Nityananda Sahu

Tragedy Others

3  

Nityananda Sahu

Tragedy Others

ଅଲୋଡା ଜୀବନ

ଅଲୋଡା ଜୀବନ

19 mins
67


ଆଇ. ସି. ୟୁ.ରୁ ଦିଦି(ଷ୍ଟାପ ନର୍ସ ) ଙ୍କ ଉପରେରାଗ ତମ ତମ ହୋଇ ଡାକ୍ତର ମିନାକ୍ଷୀ ପଟ୍ଟନାୟକ ନିଜର କ୍ୟାବିନକୁ ହାତରେ ଡାଏରି ଧରି ପ୍ରବେଶ କଲେ । ହ୍ୟାଣ୍ଡ ସାନିଟାଇଜରରେ ହାତକୁ ସଫା କରି ବସି ପଡିଲେ ନିଜର ଚ୍ୟାୟରରେ ।

ଓଃ କି ଶାନ୍ତି ?

କେମିତି ଜୀବନ ହୋଇଗଲା , ଏଇ କ୍ଷଣି କଣ ହୋଇଯିବ ଏ ଜୀବନର ଭରଷା ନାହିଁ । ବୁଝି ହେଉନି ଆଜି ଯାଏ , ଏ ମଣିଷ କାହିଁକି ଏତେ ଲୋଭ ଆଉ ଗର୍ବ କରୁଛି । ଯେତେ ଧନରତ୍ନ କି ପ୍ରାଚୁଯ୍ୟରଖି ଜୀବନକୁ ସୌଖିନ ଉପଭୋଗ କଲେ ବି , କେହି ଜାଣି ପାରିବେନି ମାତ୍ର କେଇ ମିନିଟର ଖେଳରେ ଜୀବନ ଶେଷ ହୋଇ ଯାଉଛି । ଦେଖୁ ଦେଖୁ ଏ କରୋନାରୋଗ କୁଆଡୁ ଆସିଲା , କେତେ ଜୀବନ ନେଇ ସାରିଲାଣି ଚାଇନା ଆଉ ଇଟାଲୀରେ । ଏବେ ଭାରତରେ ଖେଳି ବୁଲି କାୟା ବିସ୍ତାର କରିବାକୁ ଲାଗିଲାଣି ।


ଚାକିରୀ ଜୀବନ ଭିତରେ କେବେ ଏମିତିକା କେସ୍ ର ଚିକିତ୍ସା ମୁଁ କରି ନାହିଁ । ଏମ୍ସ ପରି ଭାରତର ଚିକିତ୍ସାର ପ୍ରାଣ କେନ୍ଦ୍ରରେ ବି , ଏରୋଗର ନିରାକରଣ ପାଇଁ ପ୍ରତିଶୋଧ କ ନାହିଁ ? ଆସିବ ବା କେଉଁଠୁ !ଯେତେବେଳେ ବଡ଼ ବଡ଼ ଦେଶ ଆମେରିକା ଆଉ ଚାଇନା ଫେଲ ମାରିଲେ , ସେ ଜାଗାରେ ଭାରତର ଚିକିତ୍ସା ପ୍ରଦ୍ଧତି ଏତେ ଉନ୍ନତ ନ ହେଲେ ବି , ଅନ୍ୟ ଦେଶ ତୁଳନାରେ କିଛି ଟା ଟେକ୍ନୋଲୋଜିରେ ଉନ୍ନତି କରିଛି ।

ରାତି ଆସି 12 ଟା ହେବ । ଏଇ କେତେ ଦିନ ହେବ ନାଇଟ ଡିୟୁଟି ଚାଲିଛି ଯେ ରାହୁଲ(ପୁଅ)ର ଯତ୍ନ ବି ନେଇ ପାରୁନି । ତା ବାପା କଣ ଯେ କରୁଥିବେ !

ନିଜକୁ ଟିକେ ହଲକା ଅନୁଭବ କରିବା ପାଇଁ ଏ .ସି ତାପମାତ୍ରାକୁ ଟିକେ କମେଇ ଦେଲେ ।ରିମୋଟ ରଖିବା ଭିତରେ ନଜର ଆସିଲା , ଆଇଶୋଲେସନ ୱାର୍ଡରୁ ଫେରିଲା ବେଳେ ସାଥିରେ ନେଇ କି ଆସିଥିବା ଡାଏରୀ।

ସତରେ ଏ ପେସେଣ୍ଟ ଟି ସମସ୍ତ ଙ୍କ ଠାରୁ ଭିନ୍ନ । ଶୁଣୁ ଥିଲି ଓଡିଶାରେ ଘର । ନିଜରାଜ୍ୟର ପେସେଣ୍ଟ ହୋଇଥିବା ଜାଣିଚି । ଆଜି ସକାଳେ ବେଡ଼ରେ ଆଡ଼ମିଶନ ହୋଇଛି । ଖବର ବି ଦିଆ ହେଲାଣି ତାଙ୍କ ଘରକୁ ସକାଳୁ , ହେଲେ କେହି ବି ଏବେ ଯାଏ ଆସି ନାହାନ୍ତି ।

କିଛି ଦାୟିତ୍ୱ ନାହିଁ ?

ବସି ବସି ମୋବାଇଲରେ ସୋସିଆଲ ମିଡ଼ିଆର କିଛି ମେସେଜ ପଢି ସାରିଲା ପରେ ,ରାତ୍ରି ଟା ବା କେମିତି କଟିବ କିଛି ବୁଝି ପାରୁ ନ ଥାନ୍ତି ।


ଶେଷରେ ମନସ୍ତ କରନ୍ତି ସେ ଡାଏରୀକୁ ଖୋଲି ପଢିବା ପାଇଁ । କିଛି ତ ସେ ଡାଏରୀର ବିଶସ୍ୱତ୍ୱ ଅଛି । ଓଡ଼ିଆ ଲୋକ ଆଉ ଡାଏରୀ ଦେଖି ଲାଗୁଚି ନିଶ୍ଚିତ ସେ ଜଣେ ସାହିତ୍ୟ ପ୍ରେମୀ । ସେ ଯାହା ହେଉ ସମୟ ବିତେଇବା ପାଇଁ ଏ ଡାଏରି ଆଜିରାତିର ସାଥି ମୋର । କିନ୍ତୁ କାହାର ପ୍ରଶ୍ନନାଲ ଜୀବନକୁ ପଢିବା କଣ ଉଚିତ !

ନା ।। କିନ୍ତୁ ଉପାୟ ନାହିଁ । ତା ଛଡା ମୁଁ କେବେ ପଢିନି ସେମିତି ନୁହେଁ ? ମେଡିକାଲ କୋଚିଂ ସମୟରେ ମୁଁ ସୌମ୍ୟର ଡାଏରି ପଢେ ।


ସୌମ୍ୟ ! ମୋ ଜୀବନର ଏକ ଅତୀତ ଆଉ ସେ ଦିନର ସ୍ମୃତିର ନାୟକ । ଭୁଲି ତ ଯାଇଛି । ହେଲେ ଆଜି ଡାଏରୀ ଆଉ ଥରେ ଜୀବନ୍ତ କରିଦେଲା । ଛାଡ଼ ସେ ବା ଆଉ କଣ ତାଙ୍କର ମୀନାକୁ ମନେରଖିଥିବେ ? ବୋଧ ହୁଏ ନା !

ଫେରି ଆସେ ଅତୀତକୁ । ଡାଏରୀ ଖୋଲି ଦେଖେ , ପ୍ରଥମ ପେଜରେ ଲେଖା ହୋଇଛି :-

''' ଆଲୋଡ଼ା ଜୀବନ '''

ନାଁ - ଇଂ ସୌମ୍ୟରଂଜନ ସାହୁ ।।

ଏ କଣ ନାଁ ଧରୁ ଧରୁ ସୌମ୍ୟ । ସତରେ କଣ ଏ ମୋ ପ୍ରଥମ ପ୍ରେମର ନାୟକ ସୋମୁ ?

ଧୀରେ ଧୀରେ ପଢିବାକୁ ଆରମ୍ଭ କରେ ମିନାକ୍ଷୀ :-

ତା:- 16.3.20

ଦୀର୍ଘ ସାତ ଦିନର କମ୍ପାନୀ ୱର୍କ ସପ ସାରି ଆଉ ଗୋଟେ ଦିନର ଟୁର ପରେ , ମୁଁ ଫେରିଯିବି ମୋ ମାତୃଭୂମିକୁ । ଦିଲ୍ଲୀର କଳୁଷିତ ବାୟୁରୁ ମୁକ୍ତି ପାଇବି , ମୋ ଓଡିଶାର ପାଣି ପାବନରେ ଥିବା ମଧୁର ଆବେଗ , ସହରୀ ସଭ୍ୟତାର ଦିଲ୍ଲୀ ସହରେ କେଉଁଠି ଆସିବ । ଏ ମଲ୍ଟି କମ୍ପାନୀ ସବୁ ଏମିତି।


ଚାକିରୀ ଜୀବନର ପାଞ୍ଚ ବର୍ଷ ହେଲା ଟ୍ରାନସେଇୟା କମ୍ପାନୀରେ । ମେଡ଼ିକାଲକୁ ବିଭିନ୍ନ ସରଞ୍ଜାମ ସପ୍ଲାୟ କରେ । କିଛି ଟେକ୍ନିକାଲ ପାର୍ଟ ଖରାପ ହେଲେ ଆମେ ଯାଉ ଋପେୟାର କରିବାକୁ । ଆଜି ଟ୍ରେନିଂ ସରିଲା ।

କାଲି ସନ୍ଧ୍ୟା ପ୍ଲାଇଟରେ ଫେରିଯିବି ।

ତା:-17.3.3020

ସକାଳୁ ସମସ୍ତ ନିତ୍ୟ କର୍ମ ସାରି ମୁଁ ବାହାରି ଆସିଲି କମ୍ପାନୀକୁ । କିଛି ସମୟ କାମ କଲା ପରେ ମତେ ଅସୁସ୍ଥ ଲାଗିଲା । ମୋ ସହ ଅନ୍ୟ ସହ କର୍ମୀ ଆଉ ଜର୍ମାନରୁ ଆସିଥିବା ଟେକ୍ନିକାଲ ଏକ୍ସପୋର୍ଟ ସମସ୍ତ ଙ୍କୁ ଏମ୍ସ ଦିଲ୍ଲୀରେ ଆଡ଼ମିଶନ କରାଇ ଦିଆଗଲା ।

ମୋ କ୍ୟାବିନ ପାଖରେ ଅନ୍ୟ ସହକର୍ମୀ ବି ଥିଲେ । ସମସ୍ତେ ପଖା ପାଖିରହିଥିଲୁ କିନ୍ତୁ ସମ୍ପର୍କ ହୋଇ ପାରୁ ନ ଥାଏ। ନିଜକୁ ବୋରିଂ ଲାଗିବାରୁ ଡାଏରୀ କାଢି କିଛି ଲେଖିବା ଆରମ୍ଭ କରିଲି ।

ଥକି ଯାଇଥିବାରୁ କିଛି ସମୟ ଶୋଇପଡିଥିଲି , ଆଉ ସେ ସ୍ୱପ୍ନରେ ମୋ ଅଜାଣତରେ ଭେଟି ଥିଲି ବହୁ ଦିନ ପରେ ମୋ ପ୍ରିୟାକୁ । ଆଉ ଦେଖି ଥିବା ସ୍ବପ୍ନକୁ ସାଉଁଟି ନେଇଥିଲି ମୋ କଲମ ସାହାଯ୍ୟରେ ଡାଏରିରେ ।

ସେଇଥିରୁ କିଛି ସ୍ୱପ୍ନର ସ୍ମୃତି ଥିଲା ଏମିତି :-

କାହିଁକି ତୁମେ ମତେ ବାରମ୍ବାର ତୁମ କାମନର ଅଗ୍ନି ପ୍ରଜ୍ବଳିତ କରି , ଅତୀତରୁ ଆଉ ଥରେ ଜୀବନ୍ତ କରୁଛ । କେବେ ଠୁ ମୋରି ହାତରେ ମୋ ନିଜକୁ ମାରିଦେଛି , ତୁମ ହୃଦୟରେ । ତଥାପି କଣ ପାଇଁ ? ତୁମର ମୋ ପ୍ରତି ଏତେ ଆକର୍ଷଣ । ତୁମ ହୃଦୟର ଦରଦୀ ବେଳାରେ ମୋ ପରି କଠୋର ଅଭିସାରିକାକୁ କାହିଁକି ଜାଗ୍ରତ କରୁଛ । ସହି ପାରୁ ନି ଆଉ ମୁଁ । ମତେ ସ୍ୱାଧୀନତା ଦରକାର , ତୁମ ନିଃସ୍ୱାର୍ଥପର ଭଲ ପାଇବା ଠାରୁ । ଦୟାକରି ମତେ ମୁକ୍ତି ଦିଅ ତୁମ ବନ୍ଦୀ ହୃଦୟରୁ । ଅତୀତକୁ ଅତୀତରେ ମାରି ଦିଏ ସ୍ମୃତିର ସ୍ମଶାନରେ । ତା ହେଲେ ମୁଁ ଖୁସିରେରହି ପାରିବି ।


ଖୁସି ' ହଁ ତୁମକୁ କେବେ ଠୁ ମୁଁ ଦେଇ ସାରିଛି ମୋ ନୀରବତାରେ । ଫେରେଇ ଦେଇ ଥିଲି ତୁମର ସବୁ ଇଚ୍ଛାକୁ ମୋ କଠୋର ହୃଦୟକୁ ପଥର କରି । ମୁଣ୍ଡ ନୁଆଇଁ ଫେରି ଆସିଥିଲି ପରାହତ ନାୟକ ଟିଏ ସାଜି । ଏତିକିରେ କଣ ତୁମେ ଖୁସି ନୁହଁ ପ୍ରିୟେ ?

ତୁମେ ନ ହେଲ ନାହିଁ ! ତୁମର ସ୍ମୃତିରେ ତ ଦିଅ ମତେ ବଂଚିବାର ଅଧିକାର । ତୁମେ ନ ଥିବା ମୁହୂର୍ତ୍ତରେ ସେ ହିଁ ତ ମତେ କାନ୍ଧ ଦେବ ତା ବିସ୍ତାର ବାହୁରେ । ଭିଜେଇ ବ ମତେ ଛ' ଋତୁରେ ତୁମରି ସାଥିରେ କାଟି ଥିବା ପ୍ରତି ଟି ମୁହୁର୍ତ୍ତକୁ ଜୀବନ୍ତ କରି ମୋରି ସମ୍ମୁଖରେ । କଣ ସେତ କ ବି ମୋ ଠାରୁ ଛଡେଇ ନେବ ? ଏତେ ନିର୍ଦୟ ତୁମେ ହୁଅନି ପ୍ରିୟେ ?


ତୁମେ ଚାଲିଗଲା ପରେ କେମିତି ଜାଣିବ , ମୁଁ କେତେ ଜୀବନ୍ତ ଆଉ କେତେ ମୃତ । ବଂଚିରହିବି ମୁଁ ହୋଇ ସାରିଛି କାଠ । ଦେହର ପ୍ରତି ଟି କୋଷରେରକ୍ତ ବୋହି ପାରେ ,ଅମ୍ଳଜାନ ବି ନିଶ୍ୱାସ ପ୍ରଶ୍ୱାସରେ ଯିବା ଆସିବା କରି ପାରେ କିନ୍ତୁ ଅସ୍ତିତ୍ବ ମୋର ହୋଇ ଯାଇଛି ଶବ ।

କାହିଁକି ନା ମୁଁ ଅଛୁଆଁ ପ୍ରେମିକ ।

ଅବାସ୍ତବ ସ୍ବପ୍ନ କେବେ ବାସ୍ତବରୂପ ନିଏ ନାହିଁ । ସ୍ବପ୍ନ ହୋଇରହିଯାଏରାତିର ସେ ଲୁଚ କାଳି ଖେଳରେ । ନିଦ ଭାଙ୍ଗି ଗଲା ପରେ ସ୍ୱପ୍ନର ଆବେଗ ବର୍ତ୍ତମାନରେ ପାଲଟି ଯାଏ ହୃଦୟର ଶିଳା ଲିପି ହୋଇ । କେବଳ ଖୋଦିତରହି ଯାଏ ସିନା , ନା ତାକୁ କିଏ ପଢି ପାରେ ନା କିଏ କ୍ଷେତର ଗଭୀରତାକୁ ମାପି ପାରେ ।

କେବଳ ଆଘାତ ପାଇଥିବା ବ୍ୟକ୍ତି ହିଁ ଜାଣି ଥାଏ କ୍ଷେତର ଯନ୍ତ୍ରଣା କେତେ । ସହି ଯାଏ କିନ୍ତୁ କହି ପାରେ ନାହିଁ । କାହିଁକି ନା କହିଲେ ,ଶୁଣୁଥିବା ଲୋକ ଟି ଭାବିବ ହତାସିଆ ଟା !

ନୁଙ୍ଗୁରା ବୁଦ୍ଧି ଯେ କେହି ବି ଝିଅ ପଟୁ ଥିଲେ ସବୁ ଛାଡି ପଳାଉଥିଲେ ।

ଏ ଶ'କୁଆଡେ ସଛୋଟ ପ୍ରେମିକ ଥିଲା ?

ସାଙ୍ଗ ସାଥି ପାଖରୁ ଟାହି ଟାପରା ଶୁଣିବା ଅପେକ୍ଷା , ପରାହତ ହୋଇ ଏକତରଫାରହିଯିବା ହି ସହିଷ୍ଣୁତାର ପରିଚୟ ଦେଇଥାଏ ।

ବାସ ତା ପରେ ଆଉ ବା କଣ ?

ପ୍ରେମର ଅଗର ବତୀ ଟି କେବେଳ ହୃଦୟର ବେଳାରେ ଜଳି , ଦେହ ସାରା ତାର ବାସ୍ନାରେ ସମୋହନ କରି ପାରେ ସତ କିନ୍ତୁ ଦେହ ବାହାରକୁ ଆସି ଯଦି ମହକରେ ଲୋକ ଲୋଚନ ହୋଇଯିବ ତା ହେଲେ ମୋ ପ୍ରେମ ଜିତିବ କି ହାରିବ ଜଣା ନାହିଁ କିନ୍ତୁ ପ୍ରେମିକା ଆଖିର ଲୁହର ଭାଗିଦାରୀ ମୁଁ ହେଇଯିବି ନିଶ୍ଚିତ । ସେଥିପାଇଁ ବିଦାୟ ମୁହୂର୍ତ୍ତରେ କେବେଳ ସେଇ ଗୋଟିଏରାଣ ଥାଏ ।

ପ୍ଲିଜ ଖରାପ ଭାବିବନି । ମୁଁ ନିରୁପାୟ ।

ତୁମେ ବହୁତ ଭଲ , ମୋ ଠାରୁ ତୁମକୁ ଭଲ ଝିଅ ମିଳିବ । ମତେ ଭୁଲି ଯାଇ ତୁମେ ଭଲ ଝିଅ ଟିଏ ଦେଖି ବାହା ହୋଇ ଖୁସିରେ ଘର ସଂସାର କର ।

ମତେ କ୍ଷମା କରି ଦେବ ।

ଭଲ ପିଲା ! କିଏ ମୁଁ ?

ହସ ଲାଗେ ଏ ପ୍ରଶ୍ନର ଉତ୍ତର ଖୋଜି ଖୋଜି ।

କାହିଁକି ବା ଲାଗିବନି ।

ଯଦି ତୁମେ ଗ୍ରହଣ କରି ପାରିଲାନି ମତେ ତୁମ ଜୀବନରେ । ତା ହେଲେ ଆଉ କିଏ ବା କେମିତି ?

ବଡ଼ ନିଷ୍ଠୁର ଏ ହୃଦୟ , ଜାଣିଛି ହାରିବି ଅନ୍ୟ ମାନଙ୍କ ପରି ଏ ପ୍ରେମର ଖେଳରେ ! ତଥାପି ମନ ହରେଇ ବସି ଥିଲି ସେଇ ଅଫେରା ନାୟିକା ପାଖରେ ।

ବାଃରେ ଜୀବନ ' ଏହା ଠାରୁ ଆଉ କଣ ବା ଖୁସି ଦେବୁ ।

ହଠାତ ଅଦୃଶ୍ୟ ନାୟିକା ସହ ମିଳନ ଆଉ ବିଚ୍ଛେଦ ଭିତରର କଥୋପକଥନରୁ ଫେରି ଆସିଛି ସୌମ୍ୟ ଇଞ୍ଜେକ୍ସନର ଛୁଞ୍ଚିର ଆଘାତରେ ।ଓଃ ଦିଦି ଧୀରେ ଫୋଡନ୍ତୁ ନା । ମୋ ଅଧୁରା ସ୍ୱପ୍ନକୁ ସବୁ ଥର ପରି ଆଜିବି ଅଧାରଖି ଦେଲେ । ଆପଣଙ୍କର ହୃଦୟ ଅଛି ନା ନାହିଁ ।

ଏତେ ନିଷ୍ଠୁର କେମିତି ହୋଇପାରୁଛନ୍ତି ? (ହିନ୍ଦୀ କହିବାରେ ମୋର ଅଭ୍ୟାସ ନ ଥିବାରୁ ଓଡ଼ିଆ ବାହାରି ଆସିଲା ) ଭାବିଲି ଦିଦି କିଛି ବୁଝି ପାରୁ ନ ଥିବେ ।

ଦିଦି:- ବୟସରେ ତୁମେ ମୋ ପୁଅ ବୟସର (ଓଡ଼ିଆ କହୁଥିବା ଦେଖି ଦିଦି ଜଣକ ପ୍ରତି ମୋର ଆନ୍ତରିକତା ବଢିଗଲା ) ଆଜି ସକାଳୁ ଦେଖୁଛି ତୁମକୁ ବାବୁ ।

ହେଲେ ବୁଝି ପାରୁ ନାହିଁ , ତୁମେ ଏତେ ବିନ୍ଦାସ କେମିତି ?

ଦେଖନ୍ତୁ ଦିଦି (ଷ୍ଟାପ ନର୍ସ ) ଯାହା ଘଟିବାର ଥିବ ଅବଶ୍ୟ ଘଟିବ । ସେଥିପାଇଁ ଜୀବନରେ ଟେନ୍ସନ ନେବା କଣ ଦରକାର । ମୋ ଜୀବନରେ ଆଉ ବା କଣ ବାକିରହିଗଲାକୁହ । କର୍ତ୍ତବ୍ୟକୁ ନିଜର କର୍ମ ଭାବି ଆଜି ଯାଏ କରି ଆସୁଥିଲି ଆତ୍ମୀୟ ଜନ ଙ୍କ ପାଇଁ । କେବେ ନିଜ ପାଇଁ କିଛି ବି ଚାହିଁନି ।

ଚାହିଁନି ? ନା ଥରୁଟିଏ ମନରେ ଆଶା ହୋଇଥିଲା କାହାକୁ ଜୀବନର ସବୁକିଛି ଦେଇ ଆପଣେଇ ନେବା ପାଇଁ , କିନ୍ତୁ ପାରିଲିନି , କାହିଁକି ଜାଣେନା ?

ସେ ଦିନ ଠାରୁ ବଦଳେଇ ଦେଇଥିଲି ମୋ ନିଜକୁ , କାହାକୁ ନିଜ ଦୁଃଖ କହି କାନ୍ଧ କରି ଚାଲିବା ବାଟ ବାଛିବା ବଦଳେ , ଅନ୍ୟ ମାନଙ୍କ ପାଇଁ ମୁଁ କାନ୍ଧ ହୋଇଗଲି । ବୋହି ଚାଲିଲି ସମସ୍ତ ଙ୍କର ଯନ୍ତ୍ରଣା , ଦୁଃଖ , ଖୁସି , ଘୃଣା , ଧୋକାକୁ ଏଇ ମୋ କାନ୍ଧରେ । ଏଇ ଦେଖନ୍ତୁ ନା ଏ କାନ୍ଧ ଆଜି କେତେ ମଜବୁତ କିନ୍ତୁ ଏ କାନ୍ଧକୁ ଛ ଖଣ୍ଡ କାଠରେ ବୋହି କୋକେଇ ନେବା ପାଇଁ କିଏ ଆତ୍ମୀୟ ମିଳିବେ ତ ?

କି ପାପ କରିଥିଲି ?

କାହିଁକି ମୁଁ ଅଛୁଆଁ ହୋଇଗଲି ?

କାରଣ ମୁଁ ଭଲ ପାଇଲି ବେଶି ଆଉ ଘୃଣା କରୁଥିଲି କମ । ମୋ ଭଲ ପାଇବାର ମୂଲ୍ୟ ଆଜି ଏତେ ବେଶି ହୋଇଯାଇଛି ,ଯେ ନିଶ୍ୱାସ ମୁଁ କାହା ନାଁରେ ନେବି ଜାଣି ପାରୁନି !

ହାରିଲି କି ଜିତିଲି ଜାଣେନା । ତଥାପି ଲଢେଇ କରୁଛି ତ ନିଜ ଜୀବନ ଯାତ୍ରାରେ ଏକା ସାରଥୀ ହୋଇ । ଆଉ ବା କେତେ ଟା ଦିନ ? କିଏ ଜାଣେ କେବେ ନିଶ୍ୱାସ ଦେଖୁ ଦେଖୁ ଛାଡି ଚାଲି ଯିବ ମୋରି ଦେହ ।

ଦିଦି - ସେମିତିକୁହନି ବାବୁ ।ସବୁ ଇଶ୍ୱର ଙ୍କ ଇଛା ।

ତାଙ୍କ ବିନା ନିର୍ଦେଶରେ ଏଠି ଗଛ ବି ପତ୍ର ହଲାଇ ପାରେ ନାହିଁ।

ସୌମ୍ୟ :-

ଆଜି ବି ମନେ ପଡି ଯାଉଛି କିଶୋରକୁମାର ଙ୍କ ସେଇ ଗୀତ ।

ଜିନ୍ଦେଗି ପ୍ୟାର କା ଗୀତ ହେ

ଜିସେ ହର ଦିଲ କୋ ଗାନା ପଡେଗା ।।

ଜିନ୍ଦେଗି ଗମ କା ସାଗର ବି ହେ ,

ହସ କେ ଉସ ପାର ଜାନା ପଡେଗା ।।

********************************

ଜିନ୍ଦେଗି ଏକ ଏହେସାସ ହେ......

ଟୁ ଟେ ଦିଲ କି କୋଇ ଅସ ହେ.....

ଜିନ୍ଦେଗି ଏକ ବନବାସ ହେ ,

କାଟ କର ସବ କୋ ଜାନା ପଡେଗା

ଜିନ୍ଦେଗି ପ୍ୟାର କା ଗୀତ ହେ ..........

******************************

ଦିଦି:- ଏହା ସତ୍ୟ କିନ୍ତୁ ବାବୁ , ତୁମର କଣ ପରିବାର ନାହିଁ ?

ସୌମ୍ୟ :- ପରିବାର ! ହଁ ଅଛି ନା । ସ୍ତ୍ରୀ ଆଉ ଘରେ ଖଟରେ ପଡିଥିବାରୋଗୀଣା ମା ' ।

ମା ' ଶବ୍ଦ ଉଚାରଣରେ ଯେଉଁ ତୃପ୍ତି ମିଳେ , ସେ ନାଁ ଠାରୁ ଆଉ କିଛି ମିଠା ନାଁ ଦୁନିଆଁରେ ନାହିଁ । ଆଜି ଯଦି ସେ ଦେଖି ପାରି ଥାନ୍ତା ତା ପୁଅର ଏ ଅବସ୍ଥା , କଣ ମତେ ଏକା କରି ଛାଡି ଚାଲିଯାଇ ପାରି ଥାନ୍ତା । କେବେ ନୁହେଁ ।

କିନ୍ତୁ ପତ୍ନୀ ଯିଏ ବିବାହ ବେଦୀରେ ସାତ ଥର ଭେରା ନେଲା ବେଳେ ପାଦରେ ପାଦ ମିଶେଇ ଶପଥ କରିଥିଲେ, କେବେ ବି ଜୀବନରେ ଏକା ଛାଡି ଯିବେନି । ଏ ଇ ଆପଣ ତ ଦେଖୁଥିବେ , ଖବର ପଠେଇଛି ମୋ ଦେହ ଅସୁସ୍ଥ ଅଛି ଆଉ ମୁଁ ଏମ୍ସରେ ଅଛି । ଦିଲ୍ଲୀ ତ ପାଖରେ ନୁହଁ ଓଡିଶା ଠାରୁ , ସେ ନିଶ୍ଚିତ ଚେଷ୍ଟା କରୁଥିବେ ଆସିବା ପାଇଁ । ସତରେ ଦିଦି ଆପଣ ମହାନ , ପକୃତ ସେବା ଆପଣ ସମସ୍ତ ମେଡିକାଲର କର୍ମଚାରୀ ମାନେ ଦେଉଛନ୍ତି ।

ଗୋଟେ କଥା ପଚାରିବି , ଆପଣ କଣ ଭୟ କରୁ ନାହାନ୍ତି ।

ଦିଦି :- ଭୟ ! ହଁ କରୁଛୁ କିନ୍ତୁ କର୍ତ୍ତବ୍ୟ ହିଁ ଜୀବନର ବ୍ରତ ।

ସେ ସେବାରୁ ବଂଚିତ କେମିତି ଆମେ ହୋଇପାରିବୁ । ଧର୍ମ ସହି ପାରିବନି ।

ତୁମେ ବାବୁ ବ୍ୟସ୍ତ ହୁଅନି । ଆଜି ଡିୟୁଟିରେ ମେଡିକାଲର ଜଣେ ନାମୀ ମେଡ଼ିସିନ ସ୍ପେସିଆଲିଷ୍ଟ ଅଛନ୍ତି । ସେ ତୁମର କଣ ହୋଇଛି ଦେଖୁ ଦେଖୁ କହିଦେବେ । ଧର୍ଯ୍ୟର ସହ ଅପେକ୍ଷା କର , ସବୁ ଠିକ ହୋଇଯିବ ।

ମୁଁ ଏବେ ଆସୁଛି , ଆଉ ବାକି କ୍ୟାବିନ ବୁଲି ଇଞ୍ଜେକ୍ସନ ଦେବାକୁ ପଡିବ ।

ସତରେ କି ବିଚିତ୍ର ଏ ଦୁନିଆଁ , ଲକ୍ଷ ଲକ୍ଷ ଟଙ୍କା ପଡି ଥାଇ ବ୍ୟାଙ୍କ ଆକାଉଣ୍ଟରେ କି ଲାଭ , ଯଦି ମୋର କିରୋଗ ହୋଇଛି ଚିହ୍ନି ହେଉ ନାହିଁ ? ଶୀଘ୍ର ଭଲ ହୋଇ ଯିବା ପାଇଁ କାଲିରାତିରେ ପାଖରେ ଥିବା ପାରସିଟାମାଲ ଆଉ ଆଣ୍ଟିବାୟୋଟିକ ମେଡିସିନ ଖାଇଥିଲି , ହେଲେ ସକାଳୁ ଆଉ ଥରେ ବି ଜ୍ବର ।

*******************************

ମେଡିକାଲରେ ଗହଳ ଚହଳ ଭିତରେ , ଡାକ୍ତର ମ୍ୟାଡମ ଗୋଟି ଗୋଟି କ୍ୟାବିନି ଯାଇ ରୋଗୀଙ୍କରରୋଗ କଣ ହୋଇଛି ବୁଝା ସୁଝା କରିବା ସହ , ମେଡ଼ିସିନ ଆଉ ଟେଷ୍ଟ ପାଇଁ ଜୁନିୟର ମାନଙ୍କୁ ତାଗିଦ କରି କହୁଥାନ୍ତି । ଶେଷରେ ସୌମ୍ୟ ପାଖରେ ଆସି ପହଁଚିଲେ । ଦୂରରୁ ସୌମ୍ୟ ମ୍ୟାଡ଼ମ ଙ୍କୁ ଦେଖି ଦୋ ଦୋ ଚିହ୍ନା ହୋଉ ଥାଏ । ଦୀର୍ଘ ଦଶ ବର୍ଷ ପରେ ସେ ଦେଖୁ ଥିବା ମୀନା (ମିନାକ୍ଷୀ ) , କଣ ଏ ସିଏ ! ନା ନା ସେ ନୁହେଁ ।

ମ୍ୟାଡମ ଙ୍କ ପାଖରେ ଥିବା ଷ୍ଟାପ ନର୍ସ ଦିଦି ବି ନୂଆ , କେମିତି ଜାଣିବ ଏ ମୋ ମୀନା ନୁହେଁ ତ ?

ମ୍ୟାଡମ ଙ୍କ ହାତର ସ୍ପର୍ଶରେ, ମୋ ଦେହର ନାଡୀ ଭିତରେ କମ୍ପନ ବଢି ଗଲା ପରି ଲାଗିଲା । ସେ ସ୍ପର୍ଶରେ ଏମିତି ଚୁମ୍ବକୀୟ ଆକର୍ଷଣ କେଉଁଠୁ ଆସିଲା । ଚମକି ପଡିଲି ।


ଦେହରେ ନୂତନ ଉର୍ଜା ଖେଳି ଗଲା ପରି ଲାଗିଲା ।

ମୁଁ ସେମିତି ବେଡ଼ରେ ଶୋଇରହି ଥାଏ । ମୋ ପ୍ରେସକୁସନ ପ୍ୟାଡ଼ରେ କଣ ସବୁ ଲେଖିଲେ ।

ମ୍ୟାଡମ :-ହୋୟର ଆର ୟୁ କମ ଫର୍ମ

ସୌମ୍ୟ :- ଓଡିଶା ।

ତା ପରେ ମୋ ସହ ମ୍ୟାଡମ ଓଡ଼ିଆରେ କଥା ହେଲେ । ହେଲେ ମତେ ଚିହ୍ନି ପାରିଲେନି ବୋଧ ହୁଏ ।

ମ୍ୟାଡମ :- ଆଛା ତୁମର ଦେହ କେତେ ଦିନ ହେଲା ଖରାପ ଅଛି ?

ସୌମ୍ୟ : ପାଖା ପାଖି 2ରୁ 3 ଦିନ ହେବ । ଥଣ୍ଡା ଜର , କଫ , ମୁଣ୍ଡ ବିନ୍ଧା , ନିଶ୍ୱାସ ନେବାରେ ଅସୁବିଧା ଆଉ ପତଳା ଝାଡା ଏ ଇ ଦୁଇ ତିନି ଦିନ ହେବ ହେଉଛି ।

କିଛି ମେଡିସିନି ଖାଇଲେଣି । ତଥାପିରୋଗ ଭଲ ହଉନି । କିଛି ଗୋଟେ ଭଲ ମେଡିସିନି କି ଇଞ୍ଜେକ୍ସନ ଦିଅନ୍ତୁ ।

ମ୍ୟାଡମ :- ଆଛା ହେଉ । ଦିଦି ପେସେଣ୍ଟ ଙ୍କରକ୍ତ ଏବଂ ନାକର ପାଣି ଆଉ ଗଳା ସାମ୍ପୁଲ ସଂଗ୍ରହ କରି ଲ୍ୟାବକୁ ଟେଷ୍ଟ ପାଇଁ ପଠେଇ ଦେବେ ଏବଂ ପେସେଣ୍ଟ ଙ୍କୁରିପୋର୍ଟ ନ ଆସିବା ଯାଏ ସେପାରେଟରୁମକୁ ଟ୍ରାନ୍ସଫର କରି ଦିଅନ୍ତୁ ହିନ୍ଦୀରେ ବୁଝେଇ କହିଲେ ।

ସୌମ୍ୟ:- ମ୍ୟାଡମ କଣ ହୋଇଛି ମତେ ଦୟାକରି କହିବେ କି ?

ମ୍ୟାଡମ :- ଦେଖନ୍ତୁ ଠିକ ସେ ତ ଏବେରିପୋର୍ଟ ନ ଆସିବା ଯାଏ କହି ହେବନି , ତଥାପି ମୁଁ ସନ୍ଦେହ କରୁଛି କରୋନା ହୋଇଥିବା ବୋଲି !

ସୌମ୍ୟ:- କରୋନାରୋଗର ନାଁ ମେଡିକାଲ ଆସିବା ଆଗରୁ ଟେଲିଭିଜନରେ ଦେଖିଥିଲି । ଚାଇନାରେ କେତେ ଲୋକଙ୍କ ଜୀବନ ନେଇ ସାରିଲାଣି । ହେଲେ ମୋ ଦେହକୁ କେମିତି ଆସିଲା ? (ମ୍ୟାଡମ କ୍ୟାବିନ ଛାଡି ଚାଲିଗଲେ କିନ୍ତୁ ସାହସ କରି ପରିଚୟ ପଚାରି ପାରିଲିନି ) ହିନ୍ଦୀ କହିବାରେ ମୋର ଅଭ୍ୟାସ ଏତେ ଭଲ ନ ଥିବାରୁ ମତେ କଥୋପକଥନ ହେବାରେ ଅସୁବିଧା ହେଉଥାଏ ।

ଦିଦିରକ୍ତ ଟାଣି ନେଲା ପରେ ମୁଁ ପଚାରିଲି :- ହଲୋ ଦିଦି, ମ୍ୟାଡମ କା ନାମ କ୍ୟା ହେ ?

ଦିଦି :- ମିନାକ୍ଷୀ ପଟ୍ଟନାୟକ । ହ୍ଵାଏ ଆର ୟୁ ଆସ୍କି ?

ସୌମ୍ୟ :- ନଥିଙ୍ଗ, ... ଜଷ୍ଟ ଫର ନଲେଜ

ଦିଦି :- ଓକେ ଟେକ ରେଷ୍ଟ .

*******************************

ଦିଦି ଚାଲି ଗଲା ପରେ , ଫୋନ କରେ ଧର୍ମପତ୍ନୀ ଉର୍ମିଳା ଙ୍କୁ । ଉର୍ମିଳା ଫୋନ କାଟି ଦିଅନ୍ତି , ଅନ୍ୟ ପଟୁ ଶୁଣେ ଫୋନରେ ଆପଣ ଯେଉଁ ଉପଭକ୍ତା ଙ୍କୁ ସମ୍ପର୍କ କରୁ ଛନ୍ତି , ସେ ଏବେ ବ୍ୟସ୍ତ ଅଛନ୍ତି ,କୃପାୟ ଲାଇନରେରୁହନ୍ତି କିମ୍ବା ଆଉ ଥରେ ଚେଷ୍ଟା କରନ୍ତୁ ।

ସୌମ୍ୟ ଫେରି ଯାଇଛି ସେଇ ଅତୀତକୁ । ସମ୍ପର୍କ ଟିଏ ଯୋଡିବା ପାଇଁ ଜୀବନରେ କେତେ ପ୍ରଚେଷ୍ଟା କରି ନ ଥିଲି ମୀନା ଙ୍କ ସହ । କେତେ ଥର ଖାର ବର୍ଷା ସହି ମୀନାର ପିଛା କରିଛି କୋଚିଂ ନେଲା ସମୟରେ ଭୁବନେଶ୍ୱରରେ। ଶେଷରେ ସଫଳ ହୋଇଥିଲି କିନ୍ତୁ ସେ ସମ୍ପର୍କ ଶେଷରେ ଅଧା ହୋଇରହିଗଲା ଦୁଇ ବର୍ଷର କୋଚିଂ ନେବା ସରି ଗଲା ପରେ।

ଯେତେବେଳେ ମୀନା ମେଡିକାଲ ପାଇ ଚାଲିଯାଉଥିଲା କୋଚିଂ ଛାଡି - ଏବଂ ଯାଉ ଯାଉ କହି ଦେଇ ଯାଇଥିଲେ ଭୁଲି ଯିବା ପାଇଁ ସେଇ ଅତୀତକୁ । ଥରୁ ଟିଏ ବି ବୁଝିବା ପାଇଁ ପ୍ରୟାସ କରି ନ ଥିଲା ମୋ ମନର କଥାକୁ । ହୃଦୟର ସମସ୍ତ ଆବେଗକୁ ଅସ୍ତ୍ର କରି ଲୋତକର ଧାରରେ , କହି ଯାଉଥିଲା ସେଇ ନିର୍ବାଣ ସତ କଥା , ଆମ ପରିବାର ଲୋକେ ସ୍ୱୀକୃତି ଦେବେନି ଆମ ଭଲ ପାଇବାକୁ । ଜାତି ପ୍ରଥା ଆଉ ଅଭିଜାତ୍ୟରେ ମଧ୍ୟ ତୁମେ ଆମର ସମାନ ନୁହଁ । ମୁଁ ଚାହେଁ ନା ଆଉ ଏ ସମ୍ପର୍କକୁ ଆଗକୁ ବଢ଼େଇ ବା ପାଇଁ ।

ମତେ ଭୁଲି ଯାଅ ସୋମୁ (ସୌମ୍ୟ ) । ପ୍ରେମିକା ନ ହେଲି ନାହିଁ ଆଶା କରେ ତୁମର ଭଲ ବନ୍ଧୁ ଟିଏ ହୋଇ ପାରିବି ତୁମେ ଚାହିଁଲେ ।

କିଛି କ୍ଷଣ ଭିତରେ ବୋହି ଯାଉଥିବା ଝଡ଼କୁ କେମିତି ମୁଁ ସମ୍ନା କରୁଥିଲି । ତା ମୁଁ ଜାଣେ । ତଥାପି ମୁଁ ଥିଲି ନିରବ । ପ୍ରତିତ୍ୱର ଦେବାକୁ ଇଛା କରି ନ ଥିଲି । କାହିଁକି ନା ମୁଁ ବୁଝି ଯାଇଥିଲି ମୋ ଅସ୍ତିତ୍ୱକୁ ।

ସଜ ତୋରାଣି ପିଉଥିବା ମୁଁ ଜଣେ ମଧ୍ୟମ ପରିବାରର ପିଲା କାହିଁକି ବା ଆଶା କରୁଥିଲି ସେଇ ସୁନା ପାତ୍ର ଆଉ ଚାମଚରେ କ୍ଷୀରକୁ ପିଇବାକୁ ।

କେବେଳ ଅନୁଭବ କରୁଥିଲି ମୋ ନିଜକୁ କଇଁ ଟିଏ ହୋଇ ଦୂରରୁ ସେଇ ଚାନ୍ଦିନୀର ଶୀତଳ ଝୋସ୍ନାରେ ଭିଜି ବାକୁ । ଭିଜି ପାରୁଥିଲି ସତ କିନ୍ତୁ ନା ଛୁଇଁ ପାରୁ ଥିଲି ।

ଆଖିର ଆଶ୍ରୁ ବି ଅଜାଣତରେ ବେଳେ ବେଳେ ବୋହି ଯାଏ । ଆଉ ସେ ଶୀତଳ ଆଶ୍ରୁ ଆଜି ବି ମୋ ପଲକ ଭିଜେଇ ଓଠ ଚୁମି ସାରିଥିଲା । ଫେରି ଆସିଥିଲି ବାସ୍ଥାବକୁ ।

ଏହା ଭିତରେ ମୋର କ୍ୟାବିନ ବି ବଦଳି ସାରିଥାଏ । କିଛି ବଡ଼ ବଡ଼ ଡାକ୍ତର ମାନେ ମଝିରେ ମଝିରେ ଗୋଲବସ , ମାସ୍କ ଆପରୋନ ପିନ୍ଧି ମତେ ଚେକ ଅଫ କରୁ ଥାନ୍ତି ।

ଅଧା ପଢ଼ି ଚମକି ପଡିଲି ମୁଁ (ମିନାକ୍ଷୀ ମ୍ୟାଡମ) :- ଏ କଣ ସତରେ ମୋ ସୋମୁ ? ପାଖରେ ପଡିଥିବା ଫାଇଲ ଭିତରେ ପେସେଣ୍ଟର ନାଁ ଦେଖିବାରୁ ଲେଖା ହୋଇଛି ସର୍ଟରେ ଇଂ ସ.ରଂଜନ ସାହୁ ।।

ସର୍ଟରେ ଲେଖା ଥିବାରୁ ମୁଁ ସୌମ୍ୟ ଙ୍କ ପରିଚୟ ଆଉ ଚେହେରାର ପରିବର୍ତ୍ତନ ପାଇଁ ଚିହ୍ନି ପାରିଲି ନାହିଁ ।

ଅନେକ ଦିନ ପରେ ପାଖରେ ସୌମ୍ୟ ଙ୍କୁ ପାଇଁ ଖୁସି ଲାଗିଲେ ବି ଆଉ ଥରେ ପରିଚୟ ଦେବା ପାଇଁ ନିଜକୁ ସଂକୋଚ ଲାଗୁଥାଏ । ସେ କଣ ମତେ ବୁଝି ପାରିବେ । ଦିନେ ମୁଁ ତାଙ୍କୁ ବୁଝି ପାରି ନ ଥିଲି ବୋଲି ସେ ଡାଏରୀରେ ଲେଖି ଛନ୍ତି । ଆଜି କଣ କହି ପରିଚୟ ଦେବି । ଆଖିରେ ଲୁହ ବସା ବାନ୍ଧି ସାରିଥାଏ , ବୋହିବା ପାଇଁ ପ୍ରାୟ ପ୍ରସ୍ତୁତ ।

ତାଙ୍କ ଜୀବନର କାହାଣୀ ଆଜି ମୁଁ ପଢୁଛି । ସତରେ ଭଗବାନ କେବେ କାହାକୁ କେଉଁଠି ଅଲଗା କରି ଆଉ ଥରେ କେଉଁ ପରିସ୍ଥିତିରେ ମିଶେଇ ଦିଅନ୍ତି । ଏହା କେବେଳ ତାଙ୍କୁ ହିଁ ଜଣା ।

ଅଧା ପଢିଥିବା ଡାଏରି ପେଜର ମାର୍କ ଟିକୁ ଖୋଲି ପଢିବା ଆରମ୍ଭ କଲେ :-

କିଛି ସମୟ ଭିତରେ ମିଡ଼ିଆ ଵାଲା କିଛି କେବିନ ବାହାରେ ଏପେଟ ସେପଟ ହେବାର ନଜରକୁ ଆସିଲେ । କିଛି ବୁଝି ପାରୁ ନ ଥାଏ ।

ଶେଷରେ ମୋ ନୀରବତାକୁ ଭାଙ୍ଗିବାକୁ ଯାଇ ମିନାକ୍ଷୀ କ୍ୟାବିନକୁ ପ୍ରବେଶ କଲେ , କିଛି ସହକର୍ମୀ ଷ୍ଟାପ ଙ୍କ ସହ ।

ଏଥର କିନ୍ତୁ ତାଙ୍କ ମୁହଁରେ ନ ଥିଲା ସ୍ୱଭାବ ଶୈଳୀ ।

ସେ ଥିଲେ ଗମ୍ଭୀର ।

ମିନାକ୍ଷୀକୁ ଦେଖି ଆଉରୋକି ପାରିଲିନି ନିଜକୁ , ପଚାରି ଦେଲି କଣ ହୋଇଛି ମୋର -?

ମିନାକ୍ଷୀ କିଛି ସମୟ ନିରବରହି କହିଲେ :- ତୁମର ବ୍ଲଡ଼ ଟେଷ୍ଟରିପୋର୍ଟ ପଜେଟିଭି ଆସିଛି । ତୁମେ କରୋନାରୋଗରେ ଆକ୍ରାନ୍ତ ।

ମୁଁ ବୁଝି ପାରୁ ନ ଥିଲି , ଏରୋଗ କଣ ?

ଜୀବନରେରୋଗର ଜ୍ଞାନ ଅଳ୍ପ ବହୁତ ଥିଲେ ବି , ଏରୋଗ ସମ୍ପର୍କିତ କୌଣସି ଜ୍ଞାନ ମତେ ଜଣା ନ ଥିଲା ।

ସୌମ୍ୟ :-ମୁଁ ଭଲ ହୋଇଯିବି ତ ମ୍ୟାଡମ । ଟଙ୍କା ପାଇଁ କିଛି ଚିନ୍ତା କରନ୍ତୁ ନି ! ଯେତେ ଖର୍ଚ୍ଚ ହେବ ମୁଁ କରିବି ।

ମିନାକ୍ଷୀ :- ଆମେ ଚେଷ୍ଟା ଜାରିରଖିଛୁ । ସବୁ ଭଗବାନ ଙ୍କ ଇଛା ।

କିଛି ଔଷଧ ଆଉ ଇଞ୍ଜେକ୍ସନ ଲେଖି ଦିଦି ଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇ ସମସ୍ତେ ଚାଲିଗଲେ କ୍ୟାବିନ ଛାଡି । କିଛି ସମୟ ଭିତରେ ମୋ କ୍ୟାବିନକୁ ସଫେଇ କର୍ମଚାରୀ ମାନେ ଆସି ସଫା କରି ଚାଲି ଗଲେ ।

*******************************

ମୋ ଫୋନ ଟିରିଙ୍ଗ ହେବାରୁ ଜାଣିଲି ଧର୍ମ ପତ୍ନୀ ଉର୍ମିଳା ଙ୍କ ଫୋନ ଆସିଛି । ହଁକୁହ । ସରୁ ଗଳାରେ କହିଲି । ସେପଟୁ ଉତ୍ତର ଆସିଲା ତୁମେ ବ୍ୟସ୍ତ ହୁଅନି , ମେଡିକାଲରୁ ମୋ ପାଖକୁ ଫୋନ ଆସିଥିଲା । ମୋ ଡିୟୁଟି ତୁମେ ଜାଣିଛ , ବ୍ୟାଙ୍କରେ କେତେ କାମ । ମୁଁ ଛୁଟି ଆପ୍ଲାଏ କରିଦେଲେଣି । ମା ଙ୍କ ପାଇଁ ବ୍ୟସ୍ତ ହୁଅନି , ମେଡ଼ିସିନ ଦେଇକି ଆସିଛି , ଶିଲା(ଚାକରାଣୀ) ଅଛି , ସେ ସବୁ ବୁଝୁଛି ।

ସୌମ୍ୟ:- ମୋର କଣ ହୋଇଛି ତୁମେ ଜାଣିଛ କି ଉର୍ମି ? ଡାକ୍ତର କଣ କହିଲେ !

ଉର୍ମି :- କରୋନା । ମୁଁ ଜାଣିଛି । ତୁମ ପାଇଁ ମୋର ବହୁତ ଟେନ୍ସନ ବଢ଼ିଗଲାଣି । ଏରୋଗର ପ୍ରତିଶୋଧ କ ବ୍ୟବସ୍ଥା ନ ଥିଲେ ବି ସେମାନେ କହୁଛନ୍ତି ଚେଷ୍ଟା କରୁଛନ୍ତି ।

ତୁମେ ଏବେ ଠିକ ଅଛ ତ ?

ସୌମ୍ୟ :- ହଁ ଠିକ ଅଛି । ତୁମେ ଚିନ୍ତା କିଛି କର ନି ?

ଉର୍ମି :- ଫ୍ଲାଇଟରେ ଟିକେଟ ଦେଖୁଥିଲି , ସରକାର ଯାତାୟାତ ପାଇଁ କଟକଣା ଜାରି କରିଛନ୍ତି , ସେଥିପାଇଁ କିଛି ପ୍ଲାଇଟ ବାତିଲ ହୋଇଯାଇଛି । କାଲି ସକାଳ 9 ଟାରେ ମୋ ପ୍ଲାଇଟ ଅଛି । ମୁଁ ଯିବା ଯାଏ ନିଜର ଯତ୍ନ ନେଉଥିବ ।

ସୌମ୍ୟ :-ହଁ ।

କିଛି ସମୟର ଭାବର ଆବେଗ ଦିଆ ନିଆରେ ଆଖି ବି ଭିଜି ସାରିଥିଲା । ଲୁହ ଆଉ କୋହକୁ ସମ୍ଭାଳି ଉର୍ମିକୁ ବୁଝେଇ ଫୋନ ଟି କାଟି , ଚୁପ ହୋଇ ଶୋଇ ପଡ଼ିଲି । ଜାଣେନା କାଲିର ପ୍ରଭାତ ଭାଗ୍ୟରେ ଅଛି କି ନାହିଁ ।

ସୌମ୍ୟ :- ବାଃରେ ଜୀବନ ଜଣେ ଧର୍ମ ପତ୍ନୀ ଆଉ ଜଣେ ପୂର୍ବର ପ୍ରେମିକା ।

ଦି ଜଣକ ହାତରେ ମୋ ଜୀବନକୁ ଝୁଲେଇ କି ଖୁସି ତୁ ପାଉଛୁ।

ସମସ୍ତ ଘଟଣାକୁ ଡ଼ା ଏରୀରେ ଲେଖିରେଷ୍ଟ ନେବା ପାଇଁ ଟିକେ ଶୋଇବାକୁ ଯାଏ ତ, ଦେହ ଟିକେ ଏବେ ଅସ୍ତିର ହେଲା ପରି ଲାଗୁ ଥିଲା । ଜର ବି ବଢି ବାକୁ ଲାଗିଛି , ନିଶ୍ୱାସର ବେଗ ବି ସ୍ଥିର ହେଲା ପରି ଅନୁଭବ ହେଉଥାଏ । ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି । ଡାକ୍ତର ଡାକ୍ତର !

ଦିଦି ଜଣକ ମୋ ପାଟି ଶୁଣି ଦୌଡ଼ି ଗଲେ ଡାକିବା ପାଇଁ ।

ବେଡ଼ରେ ପଡିରହି ମୁଁ ଅନୁଭବ କରୁଥିଲି ସେଇ ମୁହୁର୍ତ୍ତର ଜୀବନକୁ । ଲୋଭ ଆଉ ଗର୍ବ କାହା ପାଇଁ କରିବି । ସବୁ ଥାଇ ଯେତେବେଳେ ମୋ ଜୀବନରେ କିଛି ନାହିଁ ।

ମିନାକ୍ଷୀ:- ତା ପରର କାହାଣୀ ଆଉ ଲେଖା ନାହିଁ । ବୋଧ ହୁଏ ସୌମ୍ୟ ଲେଖି ଥାନ୍ତେରାତିରେ କିଛି । କିନ୍ତୁ ଡାଏରୀ ମୋ ପାଖରେରହି ଗଲା । ଆଉ ସେ ବି ଏବେ ଶୋଇପଡିଛନ୍ତି ଆ ୟୁ ସୁରେ । ଅକ୍ସିଜେନ ଲାଗିଛି । ଦେହର ଅବସ୍ଥା ଏବେ ଟିକେ ସ୍ଥିର ଅଛି ।

ଏତକ ପଢି ସାରିବା ପରେ ଲୁହରେ ଭିଜି ସାରିଥିଲେ ,ରୁମାଲରେ ଲୁହ ପୋଛି ସୌମ୍ୟ ଙ୍କୁ ଦୋୖଡି ଯାଇକୁଣ୍ଢେଇ ପକେଇବାକୁ ଇଚ୍ଛା ହେଉଥିଲେ ବି , ସେ କରି ପାରୁ ନ ଥିଲେ । କାହିଁକି ନା ପ୍ରଥମରୁ ସେ ପ୍ରେମ ଆଉ ପରିବାର ମଧ୍ୟରୁ , ପରିବାରକୁ ଆପଣେଇ ନେଇଛନ୍ତି । ଆଜି ସେଇ ପରିବାର ପାଇଁ ଯାଇ ପାରିବେନି ବିନା କିଛି ସେପ୍ଟି ନ ପିନ୍ଧି । ପାଖରେ ପାଇ ବି ସୌମ୍ୟ ଙ୍କୁ , ନିଜର ଦାୟିତ୍ୱ କରୁଛନ୍ତି ସତ କିନ୍ତୁ ଆପଣ ପଣର ଭଲ ପାଇବା ଟିକେ ଦେଇ ପାରୁ ନାହାନ୍ତି ।

କେମିତି ଏ ଜୀବନ ଧିକ ?

ଜୀବନର ଏମିତି ଏକ ପରୀକ୍ଷାରେ ସମ୍ମୁଖିନ କରିଦେଲା , ଯେଉଁଠି ହାରିବା ଜିତିବା ମୂଲ୍ୟ ବଦଳେ , ଜୀବନ ମୃତ୍ୟୁର ବାଜି ପଢ଼ିଛି । ଆଉ ସେ ଦାଇତ୍ୱ ମିଳିଛି ମତେ । ନିଜକୁ ଭାଗ୍ୟବତୀ ଭାବିବି ନା ହତଭାଗୀ ବୁଝି ପାରୁନି ।

ନିଜକୁ ସମ୍ଭାଳି ଡ୍ରେସ ଆଉ ଆପରୋନ ସହ ପ୍ରୋଟେକଟିଭି ହୋଇରେଡି ହେବା ଭିତରେ , ଦିଦି କଲ ଦେଲେ ।

ମ୍ୟାଡମ ବେଡ଼ ନମ୍ବର 104 ପେସ୍ତେଣ୍ଟ ଇଂ ସରଂଜନ ପଟ୍ଟନାୟକ ଫୀଲିଙ୍ଗ ପ୍ରବ୍ଲେମ , ପ୍ଲିଜ କମ ଫାଷ୍ଟ ।

ନିଜକୁ ପ୍ରସ୍ତୁତ କରିବାରେ ଆଉ ଡେରି ନ କରି , ଦୋୖଡି ଗଲେ ୱାର୍ଡକୁ ।

ନିଜର ସମସ୍ତ ପ୍ରଚେଷ୍ଟା ଆଉ କୌଶଳ ଲଗେଇ ଦେଲା ପରେ ବି ଦୀର୍ଘ ଦୁଇ ଘଣ୍ଟାର ଲଢେଇ କରି ଜୀବନ ସହ , ଶେଷରେ ସେ ଆଖି ବୁଝି ଦେଲେ । ଜାଣତରେ ହେଉ କି ଅଜଣା ତରେ ମୋ ଆଖିରେ ଆଖି ମିଶେଇ ମୋ ହାତରେ ହାତରଖି ଛାଡି ଚାଲି ଗଲେ ଏ ଦୁନିଆଁ ।

ନିସ୍ତବ୍ଧ ହୋଇ ବସି ପଡ଼ିଥିଲେ ମୁଁ ( ମିନାକ୍ଷୀ) , ଯେମିତି ଲାଗୁଥିଲା ସୌମ୍ୟ କହୁଛନ୍ତି , ମତେ ବଞ୍ଚାଅ । ଆଉ ଥରେ ଟିକେ ସୁଯୋଗ ଦିଅ ତୁମ ସହ କିଛି ମୁହୁର୍ତ୍ତକୁ ସାଉଁଟିବାକୁ ।

ଘରେ ମୋ ମା' ସ୍ତ୍ରୀ ଅଛନ୍ତି ଆସିବାକୁ ଟିକେ ସମୟ ଦିଅ । ମୁଁ ଯିବା ପୂର୍ବରୁ ଥରୁ ଟିଏ ତାଙ୍କୁ ଶେଷ ଦେଖା କରିବାକୁ ଚାହେଁ ।

ତାଙ୍କ ଯନ୍ତ୍ରଣାର ଛଟ ପଟ ହେବାର କେମିତି ଦେଖୁଥିଲି ମୁଁ , ଯେଉଁ ଯନ୍ତ୍ରଣାକୁ ଦିନେ ମୁଁ ଦେଇ ଆସିଥିଲି , ଆଜି ତା ଠାରୁ ବେଶୀ ଯନ୍ତ୍ରଣା ସେ ମତେ ଦେଇ ଚାଲି ଗଲେ । ପରିଚୟ ଦେଇ ପରାହତ ହୋଇ ମୋରି ହାତରେ ।

କରୋନାରେ ମୃତ୍ୟୁର ଖବର ମେଡିକାଲରୁ ପାସ ହୋଇ ଚାରି ଆଡ଼େ ଗୁଞ୍ଜରଣ ହୋଇ ସାରିଥିଲା । ଅସ୍ୱାଭାବିକ ନିଜକୁ ଭାବୁଥିଲେ ବି ନିଜ କର୍ତ୍ତବ୍ୟର ଦ୍ୱାହି ଦେଇ ସମସ୍ତ ମେଡିକାଲ ପ୍ରୋଟକଲ ଫୋଲ୍ଲୋ କରି ବାହାରକୁ ଆସିଲି।

ଡେଡ଼ ବଡିକୁ ପୋଷ୍ଟମଟମ ପାଇଁ ପଠେଇ ଦେବା ପାଇଁ ନିର୍ଦେଶ ଦେଇ ଚାଲି ଗଲି ଚ୍ୟାମ୍ବରକୁ ।

ନିଜ ଚ୍ୟାମ୍ବର ଭିତରେ ଗୁମୁରି ଗୁମୁରି କାନ୍ଧୁ ଥିଲି । ଆଜିରୋକି ପାରୁ ନ ଥିଲି ମୋ ନିଜକୁ ଯେତେ ଚାହିଁଲେ ବି । କେଉଁଠି ନା କେଉଁଠି ପ୍ରେମିକା ହେବାର ଯନ୍ତ୍ରଣା ହୃଦୟ ଚିରି ଅସ୍ତିର କରୁଥିଲା । ସୌମ୍ୟ ଙ୍କ ସ୍ମୃତିରେ ନିଜକୁ ଭିଜେଇ ହଜେଇ ଦେଉଥିଲି ସେଇ ଲୁହ ଭିଜା ଆଖିରେ । ଆତ୍ମାର ସଦ୍ ଗତି କାମନା କରୁଥିଲି ।

ତାଙ୍କ ଘର ଲୋକଙ୍କୁ ଖବର ପଠେଇ ଲେ କି ନାହିଁ ବୁଝିବା ପାଇଁ କାଉଣ୍ଟରକୁ ଦୌଡ଼ିଲି । କାଉଣ୍ଟରରୁ ବୁଝିଲି କଲ କରା ହେଉଛି କିନ୍ତୁ କେହି ଫୋନ ଋଷିଭି କରୁ ନାହାନ୍ତି ।

ରାଜ୍ୟ ସରକାରଙ୍କର ସ୍ୱାସ୍ତ୍ୟ ବିଭାଗକୁ ଜଣେଇ ଦିଆ ଯାଇଛି । ସେମାନେ ଖବର ଦେବା ପାଇଁ ଚେଷ୍ଟା କରୁ ଥିବାର କଥା କାଉଣ୍ଟରରୁ ଜାଣିବାକୁ ପାଇଲି । ତା ପରେ ବି ,ନିଜର ଭାବି ଶେଷ ଥର ଆଉ ଗୋଟେ ଦାଇତ୍ୱ କରିବାକୁ ନିଷ୍ପତି ନେଇ ଫୋନ ନମ୍ବର ମାଗି ନିଜ ମୋବାଇଲରୁ କଲ ଲଗେଇଲି ।

ଫୋନରିଙ୍ଗ ହେବା ସହ ଅଧିର ହୃଦୟରେ କେମିତି ଖବର ଟି ଜଣେଇବି ମୁଁ ବୁଝି ପାରୁ ନ ଥିଲି ।

ଶେଷରେ ଫୋନ ଟି ଋଷିଭି କଲେ ତାଙ୍କର ପତ୍ନୀ ।

ହଲୋ - ମୁଁ ଏମ୍ସ ନିୟୁ ଦିଲ୍ଲୀରୁ ଡାକ୍ତର ମିନାକ୍ଷୀ କହୁଛି ।

ଆପଣ ଙ୍କୁ ଏ ଖବର ଟା କେମିତି ଯେ କହିବି କିଛି ବୁଝି ପାରୁନି ମ୍ୟାଡମ । ଆପଣଙ୍କର ସ୍ୱାମୀ ଆଉ ନାହାନ୍ତି ।। ଆପଣ ତୁରନ୍ତ ଆସିଲେ ମେଡିକାଲରେ ତାଙ୍କର ଡେଡ଼ ବଡିକୁ ଆପଣ ଙ୍କୁ ହ୍ୟାଣ୍ଡ ଓଭର କରାଯିବ ।

ସେପଟରୁ କିଛି ବି ଉତ୍ତର ଆସୁ ନ ଥାଏ । ଯେମିତି ଝଡ଼ ଟି ଏବେ ଏବେ ବୋହି ଯାଇଛି , ତାରି ଶାନ୍ତ ପରିବେଶ ଅନୁଭବ ହେଉ ଥାଏ ।

ଫୋନ ଟି ସେପଟୁ କଟି ଗଲା ।

କେମିତି ଯେ ସେ ନିଜକୁ ସମ୍ଭାଳି ଏ ଖବର ଦେଇ ପାରିଛନ୍ତି , ସେ ହିଁ ଜାଣନ୍ତି ।

ଖବର ପହଁଚିଲା ପରେ , ସେମାନେ ଯେ କଣ କରୁଥିବେ , ସେଇ ଭାବନା ଭିତରେ ମୁଁ ଟେନ୍ସନ ହେଇଯାଇଥିଲି ।

ନିଜର ଚାମ୍ବରକୁ ଯାଇ ଟିକେରେଷ୍ଟ ନେବା ପାଇଁ ସ୍ଥିର କଲି ଡିୟୁଟି ସରିବାକୁ ଆଉ ତିନି ଘଣ୍ଟା ଅଛି । ଅସ୍ତିରତା ଆଉ ଯନ୍ତ୍ରଣା ଭିତରେ କ୍ଲାନ୍ତ ଶରୀର ସ୍ଥିର ହୋଇଯାଇଥିଲା ନିଦରେ ।

********************************

ସକାଳ ଆସି ସାତ ଟା ବାଜିଲାଣି । ତର ତର ହୋଇ ଉଠି ପଡି ନିଜକୁ ଟିକେ ସଜାଡି କାଉଣ୍ଟର ପଖାକୁ କେହି ସୌମ୍ୟ ଙ୍କ ନିଜ ଲୋକ ଆସିବା ଖବର ବୁଝିବା ପାଇଁ ଗଲି , ଏବଂ ସେଠି ଯାହା ଶୁଣିଲି , ନିଜର କୋହକୁରୋକି ପାରିଲି ନାହିଁ । କାଉଣ୍ଟର ପାଖରେ ଗୋଟେ ବେଞ୍ଚ ଉପରେ ବସି ପଡ଼ି ମୋ ଆଖିର ଲୁହକୁ ଲୁଚେଇ ବା ପାଇଁ ଚେଷ୍ଟା କରୁଥିଲି ।

ସୌମ୍ୟ ଙ୍କ ମର ଶରୀରକୁ ନେବା ପାଇଁ କେହି ବି ଆସିବେନି । କାହିଁକି ନା ଡର କାଳେ ସେମାନଙ୍କୁ ସଂକ୍ରମଣ ହୋଇଯିବ । କଣ ଏହାକୁ ଭଲ ପାଇବାକୁହା ଯାଏ । କେତେ ସେ ଜୀବନରେ ଦୁଃଖ ଯନ୍ତ୍ରଣା ସହି ଚାକିରୀ କରି ଘର ଆଉ ଅନ୍ୟ ମାନଙ୍କ କଥା ବୁଝିଛନ୍ତି । ଯେତିକି ମୁଁ ତାଙ୍କୁ ଚିହ୍ନି ଛି , ସେ କେବେ ବି କାହା ଠାରୁ ସାହାଯ୍ୟ ନିଅନ୍ତି ନାହିଁ କିନ୍ତୁ ବିପଦ ସମୟରେ ଅଭୟ ହୋଇ ଅନ୍ୟ ମାନଙ୍କ ପାଖରେ ଠିଆ ହୋଇ ଥାଆନ୍ତି ।

ଆଜି ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ୍ଣ କରିବାକୁ କେହି ଆସିବେନି । ଡେଡ଼ ବଡିକୁ ଇଲେକ୍ଟ୍ରିକା ଚୁଲାରେ ପୋଡି ଦେବା ପାଇଁ ନିର୍ଦ୍ଦେଶ ଅସିଛି ।

ଓଃ ଗଡ଼ ।।

କଣ ଲାଭ ଆଉ ଏ ଜୀବନରେ , ଯଦି ଶେଷ ସମୟରେ ମନୁଷ୍ୟ ଟିଏ ଆତ୍ମୀୟ ଙ୍କ ସାହାଯ୍ୟ ନ ପାଇ ଅଲୋଡା ହୋଇଯିବ । ଉଠି ପଡି ସୌମ୍ୟ ଙ୍କ ଶରୀରରକୁ ଇଲେକ୍ଟ୍ରିକ ଚୁଲାରେ ନ ପଡି ପାଖ ସ୍ମଶାନରେ ଦାହ କରିବାର ନିଷ୍ପତ୍ତି ନେଲି । ହେଲେ କେମିତି କରିବି , କିଏ କଣ ପଚାରିଲେ ଉତ୍ତର ଦେବି ।

ପରିଚୟ ଆଉ ସାମାଜିକ ବାଧା ଭିତରେ ମୁଁ ବିନ୍ଦୀ ହୋଇଗଲି । କେହି ବି ବାହାରେ କରୋନାରୋଗୀର ଶବ ନେଇ ଦାହ କରିବାକୁ ଇଚ୍ଛା ପ୍ରକାଶ କରିବେନି ।

ଫୋନରିଙ୍ଗରେ ଚମକି ପଡି ଦେଖିଲିରାହୁଲ ଙ୍କ ଡାଡି ଙ୍କର କଲ ଆସିଛି । ତାଙ୍କର ଅଫିସ ଟାଇମ ହେଲାଣି , ସେ ବ୍ୟସ୍ତ ହେଉଥିବେ ଯିବା ପାଇଁ ।

ଏପଟେ ସୌମ୍ୟର ମର ଶରୀରକୁ ଏପରି ପ୍ରକାରେ ଦାହରୁ ନିବୃତ କରିବାକୁ ବି ଚେଷ୍ଟା କରି ପାରୁନି । ପ୍ରଥମ ଫୋନ କଲ ଟି କାଟି ଗଲା ପରେ ଆଉ ଥରରିଙ୍ଗରେ ବେସି ସମୟ ନିଜକୁ ଅଟକାଇରଖି ପାରିଲି ନି ନିଜକୁ । ଆଜି ବି ତୁମ ବଦଳରେ ମୋ ପରିବାର ଗୁରୁତ୍ୱପୂର୍ଣ୍ଣ ହୋଇଗଲା । ମତେ କ୍ଷମା କରି ଦେବ ସୌମ୍ୟ , ଦୂରରୁ ସୌମ୍ୟର ମର ଶରୀରରକୁ ଷ୍ଟ୍ରଚରରେ ବୁହାଇ ନିଆଯାଉଥିବାର ଦେଖି , ଶେଷ ପ୍ରାଣିପାତ କରି ମୁଁ ବି ଅଭାଗିନୀ ହୋଇ ଫେରି ଆସୁଥିଲି ତାଙ୍କର ଶେଷ ସନ୍ତକ ଡାଏରୀକୁ ହୃଦୟରେ ଚାପି ଧରି । ଆଉ ନିଜକୁ ଧିକ୍କାର କରୁଥିଲି ,ସୌମ୍ୟ ଙ୍କର ଜୀବନକୁ ନ ବଞ୍ଚାଇ ପାରିବାରୁ ।।


Rate this content
Log in

Similar oriya story from Tragedy