STORYMIRROR

Priyadarshini Mishra

Tragedy Inspirational

3  

Priyadarshini Mishra

Tragedy Inspirational

ଅନ୍ତର୍ଦ୍ୱନ୍ଦ

ଅନ୍ତର୍ଦ୍ୱନ୍ଦ

2 mins
411


   ସୁଶାନ୍ତ ଆଜି ହାଲକା ଅନୁଭବ କରୁଛି। ମନ ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦକୁ ପ୍ରତିହତ କରିପାରିଥିବାରୁ ତାକୁ ଗଡ଼ ଜିତିଗଲା ଭଳି ଲାଗୁଛି।ଗତ ଦୁଇ ସପ୍ତାହ ଧରି ମନ ମଧ୍ୟରେ ଥିବା ଅନ୍ତର୍ଦ୍ୱନ୍ଦ ପାଇଁ ସେ ବହୁତ ମାନସିକ ଚାପରେ ରହିଥିଲା। ଆଜି ସେ ସବୁଥିରୁ ମୁକ୍ତ।ଶୃଙ୍ଖଳହୀନ ମୁକ୍ତ ବିହଙ୍ଗ ଭଳି ସ୍ୱାଧୀନ। ସବୁ ଫାଲତୁ ଚିନ୍ତାରୁ ମୁକ୍ତ ।

     ସୁଶାନ୍ତ ଏକ ଏମ.ଏନ.ସି ରେ ସଫ୍ଟୱେର ଇଞ୍ଜିନିଆର।ଉଚ୍ଚ ବେତନଧାରୀ , ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି।ପରିବାର କହିଲେ ସେ ନିଜେ ଓ ତା'ର ବାପା। ପଞ୍ଚମ ଶ୍ରେଣୀ ପଢୁଥିଲା ବେଳେ ତା ବୋଉର ଦେହାନ୍ତ ହୋଇଥିଲା।ବନ୍ଧୁବାନ୍ଧବ ସମସ୍ତେ ବାପାଙ୍କୁ ଦ୍ବିତୀୟ ବିବାହ କରିବା ପାଇଁ ପ୍ରବର୍ତ୍ତ।ଇଥିଲେ ।କିନ୍ତୁ ବାପା ସୁଶାନ୍ତ ପାଇଁ ଦ୍ଵିତୀୟ ବିବାହ କରିପାରିବେ ନାହିଁ ବୋଲି ସ୍ପଷ୍ଟ ଜଣାଇଦେଇଥିଲେ। ସରକାରୀ ଚାକିରୀ କରିଥିବା ବାପା ନିଜ ଚାକିରୀ ସହ ଘର ଓ ସୁଶାନ୍ତ ର ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଥିଲେ। ବାପାଙ୍କ ସ୍ନେହ ଶ୍ରଦ୍ଧ। ପାଇ ସୁଶାନ୍ତ ତା'ମାଆର ଅଭାବ ଭୁଲିଯାଇଥିଲା। ଯେତେ ଅସୁବିଧା ଥିଲେ ମଧ୍ୟ ବାପା ସୁଶାନ୍ତର ସୁବିଧାକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ। ସୁଶାନ୍ତର ପୋଷାକ ଠାରୁ ଆରମ୍ଭ କରି ସ୍କୁଲ କଲେଜ ,ପାଠ ପଢା କେଉଁଥିରେ ହେଲେ ବାପା ତାକୁ ଅଭାବ ବୋଧ ହେବାକୁ ଦେଇନାହାନ୍ତି।ସବୁ ଅସୁବିଧାର ନିଜେ ସମ୍ମୁଖୀନ ହୋଇ ସୁଶାନ୍ତକୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ତାଙ୍କର ତ୍ୟାଗ ଓ ବଳୀଦାନ ଯୋଗୁଁ ସୁଶାନ୍ତ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛି।

      ବିଗତ ବର୍ଷେ ହେଲା ପରାଲିସିସ ଯୋଗୁଁ ବାପା ସମ୍ପୂର୍ଣ ରୂପେ ସୁଶାନ୍ତ ଉପରେ ନିର୍ଭରଶୀଳ। ନିଜର ନିତ୍ୟକର୍ମ କରିବା ପାଇଁ ମଧ୍ୟ ଅକ୍ଷମ।ହ୍ବିଲଚେୟ।ରରେ ଚଳ ପ୍ରଚଳ କରିପାରୁଥିଲେ ମଧ୍ୟନିଜର ସମସ୍ତ କାମ ପାଇଁ ସୁଶାନ୍ତର ସାହାଯ୍ୟ ଆବଶ୍ୟକ କରନ୍ତି।ଅଫିସରେ କାମର ଚାପ, ଘରେ ଘରର ସବୁ କାମ ସାଙ୍ଗକୁ ରୁଗ୍ଣ ବାପାଙ୍କ ସବୁ ଦାୟିତ୍ୱ ନେଇ ନେଇ ସୁଶାନ୍ତ ଅଣନିଃଶ୍ବାସୀ ହେବାକୁ ଲାଗିଲା।ସେ ଯେମିତି ଏସବୁ କାମ କରିପାରିବ ନାହିଁ,ତା'କୁ ଏଭଳି ବୋଧ ହେଲା। ବହୁତ ଭାବି ଚିନ୍ତି ସେ ଏହାର ବିକଳ୍ପ ବାହାର କଲା।ବାପାଙ୍କ ସେବା ପାଇଁ ଜଣେ ଲୋକ ରଖିବା ପାଇଁ ସ୍ଥିର କଲା। କିନ୍ତୁ ସେ ଅଫିସ ଯିବା ସମୟରେ ଯଦି ଲୋକଜଣକ ବାପାଙ୍କ ସହ ଦୁର୍ବ୍ୟବହାର କରେ ତେବେ ସେ କଣ କରିପାରିବ, ଏହି ଚିନ୍ତାରେ ବିବ୍ରତ ହେବାକୁ ଲାଗିଲା। ଏହାପରେ ସେ ବାପାଙ୍କୁ ବୃଦ୍ଧ।ଶ୍ରମରେ ଛାଡ଼ିଦେବା ପାଇଁ ସ୍ଥିର କଲା। ସେଠାରେ ନିଜ ସମବୟସ୍କଙ୍କ ସହ ତାଙ୍କ ସମୟ କଟିଯିବ। ସୁଶାନ୍ତ ଅଧିକ ଟଙ୍କା ଖର୍ଚ୍ଚ କରିବା ଫଳରେ ସେଠାରେ ତାଙ୍କ ସେବା ଶୁଶ୍ରୁଷା ମଧ୍ୟ ଠିକ ଭାବେ ହୋଇପାରିବ।ଏହିଭଳି ଚିନ୍ତା କରି ସେ ବୃଦ୍ଧାଶ୍ରମ ସହ କଥା ବାର୍ତ୍ତ। କଲା। ସେମାନେ ମଧ୍ୟ ସୁଶାନ୍ତର ସର୍ତ୍ତ ରେ ରାଜି ହୋଇଗଲେ।

     ତାପରଦିନ ବାପାଙ୍କୁ ନେଇ ସେ ବୃଦ୍ଧାଶ୍ରମ ଗଲା।ଗାଡ଼ିରୁ ବାହାରି ବାପାଙ୍କ ହ୍ବିଲଚେୟାର ଠେଲି ଠେଲି ବୃଦ୍ଧାଶ୍ରମ ର ଗେଟ ପର୍ଯ୍ୟନ୍ତ ଗଲା ବେଳେ ସୁଶାନ୍ତର ଅନେକ ଅତୀତ କଥା ମନେ ପଡୁଥିଲା। ବାପା ଏଭଳି ତାକୁ ସ୍କୁଲରେ ନେଇ ଛାଡ଼ୁଥିଲେ,ଯେଭଳି ସେ ଆଜି ବାପାଙ୍କୁ ବୃଦ୍ଧାଶ୍ରମ ଆଣିଛି।ସେତେବେଳେ ସେ ଅବୋଧ ଥିଲା। ଆଜି ରୋଗଗ୍ରସ୍ତ ବାପା ଅବୋଧ ଅଛନ୍ତି। ସେ ସ୍କୁଲ ସମୟ ପରେ ଘରକୁ ଫେରୁଥିଲା।ବାପା କିନ୍ତୁ ବୃଦ୍ଧାଶ୍ରମରେ ରହିବେ। ଏହି କଥା ଭାବୁ ଭାବୁ ବାପାଙ୍କୁ ନେଇ ତା' ମନରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଶେଷ ହୋଇଯାଇଥିଲା। ସେ ବାପାଙ୍କୁ ବୃଦ୍ଧାଶ୍ରମ ରେ ନଛାଡି ସାଙ୍ଗରେ ନେଇ ଘରକୁ ଫେରିଥିଲା।


Rate this content
Log in

Similar oriya story from Tragedy