STORYMIRROR

Lipi Sahoo

Inspirational

3  

Lipi Sahoo

Inspirational

ଅନନ୍ୟ ପୃଥିବୀ

ଅନନ୍ୟ ପୃଥିବୀ

1 min
236

ରାତିର ସହର ଖୁବ୍ ଭୋକିଲା । ଲୋଲୁପ ଆଖି ସବୁ ଯେମିତି ଘୂରି ବୁଲୁ ଥାଏ । କି ଅସହାୟ ଏକ ନାରୀର ଜୀବନ?ଦିବା ଆଲୋକରେ ଯେଉଠି ସୁରକ୍ଷା ନାହିଁ, ଆଧ ରାତିରେ ଅଳକା ନିଜକୁ କୋଉଠି ଲୁଚାଇବ??? ଆଗରେ ଲମ୍ବା ରାସ୍ତା, ଚାଲିଛି ତ ଚାଲିଛି । ଗୋଟିଏ ପିଶାଚର ଅତ୍ୟାଚାରରୁ ନିଜକୁ ବଞ୍ଚେଇ ଆଣି ସତେ ଯେମିତି ଶହ ଶହ ପିଶାଚ ଙ୍କୁ ଆମନ୍ତ୍ରଣ ଦେଇ ଦେଇଛି। ସତରେ କ'ଣ ଈଶ୍ୱର ଏମିତି ଏକ ସୃଷ୍ଟିର ସର୍ଜନା କରିଥିଲେ?? ହଠାତ୍ ଗୋଟେ ବାଇକ୍ ବ୍ରେକ ମାରିଲା ତା'ପାଖରେ ଆସି। "ମାଡାମ୍ ଏତେ ରାତିରେ କୁଆଡେ ଯାଉଛନ୍ତି"??" ପୁଣି ଏକା ଏକା"। ହେଉ, କୁହନ୍ତୁ ଘର କେଉଁଠି , ମୁଁ ଛାଡିଦେବି । ଅଳକାର ଚେତା ପଶିଲା, ଯେଉଁ ପିଶାଚ ପାଇଁ ବାପା ମାଁ ଙ୍କ ସହ ଲଢ଼ି ଘର ଛାଡ଼ିଲା ସେ ପୁଣି ଘରକୁ ଫେରିବ? ଆଉ ଉପାୟ ବା କ'ଣ ଅଛି? କିଛି ଆଉ ନ ଭାବି ବାଇକ୍ ପଛରେ ବସିଗଲା, ଘରର ଠିକଣା କହି। ସତେ ଯେମିତି ପାଲଟି ଯାଇଥିଲା ଜିଅନ୍ତା ଶବ। ବାଇକ୍ ଯୋର୍ ରେ ବ୍ରେକ ମାରିଲା ,ଚମକି ଉଠିଲା ସେ। ଘରର ଗେଟ୍ ସାମ୍ନା ରେ ଠିଆ ହେଇଥିଲା। "ଘର ଆସିଗଲା ମ୍ୟାମ"। ସତରେ ପୃଥିବୀ ଖୁବ୍ ସୁନ୍ଦର। ଘୃଣାରେ ପୁରିଥିବା ଛାତି ଭିତରେ ଏକ ଅନନ୍ତ ପ୍ରେମର ଫଲଗୁ ବୋହୁଥିଲା।।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational