ଅନ୍ତଃସ୍ୱର
ଅନ୍ତଃସ୍ୱର


ଏହା ମଧ୍ୟରେ ୪୦ ବର୍ଷ ଅତିକ୍ରାନ୍ତ ହୋଇଗଲାଣି । ଏତେ ବର୍ଷର ଲମ୍ବା ବ୍ୟବଧାନ ଭିତରେ ତାଙ୍କର ରିଟାର୍ଡମେଂଟ୍, ପୁଅଝିଅ ବାହାଘର, ବାପାବୋଉଙ୍କ ମୃତ୍ୟୁ ଓ ପ୍ରାଣପ୍ରିୟା ବିନୀର ଅସ୍ୱାଭାବିକ ମରଣ ପ୍ରଭୃତି ତାଙ୍କ ମନରୁ ଏଯାଏ ଲିଭିନି । ବିନୀ କଥା ମନେ ପଡିଲେ ସେ ଦୁଃଖରେ ଭାଙ୍ଗି ପଡନ୍ତି । ଏ ବୟସରେ ତାଙ୍କର ସେବା ଶୁଶ୍ରୁସା କରିବାକୁ ପାଖରେ କେହି ନାହାନ୍ତି । ପୁଅବୋହୂ ବହୁ ଦୂରରେ ରହୁଛନ୍ତି । ଝିଅମାନେ ବି ୨/୩ ବର୍ଷରେ ଥରେ ଆସି ତାଙ୍କୁ ଦେଖା କରିବାକୁ କଷ୍ଟ ହେଉଛି । ଏତେ ବଡ ଘରଟାରେ ସେ ଏକା । ଦୁଇଟା ଚାକର ପୂଜାରୀକୁ ଛାଦିଦେଲେ, ଦେଖାଶୁଣା କରିବାକୁ ନିଜର ବୋଲି କେହି ନାହାନ୍ତି । ପୁଅ, ଝିଅ, ବୋହୂ, ନାତି, ନାତୁଣୀ ସମସ୍ତେ ଥାଇ ବି କେହି ନଥିଲା ପରି ନିସଙ୍ଗ ଜୀବନ ଅତିବାହିତ କରୁଛନ୍ତି ପ୍ରଭାକର ବାବୁ । ଏ ଦୁଃଖକଷ୍ଟ ଜୀବନ ମଧ୍ୟରେ ତାଙ୍କର ବଂଚିବା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।