ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅବୋଲକରା

ଅବୋଲକରା

4 mins
7.4K


ପାଞ୍ଚ, ପନ୍ଦର ଫିକର କରି ଯେଉଁମାନେ ସୁଖୀମଣିଷ ବୋଲାନ୍ତି ତାଙ୍କ ପାଇଁ ଅପେକ୍ଷାକୃତ ଭାବେ କିଛି କିଛି ଝାମେଲା ମଧ୍ୟ ଅଛି । ହାତକୁ ମୁଠାକରି ସମସ୍ୟା ଗାତରେ ପୁରେଇବାକୁ ଚେଷ୍ଟା କଲେ ମଧ୍ୟ ମୁଠାସହଜରେ ଗଳିପାରେନି । କିନ୍ତୁ ନମସ୍କାର, ଗୁଡମର୍ଣ୍ଣିଂ, ଭୁଲହୋଇଗଲା, କ୍ଷମା କରିବେ, ପକ୍ଷାନ୍ତରରେ ସରିସରି ଇତ୍ୟାଦି ଦେଶୀ ବିଦେଶୀ ଉଚ୍ଚାଟନରେ ହାତ ମୁଠେଇବାକୁ ପଡେନି । ପଡେ, ଯେତେବେଳେ ସୁଖି ମଣିଷଟି ଆପଣଙ୍କ ଠାରୁ ଟିକେ ଆଗେଇ ଗଲା ପରେ ପଛରୁ ଆପଣଙ୍କ ପିଠିକୁ ଲକ୍ଷ୍ୟକରି ଗୁମା ମାରିବାର ଇଙ୍ଗିତ ଦେଖାଏ । ୟାକୁ ସାମାଜିକ ବ୍ୟାକରଣରେ ପଛରୁ ଲାତ୍‌ ବୋଲି କୁହାଯାଇଥାଏ । ଏଥିରୁ ମତେ ନିସ୍ତାର ମିଳେନି । ସଉଦା ମଗ୍ରୀ କିଣିବା ସମୟରେ ମୁଁ ଲକ୍ଷ୍ୟ କରିଛି, ଦୋକାନଦାର ଲୁଗାପଟା ଶାଢି ବ୍ଲାଉଜ୍‌ରେ ଛପା ହୋଇଥିବା ମୂଲ୍ୟଠାରୁ ମୋ ପାଖରୁ ପଚିଶ ପଚାଶ ଟଙ୍କା କାଟି ପଇସା ନିଏ । ମୋ କାନ ପାଖକୁ ନଇଁଆସି ମତେ କହେ ଆପଣଙ୍କୁ ବଜାର ଦରଠୁ କମ୍‌ ଦରରେ ଦେଇଛି, ଆପଣ ମୋର ନିତିଦିନିଆଁ ଗରାଖ ତା ! ପାଇକ ପଣିଆ ମାଇପ ଆଗେ ନ୍ୟାୟରେ ଯେତେବେଳେ ଘରେ ମୋ ପୁରୁଷକାର ଦେଖେଇ ହୁଏ , ମୋର ଗୃହଲକ୍ଷ୍ମୀ ମତେ ଟିଙ୍ଗାସ କରି କହନ୍ତି ତମେ ଓଲା ପାଣ୍ଡିଆ ଲୋକତ ତମଠୁ ଶହେଟଙ୍କା ବେଶୀ ନେଇ କଅଁଳ ବଚନ ଶୁଣେଇଛି । କାହା ଆଗେ କହିବି ଏ ଗୁମର କଥା ? କଷ୍ଟପଡିବ ବୋଲି ସେ ହାଟ ବଜାର କରିବେନି କାରଣ ମୁଁ ତାଙ୍କର ବୋଲକରା । କିନ୍ତୁ ପିଠିଦେଖେଇ ପଥଶ୍ରମ କରି ଯାହା ଆଣିବି, ସେଥିରେ ମୋର କରାମତି କମ୍‌ ବାହାପିଆମି ବେଶୀ ବୋଲି ତାଙ୍କର ଦୃଢ଼ମତ । ବୟସ ଗଡିବା ସହିତ ଆତ୍ମବିଶ୍ୱାସ କମି କମି ଆସିବା ଏକ ସାଧାରଣ ଲକ୍ଷଣ । ନିଜ ଘରୁ ଖୁନ୍ଦା ଗାଳି ଶୁଣୁଥିବା ପଳାତକମାନେ କଣ ବା କରିବେ କୁଆଡକୁ ବା ଯିବେ? ତଥାପି ସେଦିନ ଶୋଧା ଗାଳି ଶୁଣି ଘରୁ ବାହାରି ପଡିଲି । ମୋର ବାଟରେ ଘାଟରେ ବେଳେବେଳେ କିଛି ଅକର୍ମା ନାୟକ ଭେଟ ହୋଇଯାନ୍ତି । ଦେଖାହେବା ମାତ୍ରେ ଦୁଇହାତ ଉପରକୁ ଟେକି କୁଣ୍ଢେଇ ପକେଇବାର ସ୍ୱଚ୍ଛଳ ଅଭିନୟ କରନ୍ତି । ତାଙ୍କ ମନରେ ମୋ ପାଇଁ ସାମାନ୍ୟତମ ଶ୍ରଦ୍ଧା ଥାଉବା ନଥାଉ କାମ ବାହାନା ଦେଖେଇ ଦୁଇ ମିନିଟ ଭିତରେ ଛୁ ମାରନ୍ତି । ଅଳ୍ପ କେତେକ ନଛୋଡ ବନ୍ଧାଲୋକ ହଠାତ୍‌ ଦେଖାହୋଇଗଲେ ନାମକରା ଗୁରୁ ଗୋସେଇଁଙ୍କର ଦିବ୍ୟଜ୍ଞାନ ପ୍ରବଚନ ଓ ବେକାର ଫାଲତୁ ସାଧୁବାଣୀ ଶୁଣନ୍ତି । ମୁଁ ଠିକ୍‌ ଜାଣେ ମୋର ସ୍ୱର୍ଗକୁ ଯିବାର ନାହିଁ । ମୋ ଜ୍ଞାନ ଗାରିମା ମତେ, ସ୍ୱର୍ଗରେ ଦାଢିଆ ପାଚିଲା ବାଳିଆ ବାବାଜୀ ଗୁଡାକ ତୁଳସୀ ନହେଲେ ବେଲଗଛକୁ କୁଣ୍ଢେ„ଇ ରାମ ରାମ କୃଷ୍ଣକୃଷ୍ଣ ଜପରେ ମାତିଥିବେ, ତାଙ୍କ ଗାମୁଛା, କାଚ୍ଛା ଗୁଡାକ ବାଡ ବଗିଚାରେ ଶୁଖା ହୋଇଥିବ । ସୁଦର୍ଶନ ଚକ୍ରଟା କାନ୍ଥ କଡ଼କୁ ଢିରା ଦେଇ କଣ ମୁଣ୍ଡରେ ଆଉଜା ହୋଇଥିବ । ଦିଅଁ ମାନେ ତାଙ୍କ ତାଙ୍କ ଭିତରେ ଲୁଡୁ କ୍ୟାରମ ନ ହେଲେ ପଶା ଖେଳୁଥିବେ । ମୋ ମତରେ ସ୍ୱର୍ଗଠୁ ନର୍କ ଭଲ । ଭଳି ଭଳିକା ମୋର ଚିହ୍ନାଲୋକ ଥିବେ ଆଉ ଗମାତ ହେଉଥିବ । ମଲା ପରେ କଣ ହେବ ସେଥି ପାଇଁ ଆଜିଠୁ ପୋଖରୀ ପାଣି ତଲବ କାହିଁକି ? ସେଦିନ କିନ୍ତୁ ମୋ ସାଙ୍ଗେ ହଠାତ୍‌ ରାସ୍ତାରେ ଜଣେ ସୁପ୍ରତିଷ୍ଠିତ ଟାଉଟର ଅବୋଲକରା ବାବୁ ଦେଖାହେଲା । ମତେ କୁଣ୍ଢେଇ ପକେଇ ଖସଡ଼ିଆ ଭାବ ଓ ଭାଷାରେ ବିଳିବିଳେଇଲ । “ବହୁତ ଦିନ ହେବ ଆପଣଙ୍କୁ ମନେ ମନେ ଖୋଜୁଥିଲି । ସବୁ ଗୁରୁଙ୍କର ବରାଦ । ସେ ନଚାହିଁବା ପର୍ଯ୍ୟନ୍ତ ଦୁବଘାସ ଟିଏ ମଧ୍ୟ ଦୋହଲେ ନାହିଁ । ତାର ନଟଖଟିଆ ହାତ ଦୁଇଟାରେ ମୋର ପିଠିରେ ଦୁପଦୁପ କରି ମତେ ବଶ କରିବା ପାଇଁ ଉଦ୍ଦିଷ୍ଟ କଅଁଳ ଥାପୁଡା ମାରି ଲାଗିଥାଏ ।

ମୁଁ ମନେ ମନେ ଭାବୁଥାଏ ମୁଁ ଗୋଟିଏ ପୋଷା ମେ„ା ଆଉ ସେ ମତେ ତା’ ଗୁରୁଖୁଆଡରେ ଆଡେଇ ଆଡେଇ ଢୁକେଇବ ବୋଲି ଉଣ୍ଡୁଥିଲା । ଗୋଟିଏ ଅଫିସ୍‌ରେ ସେ ମୋର ସାତ ପଛରେ ଜଏନ୍‌ କରିଥିଲା । ଅନିଚ୍ଛା ସତ୍ତେ୍ୱ ମତେ ଦିନରେ ତିନିଥର ନମସ୍କାର ହୁଏ ସିନିୟର ଭାବେ । ତିରିଶ ବର୍ଷ ଚାକିରି କାଳରେ ମତେ ଫୁସ୍‌ଲେଇ ମୋଠୁ ସରକାରୀ ଚିଠିପତ୍ର ହିସାବ କିତାବ କରେଇ ନେଇ ବାହାବା ପାଏ । ଅଫିସ୍‌ରେ ତା’ ଟେବୁଲ ଟା ଛୁଇଁ ଦେଇ ଉପସ୍ଥିତି ଖାତାରେ ଲମ୍ବା ଦସ୍ତଖତଟେ ମାରି ଗପ ଲଢ଼େଇବାରେ ଲାଗିଯାଏ, ଏ ରୁମ୍‌ରୁ ସେ ରୁମ୍‌କୁ । ଅଫିସ କାର୍ଯ୍ୟକାଳ ସାରା ୟା ତା’ ନାଁରେ ଚୁଗୁଲି ଚପଟ, ଉପର ବାଲାଙ୍କୁ ଉଷ୍ମ ଏବଂ ଶୀତଳ ତେଲ ପିସ୍‌ ମାରିବା ତା’ର ମହାର୍ଘ୍ୟ ବୃତ୍ତି । ଚାକିରିରୁ ଅବସର ପାଇବା ପର୍ଯ୍ୟନ୍ତ ଏଇ ଅନୁଶୀଳନ ମାଧ୍ୟମରେ ବହୁତ ନିରୀହ ସହକର୍ମୀଙ୍କୁ ସେ ଖିଅର କରି ଲଣ୍ଡା କରିଛି ଆଉ କିଛି ଲୋକଙ୍କର ଫାଳେ ଅଧେ ମୁଣ୍ଡ ଖିଅର କରି ଜୋକର ବନେଇଛି ।ସମାନ୍ତରାଳ ଭାବେ ଏମାନଙ୍କ ସାଙ୍ଗରେ ଦୈବାତ୍‌ ଦେଖା ହୋଇଗଲେ ୟା ତା’ ମୁଣ୍ଡରେ ଦୋଷଲଦି ଥରେ ଦିଥର ହାହାଚୁଚୁ କରି ନିଜକ କପାଳରେ ହାତ ଠୁଙ୍କିବାର ଅଭିନୟ ମଧ୍ୟ କରିଛି ।’’ ୟେ ତ ଗଲା ଲମ୍ବା ଅତୀତର ଚୁମ୍ବକ ଆଭାଷ । ମୋ ସହିତ ସେଦିନ କିନ୍ତୁ ଆଖିରେ ଆଖି ମିଶେଇ କହିଲା ‘ଦିନ ତ ସରିଲାଣି ଆଉ କେତେଟା ଦିନର କଥା । କେତେକାଳ ମାଇପ ଚାକର ପିଲାଙ୍କ ଘୋଡ଼ା ହୋଇ ଘୁଷୁରିବ ? ନିଜ ମନକୁ ପଚାର । ମୁଁ ଦୁଇ ମିନିଟ୍‌ ସମୟ ନେବି । ଆମ ଘର ଆଡ଼େ ଘେରେ ବୁଲି ଆସିବା ।’ ଘରଗଞ୍ଜଣା ତ ମୋତେ ଭଯୁନ୍ତୁରି କରିଥାଏ । ଭାବିଲି ତା’ ଘରେ ଘେରେ ବୁଲିଆସିଲେ କ୍ଷତି କ’ଣ ? ତା’ ପଛେ ପଛେ ଚାଲିଲି । ଘର ଭିତରୁ ଚନ୍ଦନ, ଧୂପକାଠି, ଝୁଣାର ମହ ମହ ବାସ ହାବୁକାଏ ମୋ ନାକରେ ପଶିଲା । ତା’ ଠାକୁର ଘର ଭିତରକୁ ପଶିଲୁ । ଗୋଟେ ବଡ଼ ଗେଧକିଆ ଗୁରୁଙ୍କ ଫଟୋରେ ଆଖି ଲାଗିଗଲା । ଦିଅଁ ଦେବତା କୁଆଡ଼େ ସବୁ ଗଲେ । ୟେ ତ ଖାଲି ଗୁରୁ ପୂଜାରେ ମସ୍ତ । ମୋ ହାତରେ ଝୁରା ଫୁଲ ଆଞ୍ଜୁଳିଏ ଧରେଇ ଦେଇ ତା’ ଗୁରୁଙ୍କ ଫଟୋକୁ ପୁଷ୍ପାଞ୍ଜଳି ଦେବାକୁ କହିଲା । ସେତେକ ବିନା ଦ୍ୱିଧାରେ କରିଦେଲି । ମତେ କହିଲା ଆଜିଠୁ ତୁମେ ଜୀବନ ଜଞ୍ଜାଳ ଗୁରୁଙ୍କୁ ସମର୍ପି ଦେଇଛ । ଆଉ ଇଏ ତୁମର ପୂର୍ବ ଜନ୍ମର ତପସ୍ୟା । ବିଶ୍ୱାସ କର ଟ୍ରେନ୍‌ରେ ଗୋଡ଼, ହାତ କଟି ଯାଇଥିବା ଗୋଟେ ଲୋକ ଉପରକୁ ଏଇ ସମର୍ପଣ ଫୁଲ ଦୁଇ ଚାରିଟା ପକାଇଦେବା ପରେ ଏ ଡଗ୍‌ଡଗ୍‌ କରି ଚାଲିବାକୁ ଆରମ୍ଭ କରିଦେଲା । ମୁଁ ତାଟକା ହୋଇଗଲି । ମୋତେ ଉଚ୍ଛ୍ୱାସ ସହିତ କହି ଲାଗିଥାଏ- ‘ବେଦ ଉପନିଷଦ ଭାଷ୍ୟ, ପୁରାଣ ମୁଁ ବହୁତ ପଢ଼ିଛି । ସବୁଠାରେ ପ୍ରଜ୍ଞା ଓ ସଦ୍‌ଗୁରୁଙ୍କ ଆଶ୍ରୟ ଛଡ଼ା ଆଉ କ’ଣ ମାର୍ଗଦର୍ଶନ ଅଛି ?’ ତା’ ମୁହଁକୁ ମୁଁ ବଲ୍‌ବଲ୍‌ କରି ଅନେଇଥାଏ । ଯାହା କହୁଥିଲା ଠିକ୍‌ କି ଭୁଲ୍‌ ମୁଁ ବୁଝୁନଥିଲି । କିନ୍ତୁ ମୋର ମନେ ହେଲା ସେ ଅବୋଲକରା ନୁହେଁ ମୁଁ । ମୋ କାନ୍ଧରେ ଧଳା ଗାମୁଛା ଖଣ୍ଡେ ପକାଇ ଦେଇ ମୋ କାନରେ ଦି ଚାରିଟି ଟଗର ଫୁଲ ଖୋସିଗଲା । ମନଟା ବହୁତ ନିରାଧାର ବିକ୍ଷିପ୍ତ ଏବଂ ଶୂନ୍ୟ । ଏବେ ସେଇ ଘରଘରଣୀଙ୍କ ଖୁଆଡ଼ ଛଡ଼ା ଅନ୍ୟ ଗତି କାହିଁ ? ଝୁଲି ଦୋହଲି ଫେରିଲି । ଘର ଫାଟକ ପାଖରୁ ଶୁଣିଲି ଦୂଆର ବନ୍ଧ ସେ ପାରିର ଲଳିତ କର୍କଶ ହୁଁକାର । ‘କୋଉ ମଠ ବାଡ଼ିକୁ ଯାଇ ଧୋବଲା ଗାମୁଛା ପଟି ଆଉ ଟରାଟ ଫୁଲ ସାଉଁଟିଛ । ସେଠି ମାତା ମାମଲା ଘାଇଲା କରିନି ତ ? ’ ଅବୋଲକରା ବାବୁଙ୍କର, ବାବା କଥା ମନେ ପକାଉଥିଲି ।’ ତାଙ୍କ ବାବା ବି କ’ଣ ମୋ ଘରଣୀଙ୍କୁ ଜନ୍ମ ଦେଇଥିଲେ ?


Rate this content
Log in

Similar oriya story from Classics