁଁ ସରପଞ୍ଚଙ୍କୁ କହିଲି ଆମର ବସିବା ପାଇଁ କିଛି ବନ୍ଦୋବସ୍ତ କରନ୍ତୁ । ସେ କହିଲେ କି ଖରା ଦିଦି??ମୁଁ ଏତେ ଝାଳ ନାଳରେ ବୁଲୁଛି ଆଉ ଆପଣ ତ ଗଛ ଛାଇରେ ଆରାମ ରେ ବସିଛନ୍ତି । ବାସ ଆଉ କଣ କହିବି ମୋ ପାଟି ବି ଚୁପ ହେଇଗଲା । 


ଦିନେ ଡିଉଟି କରିବା ସମୟରେ ଦେଖିଲି ଜଣେ ପିଲା ବୟସ ସତର ହବ ପଡ଼ିଆରେ ବୁଲୁଛି । ମୁଁ ଡାକ ଦେଲି ଆରେ ବାବୁ ଏତେ ଖରାରେ କାହିଁକି ବୁଲୁଛୁ??ତୋ ରୁମକୁ ଯାଇ ରେଷ୍ଟ କର । ମୋ କଥା ଶୁଣି ସେ ବହୁତ କାନ୍ଦିବାରେ ଲାଗିଲା । ଆରେ କଣ ହେଲା ରେ??କାହିଁକି କାନ୍ଦୁଛୁ??ପିଲାଟି ଯାହା କହିଲା ମୋ ଆଖିରୁ ବି ଦି ଟୋପା ଲୁହ ଖସିଗଲା । 


ଦିଦି, ମୁଁ ବି ଏମିତି ଚାକିରୀ କରିବି ବୋଲି ଭାବୁଥିଲି ଆଉ ଭଲ ପାଠ ବି ପଢ଼ୁଥିଲି । ଆମେ ସମସ୍ତେ ବହୁତ ଖୁସିରେ ଥିଲୁ । ଦିନେ ମୋ ବାପା ଆମମାନଙ୍କୁ ନେଇ ଅଟୋରେ ଯାଉଥିଲେ । କଣ ହେଲା କେଜାଣି ଆଗରେ ଗୋଟେ ଗାଡି ଆସି ଅଟୋକୁ ପିଟିଦେଲା । ମୁଁ, ମୋ ମାଆ ଓ ସାନ ଭଉଣୀ ବଞ୍ଚିଗଲୁ କିନ୍ତୁ ମୋ ବାପା ଆମକୁ ଛାଡି ଆର ପାରିକୁ ଚାଲିଗଲେ । ମାଆ ବହୁତ କଷ୍ଟରେ ଆମ ଭାଇ, ଭଉଣୀକୁ ପାଠ ପଢେଇଲା । ପର ଘରେ ବାସନ ମାଜି ଦିନକୁ ଦିନ ତାର ଦେହ ଖରାପ ହେଲା । କାମ କରିବାରେ କଷ୍ଟ ହେଲା ମାଆକୁ । ମାଆର କଷ୍ଟ ଦେଖି ମୁଁ ପାଠ ଛାଡିଦେଲି । ଭାବିଲି ବହୁତ ଟଙ୍କା ରୋଜଗାର କରିବି । ମୋ ଭଉଣୀକୁ ପାଠ ପଢେଇବି ତା ସହ ମାଆକୁ ନେଇ ସହରର ମେଡିକାଲରେ ଦେଖେଇବି । ଏମିତି ଭାବି ଗାଁ ଲୋକଙ୍କ ସହ ମିଶି ସୁରାଟ ଚାଲି ଯାଇଥିଲି । ମୁଁ କହିଲି ହଁ ଠିକ ଅଛି ହେଲେ ଏମିତି କାନ୍ଦୁଛୁ କଣ ପାଇଁ??ସେ କହିଲା ଦିଦି, ଯୋଉ ମାଆ ପାଇଁ ଟଙ୍କା ରୋଜଗାର କରିବାକୁ ଯାଇଥିଲି ସେ ମାଆ ଆଉ ଏ ଦୁନିଆରେ ନାହିଁ । ମୁଁ ଏତେ ଅଭାଗା ଶେଷ ଥର ପାଇଁ ମାଆକୁ ଟିକେ ଦେଖି ପାରିଲିନି । କହି ଜୋରରେ କାନ୍ଦିବାକୁ ଲାଗିଲା । 


ଇଚ୍ଛା ହଉଥିଲା ତାକୁ ଟିକେ ଗେଲ କରି ବୁଝେଇବି । ଟିକେ ସାନ୍ତ୍ୱନା ଦେବି, କିନ୍ତୁ ସେ ଥିଲା କ୍ୱାରେଣ୍ଟାଇନ ଭିତର ପିଲା । ଇଚ୍ଛା ଥିଲେ ବି କିଛି କରିପାରିଲିନି । ସତରେ କେତେ କଷ୍ଟ??ଏ ଭିତରେ ମୋର ଡିଉଟି ସରି ଯାଇଥିଲା ତଥାପି ପିଲାଟିର ସେହି କାନ୍ଦ ମୁଁହ ଆଖି ଆଗରେ ନାଚି ଉଠୁଛି । 



Rate this content
Log in

Similar oriya story from Tragedy