ଅରୁନ୍ଧତୀ ଜେନା

Tragedy Inspirational

2  

ଅରୁନ୍ଧତୀ ଜେନା

Tragedy Inspirational

ଅମଣିଷ

ଅମଣିଷ

3 mins
10


         

        ଜୀବନ କେତେ ମୂଲ୍ଯବାନ ଆଉ ମଣିଷ ଜୀବନ ପାଇବା ଏତେ ସହଜ ନୁହେଁ ବୋଲି ଆମେ ସଭିଏଁ ଜାଣିଛେ। ଏସବୁ ଜାଣିବା ପରେ ବି ଟ୍ରାଫିକ ର ନିୟମ ନମାନି ବେପରୁଆ ହୋଇ ଗାଡି ଚଳାଇ ନିଜ ଜୀବନ କୁ କେତେ ଜଣ ମାଟି କରୁଛନ୍ତି ତାହା ଛଡା ନିରୀହ ମାନଙ୍କ ର ଜୀବନ କୁ କ୍ଷତି ପହଁଞ୍ଚାଇବା ନେଇ ଅବଶୋଷ ର ଲେଷ ମାତ୍ର ଚିହ୍ନ ନାହିଁ ସେମାନଙ୍କ ର ମୁହଁ ରେ। ଏଇ କାହାଣୀ ରେ ମୁଁ ମୋର ଅଙ୍ଗେନିଭେଇଥିବା ଦୁର୍ଘଟଣା ଟିକୁ କାହାଣୀ ଟି ମାଧ୍ଯମ ରେ ଉପସ୍ଥାପନା କରୁଛି।


        ସେଦିନ ଥାଏ ରବିବାର। ମୁଁ ମୋ ବାପାଙ୍କ ଘରେ ପୁଅକୁ ନେଇ ରୁହେ କାରଣ ଅଫିସ ଗଲେ ପୁଅ କୁ ଆଉ ରଖିବ କିଏ ବୋଲି। ସେଦିନ ମୋର ସ୍ୱାମୀ ପୁଅ କୁ ଦେଖିବା ପାଇଁ ଆସିଥା'ନ୍ତି। ଆମେ ପୁଅ କୁ ଛାଡି ଦେଇ ବାହାରିଲୁ ଚନ୍ଦ୍ରଭାଗା ବୁଲିବାକୁ। ଖରାଦିନ ଥାଏ, ମା' କହିଲା ସବୁବେଳେ ସେଇ ଅଫିସ ଯାଇ ଯାଇ ବ୍ୟସ୍ତ ଲାଗୁଥିବ, ଯାଅ ଦୁଇ ଜଣ ସମୁଦ୍ର କୂଳ ଆଡେ ବୁଲିଆସିବ। ହେଲେ ସଂଧ୍ଯା ହେବା ପୂର୍ବରୁ ଫେରିଆସିବ।ଆମେ ଦୁଇଜଣ ବାଇକ୍ ରେ ବାହାରିଲୁ ଚନ୍ଦ୍ରଭାଗା ଵେଳାଭୂମି ଅଭିମୁଖେ। ମୁଁ ଫୋନ୍ କଲି ମୋ ବଡ ବାପାଙ୍କ ଝିଅ ମାନଙ୍କୁ, କହିଲି ସମୁଦ୍ର କୂଳ ଯିବା ବୁଲିବା ପାଇଁ। ସେମାନେ କହିଲେ ଦିଦି ଆମେ ସାଇକେଲ ନେଇ ଆସିଛୁ କୋଣାର୍କ।ଲେଡିଜ୍ ଟେଲର୍ ପାଖରୁ ଡ୍ରେସ୍ ନେବା ପାଇଁ। ଆଉ ସାମ୍ନା ଘର ଭାଇଙ୍କ ର ଦୁଇ ପୁଅ ବି ଯାଇଛନ୍ତି କାରଣ ତାଙ୍କୁ ସାଇକେଲ ରେ କ'ଣ ସଜାଡିବାର ଅଛି। ଆମ ଘରଠାରୁ କୋଣାର୍କ ର ଦୂରତା ୬ କି. ମି। ୧୦ ରୁ ୧୫ ମିନିଟ୍ ଲାଗେ କୋଣାର୍କ ରେ ପହଞ୍ଚିବା ପାଇଁ। ମୁଁ କହିଲି ଏସ୍. ବି. ଆଇ ଏ. ଟି.ଏମ୍ ପାଖରେ ଥାଅ ଆମେ ଯାଇ ପହଞ୍ଚୁଛୁ। ସେମାନେ କହିଲେ ହଉ ତୁମେମାନେ ଆସ ,ଆମେ ଡ୍ରେସ୍ ଆଣି ଅପେକ୍ଷା କରିଥିବୁ।


          ତା'ର ପରେ ସେଇଠି ପହଞ୍ଚିବା ପୂର୍ବରୁ ଅନେକ ଥର ଫୋନ୍ କଲୁ। କେହିହେଲେ ଜଣେ ରିସିଭ୍ କଲେନି।ମୋତେ ଭାରି ଭୟ ଲାଗୁଥାଏ। ଭାବିଲି ଛୁଆଗୁଡ଼ାକ, ବୟସ ସେମାନଙ୍କ ର୧୦ ରୁ ୧୬ ବର୍ଷ ଭିତରେ ହେବ। ଆଉ କିଛି ଅସୁବିଧା ହେଲା କି? ସ୍ୱାମୀ କହୁଥା'ନ୍ତି ଆରେ ବ୍ୟସ୍ତ କାହିଁକି ହଉଛୁ?କିଛି ହେଇନଥିବ।


         ଆମେ ଯାଇ ପହଞ୍ଚିଲୁ। କହିଥିବା ଯାଗାରୁ ବହୁ ଦୂରରେ ଠିଆ ହେଇଛନ୍ତି ସେମାନେ। ବଡବାପାଙ୍କ ସାନ ଝିଅ ରାସ୍ତା ପାରି କଲାବେଳେ ପିଲା ଟେ ବାଇକ୍ ରେ ପିଟି ପଳେଇ ଯାଇଛି। ସେମାନେ ୧୦ ରୁ ବାର ଜଣ ପିଲା ୬ଟା ବାଇକ୍ ରେ ସମୁଦ୍ର କୂଳ ଆଡେ ଯାଉଥିବା ର ସେମାନେ ଅନୁମାନ କଲେ। ହାତ ରେ ମଦ ବୋତଲ। ଯେହେତୁ ୪ . ୧୫ ସମୟ ତେଣୁ ଖରାବେଳେ ଜନଗହଳି ନାହିଁ। ବହୁତ ଦୂରରୁ ଥିବା ଗାଡି ପାରି ହେଉଥିବା ପିଲାଟିକୁ ପିଟିଦେଲା, କିଛି ହେଲେ ଅବଶୋଷ ନାହିଁ ସେମାନଙ୍କ ମନରେ। ଛୁଆ ଟା ଛିଟିକି କରି ରାସ୍ତା ସାଇଡ୍ ରେ ଥିବା ଅନାବନା ଗଛ ଉପରେ ପଡିଛି। ଗୋଡ ରୁ ରକ୍ତ ବାହାରୁଛି, କିନ୍ତୁ ଦେହ ସବୁ ପଡିକି ଛେଚି ହେଇଯାଇଛି। ଯନ୍ତ୍ରଣା ରେ ସେ ଛଟପଟ ହେଉଛି। ତାକୁ ଉଠାଇ ମେଡିକାଲ ନେବେ କ'ଣ ?କାଳେ ପୋଲିସ୍ କେସ୍ ହେଇଯିବ ବୋଲି ଭୟରେ ପଳେଇଛନ୍ତି। ରାସ୍ତା ରେ ସେମାନଙ୍କ ହାତରୁ ଖସି ମଦ ବୋତଲ ଟିଏ ଭାଙ୍ଗି ଯାଇଛି। କେତେ ଅମଣିଷ, ମାନବିକତା ବୋଲି କିଛି ନାହିଁ। ଭୁଲ ନିଜର ,ପିଟି କି ଚାଲିଗଲେ ହେଲେ ଚିନ୍ତା ବୋଲି କିଛି ନାହିଁ।


      ସେମାନେ ଭୟ ରେ ଥରୁଥା'ନ୍ତି, ତାକୁ ବାଡେଇ ଦେଇ ସେମାନଙ୍କ ର ଥୁଆ ଯାଇଥିବା ସାଇକେଲ ରେ ମାଡ ହେଇଛନ୍ତି, ସାଇକେଲ ଚକା ବଙ୍କା ହେଇଛି, ଆଉ ଗଡୁନି ସାଇକେଲ। ସେମାନଙ୍କ ର ଚିନ୍ତା ଯେତିକି ନିଜ ପାଇଁ ନାହିଁ, ସାଇକେଲ ପାଇଁ ତା'ର ଠାରୁ ଅଧିକ। ଘରେ କହିବ କ'ଣ? ସ୍କୁଲ ଯିବେ କେମିତି? ଘରେ ଜଣା ପଡିଲେ ମାଡ ଖାଇବେ। ସ୍ୱାମୀ ମୋର କହିଲେ କିଛି ବ୍ୟସ୍ତ ହେବାର ଆବଶ୍ଯକ ନାହିଁ। କ୍ଲିନିକ କୁ ଯାଇ ବ୍ୟାଣ୍ଡେଜ୍ କଲୁ, ପେନ୍ କିଲର୍ ଆଣିଲୁ। ସାଇକେଲ ଦୋକାନ ରେ ନେଇ ସ୍ୱାମୀ ସାଇକେଲ ଠିକ୍ କଲେ। ସେ ମେଡିସିନ ଷ୍ଟୋର ବାଲା ମୋ ବାପାଙ୍କୁ ଜାଣିଛନ୍ତି, ମୁଁ କହିଲି ଭାଇନା ଆମ ଘରେ କହିବେନି ପ୍ଲିଜ୍। ଯଦି ବ୍ୟାଣ୍ଡେଜ୍ ଦେଖି ପଚାରନ୍ତି ଆମେ କହିବୁ ସେ ପଡିଗଲା। ହେଲେ କହିବୁନି କିଏ ଗାଡି ବାଡେଇ ଦେଇଛି ବୋଲି। ନହେଲେ ସେମାନଙ୍କ ର ବାହାରକୁ ବୁଲିଯିବା ବନ୍ଦ ହେଇଯିବ। ସେ କହିଲେ ନାଁ କହିବିନି।


        ଅବଶ୍ଯ ଘରେ ମୋ ସ୍ୱାମୀ ସେ କଥାକୁ ଆଡଜଷ୍ଟ କରେଇ ନେଇଥିଲେ। ହେଲେ ସେଦିନର ଘଟଣା କଥା ଭାବିଲେ ଆଜି ବି ଭୟ ଲାଗେ, ଦେହ ଶୀତେଇ ଉଠେ ଏକ ଅଜଣା ଭୟରେ। ଆଉ ମନରେ ଅନେକ ରାଗ, ରାଗିବାର କାରଣ ହେଉଛି ଯେ ଯାହା ଭୁଲ ଯୋଗୁଁ ଦୁର୍ଘଟଣା ହେଲା ସେ ପୋଲିସ କବଳରୁ ଖସିବା ପାଇଁ ମଣିଷ କୁ ମଲା ମୁହଁ କୁ ଠେଲି ଦେଇ ଚାଲିଗଲା। ଦୟାକରି ଏପରି କରି ଅମଣିଷ ହେବାର ପରିଚୟ ଦିଅନ୍ତୁ ନାହିଁ। ଦ୍ରୁତ ଗତି, ମହା ବିପତ୍ତି। ଦ୍ରୁତଗତି ରେ ଗାଡି ଚଲେଇ ନିଜ ସହ ଆଉ କାହା ଜୀବନ କୁ ବିପଦରେ ପକାନ୍ତୁ ନାହିଁ।



Rate this content
Log in

Similar oriya story from Tragedy