ଅଚିହ୍ନା ମଣିଷ, ଯିଏ ନିହାତି ନିଜର
ଅଚିହ୍ନା ମଣିଷ, ଯିଏ ନିହାତି ନିଜର


ମୁଣ୍ଡରେ ହାତଦେଇ ବସିଥିଲା ନୀଳିମା । ଆଖି ଦୁଇଟାରୁ ଅମାନିଆ ଲୁହଗୁଡା ନଦୀ ଭଳି ବହି ଯାଉଥିଲେ । ମଣିଷ ଯେ ସମୟେ ସମୟେ ଏମିତି ଅସହାୟ ହୋଇ ପଡେ ନୀଳିମା ଆଜି ମର୍ମେ ମର୍ମେ ଅନୁଭବ କରୁଥିଲା । ଅନୁଭବ କରୁଥିଲା ଅସହାୟତାର ଆର୍ତ୍ତନାଦକୁ, ଯାହାର ଡାକ କାହାରି କାନ କୁ ଶୁଭୁ ନଥିଲା । ସତରେ, ଏ ଦୁନିଆ- ଏ ସମାଜ, ଏ ସବୁ ଗୋଟେ ଗୋଟେ ଫମ୍ପା ପ୍ରତିରୂପ ।ଉଦୟ ସୂର୍ଯ୍ୟ ପରି ହାତରେ କ୍ଷମତା, ପ୍ରତିପତି ଓ ଧନ ଯେତେଦିନ ଯାଏ ଥିବ ସମସ୍ତେ ତୁମକୁ ସାଲୁଟ କରିବେ। ଯେଉଁ ଦିନ ଏସବୁ ନଥିବ ବା ଚାଲିଯିବ, ଏଇ ସମାଜ ଓ ଦୁନିଆ ଅଚଳ ଅଧୁଲି ପରି ରାସ୍ତାକୁ ଫିଙ୍ଗି ଦେବେ ।ବଡ଼ ନିର୍ଦ୍ଦୟ ଏ ସମାଜ ପ୍ରକୃତରେ -ଯିଏ କେବେ କାହାକୁ ତା କୋଳରେ ଆଶ୍ରା ଦେଇଛି। ବରଂ ସୁଯୋଗ ମିଳିଲା ମାତ୍ରେ ସବୁ କିଛି ଝାମ୍ପି ନବାକୁ ଟାକି ବସିଛି ।
ମାଡମ, ଡକ୍ଟର ଆପଣଙ୍କୁ ଡାକୁଛନ୍ତି । ନର୍ସ ଡାକରେ ପ୍ରକୃତିସ୍ଥ ହେଲା । ଆମାନିଆ ଲୁହ ଗୁଡାକୁ ଦୁଇ ହାତରେ ପୋଛିଦେଇ କ୍ୟାବିନ ଭିତରକୁ ପ୍ରବେଶ କଲା । ସେମିତି ନିର୍ଜୀବ ଭାବରେ ବାପାଙ୍କ ଶରୀରଟା ବେଡ଼ ଉପରେ ପଡିଛି । ଆଖି ଦୁଇଟରେ କେବଳ ମୁଟୁ ମୁଟୁ ଚାହୁଁଛନ୍ତି ଯାହା। ଗୋଟାଏ ପାଖ ପକ୍ଷାଘାତରେ ନୀରବ ।ଆଉ ପାଖେ ଯାହା ବଞ୍ଚିବାର ସ୍ଥିତି ଜାହିର କରୁଛି । ଶରୀର ସାରା କେତେ ଛୁଞ୍ଚି- ଟ୍ୟୁବ ଡାକ୍ତର ଲଗେଇ ଦେଇଛନ୍ତି । ସତରେ ମଣିଷଟା ଜୀଅନ୍ତା କଲବଲ ହେଉଛି ସିନା, ଆଉ କିଛି ନୁହେଁ ।ନୀଳିମାର ଛାତି ଭିତରୁ ଦୀର୍ଘଶ୍ଵାସଟେ ବାହାରି ଆସିଲା। ସତରେ ଭଗବାନ ନିହାତି ନିଷ୍ଠୁର । କାହିଁ ପିଲାଦିନେ ଭଜନ ଶୁଣିଥିଲା-
" ତୁମେତ ଦୟାଳୁ ଦାତା ବୋଲି ପ୍ରଭୁ
ଜଗତେ ପଡୁଛି ହୁରି, ଜଗତେ ପଡୁଛି ହୁରି"
ସେ ମଧ୍ୟ ସ୍କୁଲ ଓ କଲେଜରେ କେତେଥର ଏହାକୁ ଗାଇ ପୁରସ୍କାର ପାଇଛି । କିନ୍ତୁ ଏବେ ତାକୁ ଲାଗିଲା these are all hypocracy । ରଚନା ର ଚାତୁରୀ । ଭଗବାନ କେବେ ଦୟାଳୁ ନୁହନ୍ତି । ବରଂ ଅର୍ଥ, ପ୍ରାଚୁର୍ଯ୍ୟ ଓ ବହୁବଳୀଙ୍କ ପାଖରେ ବନ୍ଧା ପଡିଛନ୍ତି । ତେଣୁ ଆଉ କାହା ଡାକ କାନରେ ପଡୁନି । ଏତେ ଦୁଃଖରେ ବି ଫିକ କିନା ହସିଦେଲା ସେ । ଯସ ନିଜର ରକ୍ଷଣ କରିବାକୁ ଅସମର୍ଥ, ସେ ଆଉ କାହୁଁ କି ସୁରକ୍ଷା ଦେବ । ଜଗତର ନାଥ ହୋଇ ବି ଖାଡା ଖାଡା ଉପାସ ରହୁଛନ୍ତି ବେଳେ ବେଳେ। ଡାକ୍ତରଙ୍କ କଥାରେ ଭାବନାରୁ ଫେରି ଆସିଲା।
You see, ଡାକ୍ତର ଗୋଟେ କୋଣକୁ ଡାକି ନେଇ କହିଲେ-ଆମେ ଯେତେ ପ୍ରକାର ଚେଷ୍ଟା କରାଯାଇପାରେ କରି ଦେଖୁଚୁ। ଡାକ୍ତରୀ ବିଜ୍ଞାନର ଅପାତଃ ସବୁ ଆଧୁନିକ ଓ ଶ୍ରେଷ୍ଠ ପ୍ରୟୋଗ ବାପାଙ୍କ ଠାରେ କରି ଦେଖୁଛୁ, but ଶରୀର ତାଙ୍କର କିଛି ବି respond କରୁନି । ସବୁ test ବି କରା ସରିଲାଣି, but no improvment । ୨ କହିଲେ ମୁଁ ବି hopeless ଅନୁଭବ କରୁଚି । ଆପଣ ତାଙ୍କୁ ଖୁଜ଼ୀ କରିବାକୁ ଚେଷ୍ଟା କରାନ୍ତୁ, ତାଙ୍କ ଭିତରେ ଆଶା ସୃଷ୍ଟି କରାନ୍ତୁ । Please...... ଡାକ୍ତର ଇଞ୍ଜେକ୍ସନ ଟେ ଦେଇ ଅନ୍ୟ ୱାର୍ଡ ଆଡେ ଚାଲିଗଲେ । ଇଞ୍ଜେକ୍ସନ ପ୍ରଭାବରେ ବାପାଙ୍କ ମୁହଁଟା ବିଦୀର୍ଣ୍ଣ ଦିଶିଲା।ଚେଷ୍ଟାକରି ଲୁହ ରୋକି ପାରିଲେନି ସେ । କଥା କୁହା ଆଖି ଦିଟା ରୁ ଲୁହ ଧାରେ ଗାଡି ଆସିଲା ।
ନୀଳିମାକୁ ଲାଗିଲା ସତେ ଅବା ଛୁଞ୍ଚିଟେ ତା ଦେହରେ କିଏ ଫୋଡି ଦେଉଛି । ବାପାଙ୍କ ଏ ଅସହାୟତା ତାକୁ ବ୍ୟଥିତ କରିଦେଲା । କଣ ବା ସେ କରି ପାରିବ । ବାପାଙ୍କ ଚିନ୍ତା ଓ ଅସହାୟତାକୁ ସେ ଠିକ ବୁଝିଛି। କିନ୍ତୁ ସମାଧାନର ସୂତ୍ର ତା ହାତରୁ ବାହାରେ । ଏ ଦୁନିଆରେ ତାଙ୍କ ଦୁଇଜଣଙ୍କ ବ୍ୟତୀତ କେହି ଜଣେ ବି ଆପଣାର ନାହାନ୍ତି । ବାପାଙ୍କ ଏ ଅବସ୍ଥାରେ ମୁହୂର୍ତ୍ତେ ଛାଡି ଯିବା ଅସମ୍ଭବ । ତେଣେ ପାଠଶାଠ ପଢିଥିଲେ ବି କୌଣସି କସମ ବା ଚାକିରୀରେ ଯୋଗ ଦେଇ ପାରୁନି । କୌଣସି ମତେ ସୁବିଧା କରି ବାହାରକୁ ଗୋଡ଼ କାଢ଼ିଲେ ଶହ ଶହ ଲୋଲୁପ ଦୃଷ୍ଟିର ଧର୍ଷଣରେ ଲହୁ ଲୁହାଣ ହରି ଯାଉଛି । ଲାଗିଲା ସେ "ତ୍ରିଶଙ୍କୁ"ସ୍ଥିତିରେ ଠିଆ ହୋଇଛି ।
ବାପା ବେଡ଼ ଉପରେ ଭିଡି ମୋଡି ହେଲେ, ବସିବାକୁ ଟିକେ ଚାହୁଁଛନ୍ତି ବୋଧେ ।ବାପାଙ୍କ ଆଡକୁ ଆସିଲା ନୀଳିମା। ତାଙ୍କ ଆଖି ଦୁଇଟା କହିବ କହିବ ହେଉଛି । ବାପାଙ୍କର ଏ ଯନ୍ତ୍ରଣାକ୍ଳିଷ୍ଟ ମୁହଁଟାକୁ ଦେଖି ଖୁବ ଜୋରରେ କାନ୍ଦିବାକୁ ଇଛା ହେଲା ନୀଳିମାର । ଆଉ ଭଗବାନଙ୍କୁ ପଚାରନ୍ତା- "ଆମ ବାପ-ଝିଅଙ୍କୁ ଏ କଷ୍ଟ ଦେଇ କି ସୁଖ ପାଇବ ପ୍ରଭୁ! ଆମ ଭଳି ଦୁଇଟା ଅସହାୟ ମଣିଷକୁ କଲବଲ କରି କେଉଁ ଯଶବାନା ଉଡାଇବ?" ବାପା ଟିକେ ଟିକେ ଚାଲୁଥିବା ହାତରେ ତା ହାତ ଧରିବାକୁ ଚେଷ୍ଟା କରୁ ଥାଆନ୍ତି ।ଆଉ ଆଖି ଦୁଇଟା ତାକୁ ନିର୍ମିଶେଷ ଚାହାଣୀ ରେ ଦେଖୁଥାଏ ।ସେ ସବୁ ବୁଝୁଥିଲା, ଜାଣୁଥିଲା, କିନ୍ତୁ କଣ ବା କରି ପାରିବ । ବାପାଙ୍କର ସବୁ ଚିନ୍ତା ଓ ବିଷାଦର କାରଣ ସିଏ ।ବୟସି ଶରୀର ର ଏ ଯୌବନ ପସରା କୁ ସେ କେମିତି ଏକୁ ,ଟିଆ ଛାଡ଼ିଦେବେ, କାହା ହାତ ରେ ବା ଟେକିଦେବେ । ଗଭୀର ମାନସିକ ଚିନ୍ତା ଓ ଅସହାୟତା ର ଦୋ-ଛକିରେ, ବାପା ଠିଆ ହେଇଛନ୍ତି ।ଏଣେ ସେ ଯେଉଁ ସ୍ଥିତିରେ ଅଛି କେମିତି ବା କହିବ ଆଉ ବାପାଙ୍କୁ କଣ ବା ବୁଝାଇବ ।ଅଶ୍ଵସ୍ତି ଲାଗିଲା ତାକୁ । ତଥାପି ବାପାଙ୍କ ମୁଣ୍ଡ ଆଉଁସି କହିଲା-ତୁମେ ଏତେ ଚିନ୍ତା କରନି ବାପା, ସବୁ ଠିକ ହେଇଯିବ । ଆମ ହାତରେ ଯଦି ବଦଳିଯାଇ ପାରନ୍ତା, ମୁଁ ଚେଷ୍ଟା କରନ୍ତି।ତାଛଡା ତୁମେ ଏମିତି ଭାଙ୍ଗି ପଡିଲେ ମୁଁ କାହାକୁ ନେଇ ପରିସ୍ଥିତିକୁ ସାମ୍ନା କରିବି । ତୁମେ ପିଠି ଆଡେ ଥିଲେ.... ଆଉ କଣ କହି ଆସୁଥିଲା ନୀଳିମା। କିନ୍ତୁ ବାପାଙ୍କ ଛାତି ଭିତରୁ ଫୁ କିନା ପବନ ଟେ ଶବ୍ଦ କରି ପାଟି ଦେଇ ବାହାରି ଗଲା। ଭୟରେ ନୀଳିମା ଡାକ୍ତର.....ଡାକ୍ତର ପାଟିକରି ଉଠିଲା ।
କେଇଘଣ୍ଟା ପୂର୍ବରୁ ସେ ଚେକ କରି ଯାଇଥିବା ଯୁବ ଡାକ୍ତର ବାବୁ ତା ପାଟିରେ ପୁନଶ୍ଚ କେବିନ ଭିତରକୁ ପଶି ଆସିଲେ ।ପଛେ ପଛେ ଦୁଇଜଣ ନର୍ସ । ଡାକ୍ତରଙ୍କୁ ଦେଖିଲା ମାତ୍ରେ କାନ୍ଦି ଉଠିଲା ନୀଳିମା । ତାଙ୍କ ହାତ ଦୁଇଟାକୁ ଜାବୁଡି ଧରି କହିଲା- doctor please, ମୋ ବାପାଙ୍କୁ ବଞ୍ଚାନ୍ତୁ। ମୁଁ ଅନାଥ ହେବାକୁ ଚାହୁଁନି ।ବାପାଙ୍କର କିଛି ହୋଇଗଲେ ମୋ ପରିଚୟ ଟିକ ମଧ୍ୟ ନିଶ୍ଚିହ୍ନ ହୋଇଯିବ । please......... ଡାକ୍ତର କ୍ଷଣେ ନୀଳିମାକୁ ଗଭୀର ଦୃଷ୍ଟିରେ ଚାହିଁଲେ।ସତେ ଅବା ତା ଆଖି ଦୁଇଟା ଭିତରୁ ତାର ଅନ୍ତରର ଭାବନା ଓ ବେଦନାକୁ ପଢ଼ିନେଲେ । ଜଣେ ନର୍ସକୁ ଇଶରରେ ନୀଳିମାର ଦାୟିତ୍ୱ ଦେଇ ଅନ୍ୟ ନର୍ସ ସହ ନିଜେ ବେଡ଼ ଟାକୁ ଠେଲି ଠେଲି ICU ଭିତରକୁ ନେଇଗଲେ ।ନୀଳିମା କେବଳ ଆଖିଫାଡ଼ି ହତବାକ ହୋଇ ଦେଖୁଥାଏ ।
ପାଖାପାଖି ଦେଢ଼ଘଣ୍ଟା ପରେ ଡାକ୍ତର ICU ରୁ ବାହାରିଲେ ।ସିଧା ନୀଳିମା ପାଖକୁ ଆସି କହିଲେ- ଆପଣଙ୍କୁ ମିଛ ଆଶ୍ୱାସନା ଦେବିନାହିଁ ବା ସତକୁ ଚାହିଁଲେ ବି ଲୁଚାଇ ପାରିବି ନାହିଁ । ବାପା ଆପଣଙ୍କର ଏକଦମ critical stage ରେ ଅଛନ୍ତି । ଏଇଟା ପ୍ରଥମ ଷ୍ଟ୍ରୋକ ଥିଲା । ତୁରନ୍ତ ଚିକିତ୍ସା ହେତୁ ବର୍ତ୍ତମାନ ପାଇଁ ବିପଦ ଟଳି ଯାଇଛି । କିନ୍ତୁ ଆସନ୍ତା 72ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଇ ସମୟ ମଧ୍ୟରେ କିଛି ବି ହୋଇ ପାରେ ।ଆପଣ ବୁଝିପାରୁଥିବେ ମୁଁ କଣ କହିବାକୁ ଚାହୁଁଚି । ଏଣୁ ଡାକ୍ତର ନୁହେଁ, ଜଣେ ବନ୍ଧୁ ଓ ହିତାକାଂକ୍ଷି ଭାବରେ କହିବି- ବାପାଙ୍କୁ ଆପଣଙ୍କ ଚିନ୍ତାରୁ ମୁକ୍ତ କରାନ୍ତୁ ।ହୁଏତ ଅବସ୍ଥା ସୁଧୁରି ଯାଇ ପାରେ । ଅନ୍ୟଥା........ ନୀଳିମା ପଥର ଭଳି ଠିଆ ହୋଇ ଥାଏ। ଡାକ୍ତର ତାଙ୍କ ରାଉଣ୍ଡରେ ବାହାରିଗଲେ।
ସେ ସବୁ ଜାଣି ଆଜି ଯାଏ ଯାହା ଲୁଚାଇ ରଖିଥିଲା, ଏବେ ଅନ୍ୟ ଆଖିରେ ସବୁ ଧରା ପଡିଗଲା ।କିନ୍ତୁ ସେ କଣ କରି ପାରିବ। ତା ହାତକୁ ଦି ହାତ କରିଦେଲେ ବାପାଙ୍କ ଚିନ୍ତା ଯିବ । କିନ୍ତୁ ସେ ନା ସେ କାମ କରି ପାରୁଛନ୍ତି ନା ନୀଳିମା କୁ କିଛି କହି ପାରୁଛନ୍ତି । ଏପଟେ ସେ ବା କଣ କରିବ । କାହାକୁ ଧରି ତ ପଳେଇ ପାରିବନି । ଆସ ମୋତେ ବାହା ହୁଅ ବୋଲି ପ୍ରଚାର ତ କରି ପାରିବନି । ତାକୁ ଲାଗିଲା ସେ ପାଗଳୀ ହୋଇଯିବ ।ଇଛାହେଉଥିଲା ଝରକରେ ଡେଇଁ ନିଜ ଜୀବନ ଟାକୁ ହାରିଦେବା ପାଇଁ । କିନ୍ତୁ ତା ବିନା ବାପାଙ୍କର ଅବସ୍ଥା....ଶିହିରୀ ଉଠିଲା ସେ। ଆଉଜଦି ବାପାଙ୍କର କିଛି ହେଇଯାଏ, ତେବେ.....। ଆଖି ଦୁଇଟାରୁ ଲୁହ ଗଡି ବାକୁ ଲାଗିଲା । ଯେତେବେଳେ ମଣିଷର ସବୁ ଆଶା ଭରଷା ଓ ବିଶ୍ୱାସ ତୁଟି ଯାଏ ସେତେବେଳେ ସେ ହାତ ଉପରକୁ କରିଦିଏ।
ନୀଳିମା ତା ହାତ ଦୁଇଟାକୁ ଉପରକୁ ଟେକିଦେଲା।
ଅସହ୍ୟତର ଅନ୍ୟନାମ ବୋଧେ ସମର୍ପଣ । ଆଉ ଥରେ ବିଶ୍ୱନିଆନ୍ତା ଙ୍କ ଠାରେ ନିଜକୁ ସମର୍ପି ଦେଲେ ସେ ସବୁକୁ କେମିତି ସଜାଡି ଦିଅନ୍ତି ତାହା ସଦାବେଳେ ପ୍ରହେଳିକା। ନୀଳିମା ଉପାୟଶୂନ୍ୟ ହୋଇ ହାତ ଦୁଇଟାକୁ ଉପରକୁ ଟେକିଦେଇ ପିଲାଙ୍କ ପରି କାନ୍ଦିବାକୁ ଲାଗିଲା । ଏତିକିବେଳେ ୱାର୍ଡ ବଏ ଖଣ୍ଡେ କାଗଜ ଆଣି ଡକ୍ଟରବାବୁ ଦେଇଛନ୍ତି କହି ଧରାଇ ଦେଇ ଚାଲିଗଲା। prescription ହେଇଥିବ ପରା ଭାବି ସେମିତି ଲୁହଭରା ଆଖିରେ କାଗଜ଼କୁ ଖୋଲି ଦେଖିଲା । ସଂକ୍ଷିପ୍ତ ଏକ ଚିଠି । ସେଇ ଯୁବ ଡାକ୍ତର ଦେଇଛନ୍ତି । ଲେଖାଥିଲା:-
ନୀଳିମା ଦେବୀ,
ବାପାଙ୍କ ଚିକିତ୍ସା ଓ ଆପଣଙ୍କ ଡାକ୍ତରଖାନା ରହଣି ଭିତରେ ଜଣେ ଅଚିହ୍ନା ହେଲେବି ଆପଣଙ୍କ ସ୍ଥିତିକୁ ଭଲ ଭାବରେ ବୁଝି ସାରିଥିଲି। ବାପାଙ୍କ ପ୍ରଥମ ଷ୍ଟ୍ରୋକ ମତେ ତାଙ୍କ ଚିନ୍ତା ଓ ଆପଣଙ୍କ ଅସହାୟତାକୁ ଆହୁରି ଖୋଲିଦେଲା। କିନ୍ତୁ ତାର ସମାଧାନ ଔଷଧ ରେ ନାହିଁ । କେବଳ ଦୃଢ଼ ବିଶ୍ୱାସ ଓ ମାନସିକ ଶାନ୍ତି ହିଁ ଏହାକୁ ବଦଳାଇ ପାରିବ। ଏଇ ପରିସ୍ଥିତି ଦେଇ ମୁଁ ଆସିସାରିଛି । ବାପା-ମାଙ୍କୁ ହରାଇ ଅସହାୟତାର ଜୀବନକୁ କେମିତି ସାମ୍ନା କରିଛି ତାହା ଜଣେ ଅନୁଭବୀ ହିଁ ଜାଣିପାରିବ। ଏଣୁ ମୋ ଭଳି ଆପଣ ହୁଅନ୍ତୁ ମୁଁ ଚାହୁଁନି । ଜଣେ ଅନୁଭବୀ ହିଁ ଅନ୍ୟର ସେଇ ସ୍ଥିତିକୁ ଭଲ ଭାବରେ ଜାଣିପାରିବ ।ଏଣୁ ଦୟା ବା ବଡେଇ ନୁହେ, ଜଣେ ସତୀର୍ଥ ହିସାବରେ ଆପଣଙ୍କୁ ମୁହଁ ଖୋଲି କହି ପାରିଲିନି । ଏଣୁ ଚିଠି ଦ୍ୱାରା ଜଣାଉଛି-
"ଆପଣଙ୍କ ହାତ ମୋ ହସ୍ତରେ ଦେବେକି?
ନିଶ୍ଚିତ ଭାବରେ ଜଣେ ଭଲ ବନ୍ଧୁ ହୋଇ ପାରିବି"
ନୀଳିମାର କୋହ କରଦାନ ହୋଇ ବାହାରିଗଲା। icu ଭିତରକୁ ଦଉଡି ଯାଇ ବାପାଙ୍କ ପାଦ ଦୁଇଟାକୁ ଜାବୁଡ଼ିଧରି ବଡ଼ ପାଟିରେ କହିଲା- ମୁଁ ଅସହାୟ ନୁହେଁ ବା ତୁମେ ଏକୁଟିଆ ନୁହଁ ବାପା। ତୁମ କାନ୍ଧରେ କାନ୍ଧ ଦେବା ପାଇଁ ଏଣିକି ତୁମ ଜ୍ୱାଇଁ ଏଇଠି ଆମସହ ଅଛନ୍ତି ।ମଳୟ ପବନ ଝଲକାଏ କ୍ୟାବିନ ଭିତରେ ବହିଗଲା ।