ଅକୁହା ଚିଠିଟିଏ
ଅକୁହା ଚିଠିଟିଏ
ସାରା ଗାଁ ଟା ନିସ୍ତବ୍ଧ ହୋଇଯାଇଛି,ରାକେଶର ଅଚାନକ ମୃତ୍ୟୁରେ କେହି ବିଶ୍ବାସ କରି ପାରୁ ନଥାନ୍ତି । ଜଣେ କିଏ ପାଟି କରି କହିଲା ଦେଖ ଦେଖ , ରାକେଶ ବାପା ରାଜୁ ବାବୁଙ୍କୁ, କଣ ପାଗଳ ହୋଇ ଗଲେ କି । ପୁଅର ମୃତ୍ୟୁ ଜାଣି ସାଇକେଲ ଧରି କୁଆଡେ ବାହାରିଗଲେ????
ଅତି ସହଜରେ ପୁଅର ମୃତ୍ୟୁକୁ ବିଶ୍ୱାସ କରି ପାରୁ ନଥାନ୍ତିରାଜୁ ବାବୁ । ସେ ଯାଇ ଗାଁ ଶେଷ ମୁଣ୍ଡରେ ଥିବା ଶିବ ମନ୍ଦିର ଉପରେ ବସି ଯାଆନ୍ତି, ଯୋଉଠି ସେ ପୁଅ ଛୋଟ ଥିଲା ବେଳେ ସବୁଦିନେ ଆଣି ବୁଲେଇ ନିଅନ୍ତି ।ଏବଂ ସାଥିରେ ଆଣିଥିବା ଚିଠି ଟିକୁ ଖୋଲି ପଢନ୍ତି । ଯେଉଁ ଚିଠି ପୁଅରାକେଶ ଶେଷ ଥର ପାଇଁ ଘର ଛାଡ଼ି ଚାଲିଯିବା ବେଳେ ତାଙ୍କୁ ଦେଇଥିଲା । ତଥାପି ସେ ଖୋଲିକି ପଢି ନାହାନ୍ତି କେବେ ।
ବାପା,
ମୁଁ ଜାଣିଛି ମୁଁ ଆପଣଙ୍କର ଯୋଗ୍ୟ ପୁଅ ନୁହେଁ । ହେଲେ ବାପା ଆପଣ ମୋ ପାଇଁ ଗର୍ବ କରନ୍ତୁ ବୋଲି ବହୁତ୍ ଚେଷ୍ଟା କରି ଆସିଛି, ହେଲେ ସେଥିରେ ସଫଳ ହୋଇପାରିନି । ହେଲେ ଆପଣ ନିଶ୍ଚୟ ଗର୍ବ କରିବେ ମୋ ପାଇଁ । ଆପଣଙ୍କଠୁ ଯେତେ ଗାଳି ମାଡ଼ ଖାଇଲେ ମଧ୍ୟ ମୁଁ ପଢାରେ ମନ ଦେଇ ପାରିଲି ନାହିଁ । ଆପଣଙ୍କ ଇଚ୍ଛା ଥିଲା ମୁଁ ଜଣେ ଡାକ୍ତର ହୁଏ । ଦୁଃଖ ପ୍ରକାଶ କରୁଛି ଆପଣଙ୍କ ଇଚ୍ଛା ପୂରଣ କରିପାରିଲି ନାହିଁ । ବାପା ପିଲା ଦିନେ ଶିବ ମନ୍ଦିରରେ ଭିଡ଼ରେ ଶିବ ନ ଦେଖା ଦେଲେ ମୋତେ କାନ୍ଧରେ ବସେଇ ଦେଖେଇ ଦିଅ, ନାନାରକମର ଜିନିଷ କିଣି ଦିଅ । ମୋ ପୁଅ ବଡ଼ ହେଲେ ବଡ଼ ଡାକ୍ତର ହବ ବୋଲି କହି ବୁଲ । ହଁ ମନେ ଅଛି ଆଜି ବହୁତ୍ ମନେ ପଡୁଛି ଆପଣଙ୍କ ହାତରେ ଖାଇବାକୁ ଇଚ୍ଛା ହଉଛି । ସ୍କୁଲ୍ ରେ ଟିକେ ପାଠ କରି ନ ପାରିଲେ ଗୁରୁଜୀ ଗାଳି ଦେଲେ ଆପଣ ନିଜେ ଯାଇଁ ଗୁରୁଜୀଙ୍କୁ କହି ଦେଇ ଆସ ଯେ ମୋ ପୁଅ କୁ ଆଉ ମାରିବ ନାହିଁ ବୋଲି । ସାଇକେଲ ଆଗରେ ମୋତେ ବସେଇ କେତେ ନା କେତେ ଆଡେ ବୁଲିଛ । ଯାନି ଯାତ୍ରା ପର୍ବ ପର୍ବାଣୀରେ କେତେ ନା କେତେ ଜାମା ପଟା ଆଣି ଦେଇଛ। ସକାଳୁ ପୁଅ ମୁହଁ ନ ଦେଖିଲେ ତମ ଦିନ ଟା ଭଲରେ କଟେନି ।
ହେଲେ ବାପା ମୋ ବଢ଼ି ବଢ଼ି ଚାଲୁଥିବା ବୟସ ଟା କାହିଁ ମୋ ଉପରେ ଅଭିଶାପ ହୋଇଗଲା ଯେମିତି । ବାପା ଠୁ ପୁଅକୁ ଦୂରେଇ ଦେଲା, ବାପା ସ୍ନେହ ଆଉରହିଲାନି । କଥା କଥାରେ ସବୁ ବେଳେ ତାଗିଦ୍ କର ମୋତେ । ପାଠ ପଢାରେ ବହୁତ୍ ଦୁର୍ବଳ ହୋଇଗଲି ମୁଁ । ମାଟ୍ରିକରେ ୩ ଶ୍ରେଣୀ ପାଇଲି ବୋଲି ଶୁଣିଲି "ତୁ ମୋ ପୁଅ ନୁହଁ, ତୁ ଜୀବନରେ କିଛିବି କରିପାରିବୁନି ।" ବୋଉ ଆପଣଙ୍କ ଙ୍କୁ କୁହେ " କାହିଁ ଛୁଆ ଟା ଉପରେରାଗୁଛ ଯେ କାଳେ କୁଆଡେ ପଳେଇବ, ଆପଣଙ୍କ ଉତ୍ତର ଥିଲା " ତମରି ମୁହଁ ପାଇ ସେମିତି ହୋଇଛି ସେ, ଯାଉ ଯାଉ ଯୁଆଡେ ବି ଯାଉ ଇଚ୍ଛା ଥିଲା ପୁଅ କୁ ବିଜ୍ଞାନ ପଢେଇ ଡାକ୍ତର କରିବା ପାଇଁ ଏଇ ଅଯୋଗ୍ୟ ପୁଅ ମୋର ଦେଖ ସବୁ ସ୍ବପ୍ନ କୁ ଧୂଳିସାତ କରିଦେଲା ।"
ଆପଣଙ୍କ ଏହି କଥା ଟି ମୋତେ ଭଲ ପଢ଼ିବା ପାଇଁ ପ୍ରେରଣା ଯୋଗାଇ ଥିଲା । +୨ କଳାରେ ୧ ଶ୍ରେଣୀରେ ପାସ କଲେ ମଧ୍ୟ ଆପଣଙ୍କ ମୁହଁରେ ମୁଁ ଖୁସି ଦେଖି ପାରିଲିନି, କାରଣ ଆପଣଙ୍କ ଇଚ୍ଛା ଥିଲା ମୁଁ ଡାକ୍ତର ହୁଏ ।ପ୍ରତିଦିନ ମୁଁ ଘରକୁ ଡେରିରେ ଫେରେ ଆପଣ କୁହନ୍ତି ମୁଁ କୁଆଡେ ଦୁଷ୍ଟ ପିଲା ଙ୍କ ସହ ମିଶି ନଷ୍ଟ ହେଇଗଲିଣି । ଆଉ ଘରର ମାନ ମହତ ମୋ ପାଇଁ ଖରାପ ହଉଛି.!!!!
ହଁ ବାପା ମୁଁ ବହୁତ୍ ବାଳୁଙ୍ଗା ଥିଲି । ଦୁଷ୍ଟ ପିଲା ଙ୍କ ସହ ମିଶି ମୋ ପଢା ପଢି ଖରାପ ହଉଛି ବୋଲି ଆପଣ କୁହନ୍ତି, ହେଲେ ସେଇ ଦୁଷ୍ଟ ପିଲା ଗୁଡିକ ଆଜି ଦେଶରରକ୍ଷକ "ସୈନିକ" ଆଉ ଆପଣଙ୍କ ପୁଅ ରାକେଶ ମଧ୍ୟ ସେଇ ଭିତରୁ ଜଣେ । ଏବେ ଆପଣ ଗର୍ବ କରୁଛନ୍ତି ନା ବାପା, ଆପଣଙ୍କ ପୁଅ ଦେଶର ସୈନିକ ବୋଲି....?
ମୋର ପ୍ରତିଦିନ ଘରକୁ ଡେରିରେ ଫେରିବାର କାରଣ ଦୁଷ୍ଟ ଲୋକ ଙ୍କ ସହ ମିଶିକି ବୁଲିବାର ନଥିଲା । ମୁଁ ସମାଜରେ ସ୍ଵତନ୍ତ୍ର ପରିଚୟ ପାଇଁ ଆଉ ଆପଣଙ୍କୁ ଗର୍ବିତ କରାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲି । ଯେତେ କଷ୍ଟ ହଉ ପଛେ ସୈନିକ ଟିଏ ପାଇଁ ଝାଳନାଳ ହେଇ ପରିଶ୍ରମ କରୁଥିଲି । ହେଲେ ବାପା ମୋତେ କ୍ଷମା କରିଦେବେ, ଆପଣଙ୍କ ସ୍ବପ୍ନର ଡାକ୍ତର ହୋଇପାରିରୋଗି ସେବା କରିପାରିଲି ନାହିଁ ସତ ଗୋଟେ ସୈନିକ ହୋଇ ଦେଶର ସମସ୍ତଙ୍କ ସେବା କରିପାରିବି । ମୋ ପାଇଁ ଆପଣ ନୁହେଁ ତ ସାରା ଦେଶର ଲୋକ ମାନେ ଶାନ୍ତିରେ ଶୋଇପାରିବେ ।
ଆଜି ମୁଁ ଚାଲି ଯାଉଛି, ଦୂର କୁ ବହୁ ଦୂରକୁ । ହୁଏତ ଆପଣ ବହୁତ୍ ଖୁସି ହେବେ । ହେଲେ ମୁଁ ନିଶ୍ଚୟ ଫେରିବି ସେଇଦିନ ଯେଉଁ ଦିନ ଆପଣ ଗର୍ବ କରିବେ ଯେ ଆପଣଙ୍କ ପୁଅ ଦେଶର ବୀର ସୈନିକ ବୋଲି ।
ଇତି
ଆପଣଙ୍କ ଅଯୋଗ୍ୟ ପୁଅ......
ସନ୍ଧ୍ୟା ହେଇ ଆସୁଥାଏ । ପକ୍ଷୀ ମାନେ ନିଜ ନିଜ ବସା କୁ ଚାଲି ଯାଉଛନ୍ତି । ହେଲେରାଜୁ ବାବୁ ଚିଠି ଖଣ୍ଡକ ଧରି ଚୁପ୍ ହୋଇ ବସିଛନ୍ତି । ଆଖିରୁ ଲୁହ ବାହାରୁ ନଥିଲେ ମଧ୍ୟ ହ୍ରୁଦୟରେ ଥିଲା କୋହ । କାଲିରାତିରେ ଭୟଙ୍କର ବୋମା ବିସ୍ଫୋରଣରେରାକେଶ ହୋଇ ଯାଇଛି ସହିଦ । ଏହି ସମୟରେ ଲୋକ ମାନେ ପାଟି କରି ଯାଉଥିଲେ ସହିଦ ରାକେଶ ରାଉତ ଅମରରହେ.....!!!!!
ଆକାଶ କୁ ଅନେଇରାଜୁ ବାବୁ ଦେଖନ୍ତି ପୁଅରାକେଶ କହୁଛି "ବାପା ଆପଣ ଏବେ ଗର୍ବ କରୁଛନ୍ତି ନା ମୁଁ ଦେଶ ପାଇଁ ଜୀବନ ଦେଇଛି ବୋଲି ".!!
ଭୋ ଭୋ ହେଇ କାନ୍ଦି ପକାନ୍ତି ରାଜୁ ବାବୁ "ପୁଅ ପୁଅ କୁଆଡେ ଗଲୁ..!! ଫେରିଆରେ ଫେରିଆ.!!!" ଏତିକି ବେଳେ କୋଉଠୁ ଗୀତ ଗୋଟେ ବାଜି ଆସୁଥିଲା....!
"ହାତ ଧରି ମୋର ଚାଲି ଶିଖେଇଲ,
"ଯେତେ ଅଳି କଲି ସବୁ ସହି ଗଲ ।"
ବାପା.......!!!!