suchitra pradhan

Tragedy Others

3  

suchitra pradhan

Tragedy Others

ଅଭୂଲା ଅତୀତ

ଅଭୂଲା ଅତୀତ

4 mins
223


ମୋର ପ୍ରିୟ ,

ଅଭୁଲା ଅତୀତ

୫.୪.୨୦୨୦

ସତରେ ବହୁତ କଷ୍ଟ ଲାଗେ ଯେତେବେଳେ ଅତୀତର କଥା ସବୁ ଆପେ ଆପେ ଆଖି ଆଗକୁ ଚାଲି ଆସେ ଆଉ ମନରେ ଭରିଯାଏ ଏକ କୋହ।ମନ ଖୋଜେ ଅତୀତରରେ ବିତିଥିବା ସବୁ ଘଟଣା।ସତରେ ଭାରୀ ଭଲ ହୁଅନ୍ତା ନା ଯଦି ପୁଣି ଥରେ ସୁଯୋଗ ମିଳନ୍ତାକି ଅତୀତକୁ ଉପଭୋଗ କରିବାକୁ।ଫିଲ୍ମରେ ଦେଖିଲା ପରି ମୋ ପାଖରେ ଯଦି ଟାଇମ ମେସିନ ଥାଆନ୍ତା ମୁଁ ପୁଣି ଚାଲି ଯାଆନ୍ତି ମୋର ସେହି ପିଲାଦିନକୁ ଆଉ କେବେ ବି ଆସିନଥାନ୍ତି ବର୍ତ୍ତମାନକୁ।

ସତରେ ଭାରି କଷ୍ଟ ଦିଏ।

ଭାରୀ ଭଲ ଲାଗେ ଲୁଚି ଲୁଚି ସ୍କୁଲ ପାଖରେ ଥିବା ଆମ୍ବ ତୋଟାକୁ ଯାଇ ଆମ୍ବ ଖାଇବା ଆଉ ଯେବେ ସାରଙ୍କ ଆଗରେ ଧରା ପଡୁ ବହେ ଛେଚା ଖାଉ।ତଥାପି ଥିଲା ଆନନ୍ଦ।ବର୍ଷାରେ ଡେଇଁ ଡେଇଁ କୁଆ ପଥର ଗୋଟେଇ ଖାଇବାର ମଜା ନିଆରା ଥିଲା।ଏବେ ଯେବେ ଇଚ୍ଛା ବରଫ ଫ୍ରିଜରେ ପିଲାମାନେ କରିପାରିବେ କିନ୍ତୁ ସେଇ ବର୍ଷାରେ ଓଦା ଜୁଡ଼ୁ ବୁଡୁ ହୋଇ କୁଆପଥର ମଜା ହିଁ କିଛି ଅଲଗା ଥିଲା।ଆକାଶରେ ଉଡାଯାହାଜର ଶବ୍ଦ ଶୁଣୁ ଶୁଣୁ ଦୌଡ଼ି ଯାଉ ବାହାରକୁ ସେଇ ଉଡାଯାହାଜ ଦେଖିବାକୁ।ଆଉ ହସି ହସି କଥା ହେଇ ଥାଉ ଏତେ ଛୋଟିଆଟେ ୟାକୁ ତ ମୁଁ ମୋ ହାତ ପାପୁଲିରେ ଧରିଦେବି।ଆଜି ବହୁତ ଥର ଉଡାଯାହାଜରେ ବସି ଅଫିସ କାମରେ ବାହାରକୁ ଯାଏ ଆଉ ଭାବେ କେତେ ବଡ ସତରେ ଏହି ପ୍ଲେନ।ଯାହାକୁ ମୁଁ ପିଲା ଦିନେ ହାତ ପାପୁଲିରେ ଧରି ନେବି ବୋଲି କହୁଥିଲି।

ନା ଥିଲା ଭାନିଲା, ପିସ୍ତା,ଚକଲେଟେ ଫ୍ଲେବର ଆଇସିକ୍ରିମ ତଥାପି ଯେବେ ସାଇକେଲରେ ହର୍ଣ୍ଣ ବାଜେ ସ୍କୁଲ ଗେଟ ପାଖକୁ ଯାଇ ଗୋଟେ ଟଙ୍କା ନ ହେଲେ ପଚାଶ ପଇସା ଦେଇ ମନ ଖୁସିରେ ଚାଟି ଚାଟି ଖାଉ ଥାଉ।ଆଉ ଧିରେ ଧିରେ ଖାଉ କାଳେ ଶୀଘ୍ର ଶେଷ ହୋଇଯିବ।ଆଜିର ଆଇସିକ୍ରିମ ଆଉ ସେ ବରଫ ଆଇସିକ୍ରିମ ଭିତରେ ବହୁତ ଫରକ ତଥାପି ବେଳେବେଳ ଇଚ୍ଛା ହୁଏ ସେ ବରଫ ଵାଲା ଆଇସିକ୍ରିମ ଖାଇବାକୁ।କିନ୍ତୁ ଝିଅ କହେ ମାମା ଏଇଟା କଣ??କହି ହାତରୁ ଛଡେଇ ନେଇ ଫିଙ୍ଗି ଦିଏ।

 ପିଲାଦିନେ ଯେବେ ସ୍କୁଲ ଯାଉଥିଲି ଆଉ ବଡ ଭାଇ, ଭଉଣୀମାନଙ୍କୁ ଦେଖୁଥିଲି ଇଚ୍ଛା ହଉଥିଲା ମୁଁ ବି କେବେ ବଡ ହେବି?କାରଣ ଯେବେ ବି କିଛି ପୂଜା ହୁଏ ଆଉ କିଛି ଫକ୍ସସନ ହୁଏ ସବୁ ଦାୟିତ୍ୱ ମିଳେ ସେମାନଙ୍କୁ ସେତେବେଳେ ଭାବେ କେବେ ବଡ ହେବି ଆଉ ମୁଁ ବି ଏମିତି କାମ କରିବି।ପ୍ରସାଦ ବାଣ୍ଟିବି,ମୂର୍ତ୍ତି ବିସର୍ଜନ ବେଳେ ଘଣ୍ଟ ବାଡେଇବି।ଏମିତି ଅନେକ କିଛି ଯେବେ ବଡ ହେଇଗଲି ଜାଣିଲି ସତରେ ପିଲା ଦିନ ବହୁତ ଭଲ ଥିଲା।

ସ୍କୁଲ ଗଲାବେଳେ ବ୍ୟାଗରେ ସବୁ ବହି ଆଉ ଖାତା ଧରି ଗଲାବେଳେ ଚିଡି ଚଡି ଯାଏ।ମାକୁ କହେ ମା କାଇଁ ବଡ ଭାଇତ ମୋଠୁ ବଡ଼ ଆଉ ସେ କଲେଜ ବି ଯାଉଛିସେ ତ ଏତେ ବହି ନଉନୀ ମୁଁ କଣ ପାଇଁ ନେବି।ବୋଉ କହେ ତୁ ଯେବେ ବଡ ହାବୁ ଆଉ କଲେଜ ଯିବୁ ତୁ ବି ଗୋଟେ ବହି ଧରିକି ଯିବୁ।କିନ୍ତୁ ସେ ସ୍କୁଲ ବ୍ୟାଗ ଆଉ ଏହି କଲେଜ ବ୍ୟାଗ ଭାରି ଫରକ।ସ୍କୁଲର ମଜା ଆଉ କେବେ ମିଳିବନି।ଝିଅ, ପୁଅ ସମସ୍ତେ ଆମେ ସାଙ୍ଗ ହୋଇ ଖେଳୁ ଆଉ ଟିଫିନ ଖାଉ ଏଠି ତ ଝିଅମାନେ କଥା ବି ହୁଅନ୍ତିନି।

    ପିଲାଦିନେ ନା ଥିଲା ଚିନ୍ତା ନା ଥିଲା ଡର।ଭୋକ ହେଲେ ବୋଉ ବୋଉ ଖାଇବାକୁ ଦେ କହି ପାଟି କରି କରି ଆସୁଥିଲି ଆଉ ବୋଉ ପଖାଳ,ଶାଗ,ବଢି ଚୁରା, ନିଜ ହାତରେ କରି ଖୁଆଇ ଦିଏ।ସେ ସୁଖ ଏ ହୋଟେଲ ରେ କି ଏ ପିଜ଼ା,ବର୍ଗରରେ ନାହିଁ।ସେ କମଳା କୋଳ ଖଜା ଆଗରେ ଡେରି ମିଲ୍କ ନା କୀଟ କାଟ ସବୁ ଫିକା ପଡି ଯାଏ।ବଡ ହେଲା ପରେ ଲାଗେ ସତେ ଯେମିତି ସବୁ କିଛି ଧୀରେ ଧୀରେ ବଦଳି ଗଲା।ଆଉ ମନେ ମନେ ଡାକେ ପୁଣି ହେଇଯିବି କି ଛୋଟ ପିଲା।

ଜୀବନରେ ଯେତେ ଆଗକୁ ଗଲେ ବି ସମସ୍ତେ କେବେ ନା କେବେ ନିଜ ଅତୀତକୁ ଥରେ ଅଧେ ମନେ ପକାନ୍ତି।କାହା ଅତୀତ ଦୁଃଖ ଦିଏ ତ କାହା ଅତୀତ ସୁଖ ଦେଇଥାଏ।ଦୁଃଖ ଆଉ ସୁଖରେ ତ ଚାଲିଛି ଏହି ଜୀବନଟା।ବେଳେବେଳେ ମନ ହୁଏ ଅଟକି ଯିବି ଅତୀତକୁ।

ମୁଁ ମୋର ଅତୀତ ବିଷୟରେ ଯେବେ ଭାବେ ଆଖିରୁ ଲୁହ ଗଡି ଆସେ।ଏମିତି ଗୋଟେ ଅତୀତ ଯାହାକୁ କେବେ ମନେ ପକେଇବାକୁ ନ ଚାହିଁଲେ ବି ସେ ଆପେ ଆପେ ଚାଲି ଆସେ ଆଖି ଆଗକୁ ଆଉ ଆଖିରେ ଦେଇ ଯାଏ ଆଖି ଲୁହ।ସେ ଦିନ କଥା ମନେ ପଡିଲେ ଆଜି ବି ଲୁହ ଜରିଯାଏ।

10ମ ବୋର୍ଡ ପରୀକ୍ଷାକୁ ମାତ୍ର ଦୁଇ ମାସ ଥିଲା।ଆଉ ବହୁତ ଜୋର ରେ ପଢା ପଢିରେ ବ୍ୟସ୍ତ ରହୁଥିଲି।ଯେବେ ବାବା ଖାଇବାକୁ ଡାକିବେ ମୁଁ କହେ ପାଠ ପଢୁଛି ପରା ଆଉ ବାବା କହନ୍ତି ତୁ ଆଁ କରେ ମୁଁ ତତେ ହାତରେ ଖୁଆଇ ଦେବି।ମାମା କହନ୍ତି ତମ ଝିଅକୁ ଗେଲ୍ହା କର ଆଉ ଶାଶୁ ଘରକୁ ଗଲେ ମୁଁ ଗାଳି ଶୁଣିବି।ଗାଁରେ ପଢା ପଢିର ଏତେ ସୁବିଧା ନଥିଲା ତ।ମୁଁ ପ୍ରତିଦିନ ବାବାଙ୍କ ସହ ୧୨ କିଲୋମିଟର ଯାଏ ଟିଉସନ।ପ୍ରତିଦିନ ଆମେ ମିଶକି ଖାଉ ଆଉ ଯାଉ।ସେ ଦିନ ମୁଁ ବାବାଙ୍କୁ କହେ ବାବା ଆଜି ରାତିରେ ଶୀଘ୍ର ଆସିବ ତମେ ମତେ ଅଙ୍କ ଶିଖେଇବ।ବାବା ଥିଲେ କେ.ସୁ.ୟୁ.ବି କଲେଜର ଛାତ୍ର।ବାବାଙ୍କୁ ମାଷ୍ଟର ଚାକିରୀ ବି ଆସିଥିଲା କିନ୍ତୁ ଜମିଦାର ଘରର ପୁଅ ଆହୁରି ୫୦୦ ଟଙ୍କାରେ ଚାକିରୀ ତାଙ୍କୁ ପସନ୍ଦ ନଥିଲା।ସେଥିପାଇଁ ସେ କଣ୍ଟ୍ରାକ୍ଟର ଥିଲେ।ସେ ଦିନ ପରି ଆମେ ବାହାରିଲୁ।ମୁଁ ଟିଉସନ ସାରି ବାବାଙ୍କୁ ଅପେକ୍ଷା କରିଥିଲି କିନ୍ତୁ ସାର କହିଲେ ବାବାଙ୍କ କାମ ଅଛି ତୁ ବସରେ ଘରକୁ ଯା।ବାବା ଡେରିରେ ଘରକୁ ଫେରିବେ।

ବସରୁ ଯେବେ ଘରକୁ ଗଲି ଦେଖିଲି ଘର ଆଗରେ ବହୁତ ଭିଡ।ସମସ୍ତଙ୍କ ଆଖରେ ଲୁହ।ଆଉ ଜାଣିଲି ମୋ ବାବାଙ୍କ ଆକ୍ସୀଡେଣ୍ଟ ହେଇଯାଇଚି।ଆଉ ତାଙ୍କୁ ବିଶାଖାପାଟଣା ନେବେ।ମୁଁ ବି ଜିଦ କଲି ଯିବି।ସମସ୍ତେ କହିଲେ ସକାଳୁ ଯିବା କିନ୍ତୁ ଆଖିରେ ନିଦ ନଥାଏ।କେବେ ସକାଳ ହେବ ଆଉ ବାବାଙ୍କୁ ଦେଖିବି।ସକାଳ ହେଲା ଆଉ ସମସ୍ତଙ୍କୁ ପଚାରିଲି ତ କହିଲେ ବାବାଙ୍କ ଦେହ ଭଲ ହେଇଯାଇଛି।ବାବା ଆସିବେ ଘରକୁ।ଧୀରେ ଧୀରେ ଘର ଆଗରେ ଲୋକଙ୍କ ଭିଡ଼ ଜମିଗଲା।କିଛି ଭାବିଲା ବେଳେକୁ ଗୋଟେ ଗାଡି ଆସିଲା ଆଉ ବାବା ତ ଆସିଲେ କିନ୍ତୁ ତାଙ୍କ ଦେହରେ ଧଳା ଲୁଗା ଗୋଡେଇ ହେଇକି।ସେ ଦିନ କଣ ହେଲା ଆଉ ମୁଁ ଜାଣିନି।ଯେବେ ହୋସ ଆସିଲା ଜାଣିଲି ମୋ ବାବା ଆଉ ଏ ଦୁନିଆରେ ନାହାନ୍ତି।ମୁଁ ବାରମ୍ବାର ସେନ୍ସଲେସ ହେବାରୁ ମତେ ନିଶା ଇଂଜେକସନ ଦିଆଯାଇଥିଲା।ସେବେ ଠାରୁ ଆଜି ଯାଏ ମୁଁ ବାବାଙ୍କୁ ବହୁତ ଖୋଜେ।ଯେବେ ବି କାହା ବାବାକୁ ଦେଖେ ମୁଁ ବାବାଙ୍କ ଫୋଟୋ ଦେଖି କଥା ହେଇଯାଏ।ଆଉ ବହୁତ କଷ୍ଟ ହୁଏ।

ବାବାଙ୍କ ଗଲା ପରେ ସବୁ କିଛି ବଦଳି ଗଲା।ନା ଥିଲା ଖୁସି ନା ଥିଲା ହସ।ସତେ ଯେମିତି ଦୁଃଖର କଳା ବାଦଲ ଘେରିଗଲା ଆମ ପରିବାର ଉପରେ।ଲୋକମାନେ ବହୁତ କଥା ବି ଶୁଣିବାକୁ ପଡିଲା।ପାଠ ପଢିବା ସହ ଟିଉସନ ବି କଲି।ଆଜି ଯାଏ ମାମାଙ୍କ ଆଖି ବାବାକୁ ଖୋଜେ।

ସତରେ ବାବା କାହିଁକି ଏମିତି ଆମକୁ ଏକୁଟିଆ କରି ଚାଲିଗଲ।କେବେ ଆମ କଥା ମନେ ପଡୁନି।ଆଇ ମିସ ୟୁ ଏଣ୍ଡ ଲଭ ୟୁ ବାବା । ପ୍ଳିଜ କମ ସୁନ। ଆଇ ଆମ ୱେଟିଙ୍ଗ ଫର ୟୁ ।

                 ଇତି 

             ତୁମର ହତଭାଗିନୀ ଝିଅ

          


Rate this content
Log in

Similar oriya story from Tragedy