The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Trushna Das

Drama Inspirational

4.4  

Trushna Das

Drama Inspirational

ଅକୁହା କଥା

ଅକୁହା କଥା

5 mins
69


ସୁମିତ୍ରା ଆଉ ଅଜୟ ବାବୁଙ୍କ ବିବାହକୁ ଦଶ ବର୍ଷ ହୋଇଗଲାଣି। ସେମାନଙ୍କର ଦୁଇଟି କନ୍ୟା ସନ୍ତାନ ହୋଇଛି।ତିନି ବର୍ଷ ହେଲାଣି ଚେଷ୍ଟା କରି ମଧ୍ୟ ତାଙ୍କର ସନ୍ତାନ ଆଉ ହୋଇ ନହିଁ।ସୁମିତ୍ରାଙ୍କ ଶାଶୁ ସାବିତ୍ରୀ ଅଜୟଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ଦ୍ୱିତୀୟ ବିବାହ ମଧ୍ୟ କରିବାକୁ କହିଛନ୍ତି। କିନ୍ତୁ ଅଜୟ ରାଜି ହୋଇ ନାହାନ୍ତି। 


ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ ସ୍ୱାମୀ ସ୍ତ୍ରୀ ମିଶି କି ବହୁ ପୂଜାପାଠ କରିଛନ୍ତି। ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇଛନ୍ତି। ସୁମିତ୍ରା ଆଉ ଥରେ ଗର୍ଭବତୀ ହୋଇଛନ୍ତି। 


ପ୍ରସବ ସମୟ ଆସିଛି। ବର୍ଷା ରାତି। ଖୋ ଖୋ ବର୍ଷା ଢାଳୁଛି। ଅଜୟ ଆଉ ସାବିତ୍ରୀ ଚିନ୍ତିତରେ ବସିଛନ୍ତି ଡାକ୍ତରଖାନାରେ। ଅଜୟ ପୁରା ଝାଳରେ ଭିଜି ଯାଇଛନ୍ତି। ସେପଟେ ସ୍ତ୍ରୀ ପ୍ରସବ ଯନ୍ତ୍ରଣା ପାଉଛି ତ ଏପଟେ ମାଆ ନାତି ପାଇଁ ଜିଦ କରିଛନ୍ତି। ଯଦି ପୁଅ ନ ହୁଏ ତ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଛନ୍ତି। 


କିଛି ସମୟ ପରେ ଡାକ୍ତର ଗୋଟିଏ ଡଉଲ ଡାଉଲ ପୁତ୍ର ସନ୍ତାନକୁ ଆଣି ସାବିତ୍ରୀ ଦେବୀଙ୍କୁ ନାତି ଆସିଛି କହି ଦେଇଛନ୍ତି। ତାପର ଠାରୁ ସାବିତ୍ରୀ ଦେବୀ ସୁମାତ୍ରାଙ୍କୁ ବହୁତ ଭଲ ପାଇଲେ।ଏବେ ଅଜୟଙ୍କ ଘର ହସ ଖୁସିରେ ଭରପୁର। ପୁଅକୁ ଅଭୟ ନାମ ଦେଇଛନ୍ତି।ଗେହ୍ଲରେ ଅଭି ଡାକନ୍ତି। 


ଅଭି ଜନ୍ମର ସାତ ମାସ ପରେ ହଠାତ୍ ଅଜୟଙ୍କ କଳକାରଖାନାରେ ନିଆଁ ଲାଗିଛି। ସେଠି କାମ କରୁଥିବା ରଘୁଙ୍କ ମୃତ୍ୟୁ ହୋଇଛି ସେଇ ନିଆଁରେ।  ଅଜୟ ରଘୁଙ୍କ ସ୍ତ୍ରୀ କବିତା ଆଉ ଝିଅ ବିନିକୁ ଘରକୁ ନେଇ ଆସିଲେ ।କବିତାକୁ ଘରର କାମ କରେଇବା ପାଇଁ ଆଣିଛନ୍ତି ବୋଲି ସେ ସମସ୍ତଙ୍କୁ କହିଛନ୍ତି।


ଅଜୟ ବିନିକୁ ନିଜ ଝିଅ ପରି ଭଲ ପାଆନ୍ତି। ବିନି ଆଉ ଅଭିର ଜନ୍ମ ସମୟ ଆଉ ଜନ୍ମ ଦିନ ମଧ୍ୟ ସମାନ। ଅଜୟ ଅଭି ଆଉ ବିନିର ଜନ୍ମଦିନ ଏକା ସାଙ୍ଗରେ ଧୁମଧାମରେ ପାଳନ କରନ୍ତି। କିନ୍ତୁ ସ୍ତ୍ରୀ ସୁମିତ୍ରା ଆଉ ମାଆ ସାବିତ୍ରୀ ଦେବୀ ବିନିର ଜନମ ଦିନ ପାଳନ ଦେଖି ମନେ ମନେ ବିରକ୍ତ ହୁଅନ୍ତି। ବେଳେ ଅଜୟଙ୍କ ସହ ପାଟିତୁଣ୍ଡ ମଧ୍ୟ କରି କୁହନ୍ତି କାହଁକି ସେ ଚାକରାଣୀ ଝିଅକୁ ନିଜ ଝିଅ ପରି ଭଲ ପାଉଛ।  


ଏମିତି ଭାବରେ ଘରେ ଅଶାନ୍ତି ବଢି ଚାଲିଛି। ସୁମିତ୍ରା ସ୍ୱାମୀ ଅଜୟଙ୍କର ଚାକରାଣୀ କବିତାଙ୍କ ସହ ପ୍ରେମ ସମ୍ପର୍କ ଅଛି, ଯେଉଁଠି ପାଇଁ ସେ ତାର ଝିଅ ବିନିକୁ ନିଜ ଝିଅ ପରି ଭଲ ପାଉଛନ୍ତି ବୋଲି ସନ୍ଦେହ କରିଛନ୍ତି। ଘରର ପରିସ୍ଥିତି ଦେଖି ଚିନ୍ତିତ ଅଛନ୍ତି। କାରଣ ତାଙ୍କୁ ତାଙ୍କ ମାଆ ଆଉ ସ୍ତ୍ରୀ ସନ୍ଦେହ କରୁଛନ୍ତି। 


ଏମିତି ତିନି ବର୍ଷ କଟି ଗଲାଣି।ଅଜୟ ଆଉ ସୁମିତ୍ରାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଦୁହେଁ ଦୁହିଁଙ୍କ ସହ ଆଉ ଆଗ ପରି କଥାବର୍ତ୍ତା କରୁ ନାହାନ୍ତି।  ଅଜୟ ଅଭି ଆଉ ବିନିକୁ ସହରର ସବୁଠାରୁ ବଡ ବିଦ୍ୟାଳୟରେ ପଢିବା ପାଇଁ ନାମ ଲେଖାଇଲେ। ଏବେ ସୁମିତ୍ରା ଓ ସାବିତ୍ରୀ ଦେବୀ ଆଉ ସହି ପାରି ନାହାନ୍ତି। କବିତା ଆଉ ବିନିକୁ ଘରୁ ବାହାର କରିବା ପାଇଁ ଯୋଜନା କରି ରାତିରେ କବିତାର ବ୍ୟାଗରେ ନିଜର ସୁନା ଗହଣା ଲୁଚେଇଛନ୍ତି। 


ସକାଳ 11ଟା ବେଳକୁ ମହାଭାରତ ଆରମ୍ଭ କରିଛନ୍ତି ଶାଶୁ ସାବିତ୍ରୀ ଦେବୀ ଆଉ ବୋହୂ ସୁମିତ୍ରା ମିଶି କରି। ଆମ ଘରୁ ସୁନା ଗହଣା ଚୋରି ହୋଇଛି ବୋଲି। ଏହା ଶୁଣି ଅଜୟ ସଙ୍ଗେ ସଙ୍ଗେ କାରଖାନାରୁ ଘରକୁ ଆସିଛନ୍ତି। ଅଜୟ ଆସିବା ପୂର୍ବରୁ ପୋଲିସ ଆସି ପହଞ୍ଚିଛି ଆଉ ଘରେ ଖୋଜାଖୋଜି କରୁଛି।


ପୋଲିସ କବିତା ବ୍ୟାଗରୁ ସୁନା ଗହଣା ପାଇଛି ଏଇ ଚୋରି କବିତା କରିଛି କହି ପୋଲିସ ଷ୍ଟେସନକୁ ନେବାକୁ ବାହାରିଛି। ଅଜୟ କିଛି ବୁଝି ପାରୁ ନାହାନ୍ତି କଣ ଚାଳିଛି। କାରଣ ସେ ଜାଣିଛନ୍ତି କବିତା ନିରିହ ସ୍ତ୍ରୀ ଲୋକ।ସେ କେବେ ବି ଚୋରି କରି ନ ଥିବ। ହେଲେ ସବୁ ପ୍ରମାଣ ତା ବିରୁଦ୍ଧରେ ଅଛି....ପୋଲିସକୁ ଅଟକାଇବେ କିପରି? ଏମିତି ଭାବନାରେ ବୁଡ଼ି ଯାଇଛନ୍ତି ଅଜୟ।  ଠିକ୍ ଏତିକି ବେଳେ ପିଲା ମାନେ ବିଦ୍ୟାଳୟରୁ ଫେରିଛନ୍ତି। ସବୁ କଥା ଶୁଣି ଅଭୟଙ୍କ ବଡ ଝିଅ କହିଲା ମୁଁ କାଲି ରାତିରେ ମାଆ ଆଉ ଜେଜେମାଙ୍କୁ ସୁନା ଗହଣା ନେଇ କବିତା ମାଉସୀ ବ୍ୟାଗରେ ରଖିଥିବା ଦେଖି ଥିଲି। ମଝିଆ ଝିଅ ବି କହିଲା ଜେଜେମା ମାଆକୁ କହୁଥିଲେ କାଲି କବିତା ମାଉସୀର ଆମ ଘରେ ଶେଷ ଦିନ। ଏହା ଶୁଣି ଅଜୟ ରାଗ ଆଉ ସମ୍ଭାଳି ନ ପାରି ସୁମିତ୍ରାଙ୍କ ଉପରକୁ ହାତ ଉଠାଇଛନ୍ତି। ଆଉ ନିଜ ଭିତରେ ଲୁଚାଇ ରଖିଥିବା ତିନି ବର୍ଷ ତଳର ଅକୁହା କଥା ସମସ୍ତଙ୍କୁ କହିଛନ୍ତି ।


ଅଜୟ କହିଲେ ଆଜି ଯେଉଁ ବିନିକୁ ମୁଁ ନିଜ ଝିଅ ପରି ଭଲ ପାଉଛି ବୋଲି ତୁମେମାନେ କବିତା ଆଉ ବିନିକୁ ବାହାର କରିବା ପାଇଁ ଏତେ ଯୋଜନା କଲ, ସେ ବିନି ଆଉ କେହି ନୁହଁ। ସେ ମୋ ଝିଅ। ଏହା ଶୁଣି ସୁମିତ୍ରା ପାଟି କରି ଉଠିଛନ୍ତି ମାନେ ମୁଁ ଯାହା ଭାବୁ ଥିଲି ସେଇଟା ସତ..... ଏତିକି ଶୁଣି ଅଜୟ ଚିତ୍କାର କରି କହିଛନ୍ତି ଓ.... ସୁମିତ୍ରା ପୁରା ଚୁପ ହୁଅ। ଆଜି ମୁଁ କହିବି ସମସ୍ତେ ଶୁଣବେ... ସେ ଅକୁହା କଥା ମୋତେ ବହୁତ କଷ୍ଟ ଦେଉଛି। ବିନି ହେଉଛି ମୋର ଆଉ ସୁମିତ୍ରାର ଝିଅ। ଏହା ଶୁଣି ସୁମିତ୍ରା ତଳେ ବସି ପଡିଛନ୍ତି।  ଅଜୟ ସୁମିତ୍ରାଙ୍କ ପାଖକୁ ଯାଇ ତାଙ୍କ ହାତ ଧରି କହିଲେ ତୁମେ ଆଜି ପୁରା ବଦଳି ଯାଇଛ। ମୋ ସୁମିତ୍ରା କୁଆଡ଼େ ଗଲା। ଅଭି ଜନ୍ମ ପାଖରୁ ମୁଁ ଆଉ ତାକୁ ପାଉନି। 


ଅଜୟ କହିଲେ ଯେତେବେଳେ ସୁମିତ୍ରା ତୃତୀୟ ଥର ଗର୍ଭବତୀ ହୋଇ ଥିଲେ ଡାକ୍ତର କହିଥିଲେ ସୁମିତ୍ରାଙ୍କ ପାଇଁ ପୁଅ ପ୍ରାପ୍ତିର ଏଇଟା ଶେଷ ସୁଯୋଗ। ସୁମିତ୍ରା ଆଉ ଏଇଟା ପରେ ମାଆ ହୋଇ ପାରିବେ ନାହିଁ। ସେପଟେ ମାଆ ଜିଦ୍ ରେ ଥିଲେ ପୁଅ ନ ହେଲେ ଦ୍ୱିତୀୟ ବିବାହ। ମୁଁ ସୁମିତ୍ରା ବିନା ବଞ୍ଚି ପାରିବିନି। 


ସୁମିତ୍ରା ପ୍ରସବ ଯନ୍ତ୍ରଣା ପାଉଥାଏ ମୁଁ ଚିନ୍ତାରେ ପଡି ଥାଏ ଏବେ କଣ ହେବ। ଏତିକି ସମୟରେ ମୁଁ ଜାଣିବାକୁ ପାଇଲି ମୋ ପାଖରେ କାମ କରୁଥିବା ରଘୁର ସ୍ତ୍ରୀ କବିତା ମଧ୍ୟ ସେ ଦିନ ପ୍ରସବ ଯନ୍ତ୍ରଣାରେ ଡାକ୍ତରଖାନାରେ ଅଛି। ରଘୁ ଆମ ଘର ବିଷୟରେ ଆଗରୁ ଜାଣି ଥିଲା।ମୁଁ ତାକୁ ଦେଖା କରିବାକୁ ଯାଇଥିଲି ସେତେବେଳେ ନର୍ସ ତାକୁ ଆସିକରି କହିଲେ ତାର ପୁଅ ହୋଇଛି ଏବଂ କବିତାକୁ ହୋସ୍ ରେ ଆସିବାକୁ ଟିକେ ସମୟ ଲାଗିବ । ମୋତେ ମଧ୍ୟ ସେତେବେଳେ ନର୍ସ ଆସିକରି କହିଲେ ମୋର ଝିଅ ହୋଇଛି ଏବଂ ସୁମିତ୍ରାଙ୍କୁ ବି ହସ୍ ରେ ଆସିବାକୁ ସମୟ ଲାଗିବ।ମୁଁ ପୁରା ନିଶବ୍ଦ ହୋଇଗଲି। ଲାଗିଲା ଯେମିତି ମୋ ପାଦ ତଳୁ ମାଟି ଖସିଗଲା। ମାଆକୁ କେମିତି ବୁଝାଇବି ଯେ ସୁମିତ୍ରାଙ୍କର ଆଉ କେବେ ସନ୍ତାନ ହବନି କି ମୁଁ ଆଉ ଦ୍ୱିତୀୟ ବିବାହ କରିବାକୁ ଚାହେଁ ନାହିଁ। 


ଏତିକି ବେଳେ ରଘୁ ମୋତେ କହିଲା ବାବୁ ମୁଁ ଆପଣଙ୍କ ଘର ବିଷୟରେ ଜାଣିଛି। ପୁତ୍ର ସନ୍ତାନ ନ ହେଲେ ଆପଣଙ୍କ ମାଆ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କରିବେ।ଆପଣ ଯଦି ମୋ ପୁଅକୁ ନିଜ ପୁଅ କହିବେ ତେବେ ଆପଣଙ୍କ ସମସ୍ତ ସମସ୍ୟା ସମାଧାନ ହୋଇ ଯିବ। ଆଉ ମୁଁ କେବେ ବି କାହାକୁ କିଛି କହିବିନି। ସମସ୍ତେ ଏଇଟା ଜାଣିବେ ମୋ ପୁଅ ଆପଣଙ୍କ ପୁଅ। ମୁଁ ବି କିଛି ବୁଝି ନ ପାରି ତା କଥାରେ ରାଜି ହୋଇ ଗଲି ଆଉ ଡାକ୍ତରକୁ କହି ଛୁଆକୁ ଆମେ ବଦଳେଇ ଦେଲୁ। ତାପର ଠାରୁ ମୋ ଝିଅ ବିନି ହୋଇ ଗଲା ତା ଝିଅ ଆଉ ତା ପୁଅ ଅଭି ହୋଇ ଗଲା ମୋ ପୁଅ। 


ଏ କଥା ମୁଁ ସୁମିତ୍ରାଙ୍କୁ କହିବା ପାଇଁ ଚାହିଁଛି। କିନ୍ତୁ ଅଭି ତାଙ୍କ ଜୀବନକୁ ଆସିବା ପରେ ମୁଁ ମୋ ସୁମିତ୍ରାଙ୍କୁ ହଜାଇ ଦେଇଛି ପରି ଲାଗେ। ସେଥିପାଇଁ ମୁଁ କିଛି ବି କହି ପାରି ନାହିଁ। ଯାହା ପାଇଁ ମୁଁ ଏ ସବୁ କଲି ସେ ସନ୍ଦେହ କରୁଛି। ମୁଁ କବିତାକୁ ମୋ ଭଉଣୀ ପରି ମାନେ। ଆଉ ଆମ ଦୁଇଜଣଙ୍କୁ ନେଇ ତୁମେମାନେ ମୋତେ ସନ୍ଦେହ କରୁଛ। ଆଉ ଏମିତି କୁକର୍ମ କଲ.... ଗୋଟିଏ ନିରିହକୁ ଜେଲ ପଠାଇବାକୁ ଯୋଜନା କଲ... ଛି ଛି ମୋ ମୁଣ୍ଡ ଲାଜରେ ତଳକୁ ହୋଇ ଯାଉଛି।


ସୁମିତ୍ରା ଆଉ ସାବିତ୍ରୀ ଦେବୀ ନିଜ ଭୂଲ ବୁଝି ପାରିଛନ୍ତି। ସେମାନେ କବିତା ଆଉ ଅଜୟଙ୍କୁ କ୍ଷମା ମାଗିଛନ୍ତି। ଅଜୟ ପୋଲିସକୁ ଯିବା ପାଇଁ କହିଲେ। ଅଜୟ କବିତାକୁ ବି କ୍ଷମା ମାଗିଲେ। 


ଏ ଅକୁହା କଥାକୁ ଶୁଣି କି ସୁମିତ୍ରା ଆଉ ସାବିତ୍ରୀ କବିତାକୁ ନିଜ ଘର ଝିଅ ପରି ରଖିଲେ। ଏବେ ବିନି ଏବଂ ଅଭି ଦୁଇ ଜଣ ଭାଇ ଭଉଣୀ ପରି ରହିଲେ। କବିତା ବି ଖୁସି। ଏ ଅକୁହା କଥା ତାର ଆଉ ତା ଛୁଆର ଜୀବନ ବଦଳାଇ ଦେଲା। 


ରାତିରେ ସାବିତ୍ରୀ ଦେବୀ ଅଜୟଙ୍କୁ କହିଲେ ତୋର ଅକୁହା କଥା ଆମ ପରିବାରକୁ ଭାଙ୍ଗିବାରୁ ବଞ୍ଚାଇ ଦେଲା। ତୁ ସେଦିନ ଯାହା କରିଥିଲୁ ପୁରା ଠିକ କରି ଥିଲୁ। ମୁଁ ଭୂଲ କଥାକୁ ଜିଦ୍ କରି ବସିଥିଲି। ମୋତେ ସୁମିତ୍ରା ଭଳି ଭଲ ବୋହୁ କେବେ ମିଳି ନ ଥାନ୍ତା।


ରାତିରେ ଅଜୟ ନିଜ ଖଟରେ ଶୋଇଛନ୍ତି। ସେତେବେଳେ ସୁମିତ୍ରା ଆସି କି ଅଜୟଙ୍କ ଗୋଡ଼ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି।ଆଉ କହିଛନ୍ତି ତୁମେ ମୋ ପାଇଁ ଏତେ ବଡ଼ ଅକୁହା କଥା ଲୁଚାଇ ରଖିଛ... ଆଉ ମୁଁ ପାପୀ ତୁମକୁ ସନ୍ଦେହ କରିଛି। ମୋତେ କ୍ଷମା କରି ଦିଅ। ଅଜୟ ସୁମିତ୍ରାଙ୍କୁ ଉଠାଇ ନିଜ ଛାତିରେ କୁଣ୍ଢାଇ କହିଛନ୍ତି ତୁମେ ମୋର ଜୀବନ। ସେ ଅକୁହା କଥା ପାଇଁ ମୋତେ ତୁମେ ସନ୍ଦେହ କରୁଥିବା ମୋତେ ବହୁତ କଷ୍ଟ ହେଉଥିଲା। 


ସୁମିତ୍ରା କହିଛନ୍ତି ତୁମ ସେ ଅକୁହା କଥା ଆମ ପରିବାରକୁ ଆଜି ଭାଙ୍ଗିବାରୁ ବଞ୍ଚାଇ ଦେଇଛି। ଏ ଅକୁହା କଥା ଆମ ସମସ୍ତଙ୍କ ଜୀବନରେ ଏକ ନୂତନ ଉଲ୍ଲାସ ଆଣି ଦେଇଛି। ତାପରେ ଦୁହେଁ ଖୁସିରେ ଘର ସଂସାର କଲେ। ବାସ୍ତବରେ ଏକ ଅକୁହା କଥା ଗୋଟିଏ ସୁନା ସଂସାରକୁ ଭାଙ୍ଗି ବଞ୍ଚାଇ ଦେଲା।


Rate this content
Log in

More oriya story from Trushna Das

Similar oriya story from Drama