STORYMIRROR

Sunanda Mohanty

Abstract Children

3  

Sunanda Mohanty

Abstract Children

ଅଜାଙ୍କ ବଙ୍କୁଲି ବାଡ଼ି

ଅଜାଙ୍କ ବଙ୍କୁଲି ବାଡ଼ି

1 min
178

ବାପା କୁନି ଝିଅ ପାଇଁ ଯେତେ ଯେତେ ବେବୀ ଖେଳନା ଆଣିଲେ ବି ଟିକି ଝିଅ ଅସନ୍ତୁଷ୍ଟ ହେଉଥିଲା। ଯେତେ ଯୁଆଡେ ବୁଲେଇ ନେଲେ ମଧ୍ୟ ତା ମନ ମାନୁନଥିଲା। ଉଭୟ ବାପା ଓ ମାଆ ତା ପାଇଁ ଚିନ୍ତିତ ରହୁଥିଲେ। ପଡୋଶୀ ବଣ୍ଟିର ଜେଜେ ଙ୍କ ସଙ୍ଗେ ବଣ୍ଟି ପ୍ରତିଦିନ ବଜାର ବୁଲି ଗଲାବେଳେ ଟିକି ଝିଅ ଯିବାପାଇଁ କାନ୍ଦେ। ଦୁଇଟି ପିଲାଙ୍କୁ ନେଇ ବଣ୍ଟି ଜେଜେ ବଜାର ଯିବା ଅବସ୍ଥାରେ ନଥାନ୍ତି ତ ଟିକି ଝିଅ ମନ ମାରି ରହେ।


ଏବେ ଟିକି ଝିଅର ଅଜା ଆସି ପହଂଚିଛନ୍ତି । ଟିକି ଝିଅ ବହୁତ ଖୁସି, କାରଣ ଅଜାଙ୍କ ବଙ୍କୁଲି ବାଡ଼ି ଧରି ସେ ବୁଢୀମାଉସୀ ହୁଏ। ବଗିଚାର ଆମ୍ବ ଗଛରୁ ବାଙ୍କୁଲି ବାଡ଼ି ସାହାଯ୍ୟରେ ଆମ୍ବ ତୋଳା ଦେଖି ଖୁସି ହୁଏ। ପୁଣି ବଙ୍କୁଲି ବାଡ଼ି ସାହାଯ୍ୟରେ ଅଜା ମାଟି ଖୋଳି ଗଛ ଲଗାଇବା ଦୃଶ୍ୟରେ ଖୁସି ଓ ଆନନ୍ଦ ପାଏ।


  ସେଦିନ ଅଜାଙ୍କ ସହିତ ବିସ୍କୁଟ ନେଇ ବଜାରରୁ ଫେରୁଥିବା ବେଳେ କୁକୁର ମାନେ ସେମାନଙ୍କୁ ପିଛା କରିବା ଦେଖି ତାଂକୁ ବିସ୍କୁଟ ଦେବାକୁ ଅଜା ଟିକି ଝିଅ କୁ କହିଥିଲେ। ସେହିଦିନଠାରୁ କୁକୁର ମାନେ ଟିକି ଝିଅ ଘରକୁ ଜଗି ରହନ୍ତି। ଅଜା ଫେରିଯିବା ପୁର୍ବରୁ ପୁରୀ ଯାଇ ଟିକି ଝିଅ ପାଇଁ ନାଲି ବାଡ଼ି ଆଣିଦେଇଥିଲେ, ସେହି ବାଡ଼ି ଧରି ସେ ବୁଢୀ ମାଉସୀ ଓ ବୁଢା ମଉସା ହୋଇ ନଇଁ ନଇଁ ଚାଲେ , କାନ୍ଦେ ନାହିଁ ଆଉ ଆଗଭଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract