STORYMIRROR

Tapaswini DashSarangi

Tragedy Inspirational

3  

Tapaswini DashSarangi

Tragedy Inspirational

ଅଦେଖା ବନ୍ଧନ

ଅଦେଖା ବନ୍ଧନ

2 mins
11.9K

ଆରେ ବାବୁ,ନେ ଖାଇଦେ କିଛି।ଭୋକରେ ତୋ ପେଟ ପିଠିରେ ଲାଗି ଗଲାଣି।ମୁଁ ଶାଗ ଖରଡା,ବାଇଗଣ ପୋଡା ପାଗ ଆଉ ପଖାଳ ତୋ ପାଇଁ ବନେଇଛି।ସାଗର ଏସବୁ ଦେଖି ଆଖି ଛଳଛଳ କରି ସେଇ ପୁରୁଣା ପାଞ୍ଚ ବର୍ଷ ତଳକୁ ଫେରି ଯାଇଥିଲା।


  ସେଦିନ ରାତି ପ୍ରାୟ ଏଗାରଟା ହେବ ରାଜଧାନୀର ରାଜ ରାସ୍ତା ପୁରା ଶୋଇ ଯାଇଥିଲା।ସେଇ ଶୀତ ରାତିର ଜନଶୂନ୍ଯ ରାସ୍ତାରେ ହଠାତ୍ କ୍ରନ୍ଦନର ସ୍ଵର ଶୁଣି ସାଗରର କାର୍ ଅଟକି ଯାଇଥିଲା।ଆଉ ଯାଇ ଦେଖେ ତ ଏକ ଅଧା ଗଢା ମାଟି ଘର ଆଉ ମାଟି କାନ୍ଥ ଫାଟି ଆଁ କରିଛି।ତା'ଭିତରେ ଏକ ବୃଦ୍ଧା ହାତ ପାଦ ବନ୍ଧା ଅବସ୍ଥାରେ କାନ୍ଦୁଛନ୍ତି।ଜୀର୍ଣ୍ଣଶୀର୍ଣ୍ଣ ଶରୀର ଦେଖି ଅଧିକ ଚହଲି ଗଲା ମନର ଉଛୁଳା ନଈ।ସାଗରର ପାଟିରୁ କିଛି ବାହାରିବା ପୂର୍ବରୁ ସେଇ ବୃଦ୍ଧା ଜଣକ କହି ଉଠିଲେ ।


"ମୋ ମାତୃତ୍ଵ ମୋତେ ଧୋକା ଦେଇଛି ବାବୁ।ମୋ ସଂସ୍କାର ମୋତେ ଠକି ଦେଇଛି"।ଗୋଟିଏ ବୋଲି ପୁଅ ମୋର ।ମୋ ସ୍ଵାମୀ ମୋତେ ଛାଡି ଆର ପାରିକୁ ଚାଲିଗଲେ ଯେତେବେଳେ ପୁଅ ଛ'ବରଷର ଥିଲା।ମୁଣ୍ଡ ଝାଳ ତୁଣ୍ଡରେ ମାରି ମୁଁ ପୁଅକୁ ମଣିଷ କଲି ଆଜି ସେ ପୁଅ ମୋତେ ଏ ଖଣ୍ଡିଆ ଘରେ ଛାଡି ଦିଲ୍ଲୀ ଚାଲିଗଲା ତା'ପରିବାର ସହ ମାନେ ତା ସ୍ତ୍ରୀ,ଆଉ ପିଲାଙ୍କୁ ନେଇ।ମୋର ଏବେ ରୋଗୀଣା ଅକ୍ଷମ ଶରୀର।ପେଟ ରେ ଦାନା ନାହିଁ ଏଇ ଚାରି ପାଞ୍ଚ ଦିନ ହେଲା।ଭିକ୍ଷା ବୃତ୍ତି କୁ ମୁଁ ଘୃଣା କରେ।ମୋତେ କିଛି ଖାଇବାକୁ ଦିଅ ବାବୁ ନ"ହେଲେ ଦଶ କି କୋଡିଏ ଟଙ୍କା ଦିଅ ପାଉଁରୁଟି ପ୍ୟାକେଟ ଟେ ହେଇଯିବ।ଆଉ ମୁଁ ଯେତେ ସମ୍ଭବ ତୁମ ପଇସା ରଖିବିନି ବାବୁ।


 ଶୁଣ ମା'ତୁମେ କହିଲ ଆଗ ତୁମେ ଏ ଖଣ୍ଡିଆ ଅନ୍ଧାର ଘରେ କେତେ ଦିନ ରହିବ।ତୁମର ବଳ ବୟସ ଆଉ କଣ ଅଛି?ସାଗର କହିଲା।

ସେ ଅନ୍ଧାର ଆହୁରି ଆହୁରି ଆପଣାର ଥିଲା ଯାହା ଏ ଅନ୍ଧାର ଅପେକ୍ଷା ଆହୁରି ବହଳ।ଯେଉଁ ଦିନ ମୋ ପୁଅ କହିଥିଲା ତୁ ମୋ ପାଇଁ କଣ କରିଛୁ?ତୁ ତୋ କଥା ବୁଝୁ?କହିଲ ବାବୁ ସେଦିନ ମୋ ହୃଦୟରେ ଯେଉଁ ଅନ୍ଧକାର ଘୋଟି ଯାଇଥିଲା।ତାହା କଣ ଏଇ ଅନ୍ଧାର ଠାରୁ ବେଶୀ ନା କମ୍?


ନୀରବି ଗଲା ସାଗର ଆଉ କହିଲା ।ଦେଖ ମା' ମୁଁ ତୁମକୁ ମା' ସମ୍ବୋଧନ କରୁଛି କାହିଁକିନା ମୁଁ ମା'କୁ ଦେଖିନି ।ମା'କଣ ଜାଣିନି।ଯଦି ତୁମେ ଅନୁମତି ଦେବ ମୁଁ ତୁମକୁ ମୋ ମା' କରି ଘରକୁ ନେଇ ଯିବି।ମୁଁ ଅନାଥ ପିଲାଟିଏ।ଘରେ ଏକା ବାହାଘର ବି ହୋଇନି।ମୋତେ ଏ ସୁଯୋଗରୁ ବଞ୍ଚିତ କରନି।ଆଉ ସେଦିନ ଠାରୁ ସେ ମା'ର ସ୍ନେହ ଶ୍ରଦ୍ଧା କଣ ଜାଣିବାକୁ ପାଇଛି।

 ହଠାତ୍ ଦେଖୁ ଦେଖୁ ଉଡା ଜାହାଜ ଟିଏ ଛାତ ଉପରେ ଉଡିଗଲା।ସେଇ ଶବ୍ଦରେ ସେ ଅତୀତର ଯାତ୍ରା ସାରି ବର୍ତ୍ତମାନରେ ପହଞ୍ଚି ସାରିଥିଲା।ଆଉ ସେ ପଖାଳର ଆନନ୍ଦ ବୋଧେ ସେ ଆଉ କେଉଁ ଖାଇବାରୁ ପାଇ ନଥିଲା ପରି ଅନୁଭବ କରୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy