STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଅମୃତାଞ୍ଜନ

ଅମୃତାଞ୍ଜନ

3 mins
264

ଚା କପଟିକୁ ବଢ଼େଇ ଦେଇ ସ୍ୱାମୀଙ୍କ ହାତକୁ ତଳକୁ ଟଳି ପଡିଲେ ସୀମା. ଆଉ ଚା ପିଇବେ କଣ ସୀତାଂଶୁ ସୀମାକୁ ନେଇ ଦୌଡିଲେ ଡାକ୍ତରଙ୍କ ପାଖକୁ. ଜଣା ପଡିଲା ବ୍ରେନ ଷ୍ଟ୍ରୋକ. ଅପରସନ କରିବାକୁ ପଡିବ. ମୁଣ୍ଡରେ ହାତ ଦେଇ ବସିଲେ ସୀତାଂଶୁ.ପୁଅ ଦୁହିଁଙ୍କୁ ଖବର କଲେ ମାଆର ବ୍ରେନ ଅପରସନ ଟଙ୍କା ପଚାଶ ହଜାର ଲେଖାଏଁ ଯୋଗାଡ଼ କରି ଦୁଇପୁଅ ଦେଲେ ମାଆ ବଞ୍ଚିବ ନଚେତ ମରିଯିବ. ବଡ଼ପୁଅ କହିଲା ମୁଁ ଏବେ ଏତେ ପଇସା କୋଉଠୁ ଦେବି ବାପା, ତୁମେ ବରଂ ଜମି ବିକ୍ରୀ କରିଦିଅ. କିନ୍ତୁ ମୋ ଭାଗ ପଇସା ମତେ ଦେବ କାରଣ ଏଇ ଦୁଇ ମାସ ଭିତରେ ଭୁବନେଶ୍ୱରରେ ଗୋଟେ ପ୍ଳାଟ ଘର ବହିନା ପାଇଁ ମତେ ଏକଲକ୍ଷ ଟଙ୍କା ଯୋଗାଡ଼ କରିବାକୁ ହେବ. ସାନପୁଅ କହିଲା ବାପା ପଚାଶ ହଜାର ତ ଏବେ ମୋ ପାଖେ ନାହିଁ କିନ୍ତୁ ଜମି ବିକ୍ରୀ ହେଲେ ମୋ ଭାଗ ମତେ ଦେବ ମୁଁ ଗୋଟେ ନୂଆ ଗାଡି କିଣିବି. ବାପାଙ୍କ ମୁଣ୍ଡରେ ବଜ୍ର ପଡିଲା କିନ୍ତୁ ଆଗେଇ ଆସିଲେ ବନ୍ଧୁ ବ୍ରଜସୁନ୍ଦର. ଅପରେସନ ହୋଇଗଲା ପରେ ସୀମା ନିଦରେ ବିଳିବିଳେଇ ହୋଇ କହୁଥିଲେ ମୋର କିଛି ହୋଇନି. ମୋ ଦୁଇ ଟଙ୍କିଆ ଅମୃତରଞ୍ଜନ ସରିଯାଇଛି ବୋଲି ମୋ ମୁଣ୍ଡଟା କଣ ଟିକେ ହୋଇଗଲା. ଚୁପ ରହିବାକୁ ନିର୍ଦେଶ ଦେଉଥିଲେ ସ୍ୱାମୀ ସୀତାଂଶୁ. ଆଉ ଭାବୁଥିଲେ ସୀମାଙ୍କ କଥା.

   ପିଲାଦୁହିଁଙ୍କୁ ମଣିଷ କରିବା ପାଇଁ ନିଜ ଚାକିରୀ ଛାଡ଼ିଥିଲେ ସୀମା. ଖାଲି ସେତିକି ନୁହେଁ ପିଲାମାନଙ୍କ ପାଖରେ ରାତି ଅନିଦ୍ରା ହୋଇ ରହି ତାଙ୍କୁ ପାଠ ପଢ଼ାଉଥିଲେ. ସେମାନଙ୍କ ସମସ୍ତ ଆବଶ୍ୟକତା ପୁରଣ କରୁ କରୁ ଓ ତାଙ୍କ ଲୁଗାପଟା ସଫା, ବହିପତ୍ର ଝଡ଼ା ଥୁଆ ରଖା ସହ ରୋଗ ବୈରାଗ ହେଲେ ରାତି ରାତି ଅନିଦ୍ରା ରହି ପିଲାଙ୍କୁ ମଣିଷ କରୁ କରୁ ନିଜ ମୁଣ୍ଡ କଣ ହେଲେ ଦୁଇ ଟଙ୍କିଆ ଅମୃତାଞ୍ଜନ ଅଳ୍ପ ଘଷି ଦେଇ, ଡାକ୍ତର ଦେଖାଉନଥିଲେ, କାଳେ ନିଜ ପାଇଁ ପଇସା ଖର୍ଚ୍ଚ ହୋଇଯିବ ! ଭିତରେ ଭିତରେ ରୋଗ ବଢୁଥିଲେ ବି ପିଲାଦୁହିଁଙ୍କୁ ମଣିଷ ପରି ମଣିଷ କରିପାରିଛନ୍ତି ବୋଲି ମାନସିକ ଶାନ୍ତି ପାଉଥିଲେ ସତ, ହେଲେ କେତେ ଦିନ ରୋଗ ଲୁଚିବ!ଅପରସନ ବେଳେ ଦୁଇ ପୁଅ ସିନା ସାହାଯ୍ୟ କଲେନାହିଁ କିନ୍ତୁ ସେକଥାକୁ କେବେ ବିଶ୍ୱାସ କଲେ ନାହିଁ ସୀମା. ଶେଷକୁ ଜମି ବିକ୍ରୀ ଟଙ୍କାରେ ଋଣ ପରିଶୋଧ କଲେ ସୀତାଂଶୁ. ବଡ଼ପୁଅ ଓ ସାନପୁଅ ଯେବେ ଆସି ଭାଗ ମାଗୁଥିଲେ, ମାଆ ରୀତିମତ କଳି କରିଥିଲେ, ପିଲାମାନଙ୍କୁ ଉଚିତ ପ୍ରାପ୍ୟ ଦେବାକୁ ତ ସୀତାଂଶୁ ନିଜ ପ୍ରୋଭିଡ଼େଣ୍ଡ ଫଣ୍ଡରୁ ଟଙ୍କା କାଢ଼ି ଦେବାକୁ ବାଧ୍ୟ ହୋଇଥିଲେ.i

   ଏବେ ବଡପୁଅ ଯେବେ ତା ଝିଅ ପାଖେ ହଷ୍ଟେଲରେ ରହିବାକୁ ମାଆକୁ ନେବାକୁ ଆସିଥିଲା ଠିକ ସେତିକି ବେଳେ ସାନପୁଅ ତା ସ୍ତ୍ରୀର ଅନୁପସ୍ଥିତିରେ ତା ଘରକୁ ମାଆକୁ ନେବାକୁ ଆସିଥିଲା. ସୀମା ଥରେ ଚାହିଁଲେ ବଡ଼ପୁଅକୁ ଥରେ ଚାହିଁଲେ ସାନପୁଅକୁ ଆଉ କହିଲେ ତୁମ ଦୁହିଁଙ୍କର ସେଵା ପାଇଁ ଏବେ ମାର ଦରକାର କିନ୍ତୁ କେହି ତ କହୁନ ବାପାଙ୍କୁ ନେବା ପାଇଁ. ବାପା ଖାଇବେ କେମିତି,ଚଳିବେ କେମିତି, ତୁମେ ଦୁହେଁ ଯାଇପାର, ମୁଁ ବାପାଙ୍କୁ ଛାଡ଼ି ଏବେ ତୁମ ପାଖକୁ ଯାଇପାରୁନି. ସେଦିନ ରାତିରେ ସୀମାଙ୍କ ମୁଣ୍ଡ ବିନ୍ଧୁ ନଥିଲେ ମଧ୍ୟ ସୀତାଂଶୁ ସପ୍ରେମେ ଦୁଇଟଙ୍କିଆ ଅମୃତାଞ୍ଜନ ସୀମାଙ୍କ ମୁଣ୍ଡରେ ଲଗାଇ ଦେଲାବେଳେ କହୁଥିଲେ ଯା ହେଉ ଆଜି ଗୋଟେ ଉଚିତ ପଦକ୍ଷେପ ନେଇଛ ଜୀବନରେ. ଦୁଇ ସ୍ୱାର୍ଥପର ପୁଅଙ୍କୁ ଉଚିତ ଶିକ୍ଷା ଦେଇଛ. ସୀମା କହୁଥିଲେ ଆରେ ଦୁଇଜଣଙ୍କ ପାଖକୁ ଏକୁଟିଆ ମତେ ଭାଗ କଲେ କେମିତି ହେବ ବରଂ ବଡ଼ପୁଅ ନାତୁଣୀ ସଙ୍ଗେ ମୁଁ ଚାଲିଯାଉଛି ତୁମେ ସାନପୁଅ ସଂସାରକୁ କିଛି ଦିନ, ଛୁଟି ନେଇ ଚଳେଇ ନିଅନ୍ତ ନାହିଁ??ସୀତାଂଶୁଙ୍କ ହାତରୁ ଦୁଇଟାଙ୍କିଆ ଅମୃତାଞ୍ଜନଟା ଖସି ପଡି, ଗଡି ଗଡି ଯାଉଥିଲା ଦୂରକୁ. ସକାଳୁ ସକାଳୁ ବନ୍ଧୁ ବ୍ରଜସୁନ୍ଦରଙ୍କ ହାତକୁ ଚା କପ ବଢ଼େଇ ସୀମା ଆର କପଟି ସ୍ୱାମୀଙ୍କ ହାତକୁ ବଢେଇବାକୁ ଆଗେଇ ଗଲାବେଳେ ତଳୁ ଦୁଇଟଙ୍କିଆ ଅମୃତାଞ୍ଜନଟିକୁ ଉଠାଇ ବ୍ରଜସୁନ୍ଦର କହିଥିଲେ ନିଅ ସୀମା ଭାଉଜ, ତୁମ ଅମୃତାଞ୍ଜନ ଡବା ଏଠି ପଡିଯାଇଥିଲା. ସେଇଟା ଆଉ ଦରକାର ନାହିଁ ବ୍ରଜବାବୁ, ମୋ ନାତୁଣୀ ଏଥର ମୋ ପାଇଁ ବଡ଼ ଅମୃତାଞ୍ଜନ କିଣି ରଖିଛି. ହଷ୍ଟେଲରେ ଲଗାଇଦେବ କହୁଥିଲା ବରଂ ଆପଣଙ୍କ ବନ୍ଧୁଙ୍କ ପାଖରେ ଥାଉ କାମଦେବ କହି ଫେରିପଡୁଥିବା ସୀମାଙ୍କ ପଛପଟେ ସୀତଂଶୁ କହୁଥିଲେ ହାଏରେ କପାଳ. ସବୁ ଜାଣି ବ୍ରଜସୁନ୍ଦର ହସୁଥିଲେ ଠୋ ଠୋ. ସେଇଦିନ ରାତିରେ କିନ୍ତୁ ସୀତାଂଶୁ କୁଆଡେ ନିଦରେ ଅମୃତାଞ୍ଜନ ଅମୃତାଞ୍ଜନ କହି ବିଳିବିଳି ହେଉଥିଲେ ଢେର ରାତି ଯାଏଁ.



Rate this content
Log in

Similar oriya story from Abstract