Chinmayee Sahoo

Comedy

2  

Chinmayee Sahoo

Comedy

ଅଳ୍ପକେ ବଞ୍ଚିଗଲା

ଅଳ୍ପକେ ବଞ୍ଚିଗଲା

1 min
519



   ଜଣେ ଲୋକର ତିନି ଝିଅ ଥିଲେ। ତିନିଝିଅ ଯାକ ଖନି ହୋଇଥିବାରୁ,କେହି ବାହା ହୋଇପାରୁ ନଥିଲେ।ଥରେ ଗୋଟେ ପ୍ରସ୍ତାବ ଆସିଲା।ବହୁତ୍ ବିବାହ-ପ୍ରସ୍ତାବ ଭାଙ୍ଗିଗଲାଣି। ଝିଅ ମାନଙ୍କର ବାପା ବିରକ୍ତ ହୋଇସାରିଥିଲେ,ଭାରି ଚିନ୍ତା ରେ ଥିଲେ।ତେଣୁ ଆଗରୁ ଜଣାଇଦେଲେ, "କାହା ପାଟି ଯେମିତି ନ ଖୋଲିବ।କୁଣିଆ ଯାହା ପଚାରିବେ ମୁଁ କହିଦେବି,ଆଉ ତମେ ସବୁ ମୁଣ୍ଡ ହଲାଇ ସହମତି ପ୍ରକାଶ କରିବ।"


   କୁଣିଆ ଆସିଲେ। ତିନି ଝିଅଙ୍କୁ  ଡକାଗଲା। ତିନୋଟି ଝିଅ ଦେଖିବାକୁ ଭଲ। ବାହାହେବା ପାଇଁ ବୟସ ହୋଇଗଲାଣି।ସେମାନଙ୍କ ମଧ୍ୟରୁ ଯେଉଁ ଟି ତାଙ୍କର ପସନ୍ଦ ହେବ ,ସେ ତାଙ୍କ ପୁଅ ବାହାଘର ତା'ସହ କରିଦେବେ।ତେଣୁ ସମସ୍ତେ ନୀରବ ରହିବାକୁ କଡା ହୁକୁମ। କେତେ ପ୍ରସ୍ତାବ ଭାଙ୍ଗିଗଲାଣି।ଆଉ ବୟସ ଗଡିଗଲେ କେଉଁ ପ୍ରସ୍ତାବ ମିଳିବନି।ବହୁ କଷ୍ଟରେ ଏ ପ୍ରସ୍ତାବ ଟି ମିଳିଛି।


ତେଣୁ ସମସ୍ତେ ଚୂପ .......


ସେତିକି ବେଳେ ମେଘ ଘଡଘଡି ଆରମ୍ଭ ହୋଇଗଲା। ଦାଣ୍ଡରେ ସେମାନଙ୍କର ସାନଭାଇ ଖେଳୁଥିଲା ସାଙ୍ଗ ମାନଙ୍କ ସହ। ବରଷା ହେବାରୁ ଓଦା ସରସର ହୋଇ ଘରକୁ ଦୌଡିଆସିଲା ବେଳକୁ,ସେ କୁଣିଆ ମାନଙ୍କ ସାମନାରେ ଗୋଡଖସି କଚାଡି ହୋଇ ପଡି କାନ୍ଦିବାକୁ ଲାଗିଲା ।

ତେଣୁ ହଠାତ୍ ବଡ ଭଉଣୀ ପାଟିରୁ ବାହାରିଗଲା,

"ଆଁହାଁ ମୋଁ ଭାଁଇଁ କେଁ କଚଆଁଏ ପଇଁଲା।(ଆହା ମୋ ଭାଇ କେଡେ କଚଡାଟେ ପଡିଲା)


ମଝିଆ ଭଉଣୀ :କଁଥାଁ କଁ ନାଁଇଁ ବେଇଁ କଇଁଆ (କଥା କହ ନାହିଁ ବୋଲି କହିଲା)


ସାନ ଭଉଣୀ : ଉଁ.....ସେଁ ପଁଇଆଁ ବେଁଇ ଇଏଁ କଁଇଁଆଁ ନାଁ।( ହୁଁ...ସେ ପଡିଲା ବୋଲି ଇଏ କହିଲା ନା )।


କୁଣିଆ ମାନେ ସ୍ତବ୍ଧ ।

 ତିନି ଭଉଣୀ ଯାକ ଖନି ! ମୋ ପୁଅ ବେକରେ ଏ ଖନି ଗୁଡାକ ଭିତରୁ କାହାକୁ ବାନ୍ଧିପାରିବିନି ।କି କଥା ହୋ ପୁରା ବଉଁଶ ଖନି ନା କଣ ? ଯାଉଛି....ନମସ୍କାର....

ମଣିଷ ଅଳ୍ପକେ ବଞ୍ଚିଗଲା ହୋ।


Rate this content
Log in

Similar oriya story from Comedy