STORYMIRROR

Archana Sahoo

Comedy Fantasy Inspirational

3  

Archana Sahoo

Comedy Fantasy Inspirational

ଅଜବ ସମ୍ପର୍କର ଝଗଡ଼ା

ଅଜବ ସମ୍ପର୍କର ଝଗଡ଼ା

5 mins
315

ରାତି ପାହିଲେ ପରୀକ୍ଷା । ଜଲ୍ଦି ଜଲ୍ଦି ସବୁ ବିଷୟ କୁ ସାରିବାକୁ ପଡିବ । ପରିବେଶ ପୁରା ଶାନ୍ତ । ଭାବିଲି ଏହା ହିଁ ସଠିକ ସମୟ ପଢ଼ିବାର । ବହି ଧରି ମୁଁ ବସିପଡ଼ିଲି ପଢିବାରେ । ଅଳ୍ପ କିଛି ପଢ଼ିଛି କି ନାହିଁ ପାଟି ଶୁଣାଗଲା ବାହାରୁ । ଧୀରେ ଧୀରେ ପାଟି ବଢ଼ିବାରେ ଲାଗିଲା । ଆଗରୁ କଳି ହୁଏ ,ହେଲେ ସେତେବେଳେ ଟିଭି ର ଓଡ଼ିଆ ଗୀତ ଲଗେଇ ଦୁଇ ଭଉଣୀ ଖୁବ୍ ଗୀତ ଶୁଣୁ । ହଁ ସେସବୁ ରୁ କଣ ମିଳିବ । ବରଂ ଏ ଗୀତ ରୁ ଭାରି ଖୁସି ମିଳୁଛି । ହେଲେ ଆଜି ର କଥା ଟିକେ ଅଲଗା ,ଦୁଇ ଭଉଣୀ ଙ୍କ ର ପରୀକ୍ଷା । ଆଉ ଟିଭି ଘରକୁ ଯିବାକୁ ଜମାରୁ ବି ଇଚ୍ଛା ହେଉନଥିଲା । କିଛି ଉପାୟ ନଥିଲା ,ଘରେ ରହି କେବଳ ପଢା ବହି କୁ ଦେଖିବାରେ ଲାଗିଲୁ ଦୁଇ ଭଉଣୀ । ମୋ ଭଉଣୀ ହଟାତ୍ କହିଲା,ଆଲୋ ନାନା ଶୁଣିଲୁ ଶୁଣିଲୁ ସେ ଦୁହେଁ କୋଉ ବିଷୟ ଉଠେଇଛନ୍ତି । ମୁଁ ଗାଲ ରୁ ହାତ କାଢି,ବହି ରୁ ମୁହଁ ଉଠେଇ ଶୁଣିଲି ତାଙ୍କ କଥା । କହିଲି, ହେଇଟି ବା ଦେଖେ କଦଳୀ ଗଛ ସକାଶୁ କଳି କଲେଣି । ହାଃ ହାଃ ହାଃ। ଭଉଣୀ କହିଲା,ଯା' କାଲି ଏଇ ବିଷୟରେ ଲେଖିଦେବା ଆମେ ପରୀକ୍ଷା ଖାତାରେ ହାଃ ହାଃ ହାଃ ।

    ହଁ ସତରେ ଆଜି ଆର ପାଟି ହେଲେ ,କାଲି ସେ ପାଗେଳି ବଡ଼ବୋଉ ବହୁନା ପକେଇବ । କାହାକୁ ସମ୍ଭାଳିବୁ ଏଠି

ଦୁହେଁ ହସି ଉଠିଲୁ ଖୁବ୍ ଜୋର୍ ରେ

    ସେପଟେ ପାଟି ଏତେ ଜୋରରେ ବଢିଲା ଯେ ,ଆମେ ଭାବିଲୁ କେହି ମାର ପିଟା ହେଇଗଲେ ବୋଧେ । ହେଲେ ନା ଦୁହେଁ ପାଟି କରି ଗାଁ କମ୍ପାଉ ଥିଲେ ।

କନକ ବଡ଼ବୋଉ କହୁଥିଲା,ତୁ ଏଠି କାହିଁକି ଗଛ ପକେଇଲୁ ?

ରମା ଖୁଡି କହୁଥିଲେ, ତୋର କ'ଣ ଯାଉଛି କିଲୋ ? ହଁ ଜଳି ଯାଉଥିବୁ ଆଉ

କନକ ବଡ଼ବୋଉ ଆଲୋ ହେଇ ମୁଁ କାହିଁକି ଜଳିବି ବା ଦୁଆର ମଝିରେ କଦଳୀ ଗଛ ଲଗେଇ ଦେଉଛୁ । ଯଦି ଏତେ ଗଛ ଲାଗେଇବାକୁ ଇଚ୍ଛା ତେବେ ତୋ ଘରେ ପକାଉନୁ ।

ରମା ଖୁଡୀ ମଲା ଗଛ ଲଗେଇଲି ତ ଲଗେଇଲି । ତୁ ଲଗେଇ ଦେଉନୁ । ଭିର୍ଣ୍ଣ ହେଲା ବରଷ ବା ତୁ ସବୁ କଦଳୀ, ଗୁଆ ,ନଡ଼ିଆ ଗଛ ନିଜ ଭାଗରେ ନେଇଥିଲୁ । ସବୁ ଖାଇଲୁ ମୁଁ କହିଛି କ'ଣ ? ଆଜି ମୁଁ ପକେଇଲି ଗଛ । କ'ଣ ଯାଉଛି କିଲୋ ତୋ'ର ?

ଦୁହେଁ ଦୁହିଁଙ୍କୁ ଖୁବ୍ ଗାଳି ସହ କୋଡିଏ ବର୍ଷର ଇତିହାସ ବାହାର କରିଦେଲେ ଦୁହେଁ

ପାନ ଖିଆ ପାଟିରେ ଦୁହେଁ ଏମିତି ବହେ ଗାଳି ଗୁଳଜ ହେଉଥିଲେ । ଗାଳି ର ପରିମାଣ (ରେଟ୍) ଏତେ ଥିଲା ଯେ,ପାନ ଛେପ ପଦାକୁ ଆସିଯାଉଥିଲା ସେମାନଙ୍କ ଅଜାଣତରେ । ସେମାନେ କଣ ଛାଡିବା ନୋକ କି । ତାକୁ କାନି ରେ ପୋଛି ପୁଣି କଥା ଉପରେ କଥା । ଭାଷଣ ଉପରେ ଭାଷଣ କୋଉ ମନ୍ତ୍ରୀ ସେମାନଙ୍କୁ ଆଜି ପାରିବେନି ।

      ଦୁଇ ଭଉଣୀ ଏମାନଙ୍କ କଥା ଶୁଣି ଟିକେ ଗମ୍ଭୀର ହେଇଗଲୁ । ଆଉ ହସିଲୁନି । ଦୁହେଁ ଦୁଇ ଜଣକୁ ଗାଳି କଲେତ କଲେ ଶେଷ କୁ ଖିରି ଖାଇଲା ଭଳି ଏଇ ବହୁନା ଏକ ପଦୀ ଗାଇଲା ବେଳକୁ ,ସିଏ ବହୁ ପଦୀ ଗାଇକି ବହୁନା ଛାଡ଼ିଲାଣି । ଆଉ ପଢିବି କ'ଣ ?

କନକ ବଡ ମାଆ

ହାଁ ସବୁ ହାନି ନାଭ ବୁଝୁଥିଲି ବୋଲି ଏତକ ଅପବାଦ ଦେଲା ଲୋ ମାଆ ,ମୁଁ କଣ କରିବି

ରମା ଖୁଡି

ହାଁ ଖଟି ଖଟି କରି ଚୂଲି ମୁଣ୍ଡ ରେ ଲୋ ଶିଝିଥିଲି ବୋଲି ଏମିତି କହିଲା ଲୋ ଡଙ୍କୁଣୀ ମୁଁ କ'ଣ କରିବି ?

କନକ ବଡବୋଉ ହଟାତ୍ କାନ୍ଦ ବନ୍ଦ କରିଦେଇ କ'ଣ କହିଲୁ ମୁଁ ଡଙ୍କୁଣୀ

ଆଲୋ ମୁଁ ଡଙ୍କୁଣୀ ହେଲେ ତୁ ଚିଲୁଗୁଣୀ

ଏତିକି ବେଳେ ତାଙ୍କ ଝିଅ ତାଙ୍କୁ ଟେକି ନେଇ ଗଲେ ଘର ଭିତରକୁ । ହଁ ସେ ଚିଲୁଗୁଣୀ । ତୁ ପାଟି ବନ୍ଦ କର

ଦୁହେଁ ଏବେ ଘର ଭିତରେ ଥିଲେ । ହେଲେ ରାତି ଦଶ ଟା ପର୍ଯ୍ୟନ୍ତ ଚାପା ଗାଳି ଚାଲିଥିଲା । ଶୁଣେଇ ଶୁଣେଇ କଥା ବି ଚାଲିଥିଲା

ରାତି ଏଗାର ଟା ପରେ ,ମୁଁ ଗୋଟିଏ ବଡ଼ ନିଶ୍ୱାସ ନେଇ ପୁଣିପଢିବାକୁ ଲାଗିଲି । ହାତରେ ଆଉ ଅଳ୍ପ ସମୟ । ସେତିକି ସମୟ ରେ ପଢିଲି ପାଠ । ଆଉ ଯାହା ହେଇହବ ପରୀକ୍ଷା ଆଉ । ଏମିତି ଭାବି ଟିକେ ଶୋଇ ଉଠି ପଢିଲି । ଆଖିରେ ଭାରି ନିଦ ହେଲେ ,କାଲି ଯେ ପରୀକ୍ଷା । ସେଇ ଡରରେ ପୁଣି ପଢିଲି । ଠିକ ସକାଳ ଚାରିଟା ଟା ବାଜିଛି କି ନାହିଁ ପାଗେଳି ବଡ଼ବୋଉ (ମୁଁ ଜନ୍ମ ଦେଖିଛି ସେ ଏମିତି ) ଉଠି କାନ୍ଦିଲେ ତାଙ୍କ ଇଚ୍ଛା ଅନୁସାରେ । ମୁଁ ହସିବାରେ ଲାଗିଲି ମନ ଭିତରେ । ମୋ ସାନ ଭଉଣୀ ଉଠି କହିଲା,ମୋ ଆଲାରାମ ବାଜିଲା । ଆଉ ମୁଁ ଉଠିଗଲି ....ଦୁହେଁ ପୁଣି ହସିଲୁ .......

    କିଛିଦିନ ବିତିଗଲା .....ପରୀକ୍ଷା ସରିଗଲା....ଦୁଇ ଭଉଣୀ ଦେଖିଲୁ ରମା ଖୁଡି ଆଉ ବେଶୀ ଗପୁ ନାହାଁନ୍ତି । କାହା ସହିତ ବି ସେ ଗପିବେ ? କନକ ବଡ଼ବୋଉ ଙ୍କ ସହିତ ତ କଥା ନାହିଁ । ଆଉ କେହି କାହା ଘରକୁ ବି ଯାଉ ନଥିଲେ । ଦୁହେଁ ନିରବ ଆଉ ଆମ ପରିବେଶ ବି କିଛି ସମୟ ଶାନ୍ତ ରହିଲା । ଏ ଘଟଣା ର ମାସେ ପୁରିନି ବା ।

      ଦିନେ ମୋ ଭଉଣୀ ଗପ ବହି ଟିର ପୃଷ୍ଠା କୁ ଓଲଟାଉ ଓଲଟାଉ ସେପଟକୁ ଚାହିଁ କହିଲା ,ନାନା ଜାଣିଲୁ ... ମୁଁ କହିଲି କଣ ହେଲା କି ?

ସେ କହିଲା , ନାନା ସେପଟକୁ ଟିକେ ଅନା......ମୁଁ କହିଲି ଯା' ମୁଁ କବିତା ପଢୁଛି ଆଉ କାହାକୁ ଅନେଇ ପାରିବିନି । ସେ ହସି ହସି କହିଲା,ଆଲୋ ଏ ଡଙ୍କୁଣୀ ଚିଲୁଗୁଣୀ ......ମୁଁ ତା'କଥା ବୁଝିପାରି ବାହାର ଝରକା କୁ ଅନେଇ ଦେଖିଲି ଦୁହେଁ ଦୁଇ ଜଣଙ୍କୁ ଚାହିଁ ଥିଲେ । ରମା ଖୁଡି କ'ଣ କହିବାକୁ ଉହୁଙ୍କି ଯାଇ ପୁଣି ରହିଗଲେ । କନକ ବଡ଼ବୋଉ ବି ସେମିତି କଣ ଚାହିଁ ପୁଣି ପଳେଇଲେ ।

    ମୁଁ ଆଉ ଭଉଣୀ ଟିକେ ହସି ନିଜ ନିଜ କାମ ରେ ଲାଗିଗଲୁ।ପୁଣି କିଛି ସମୟ ପରେ ପାଟି ଶୁଣାଗଲା,ଆଲୋ କନକ ଅପା ପିଢ଼ା ଦେବିକି .....କନକ ବଡ଼ବୋଉ କହୁଥିଲେ,ନାଇଁ ଥାଉ । ---କଣ କହୁଥିଲି କି,ବସିକି ବାଟିବାରେ ସୁବିଧା ହେବ......।

ଆଉ ଟିକେ ପରେ ଆଲୋ କନକ ଅପା ତମ ଦିଅର ଓଉ ଆଣିଥିଲେ ହାଟରୁ ବହୁତ । ଶଢି ଯାଉଛି ନଉନା ଗୋଟେ

ସେ କିଛି କହିବା ଆଗରୁ , ଆଣି ଥୋଇ ଦେଇ ଗଲେ ପିଣ୍ଡାରେ

କନକ ବଡ଼ବୋଉ ଖଡାରାଇ ନେଇ କହିଲେ , ରମା ନଉନୁ ରାଇ । ତୋତେ ବା ଭାରି ଭଲ ଲାଗେ ଖଡାରାଇ .....

     ଏସବୁ ଶୁଣି ଦୁଇ ଭଉଣୀ କଲେଜ ଗଲୁ । ଆଲୋ ଘରକୁ ଆସିଲା ବେଳକୁ ଦେଖିଲୁ ଦୁହେଁ ରୋଷେଇ ବାସ ସାରିଦେଇ କଥା ହେଉଛନ୍ତି ।

କନକ ବଡ଼ବୋଉ(ହସି ହସି)--ଆଲୋ ଜାଣିଲୁ ରମା ସେ ପ୍ରଧାନ ଘରର ବୋହୂ ବହୁତ ଜିନିଷ ପତ୍ର ଆଣିଛି ଲୋ ବାପ ଘରୁ। ହଁ ପରା ମୟୂର ଚିତ୍ର ଥିବା ଖଟ ଆଣିଛି ଲୋ .....। ଶୁଣିଛି ତାଙ୍କ ବୋହୂ କାଳେ ଭାରି ସୁନ୍ଦରୀ....

ରମା ଖୁଡି----ଦେ ଉଠୁ ଲୋ ଅପା.....ସୁନ୍ଦରୀ ହେଲେ କଣ ହେବ ? ତା'ର ମୁଣ୍ଡରେ ଚୁଟି ଗୋଟିଏ ବି ନାହିଁ । ଆଉ ସେ ଭାରି ମୋଟିଟେ ବା...

ଦୁଇ ଯାଆ ଯାକ ଫେଁ ଫେଁ ହେଇ ହସୁଥିଲେ ।

ଆଉ ଦିନେ.... କନକ ବଡ଼ବୋଉ ଙ୍କ ଝିଅ ଖେଂକାରୀ କି କହିଲା,ଏ ବୋଉ ..! ଖାଇବାକୁ ଦେ.....ଅଳିଆ ଲୋକ ଟା ଖାଲି ଗପୁଛି ........

ଏବେ ରମା ଖୁଡି ଙ୍କୁ ଦେଖିବ କିଏ । ଚିହିଁକି ପଡିଲେ, କନକ ବୋଉ ଙ୍କ ଝିଅ ଉପରକୁ । ଆଲୋ ଆଲୋ ...କି ଝିଅ ଲୋ ତୁ ....ମାଆ କୁ କିଏ କଣ ଏମିତି କୁହେ ? ପର ଘରକୁ ଗଲେ କେମିତି ଚଳିବ କେଜାଣି ଲୋ ମାଆ । ହେଇଟି ଚାହିଁଲ ,ଶାଶୁ କୁ ଏମିତି କହିଲ ଦେଖିବା । ସେ ସିଧା ଘରୁ ବାହାର କରିଦେବ ଲୋ ଝିଅ । କନକ ବଡ଼ବୋଉ ରମା ଖୁଡି ଙ୍କ କଥା ରେ ସହ ମତ ଦେଇ କହୁଥିଲେ, ହଁ ପରା....ଆଜି କାଲି ଛୁଆ ଗୁଡା ଭାରି ବେଢଙ୍ଗ ଶିଖିଲେଣି ମ ......କିଏ ପାରିବ ଏମାନଙ୍କୁ.......

ଝିଅ ଗୋଡ଼ କଚାଡି କଚାଡି କେତେବେଳୁ ଘର ଭିତରକୁ ଯାଇ ଭାତ ଖାଇଲାଣି । ହେଲେ ଏମାନଙ୍କର କଥା ଆଦୌ ସରୁନଥିଲା କହିଲେ ,ଏକ ପ୍ରକାର ଚଳିବ ......

    ଝିଅ କଥାରୁ ବୋହୂ କଥା ,ପୁଣି ବୋହୂ କଥାରୁ ସେ ଆର ସାହି ନେତ ଶାଶୁ,ପୁଣି ଶାଶୁ କଥାରୁ ମନେ ପଡ଼ିଲା ସ୍ୱାମୀ କଥା ।

ଆଲୋ ଆଲୋ ଏ ନିଆଁ ନଗା କିସ୍ତି ଟା ପୁଣି......

ଏମିତି ଅସରନ୍ତି ମଜା କଥା ହେଉଥିଲେ ସେମାନେ ......

ଏଥର ସେମାନେ ନୁହେଁ,ଆମେ ଦୁଇ ଭଉଣୀ ହସୁଥିଲୁ ତାଙ୍କ ଦୋସ୍ତି ଦେଖି ।



   

       



Rate this content
Log in

Similar oriya story from Comedy