STORYMIRROR

BIBHUTI BHUSAN SWAIN

Inspirational

4  

BIBHUTI BHUSAN SWAIN

Inspirational

ଅଣୁ ଗଳ୍ପ- ଶତ୍ରୁ

ଅଣୁ ଗଳ୍ପ- ଶତ୍ରୁ

2 mins
465


ଜଣେ ହୃଦୟବାନ୍,ମେଳାପୀ ତଥା ବିଶିଷ୍ଟ ବ୍ୟବସାୟୀ ସେଠ୍ ମୋହନଲାଲଙ୍କ ଅକାଳ ମୃତ୍ୟୁ ଖବର ଶୁଣି ସାରା ସହରଟା ସ୍ତବ୍ଧ ହୋଇଗଲା । ଆହା! ଜଣେ ଭଲ ଲୋକ ଆର ପାରିକୁ ଚାଲିଗଲେ...ବିଚରାଟା...ଭଲ ଲୋକମାନଙ୍କୁ ସବୁବେଳେ ଭଗବାନ ନିଜ ପାଖକୁ ଅତି ଶୀଘ୍ର ନେଇଯାନ୍ତି ...ଏଭଳି ନାନା କଥା କହି ସେଠଙ୍କ ପ୍ରତି ନିଜ ନିଜର ସମବେଦନା ଜଣାଉଥାନ୍ତି ଜନତା । କ୍ରମେ ସେଠଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଗୃହରେ ଭିଡ ବଢୁଥାଏ । କେହି କେହି ଅତି ବିଶିଷ୍ଟ ବ୍ୟକ୍ତି ଫୁଲମାଳାଟିଏ ସେଠଙ୍କ ମରଶରୀରରେ ଦେଇ ନିଜର ଶ୍ରଦ୍ଧାସୁମନ ଅର୍ପଣ କରୁଥାନ୍ତି । ଶେଷରେ ସହରର ଅନତି ଦୂରରେ ଥିବା ଶ୍ମଶାନରେ ଅନ୍ତିମ ସତ୍କାର ପାଇଁ ସେଠଙ୍କ ପରିବାରବର୍ଗଙ୍କ ତରଫରୁ ସ୍ଥିର କରାଗଲା । 


ଏକ ବିଶାଳ ଶୋଭାଯାତ୍ରାରେ ମୋହନଲାଲଙ୍କ ମରଶରୀରକୁ ନିଆଯାଉଥାଏ । ପଟୁଆରରେ ସାମିଲ ଥାଆନ୍ତି ସେଠଙ୍କ ପରିବାରବର୍ଗଙ୍କ ସହ କିଛି ଉତ୍ସାହୀ ବ୍ୟବସାୟୀ । ହଠାତ୍ ପଟୁଆରର ଶେଷ ଭାଗରେ ଦେଖାଗଲା ଏକ ଅଭାବନୀୟ ଦୃଶ୍ୟ । ସେଠ ମୋହନ ଲାଲଙ୍କୁ ନିଜର ଚିର ଶତ୍ରୁ ମଣୁଥିବା ତଥା ଗ୍ରାହକମାନଙ୍କ ସମ୍ମୁଖରେ ମୋହନଲାଲଙ୍କ ପ୍ରତି ବିଦ୍ରୁପଭରା ମନ୍ତବ୍ୟ ପ୍ରଦାନ କରି ନିଜ ବିଦ୍ୱେଷ ଭାବକୁ ପରିପ୍ରକାଶ କରୁଥିବା ସହରର ଅନ୍ୟ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସେଠ ମାଖନଲାଲ ସେହି ପଟୁଆରରେ ସାମିଲ ଥିଲେ । ମୁଁ କୌତୁହଳ ଦମନ କରି ନ ପାରି ସେଠଙ୍କ ପାଖକୁ ଯାଇ ଏହାର କାରଣ ପଚାରିଲି । ଯଦିଓ ସେଠ୍ ମାଖନଲାଲଙ୍କର ଜଣେ ବିଶ୍ୱସ୍ତ ଗ୍ରାହକ ଭାବରେ ମୁଁ ପୂର୍ବରୁ ପରିଚିତ ଥିଲି,ତେଣୁ ବିନା ସଙ୍କୋଚରେ ସେଠଙ୍କୁ ପଚାରିଥିଲି ପ୍ରଶ୍ନଟି ମୁଁ । ଲୁହ ଛଳଛଳ ଆଖିରେ ସେଠ ମାଖନଲାଲ କହିଲେ- "ତୁମେ ବୋଧ ହୁଏ ମୋହନଲାଲଙ୍କୁ ମୋର ଶତ୍ରୁ ବୋଲି ଭାବୁଛ । କିନ୍ତୁ ସେ ମୋର ଶତ୍ରୁ ନ ଥିଲେ,ଥିଲେ ମୋର ଜଣେ ହିତାଙ୍କାଂକ୍ଷୀ ବନ୍ଧୁ । କାରଣ- ଜୀବନରେ ଯେତେବେଳେ ମୁଁ ଏଇ ସହରକୁ ନୂଆ କରି ଆସି ବ୍ୟବସାୟ କରିବା ଆରମ୍ଭ କଲି, ସେତେବେଳେ ସେ ମୋତେ ନିଜ ଅଭିଜ୍ଞତାରୁ ମାର୍ଗ ଦର୍ଶନ ଦେଉଥାନ୍ତି । ପୁଣି ମୁଁ ମୋର ବ୍ୟବସାୟରେ ଯେତେବେଳେ ବୁଡି ଯାଇଥିଲି,ସେ ବନ୍ଧୁଟିଏ ଭଳି ଅଯାତିତ ଆର୍ଥିକ ସହାୟତା ଦେଇ ମୋର ବ୍ୟବସାୟୀ ଜୀବନକୁ ପୁନରୁଦ୍ଧାର କରିଥିଲେ । ପରନ୍ତୁ ଏତେ ସବୁ କଲା ପରେ ସେ ମୋ ସହିତ କରିଥିଲେ ଏକ ଅଦ୍ଭୂତ ସର୍ତ୍ତ । ସର୍ତ୍ତ ଅନୁଯାୟୀ ମୁଁ ତାଙ୍କୁ ସବୁବେଳେ ଜଣେ ପ୍ରତିଦ୍ବନ୍ଦୀ ଭାବରେ ଦେଖିବି । କାରଣ- ପ୍ରତିଦ୍ୱନ୍ଦୀ ନ ରହିଲେ ଜୀବନରେ ଉନ୍ନତି ହେବ ନାହିଁ ବୋଲି ସେ ବିଶ୍ବାସ କରୁଥିଲେ । ଆଉ ତାଙ୍କରି କଥାକୁ ସମ୍ମାନ ଦେଇ ମୁଁ ତାଙ୍କୁ ପ୍ରତିଦ୍ୱନ୍ଦୀ ଭାବରେ ଦେଖୁଥିଲେ । ତେଣୁ ସେ ଥିଲେ ମୋ ଜୀବନର ଗୁରୁ,ପଥ ପ୍ରଦର୍ଶକ । ଏଥର ତୁମେ କୁହ, ଏଭଳି ଜଣେ ଦେବଦୂତକୁ ମୁଁ କଣ କେବେ ଅସମ୍ମାନ କରି ପାରିବି?"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational