STORYMIRROR

pratap nayak

Tragedy

3  

pratap nayak

Tragedy

ଅବ୍ୟକ୍ତ ପ୍ରତ୍ୟାଖ୍ୟାନ

ଅବ୍ୟକ୍ତ ପ୍ରତ୍ୟାଖ୍ୟାନ

2 mins
873


ମନେ ମନେ ଲାଜେଇଗଲା ଯେତିକି ଆଶ୍ଚର୍ଯ୍ୟହେଲାବି ସେତିକି।ଛାତି ଭିତରର ଦମ୍ ଦମ୍ ବଢି ବଢି ଯାଉଥିଲା ସତେ ଯେପରି କିଏ କରୁଛି ହାତୁଡି ପ୍ରହାର ।

ଦେହ ଶିତେଇ ଉଠି ଲୋମ କୂପ ଫୁଲି ଉଠୁଥିଲା ଅଜଣା ଉନ୍ମାଦ ମିଶା ଭୟରେ।ସାରା ଶରୀର ଯେପରି ନୀଳ ପଡି ଯାଉଥିଲା ଯେମିତି ବିଷଧର ସର୍ପ ତା'କୁ ଦଂଶନ କରିଛି।

ଚାରିଆଡକୁ ଦେଖିନେଲା ।ଖଂଜା ଘରଟାରେ କେହି ନାହାଁନ୍ତି ତା ଛଡା।ନିଜ ଶୋଇବା ଘର ଦରଜାକୁ ଅଳ୍ପ ଆଉଜେଇ ନେଲା।ନଥ୍ କରି ବସି ପଡିଲା ତା ଶୋଇବା ଖଟ ଉପରେ।

ନିଜ ଅଜଣାତରେ କାହିଁ କେତେଥର ପଢିସାରିଲାଣି ଚିଠିଟିକୁ କିନ୍ତୁ ଧାଡିଏ ତ ତା ମଗଜରେ ପଶୁନାହିଁ ସିଏ କଣ ପଢୁଛି।

ପୁଣି ଦେଖିନେଲା କବାଟ ଫାଙ୍କରେ।କିଏ ଅାସୁନିତ ।ଆସି ଦେଖୁନିତ ତାକୁ ।ତା ହାତର ନୀଳ ଲଫାପା ଭିତରୁ ବାହାରିଥିବା ସଫେଦ ପ୍ରେମପତ୍ରକୁ....।

ନା କେହି ନାହାଁନ୍ତି।ଅଜଣାତରେ ଅମାନିଆଁ ଦୁଇ ଠୋପା ଲୁହ ଜକେଇଲାଣି ତା ଆଖି କୋଣରେ..... ଅଖ୍ୟର ଗୁଡିକ ତାକୁ ଝାପସା ଦେଖାଯାଉଛନ୍ତି।

ମାନିଲେକି,ଲୁହରେ ଜଡସଡ ସେ ପ୍ରେମପତ୍ର।

ଭଲକି ପୋଛିନେଲା ଆଖି।ନା ଆଉ ସେ କାନ୍ଦିବନି।ରୋମନ୍ଥନ କରିବନି ତା ଅଫେରା ଅତୀତ।ନିଜକୁ ଦମ୍ଭଦେଲା।ଲୁଗା କାନିରେ ଛାପିନେଲା ଆଖିକି ତା ସହିତ ପ୍ରେମପତ୍ରକୁ ମଧ୍ୟ।କାଳେ ଅଖ୍ୟର ଗୁଡିକ ଲିଭିଯିବ ଲୁହରେ ।

ଅତି ସନ୍ତର୍ପଣରେ ସେ ଲୁଗାକାନିରେ ଲୁହକୁ ପେଉଥିଲା ତା ଉପରୁ....।

ନା ସବୁ ଅଖ୍ୟର ଠିକ୍ ଅଛି....।

ସେ ଏବେ ଯେମିତି ନିଜ ଭିତରେ ନାହିଁ।ଶାଶୁଘରେ ବି ନାହିଁ।ତନ୍ନ ତନ୍ନ ପଢିନେଲା ପୁଣିଥରେ......

ବବିତା ଆଖିର ଭାଷାମୋର ତମେ ପଢିଲନି ପାଞ୍ଚବର୍ଷ ଧରି।ହେଲେ ମୁଁ ସଜେଇଛି ତୁମକୁ ମୋ ସ୍ୱପ୍ନ ନାୟିକା କରି।ସବୁ ରାତ୍ରିରେ ସେହି ଗୋଟାଏ ସ୍ୱପ୍ନ ତୁମେ ମୋର ଆଉ ମୁଁ ବି....।ହେଲେ ସାହାସ ଜୁଟେଇନି ମୁଁ ରହିଛି ଅବ୍ୟକ୍ତ। ହଁ ଯଦି ରାଜି ଭଲପାଇ ଉଡିଯିବା ସୁଦୂର ଆକାଶେ,ବାନ୍ଧିନେବା ନୀଡ ଆମ ...........ସବୁ ବାଧା ବିଘ୍ନ ସେପାରିରେ,ତେବେ ରଖିବ "ଉତ୍ତର"।

ନହେଲେ ଧରିନେବି ମୁଁ ପ୍ରତ୍ୟାଖ୍ୟାତ ତୁମରି......।

ହଁ ଦୁଃଖ ବି କରିବିନି,ତୁମକୁ ରଖିବି ସଦା ମୋରି ଭିତରେ,ଉଦବୃତ୍ତ ଶିଖା ପରି। ଚାଲିଯିବି ଜୀବନର ଏକା ଏକା ଶେଷ କିଛି ବାଟ.....।ଯେମିତି ଶିଖିଥିଲା ଦ୍ରୋଣଠାରୁ ଯୁଦ୍ଧ୍ୟବିଦ୍ୟା ଦୁରେଥାଇ ସେହି ଏକଲବ୍ୟ।

ଶରୀରରେ ନପାଇବି ଯଦି କାହାର ଶକ୍ତି ଅଛି କାଢିନବ ମୋ ହୃଦରୁ ତୁମକୁ।

ହା.....ହା....ହା। ତାଚ୍ଛଲ୍ୟ କରୁନି ତୁମକୁ.....।

......ତନ୍ମୟ.....

ଚିଠିର ତାରିଖରୁ ଦେଖିନେଲା ବୟସ ତାର ବର୍ଷେ ଅତିକ୍ରାନ୍ତ କଲାଣି।

ହାୟ ......,

ସେହିଦିନ ଯଦି ପାଇଥାନ୍ତି....।

ନା ତନ୍ମୟ ଭାବି ନେଇଛନ୍ତି ମୁଁ ତାଙ୍କୁ ପ୍ରତ୍ୟାଖାନ କରିଛି।ହେ ଭଗବାନ.....

ମୁଁ ବବିତା କେମିତି କହିବି ବିବାହର ଉପରାନ୍ତେ ପଢୁଛି ମୁଁ ଆବିଷ୍କାର କରି ତୁମର ଏ ମାର୍ମିକ ବେଦନା,ହେଲେ ତୁମେ ତନ୍ମୟ କିନ୍ତୁ ଧରିନେଲ ମୋ ଅବ୍ୟକ୍ତ ଉତ୍ତରକୁ ମୋ ପ୍ରତ୍ୟାଖ୍ୟାନ ବୋଲି।

ହଉ ତନ୍ମୟ ତୁମ ପାଖରେ ମୁଁ ସେହି ତୁମ ସ୍ୱପ୍ନ ସୁନ୍ଦରୀ ଚିର ସବୁଜ ପ୍ରେମିକା ହେଇ ରହିଥାଏ,ହେଲେ ମୋ ଅବ୍ୟକ୍ତ ପ୍ରତ୍ୟାଖ୍ୟାନ ସେହି ଅବ୍ୟକ୍ତ ପ୍ରତ୍ୟାଖ୍ୟାନ ସବୁଦିନ ହେଇରହୁ କାରଣ ମୋ ସିନ୍ଦୁରମରା ସିନ୍ଥି ପ୍ରକାଶୁ ଥାଉ ଅବ୍ୟକ୍ତ ପ୍ରତ୍ୟାଖ୍ୟାନ........ ଅବ୍ୟକ୍ତ ପ୍ରତ୍ୟାଖ୍ୟାନ।

ପ୍ରତାପ ନାୟକ

୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy