Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Madhumita Mishra

Tragedy Thriller


4.8  

Madhumita Mishra

Tragedy Thriller


ଅବୁଝା

ଅବୁଝା

5 mins 219 5 mins 219

ଝିଅ ବିନୋଦିନୀ ଆସି କଲେଜରେ ପଢିବା ଆରମ୍ଭ କଲାଣି । ସେ କଥା ଭାବିଲା ବେଳକୁ ଛାତି କୁଣ୍ଡେ ମୋଟ ହୋଇଯାଏ ବିଶ୍ଵ ଓରଫ୍ ବିଶୁ ଭାଇର । ତା ପୁଅ ମଧ୍ୟ ଭଲ ପାଠ ପଢୁଛି । ବିଶୁ ଭାଇ କେବେ ମଧ୍ୟ ଚାହିଁବନାହିଁ ତା ଉତ୍ତରପୁରୁଷ ମାନେ ତା ପରି ଚାଷ କାମ କରନ୍ତୁ ବୋଲି । କିନ୍ତୁ ବିଶୁ ଭାଇର ପୁଅ ଚନ୍ଦନ ଲୁଚି ଲୁଚି ତା ବାବାକୁ ଦେଖେସକାଳୁ କେମିତି ସେ ଖରା ବର୍ଷା ଶୀତ କୁ ଖାତିର ନ କରି ବିଲକୁ ଯାଏ । ଦୁଇଟି ବଳଦ ସହିତ ସାଙ୍ଗ ହୋଇ କ୍ଷେତ ଯୋଖିବା ଦେଖେ । ଆଣ୍ଠୁ ଯାଏଁ କାଦୁଅ ସରସର ହୋଇ ଝାଳ ରେ ବୁଡ଼ି ତା ବାବା କାମ କରିବା ଦେଖିଲେ ଚନ୍ଦନ କୁ ଭାରି ଦୁଃଖ ହୁଏ । ବାବା କାହିଁକି ତାକୁ ପାଠ ପଢ଼େ କୁହନ୍ତି ଯେ । ସେ ମଧ୍ୟ ତାଙ୍କ ସାଙ୍ଗରେ କଣ ବିଲ କାମ କରି ନ ଥାନ୍ତା । କିନ୍ତୁ ବାବା କେବେ ବୁଝିବେନାହିଁ ।

      ବିନୋଦିନୀ କିନ୍ତୁ ଅଲଗା ପ୍ରକାର । ସେ ବାବାଙ୍କ ଏମିତି କାଦୁଅ ବୋଳା ଅବତାର କେବେ ପସନ୍ଦ କରେନି । ତାକୁ ଭଲ ଲାଗେନା ଏସବୁ ଅସନା ପରିବେଶ । ସେ ସବୁବେଳେ ଚାହେଁ ବାବା ଏ ଚାଷ କାମ ଛାଡ଼ି ଦିଅନ୍ତେ କି । ସେମାନେ ମଧ୍ୟ ଚାଲି ଯାଆନ୍ତେ ସହରକୁ । ଯେମିତି ଚାଲି ଗଲେଣି ତା ସାଙ୍ଗ ମାନଙ୍କ ପରିବାର । ଆଉ ଚାଷ କାମ ପାଇଁ କିଏ ଗାଁ ମାଟି କାମୁଡି ପଡି ରହିବାକୁ ଚାହୁଁଛି ଯେ । ସହରରେ କଣ କାମ ଅଭାବ ହୋଇଛି କି??ବାବା ଏତେ କର୍ମଠ । ସେମାନଙ୍କର କିଛି ଅସୁବିଧା ହୁଅନ୍ତା ନାହିଁ । କିନ୍ତୁ ବାବା କେବେ ବୁଝିବେନାହିଁ ।

       ପିଲା ଦୁଇ ଜଣଙ୍କ ସହିତ ରାତିରେ ଟିକେ କଥା ନ ହୋଇ ବିଶୁ ଭାଇ କେବେ ଶୋଇ ପାରନ୍ତି ନାହିଁ । ଦିନସାରା ଯେତେ କାମ କଲେ ମଧ୍ୟ ଅପେକ୍ଷା ଥାଏ ରାତିରେ ଦି ପଦ କଥା ହେବାକୁ । ଘରଣୀ ମାଧବୀ ଯେଉଁ ଦିନ ଠାରୁ ବେମାର ପଡ଼ିଲାଣି ବିଶୁ ଭାଇର କାମ ଆଉ ଟିକେ ବଢି ଯାଇଛି । ସୁସ୍ଥ ସବଳ ମଣିଷ ଥିଲା ମାଧବୀ ଭାଉଜ । କିନ୍ତୁ କଣ ହେଲା କେଜାଣି ଖାଲି ପେଟ କାଟୁଛି କହି ଗଡି ଚାଲି ଥାଏ ଗତ ଦି ମାସ ତଳେ । ଡାକ୍ତର ଦେଖେଇଲାରୁ କିଡନୀ ଖରାପ୍ କହିଲେ । ବିଶୁ ଭାଇ ଆଉ କଣ କରନ୍ତେ!? ଗତ ଦି ବର୍ଷ ତଳେ ଯେଉଁ ବାତ୍ୟା ଆସିଥିଲା ଘରଦ୍ୱାର ସବୁ ଭାଙ୍ଗି ଯାଇଥିଲା । ତାକୁ ମରାମତି କରିବା ପାଇଁ ଜମି ବନ୍ଧା ପକାଇଥିଲେ । ଆଉ ଭାଉଜ ଦେହ ଭଲ କରିବାକୁ ଏବେ ସେ ଘରକୁ ବନ୍ଧା ପକେଇବାକୁ ବାଧ୍ୟ ହେଲେ । ଭାଉଜଙ୍କୁ ଏବେ ଆଉ କଷ୍ଟ ହେଉନି କିନ୍ତୁ ବହୁତ୍ କଷ୍ଟ ହେଉଛି ଯେଉଁ ଘରେ ସେ ଅଛନ୍ତି ସେଇଟା ଆଉ କାହା ହାତରେ ଅଛି ଭାବି ଦେଲେଏଣୁ ବିଶୁ ଭାଇ ଘରକୁ ଆସିଲେ ସମସ୍ତଙ୍କ ମୁହଁରେ ହସ ଆଣିବାକୁ ଚେଷ୍ଟା କରନ୍ତି । ଭାଉଜ ଗୁମୁରି ଗୁମୁରି କାନ୍ଦନ୍ତି । ତାଙ୍କ ହାତରେ ଯେଉଁ ଦୁଇ ପଟ ପତଳା ସୁନା ଚୁଡି ଥିଲା ତାହା ତ କେବେଠୁ ବିକା ସରିଲାଣି । ଏବେ ଜମି ଘର ସବୁ ବନ୍ଧା ପଡ଼ିଛି । ପିଲାମାନେ ମଧ୍ୟ ବଡ଼ ହେଉଛନ୍ତି । ଆଗକୁ ଆହୁରି ଖର୍ଚ୍ଚ ବଢିବ । ଏମିତି ପରିସ୍ଥିତିରେ ଆଉ ସେ ହସିବେ କଣ । ହେଲେବିଶୁଭାଇ କଣ ଏକଥା ବୁଝିବେ ନାହିଁ ।

        ବିଶୁଭାଇ ସବୁ ବୁଝନ୍ତି । ହେଲେ ସେ କରିବେ ବା କଣ?ପୁଅକୁ ପାଠ ନ ପଢେଇ ନିଜ ପରି ଚାଷୀ କରି ତା ଜୀବନକୁ ଅଭାବଗ୍ରସ୍ତ କରିଦେବେ ନା ଝିଅ କଥା ଶୁଣି ନିଜ ଭିଟାମାଟି ଛାଡ଼ି ଅନିଶ୍ଚିତ ଭବିଷ୍ୟତ ପଛରେ ଗୋଡାଇବେ । ଆଉ ମାଧବୀହସନ୍ତି ବିଶୁ ଭାଇ । ମଣିଷ ଜୀବନ ଦୁଇ ଦଣ୍ଡ ପାଇଁ । ସେଥିରେ ପୁଣି ଚିନ୍ତା କରିବାକୁ ସମୟ କାହିଁ । ଏକଥା କେହି ବୁଝିବେ ନାହିଁ ।

        କିନ୍ତୁ ବିଶୁ ଭାଇ ମଧ୍ୟ ମଣିଷ । ନିଜ ଜାତିଭାଇ ଙ୍କ ସହ କଥା ଭାଷା ହୋଇ ଜାଣି ପାରୁଛନ୍ତିକେତେ ଅଭାବୀ ଏ ଜୀବନଟା । ପ୍ରାୟ ପ୍ରତିବର୍ଷ ବାତ୍ୟା ମାଡି ଆସୁଛି । ଆଗ ପରି ଆଉ ଫସଲ ହେଉନି । ପିଲାଙ୍କ ମୁହଁରେ ଦାନା ଦେବା କଷ୍ଟ ହେଲାଣି ଯେତେବେଳେ ଆଉ କରଜ ଧାର ଶୁଝି ବନ୍ଧା ମୁକୁଳେଇବା ସ୍ବପ୍ନ ରେ ବି ଆସୁନି । କଣ କରାଯାଇପାରେ । ଝିଅକୁ ସିନା ପଢ଼େଇ କଲେଜ ଯାଏଁ ଆଣିଦେଲେ ହେଲେ ଏବେ ତା ବାହାଘର ବି କରିବାକୁ ପଡ଼ିବ । ଏ ଅବେଳ ବର୍ଷା ଲଘୁଚାପ ସବୁ ପରିଶ୍ରମ ପାଣିରେ ପକେଇ ଦେଉଛି । ପାଖାପାଖି ଗାଆଁ ରେ ସାତ ଜଣ ଚାଷୀ ଜୀବନ ହରାଇଲେଣି । ଆଉ କଣ ବା କରନ୍ତେ । କେତେ କଷ୍ଟରେ ବର୍ଷସାରା ଦିନରାତି ଏକ କରି ଚାଷୀ ଟିଏ ଫସଲ ଉପୁଯାଏ । ଆଉ ଅମଳ ବେଳକୁ ଏପରି ଅବସ୍ଥାଚାଷୀ ମନ କଣ ଯେ ହେଉଥିବ ସେକଥା କେହି ବୁଝିବେ ନାହିଁ ।

         ଯା ହେଉ ଏଥର ଅସୁବିଧା ହେଇନି । ସବୁ ଚାଷୀ ଖୁସି । ଧାନ ପାକଳ ହେଲାଣି । କାଶତାଣ୍ଡି ଫୁଲ ହସିଲା ପରି ଧାନ କେରି ଖିଲି ଖିଲି ହସୁଛି । ଖୁସି ମନରେ ଗୀତ ଗାଇ ଗାଇ ଵିଶୁଭାଇ ଓ ତାଙ୍କ ସାଙ୍ଗମାନେ ଘରକୁ ଫେରୁଛନ୍ତି । ବିଶୁ ଭାଇ ମନେ ମନେ ଭାବିଛନ୍ତି ଏଥର ଅମଳ ପରେ କିଛି ନ ହେଲେ ଘର ମୁକୁଳେଇବେ । ବାକି କରଜ ପରେ ଶୁଝା ହେବ । କିନ୍ତୁ ଘର ଡିହ ବନ୍ଧା ପଡିଲେ ଭାରି କଷ୍ଟ ଲାଗୁଛି । ହେଲେ ଜମିଜମି ନ ମୁକୁଳିଲେ ଅମଳର ଅଧା ଭାଗ ସାହୁକାର ନେଇଯିବ । ନା ନାସେ ଆଗ ଜମି ମୁକୁଳେଇବେ । ଘର କଥା ପରେ । ଅଜାଣତରେ ମୁଣ୍ଡ ହଲେଇ ବିଶୁ ଭାଇ ଘରକୁ ଆସିଲେ । ସେଦିନ ମୁହଁରେ ତାଙ୍କର ବେଶୀ ହସ ନ ଥିଲା । ତଥାପିତାଙ୍କ ମନର ଅବସ୍ଥା କଣ କେହି ବୁଝି ପାରିବେ ।

         ଅଧା ରାତିନିଘୋଡ଼ ନିଦରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ପବନର ଧୀମା ଗତି ବଢି କରାଳ ରୂପ ନେଲା । ଭୀଷଣ ଗର୍ଜନ କରି ଚକ୍ରବାତ ସହ ତୀବ୍ର ବର୍ଷା ରାତି ଟାକୁ ଭୟାନକ କରିଦେଲା । କେହି କିଛି ବୁଝିବା ଆଗରୁ ଘୂର୍ଣ୍ଣିଝଡ ବାତ୍ୟା ଆସି ନିଜ ତୃଷାର୍ତ୍ତ ଜିଭରେ ସବୁ ଖୁସି ସ୍ବପ୍ନ ଚାଟି ଦେଇଗଲା । ଦି ଦିନ ଯାଏଁ କେହି ବାହାରକୁ ବାହାରି ପାରିଲେ ନାହିଁ ।

      ତା ପରଦିନ

       ଜମି ଭିତରକୁ ପାଦ ପକେଇ ହେଉ ନ ଥାଏ । ରାସ୍ତା ଜମି ସବୁ ଆଣ୍ଠୁଏ ପାଣିରେ ଏକ ହୋଇଯାଇ ଥାଏ । ମୂର୍ଦାର ସବୁ ଭାସିଲା ପରି ପାଚିଲା ଧାନ କେଣ୍ଡା ସବୁ ଉପୁଡ଼ି ଯାଇ ଭାସୁଥାଏ । ଆଉ ତା ସହ ଭାସୁଥାଏଭବିଷ୍ୟସେ ପାଣିରେ ଲଥ କରି ମୁଣ୍ଡରେ ହାତ ଦେଇ ବସିଗଲେ ସବୁ ଚାଷୀଭାଇ । କିଛି ପାଣିରେ ପଶି ବିକଳ ହେଇ ଭିଜା ଧାନ ଛାଣି ଆଣୁ ଥାଆନ୍ତି । ଠିକ୍ ମରିବା ଆଗରୁ ବଞ୍ଚିବାର ଶେଷ ପ୍ରୟାସ କରିବା ପରି । କିନ୍ତୁ କାଳର ମାଡ଼ ରୁ କଣ କେହି ବଞ୍ଚିପାରେ ।

       ଘରେ ଚୁଲି ଜଳିନି । ସବୁ ଧୋଇ ହେଇଗଲା । ଦୁଇ ପିଲାଙ୍କ ଶୁଖିଲା ମୁହଁ ଦେଖି ବାପାର ଛାତି ଚିରି ହୋଇଯାଉଥିବା ବେଳେ ମାଧବୀ ତଳେ ପଡିଯିବାରୁ ବିଶୁ ଭାଇ ଭିତରକୁ ଦୋୖଡି ଗଲେ । ପେଟ ଯନ୍ତ୍ରଣା ସହ ଭୋକ ର ତାଡନା ମାଧବୀ ନିଜ ଓଠ ତଳେ ଦବାଇ କେଜାଣି କେତେବେଳୁ ରଖିଥିଲେକ୍ଷୀଣ ହସରେ ସବୁ କହିଦେଇ ଆଖି ଖୋଲି ରହିଗଲେସବୁଦିନ ପାଇଁ

       ଝିଅକୁ ସମ୍ଭାଳିବା କଷ୍ଟ ହେଉଥାଏ । ପୁଅ କାନ୍ଦି କାନ୍ଦି କାଠ ଯୋଗାଡ଼ କରିବାକୁ ଡୌଡୁୁଥାଏ । ହେଲେବର୍ଷାରେ ସବୁ କାଠ ଓଦା ହୋଇଯାଇଥିବାର ଦେଖି ତାକୁ ମଧ୍ୟ ବୁଦ୍ଧି ଦିଶୁ ନ ଥାଏ । ମାଆର ଦାହ କିପରି ହେବ । ହେଲେ ଏକଥା ବାବାଙ୍କୁ କେମିତି କହିବ ସେବାବା କେମିତି ବୁଝିବେ । ପୁଅ ହୋଇ ଏତିକି କରି ପାରୁନି ସେ । ବିନୋଦିନୀ କାନ୍ଦୁଛି । ଏତେ ପାଠ ପଢି ଲାଭ କଣ ହେଲା? ମାକୁ କଷ୍ଟ ହେଉଥିଲା ଆଉ ସେ ଜାଣି ପାରିଲାନି କି କିଛି କରିପାରିଲାନାହିଁ । ଏ କଥା ସେ ବାବାଙ୍କୁ କିପରି କହିବସେ କଣ ବୁଝିବେ ।

      ବିଶୁ ଭାଇ ମୂକ ହୋଇଯାଇଥିଲେ । ବଳିଷ୍ଠ ବାହୁ ଶକ୍ତିହୀନ ହୋଇଗଲା ପ୍ରକୃତି ଆଗରେମୃତ୍ୟୁ ଆଗରେ । କିନ୍ତୁ ସମାଧାନ କଣ । ପିଲାଙ୍କୁ ନେଇ ଦେଖିଥିବା ସ୍ଵପ୍ନ ଆଉ ସ୍ୱପ୍ନରେ ବି ଆସିବନି । ମାଧବୀ ଆଉ କେବେ ଫେରି ଆସିବେନି । ଖାଦ୍ୟ ଯୋଗାଡ଼ ଯେଉଁଠି ପ୍ରଶ୍ନବାଚୀସେଇଠି ଘର କି ଜମି ପାଇଁ ପଇସା ଦେବା ।

      ହଠାତ୍ ବିଶୁ ଭାଇ ହସି ଉଠିଲେହସ ତ ନୁହେଁଅଟହାସ୍ୟଯାହାର ଅର୍ଥ କିଏ ବୁଝି ପାରିବ ।


Rate this content
Log in

More oriya story from Madhumita Mishra

Similar oriya story from Tragedy