Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

BIBHUTI BHUSAN SWAIN

Others

2  

BIBHUTI BHUSAN SWAIN

Others

ଗୁରୁ ଦିବସ

ଗୁରୁ ଦିବସ

2 mins
332



--------ଏକ----------

"ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁ ଦେବ ମହେଶ୍ୱର....ଗୁରୁଙ୍କ ବିନା କୌଣସି କାର୍ଯ୍ୟ ସିଦ୍ଧି ଲାଭ ହୁଏ ନାହିଁ । ଜଗତର କଲ୍ୟାଣ ନିମନ୍ତେ ଗୁରୁ ସ୍ୱୟଂ ଈଶ୍ୱରଙ୍କ ରୂପରେ ଏ ଧରା ପୃଷ୍ଠରେ ଅବତାରଣ କରିଥାନ୍ତି । ତେଣୁ ଗୁରୁ ହିଁ ଆମ୍ଭର ପୂଜ୍ୟ ଅଟନ୍ତି । ତାଙ୍କର ପ୍ରତ୍ୟେକ ବାଣୀକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବା ଆବଶ୍ୟକ । ତେଣୁ ଆଜିର ଏହି ପାବନ ଅବସରରେ ମୁଁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଅନାବିଳ ଭକ୍ତି ଅର୍ଘ୍ୟ ସମର୍ପଣ କରିବା ସହ ସମସ୍ତ ଗୁରୁଙ୍କୁ ଭକ୍ତିପୂତ ପ୍ରଣାମ ଜଣାଉଛି ।"- ପବିତ୍ର ଗୁରୁ ଦିବସ ଅବସରରେ ମାଇକ୍ରୋଫୋନ ସାମ୍ନାରେ ଅଭିଭାଷଣ ଦେଉଥିଲା ବିଗତ ସାତ ବର୍ଷ ଧରି ବିଦ୍ୟାଳୟର ଉତ୍ତମ ଛାତ୍ରୀ ରୂପେ ପରିଗଣିତ ହେଉଥିବା ମେଧାବୀ ଛାତ୍ରୀ ଅଙ୍କିତା ।

ବେକରେ ଗେଣ୍ଡୁମାଳା ପିନ୍ଧି ଚନ୍ଦନ ତିଳକ ଲଗାଇ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ବସି ଗୁରୁର ମର୍ଯ୍ୟାଦା ରକ୍ଷା କରିଥିବା ଦୁଃଶାସନ ମାଷ୍ଟ୍ରେ ଅଙ୍କିତାର ଭାଷଣ ଶୁଣି ମନେ ମନେ ନିଜକୁ ଧିକ୍କାର କରୁ କରୁ ଚିନ୍ତା କରୁଥିଲେ- "ଯଦି ସେ ସାମାନ୍ୟ କେତେଟା ଟଙ୍କା ବିନିମୟରେ ପ୍ରଶ୍ନ ପତ୍ର ବିକ୍ରୀ କରି ନ ଥାନ୍ତେ, ତେବେ ଅଙ୍କିତା ଆଜି ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ହୋଇ ପାରିଥାନ୍ତା ।

-----------------ଦୁଇ-----------

ଜଣେ ଆଦର୍ଶ,ନୀତିନିଷ୍ଠ ତଥା କର୍ତ୍ତବ୍ୟପରାୟଣ ଶିକ୍ଷକ ଭାବରେ ଖ୍ୟାତି ଲାଭ କରିଥିବା ଦିବାକର ସାର ଯେଉଁ ଦିନ ପରୀକ୍ଷାରେ କପି କରୁଥିବାର ଦେଖି ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକଙ୍କ ପୁଅକୁ ହଲରୁ ବାହାରକୁ ବାହର କରି ଦେଇଥିଲେ, ସେହିଦିନ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ମନେ ମନେ ପ୍ରମାଦ ଗଣୁଥିଲେ । ଆଜି ନିଶ୍ଚୟ କିଛି ଅଘଟଣ ଘଟିବ,ଏଇକଥା ସମସ୍ତେ ଚିନ୍ତା କରୁଥିବା ବେଳେ ସମସ୍ତ କଳ୍ପନାକୁ ଭୁଲ ପ୍ରମାଣିତ କରି ସମ୍ପାଦକ ମହୋଦୟ ଦିବାକର ସାରଙ୍କ ପିଠିକୁ ଥାପୁଡେଇ ସମସ୍ତଙ୍କ ସାମ୍ନାରେ ଘୋଷଣା କଲେ- "ବାସ୍ତବିକ ଆପଣ ଆମ ବିଦ୍ୟାଳୟର ଗର୍ବ ଆଉ ଗୌରବ । ଆପଣଙ୍କ ପରି ଜଣେ ମହାନ ଗୁରୁକୁ ପାଇ ଆମ ବିଦ୍ୟାଳୟ ଆଜି ଧନ୍ୟ ହୋଇ ଯାଇଛି । ଆପଣଙ୍କୁ ଗୁରୁଦିବସ ଅବସରରେ ବିଦ୍ୟାଳୟ ତରଫରୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯିବ ।" ସମ୍ପାଦକଙ୍କ କଥା ଶୁଣି ସମସ୍ତେ ଖୁସିରେ ତାଳି ମାରିଲେ । ଗୁରୁ ଦିବସର ଅବ୍ୟାହତି ପୂର୍ବରୁ ବିଦ୍ୟାଳୟ ପରିଚାଳନା ସମିତି ତରଫରୁ ଦିବାକର ସାରଙ୍କୁ ମିଳିଥିଲା 'ଅତ୍ୟନ୍ତ ଗୋପନୀୟ' ଲେଖାଥିବା ଚିଠିଟିଏ । ସେଥିରେ ସମ୍ପାଦକଙ୍କ ସ୍ୱାକ୍ଷର ଥାଇ ଲେଖା ହୋଇଥିଲା- "ଆପଣ ଛାତ୍ରଛାତ୍ରୀମାନଙ୍କୁ ଅଶାଳୀନ ବ୍ୟବହାର ଦେଖାଇବା ସହ ସେମାନଙ୍କୁ ଅଯଥା ଦଣ୍ଡ ଦେଉଥିବାର ଅଭିଯୋଗ ପରିଚାଳନା ସମିତିର ହସ୍ତଗତ ହୋଇଛି । ତେଣୁ ଆପଣଙ୍କୁ କାର୍ଯ୍ୟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ କରାଗଲା ।

-----------------ତିନି------------

ଗୁରୁ ଦିବସରେ ସ୍କୁଲକୁ ନ ଯାଇ ଘରେ ଗୁରୁ ପୂଜା କରୁଥାଏ ପୁଅ । ପୁଅ ଉପରେ ବିରକ୍ତ ହୋଇ ଦାମ ବାବୁ ପୁଅ ପୂଜା କରୁଥିବା ପଢାଘର ଭିତରକୁ ପଶିଗଲେ । ଦେଖିଲେ,ତାଙ୍କର ଦାମିକା ଆଣ୍ଡଏଡ ମୋବାଇଲକୁ ପଢା ଟେବୁଲ ଉପରେ ରଖି ଫୁଲ୍,ଚନ୍ଦନ ଦେଇ ପୂଜା କରୁଛି । ପୁଅର ଏଭଳି କାରନାମା ଦେଖି କହିଲେ- "ହଇରେ ବାଳୁଙ୍ଗା, ସ୍କୁଲରେ ସାରମାନଙ୍କୁ ପୂଜା ନ କରି ଘରେ ମୋବାଇଲ ପୂଜା କରୁଛୁ । ତୋର ମୁଣ୍ଡରେ ଗୋବର ଅଛି ନା କଣ ?"

ବାପାଙ୍କ କଥା ନ ସରୁଣୁ ପୁଅ ଛିଗୁଲେଇ କରି ଉତ୍ତର ଦେଲା- "ବାପା,ଗୁରୁ କାହାକୁ କହନ୍ତି ଜଣିଛ ? ଗୁ ଶବ୍ଦର ଅର୍ଥ ଅନ୍ଧାର ଆଉ ରୁ ଶବ୍ଦର ଅର୍ଥ ହେଲା ଆଲୋକ । ମାନେ ଯିଏ ଅନ୍ଧାରରୁ ଆଲୋକକୁ ବାଟ ଦେଖାଇଥାଏ ସେହିଁ ଗୁରୁ ଅଟନ୍ତି । ଆଉ ଏହି ମୋବାଇଲ ପରା କ୍ଷଣିକ ମଧ୍ୟରେ ଦୁନିଆଁର ସମସ୍ତ କଥା କହି ଦେଇ ପାରେ । ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ ଠାରୁ ଆରମ୍ଭ କରି ଆମାଜନ ଜଙ୍ଗଲରେ ନିଆଁ ଲାଗିବା କଥା ହେଉ କିମ୍ବା ମ୍ୟାଡାମ କ୍ୟୁରୀଙ୍କ କେଉଁ ଯୁଗାନ୍ତକାରୀ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇଥିଲେ ଅବା ରାନୁ ମଣ୍ଡଳ କେତେଟା ବଲିଉଡ ଗୀତ ଗାଇ ସାରିଲାଣି ...ସବୁ ପରା ଟିପ ଅଗରେ ଅଛି । ଏତେ ସବୁ ଜ୍ଞାନ ରଖିଥିବା ମୋବାଇଲ ଗୁରୁଙ୍କ ପୂଜା କରିବିନି ତ କରିବି କାହାକୁ?



Rate this content
Log in