Trushna Das

Abstract Horror Fantasy

3  

Trushna Das

Abstract Horror Fantasy

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

5 mins
186



ଘର ଉପରେ ମହା ବିପଦ ଆସିଛି। ରିଶୁର ବିବାହ ପରେ ଏମିତି କଣ ହୋଇଛି କେ ଜାଣି ଗୋଟିଏ ପରେ ଗୋଟିଏ ବିପଦ ଆସୁଛି। ପ୍ରଥମେ ତ ଲିପି ବୋହୂ ହୋଇ ଘରକୁ ପ୍ରବେଶ କରୁ କରୁ ଗୋଟିଏ ବିଲୁଆ ଘରର ପଛ ପଟେ ଆସି କାନ୍ଦିବାକୁ ଲାଗିଲା। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଆଉ ତାପରେ ବୋହୂ ପ୍ରବେଶ କରୁ କରୁ ଘରର ଲାଇଟ୍ ଚାଲିଗଲା। ଜେନଲେଟର ଜଳିଲା ବେଳକୁ ‌ଗୋଟିଏ ବିରାଡ଼ି ଘର ଭିତରେ ମରିପଡ଼ିଛି। ବନ୍ଧୁ ବାନ୍ଧବ ସବୁ ଲିପିକୁ ଅନ୍ୟ ନଜରରେ ଦେଖିବା ପାଇଁ ଲାଗିଲେ। ସମସ୍ତେ କହୁଛନ୍ତି ଲିପି ଅଶୁଭ। ତାଙ୍କର ପାଦ ଶୁଭଦାୟକ ନୁହେଁ। ହେଲେ ଲିପିକୁ ରିଶୁ ଆଗରୁ ଜାଣିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ବିବାହ ହେଲା। ସେ ଆଗରୁ ବି ଘରକୁ ଆସିଛନ୍ତି। ହେଲେ ସେମିତି କିଛି ଅସୁବିଧା ହୋଇ ନାହିଁ। ଲିପି ପୁଣି ଈଶ୍ଵରଙ୍କ ବଡ଼ ଭକ୍ତ। ଯିଏ ସବୁବେଳେ ପୂଜା କରେ , ନୀତି ନିୟମ ମାନେ ସେ ବା ଖରାପ କେମିତି ହେବ। ଏମିତି କଥା ରିଶୁ ଓ ତାଙ୍କ ଘର ଲୋକଙ୍କ ମଧ୍ୟରେ ଚାଲି ଥାଏ।


କିଛି ବନ୍ଧୁ ବାନ୍ଧବ ଲିପିଙ୍କ ପାଖକୁ ଡରରେ ଯାଉ ନ ଥାଆନ୍ତି। ଲିପିଙ୍କୁ ଏ ସବୁ ଭଲ ଲାଗୁ‌ନଥାଏ। ଘର ଲୋକ ବି ସନ୍ଦେହ ନଜରରେ ଦେଖୁ ଥାଆନ୍ତି। ବାହାଘର ରୀତିନୀତି ନ ସରିବା ଯାଏଁ ଲିପି ଓ ରିଶୁ ଏକୁଟିଆ କଥା ବି ହୋଇ ପାରୁନଥିଲେ।ଲିପି ମନେ ମନେ ଭାବୁ ଥାଆନ୍ତି ଏ ସବୁ ହେଉଛି ଭଗବାନ ।


ତାପରେ ବାସର ରାତି ଆସିଲା। ରିଶୁ ଓ ଲିପି ପରସ୍ପର ସହ କଥା ହେଉଥାଆନ୍ତି। 


ଲିପି : ତୁମେ ବି ଭାବୁଛ କି ଏ ସବୁ ମୋ ପାଇଁ ଘଟିଛି।


ରିଶୁ : ପାଗଳୀ ହେଲ କି। ମୁଁ କଣ ଜାଣି ନାହଁ ତୁମେ କେମିତି ?


ଲିପି : ହେଲେ ବନ୍ଧୁ ବାନ୍ଧବ ମୋତେ ଦାୟୀ କରୁଛନ୍ତି।


ରିଶୁ : ଆରେ ଏ ସବୁ ଏମିତି ହିଁ ଘଟିଗଲା। ଆଉ ଘର ଲୋକ ଅନ୍ଧବିଶ୍ବାସର ଶୀକାର ହେଉଛନ୍ତି। ତୁମେ ବ୍ୟସ୍ତ ହୁଅନି । ମୁଁ ସମସ୍ତଙ୍କୁ ବୁଝାଇ ଦେବି।


ଲିପିଙ୍କୁ ରିଶୁ ପାଖକୁ ଟାଣି ଆଣିଲେ। ଠିକ ଏତିକିବେଳେ ଲାଇଟ୍ କଟି ଗଲା।ରିଶୁ ବାହାରକୁ ଚାହିଁ ଦେଖିଲେ ତାଙ୍କ ଛଡା ଆଉ ସମସ୍ତଙ୍କ ଘରେ ଲାଇଟ୍ ଅଛି। ସେ କହିଲେ ମୁଁ ଟିକେ ଦେଖିକି ଆସେ ବୋଧେ ଫ୍ୟୁଜ କଟିଛି। 


ଲିପି : ମାଆ ମନା କରିଥିଲେ ଆଜି ରାତିରେ ବାହାରକୁ ଯିବା ପାଇଁ।ଅଶୁଭ ବୋଲି କହୁଥିଲେ।


ରିଶୁ : କିଛି ଅଶୁଭ ହୋଇନାହିଁ । ଆମ ଭିତରେ କିଛି ବି ତ ଆରମ୍ଭ ହୋଇନାହିଁ ତ। ମୁଁ ଆସେ।


ଲିପି ମୁଣ୍ଡ ହଲେଇ ହଁ ମାରିଲେ।ଲିପି ମନେ ମନେ ଭାବିଲେ କ୍ଷୀର ଗ୍ଲାସଟିକୁ ନେଇ ଆଉ ଥରେ‌ ଗରମ କରି ଦେଲେ ଆଣିବେ।


ରିଶୁ ମେନସୁଇଚ ପାଖକୁ ଯାଇ ଦେଖିଲେ ଯେ ଫ୍ୟୁଜ ଠିକ ଅଛି। ବାହାରକୁ ଯାଇ ଦେଖିଲେ ପୋଲରେ ସଟ୍ ସର୍କିଟ ହୋଇଛି।ଇଲେଟ୍ରିକ ଅଫିସ ଫୋନ କରି କହିଲେ।


ହଠାତ ରୋଷେଇ ରୁମରେ ରିଶୁଙ୍କ ଭାଉଜ ରାଧିକା ଚିଲାଇଲେ। ସେ ଅଚେତ ହୋଇ ପଡ଼ିଗଲେ।


ସମସ୍ତେ ଯାଇ ଦେଖିଲେ ସେଇଠି କେହିନାହାନ୍ତି ରୋଷେଇ ଘରେ ରାଧିକାଙ୍କ ଛଡ଼ା। ରାଧିକାଙ୍କୁ ଉଠାଇ ତାଙ୍କ ରୁମକୁ ନେଇଗଲେ ।ରାଧିକାଙ୍କ ଚେତା ଆସିଲାରୁ ସେ କହିଲେ ଯେ ଲିପି ଅନ୍ଧାରରେ ରୋଷେଇ ରୁମରେ ଥିଲେ। ତାଙ୍କ ଆଖିରୁ ଲାଇଟ୍ ଜଲୁଥିଲା । ତାଙ୍କର ପାଦ ଓଲଟା ଥିଲା ଡାହାଣୀ ପରି।


ଠିକ ଏତିକି ବେଳେ ରିଶୁ ଦେଖିଲେ ଲିପି ବାହାରେ ବସିକି ମଲା ବିଲେଇକୁ ଖାଉଛନ୍ତି। ରିଶୁ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଲିପି ପୁରା ନିରାମିଷ ଖାଆନ୍ତି। ସେ ବି ଗୋଟିଏ ବିଲେଇକୁ ଖାଉଛନ୍ତି। କାହାକୁ କିଛି ନ କହି ରିଶୁ ଲିପିଙ୍କୁ ଆଣିବା ପାଇଁ ବାହାରକୁ ଗଲେ। ବାହାରେ କିନ୍ତୁ ପହଞ୍ଚିଲା ବେଳକୁ ଲିପି ନାହାଁନ୍ତି।ଫେରି ନିଜ ରୁମକୁ ଗଲା ବେଳକୁ ଦେଖିଲେ ଲିପି ଶୋଇଛନ୍ତି। ଏ ସବୁ କଣ ଘଟୁଛି । ଲିପି ସହ କଣ କିଛି ଖରାପ ଶକ୍ତି ଆସିଛି ଏ ଘରକୁ । ଏମିତି ଭାବୁ ଥିବା ସମୟରେ ଲାଇଟ୍ ଆସିଗଲା। ରିଶୁ ଆଉ ଲିପିଙ୍କୁ ନ ଡାକି ଧିରେ ଶୋଇଗଲେ।


ସକାଳୁ ଉଠିଲା ବେଳକୁ ରିଶୁ ଦେଖିଲେ ଲିପି ଗାଧେଇ ପୂଜା କରିବା ବଦଳରେ ମୁଣ୍ଡ ପୋତି ବସିଛନ୍ତି। ଲିପିକୁ ଯେତେବେଳେ ରିଶୁ ଡାକୁଛନ୍ତି ଲିପିଙ୍କର ମୁହଁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଯେମିତି ତାଙ୍କୁ କିଛି ଗୋଟାଏ ହୋଇଛି। ଆଖି ତଳ କଳା ପଡିଯାଇଛି।


ରିଶୁ : କଣ ହୋଇଛି ଲିପି ? ମୁହଁ ଏମିତି ଶୁଖି ଯାଇଛି।


ଲିପି କାନ୍ଦିବାକୁ ଲାଗିଲେ ଆଉ କହିଲେ ମୋତେ ତୁମେ ଭଲ ପାଅ ନାହିଁ ନା। ମୁଁ ରାତି ଜାକ ତୁମକୁ ଅପେକ୍ଷା କଲି। ହେଲେ ତୁମେ ମୋ ପାଖକୁ ଆସିଲ ନାହିଁ। ମୁଁ କ୍ଷୀର ଗରମ କରି ଆସି ତୁମକୁ ଏମିତି ଅପେକ୍ଷା କରି ବସିଛି। ହେଲେ ତୁମେ ଆସିଲ ନାହିଁ।


ରିଶୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ଯେ ସେ ତ ଶୋଇ ଯାଇ ଥିଲେ ଆଉ ଏମିତି କହୁଛନ୍ତି।


ରିଶୁ କିଛି ରାତି ବିଷୟରେ ନ କହି କହିଲେ ସରି ବାବା ଆଉ ଏମିତି ଭୂଲ ହେବ ନାହିଁ। ତୁମେ ଗାଧେଇ ବାହାର ମନ୍ଦିର ଯିବା।


ଲିପି ଗାଧେଇ ବାହାରିଲେ। ହେଲେ ମନ୍ଦିର ଯିବେ ନାହିଁ ବୋଲି ଜିଦ୍ କଲେ। ଲିପି ଯିଏ ଏତେ ପୂଜା କରେ ସେ ପୁଣି ମନ୍ଦିର ଯିବା ପାଇଁ ମନା କରୁଛନ୍ତି ବୋଲି ରିଶୁ ଆଶ୍ଚର୍ଯ୍ୟ ହେଲେ। ତାପରେ ରୋଷେଇ ରୁମକୁ ଯାଇ ନିଆଁକୁ ଦେଖି ଲିପି ପାଟି କରି ଅଚେତ ହୋଇଗଲେ। ସମସ୍ତେ ଏବେ ଲିପିଙ୍କୁ ନେଇ ଦ୍ୱନ୍ଦରେ ପଡିଲେ। ରାତିରେ ଲିପି ପାଗଳୀଙ୍କ ପରି କଣ ସବୁ କହୁଥାଆନ୍ତି। ସେପଟେ ରିଶୁଙ୍କ ମାଆ ସେଦିନ ସନ୍ଧ୍ୟାରେ ଲାଇଟ୍ ଯାଇ ଥିବା ସମୟରେ ସିଡିରୁ ଖସି ପଡିଲେ। ଆଉ ତାଙ୍କ ଗୋଡ ମଚକି ଗଲା। ସେ ବି କହିଲେ ଯେ ତାଙ୍କୁ ଲାଗିଲା ଲିପି ତାଙ୍କୁ ଠେଲି ଦେଲେ। ରାତିରେ ରିଶୁ ପୁଣି ରୁମକୁ ଗଲା ବେଳକୁ ଲିପି ଶୋଇପଡିଛନ୍ତି। ଆଉ ବିଳବୁଲାଉଛନ୍ତି ରିପୂ , ରିପୂ।


ରିଶୁ ରିପୂ ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ରିଶୁଙ୍କ ଅଫିସରେ ପୂଜା ବୋଲି ଜଣେ ଝିଅ କାମ କରୁଥିଲେ। ସେ ଟିକିଏ ପାଗଳୀ ପରି ଥିଲେ। ସେ ମନେ ମନେ ରିଶୁଙ୍କୁ ଭଲ ପାଇଲେ । ଆଉ ତାଙ୍କୁ ରିପୂ ବୋଲି ଡାକୁ ଥିଲେ। ରିଶୁ କିନ୍ତୁ ତାଙ୍କ କଥା ଶୁଣି ଜାଣି ମନା ବିବାହ ପାଇଁ ମନା କରି କହିଲେ କିଛି ଦିନ ପରେ ମୋର ଲିପି ସହ ବାହାଘର ଅଛି। ଆଉ ତାପରେ ପୂଜା କୁଆଡେ ଗଲେ ରିଶୁଙ୍କୁ ଜଣା ନାହିଁ। ସେ ଭାବିଲେ ପୂଜା ବୋଧେ କାମ ଛାଡି ଚାଲିଗଲେ।


ଏମିତି ଭାବୁ ଭାବୁ ରିଶୁଙ୍କ ମନକୁ ଜେଜେବାପାଙ୍କ କଥା ମନେ ପଡ଼ିଲା। ଜେଜେବାପା କହୁଥିଲେ ଯେ ତାଙ୍କ ପାଖରେ ଗୋଟିଏ ଚଷମା ଅଛି ଯାହା ତାଙ୍କୁ ତାଙ୍କ ବାପା ଦେଇ ଥିଲେ ସେଥିରେ ସେ ଖରାପ ଶକ୍ତି ଦେଖିପାରୁଥିଲେ।ସେ ମନେ ମନେ ଭାବିଲେ ଜେଜେଙ୍କ ସେ ଚଷମା ପିନ୍ଧି ଦେଖିବେ ସତରେ କ'ଣ ଖରାପ ଶକ୍ତି ଦେଖା ଯାଉଛି।


ସକାଳୁ ପଣ୍ଡିତ ଆସି କହିଲେ ଲିପି ଦେହରେ ଖରାପ ଶକ୍ତି ଆଶ୍ରୟ ନେଇଛି। ହେଲେ ସେ ତାର ଅଧୁରା ଇଚ୍ଛା ପୁରଣ ନ‌ହେଲା ଯାଏଁ ଯିବ ନାହିଁ।ଆଉ ତାଙ୍କ ପାଖରେ ସେତିକି ଶକ୍ତି ନାହିଁ ଯେ ସେ ଖରାପ ଶକ୍ତିର ଅଧୁରା ଇଚ୍ଛା ବିଷୟରେ ଜାଣି ପାରିବେ।


ରିଶୁ ମାଆଙ୍କୁ କହିଲେ ମାଆ ମୋତେ ଜେଜେଙ୍କ ସେ ଚଷମା ଦିଅ ଯେଉଁ ଥିରେ ମୁଁ ଖରାପ ଶକ୍ତି ଦେଖି ପାରିବି।


ରିଶୁଙ୍କ ମାଆ : ପାଗଳ ହେଲୁ ନା କ'ଣ। ତୋ ଜେଜେ ସେଇ ଚଷମା ପାଇଁ ପାଗଳ ହୋଇ ଗଲେ। ଆଉ ସବୁ ଆଡେ ତାଙ୍କୁ ଭୂତ ଦେଖା ଗଲା ବୋଲି କହୁଥିଲେ। ଶେଷରେ ଆତ୍ମହତ୍ୟା କଲେ।ସେ ବୃଦ୍ଧା ଅବସ୍ଥାରେ କଣ କଣ କହୁଥିଲେ ତୁ ତାକୁ ବିଶ୍ୱାସ କରୁଛୁ।


ରିଶୁଙ୍କ ବାପା କହିଲେ ମୋ ବାପା ସତ କହୁଥିଲେ ଯେ ଚଷମାରେ ଭୂତ ଦେଖାଯାଏ। ମୋ ଜେଜେବାପା ବି ସେଇ କଥା କହୁଥିଲେ । ଆଉ ମୋ ଜେଜେବାପା ବହୁତ ବଡ଼ ଗୁଣୀ ଥିଲେ। ସେ କେତେ ଲୋକଙ୍କ ସମସ୍ୟା ଠିକ କରିଛନ୍ତି। 


ରିଶୁଙ୍କ ବାପା ଜେଜେଙ୍କ ସେ ଚଷମା କାଢି ଦେଲେ।ଜେଜେଙ୍କ ସେ ଚଷମା ନେଇ ରିଶୁ ପିନ୍ଧି ଲିପିଙ୍କ ପାଖକୁ ଗଲେ। ଆଉ ଦେଖିଲେ ଯେ ଲିପିଙ୍କ ମୁଖରେ ପୂଜାଙ୍କ ମୁହଁ ଦେଖା ଯାଉଛି। ସେ ଭାବିଲେ ତା ମାନେ ପୂଜା ଆଉ ନାହାଁନ୍ତି।


ଠିକ ରାତି ଅଧାରେ ଲିପି ଶୋଇଗଲେ। ତାଙ୍କ ଦେହରୁ ପୂଜାଙ୍କ ଆତ୍ମା ବାହାରି ଜଙ୍ଗଲ ରାସ୍ତା ଆଡକୁ ଗଲେ। ଆଉ ଯାଇ ପହଞ୍ଚିଥିଲେ ସେଇ ଜାଗାରେ ଯେଉଁଠାରେ ବିବାହ କରି ଆସିବା ସମୟରେ ଗାଡ଼ି ଖରାପ ହୋଇଥିଲା। ସେଇଠି ବାହାରେ ଛିଡ଼ା ହୋଇଥିବା ସମୟରେ ଲିପିଙ୍କ ହାତ କେମିତି କେଜାଣି କଟି ରକ୍ତ ବାହାରି ଥିଲା।


ପୂଜାର ଆତ୍ମା ସେଇ ଜାଗାରେ ବସି କାନ୍ଦିବାକୁ ଲାଗିଲା। ଗଛ ମୂଳରେ ପୂଜାର କିଛି ଜିନିଷ ପଡ଼ି ଥିଲା । ସେ ସବୁ ଦେଖି ପୂଜା କହୁ ଥାଆନ୍ତି ମୁଁ ସେଦିନ ରିପୂ ମନା କଲା ପରେ ଜୋରରେ ଗାଡ଼ି ଚଳାଇ ଆସୁଥିବା ସମୟରେ ମୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା।ଆଉ ମୁଁ ଜଳି ମରି ଗଲି। ମୁଁ ମରି ଯାଇଛି ବୋଲି କେହି ଜାଣି ପାରିଲେ ନାହିଁ। ଆଉ ରିପୂ ସହ ମୋର ବିବାହ ସ୍ୱପ୍ନ ଅଧୁରା ରହିଗଲା।ଆଉ ସେଦିନ ମୁଁ ରିଶୁର ସ୍ତ୍ରୀ ସହ ସ୍ତ୍ରୀର ଅଧିକାର ପାଇବା ପାଇଁ ଚାଲି ଗଲି।


ଏ କଥା ଜାଣି ରିଶୁ ଦୁଃଖ ପ୍ରକାଶ କଲେ।ସେ ଯାଇ ମନ୍ଦିର ପଣ୍ଡିତଙ୍କୁ କହିଲେ। ମନ୍ଦିର ପଣ୍ଡିତ କହିଲେ ଯେତେବେଳେ ତାପର ଦିନ ପୂଜା ତାଙ୍କ ମୃତ୍ୟୁ ଜିନିଷ ପାଖକୁ ଯିବେ ସେତେବେଳେ ସେ ଚଷମା ପିନ୍ଧି ପୂଜା ଓ ତାଙ୍କ ଜିନିଷ ଉପରେ ସିନ୍ଦୂର ଓ ଶଙ୍ଖା ଦେଇ କହିବେ ଯେ ତୁମ ଅଧୁରା ସ୍ୱପ୍ନ ପୂରଣ ହେଲା । ତୁମେ ଆଜି ଠାରୁ ମୁକ୍ତ ହେଲ।


ପଣ୍ଡିତଙ୍କ କହିବା ଅନୁଯାୟୀ ରିଶୁ କଲେ।ଆଉ ପୂଜା ମୁକ୍ତି ପାଇ ଗଲେ।


ଲିପି ଏବେ ସମ୍ପୁର୍ଣ୍ଣ ଠିକ ହୋଇ ଗଲେ। ପୁଣି ଥରେ ସବୁ ବିଧି ଅନୁଯାୟୀ ଲିପିଙ୍କ ଗୃହ ପ୍ରବେଶ ହେଲା। ଏବେ ଲିପି ଓ ରିତୁ ପରିବାର ସହ ଖୁସିରେ ରହିଲେ। ରିଶୁ ଜେଜେଙ୍କୁ ମନେ ମନେ ଧନ୍ୟବାଦ ଦେଲେ । ଆଉ କୁହନ୍ତି ଯାହା ହେଉ ଜେଜେଙ୍କ ସେ ଚଷମା ପାଇଁ ପୂଜାର ଅଧୁରା ସ୍ୱପ୍ନ ପୂରଣ ହେଲା ଆଉ ସେ ମୁକ୍ତି ପାଇଁ ଗଲେ।


Rate this content
Log in

Similar oriya story from Abstract