jyotsna mayee panda

Tragedy

3  

jyotsna mayee panda

Tragedy

ଅଭୁଲା ମୁହୁର୍ତ୍ତ...

ଅଭୁଲା ମୁହୁର୍ତ୍ତ...

6 mins
243


ମଣିଷ ଏକ ବିଚିତ୍ର ପ୍ରାଣୀ.... ତାକୁ ଭଗବାନ ଯାହା ଦେଇଥାନ୍ତି ତାର ପ୍ରକୃତ ସୁନ୍ଦରତା କୁ ଉପଭୋଗ କରିପାରେ ନି... କାରଣ ସେ ସବୁବେଳେ ଅନ୍ୟ ର ଖୁସି କୁ ଦେଖିଥାଏ l ସେଥିପାଇଁ ଗୋଟେ ପୁରୁଷ ତାର ଯେତେ ସୁନ୍ଦର ସ୍ତ୍ରୀ ଟେ ଥିଲେ ବି ତାକୁ ସବୁବେଳେ ସେ ପଡିସା ଘର ର ସ୍ତ୍ରୀ ର ସୁନ୍ଦରତା ଟା ଖୁବ ସହଜ ରେ ଆକର୍ଷିତ କରିଥିଏ l କିନ୍ତୁ ସେ ଭୁଲିଯାଏ ଯେ ସବୁ ମିଠା ଫଳ ରେ ପୋକ ଲାଗେ ଆଉ ସବୁ ସୁନ୍ଦର ଜିନିଷ କ୍ଷଣସ୍ଥାୟୀ ହୋଈଥାଏ ବୋଲି l ଗୋଟେ ସଦ୍ୟ ରକ୍ତ ଗୋଲାପ ଦେଖିଲେ ଗୋଟେ ପ୍ରେମିକ ସାଙ୍ଗେ ସାଙ୍ଗେ ତା ପ୍ରେମିକା କୁ ଦେବା କଥା ଭାବେ କିନ୍ତୁ ସେ ଗୋଲାପ ର ସଂଘର୍ଷ ମୟ ଜୀବନ କୁ କେବେ ଅନୁଭବ କରେନି.... ସେ କଣ୍ଟା ପୂର୍ଣ୍ଣ ଗଛ ଟା ତାର କୋମଳ ଶରୀର କୁ କେତେ ଥର ଆଘାତ ଦେଇଛି ଯେ.. l ଠିକ ସେମିତି ସେ ମୁକ୍ତା.... ଯାହାକୁ ଆଜିର ଅଭିଜାତ୍ୟ ପୂର୍ଣା ନାରୀ ତାର ଅରିଷ୍ଟକେସି ମେଣ୍ଟେନ କରିବା ପାଇଁ ପିନ୍ଧେ ହେଲେ ସେ ଶାମୁକା ର ଦୁଃଖ କଥା କେବେ ଭlବେନି l ସେ ରାତ୍ରି ରେ ପ୍ରସ୍ଫୁଟିତ ଶେଫାଳି ର ଜୀବନ ବି ସେୟା... ତାର ସୁଗନ୍ଧ କୁ ସମସ୍ତେ ଭଲ ପାଆନ୍ତି କିନ୍ତୁ ତାର କ୍ଷଣିକ ଆୟୁଷ କୁ ସମସ୍ତେ ଭୁଲି ଯାଆନ୍ତି l ସେ ସେଲିବ୍ରେଟି ସୁଶାନ୍ତ ରାଜପୁତ..ଙ୍କ ଜୀବନ ବି.. ସେଇମିତି..... . ପରଦା ରେ ତାଙ୍କ ସମସ୍ତ ଚରିତ୍ର ସେ କେଦାର ନାଥ ହେଉ କି ଛୀଛୋର ହେଉ କି ଦିଲ ବେଚାରେ... ମଲା ପରେ ବି ସେ ଦର୍ଶକ ମନ ରୁ ଯାଇ ନାହାନ୍ତି l ଆଜି ବି ସେ ଧୋନି ରୋଲ ପାଇଁ ସମସ୍ତ ଙ୍କ ମନ ରେ ଏକ ଛାପ ଛାଡ଼ିଗଲେ ସେ.. ମାନବ ପ୍ରେମି ଆଦିତ୍ୟ... ଯାହାଙ୍କ ମୋତିଭେସନଲ ଭାଷଣ ରେ ଦର୍ଶକ ଅଭିଭୂତ ହୋଇ ପଡୁଥିଲେ... ହେଲେ ସେ ପରଦା ପଛ ର ଜୀବନ କୁ କେତେ ଜଣ ବା ଅନୁଶୀଳନ କରିଛନ୍ତି???? ସେ ଅକୁହା ବେଦନା କୁ କେତେଜଣ ଅନୁଭବ କରି ପାରିଛନ୍ତି l ଯେଉଁ ମାନେ ଆଜି ହଜାର ହଜାର ମଣିଷ ଙ୍କୁ ଖୁସି ରେ ଭସେଇ ଦେଉଥିଲେ ତାଙ୍କ ବାସ୍ତବ ଜୀବନ କେତେ ଦୁଃଖ ମୟ ସେ କଥା ସେମାନେ ହିଁ ଜାଣିଛନ୍ତି... ସେଥିପାଇଁ କାହା ହସ ରୁ ତାର ଖୁସି କୁ ଆମେ.ଖୁବ ସହଜ ରେ ଦେଖିଥାଉ ହେଲେ ସେ ହସ ପଛ ର ଦୁଃଖ କୁ କେତେ ଜଣ ଦେଖନ୍ତି????? ସେଥିପାଇଁ ମୁଁ ଭାବେ ଏମାନେ ଜଣେ ଜଣେ ଅଭିଶପ୍ତ ଗନ୍ଧର୍ବ କି ଅପ୍ସରୀ ହୋଇ ଥିବେ.... ଯେଉଁମାନେ କିଛି ସମୟ ପାଇଁ ଆସିଥାନ୍ତି ଏ ଧାରା ପୃଷ୍ଟ କୁ.... ଅନ୍ୟ କୁ ଖୁସି ଦେବା ପାଇଁ...

                

                 

   ଆଜି ସକାଳୁ ସକାଳୁ ଶୁଭମ ବାହାରି ପଡିଛି................. ବିଶାଖାପାଟଣା ଅଭିମୁଖେ ତାର ନୂଆ କରି ପାଇଥିବା ଚାକିରୀ ରେ ଯୋଗ ଦେବାପାଇଁ l ମନ ରେ ଏକ ନୂତନ ଉତ୍କଣ୍ଠା ଆଉ ନୂତନ ଉଦ୍ଦୀପନା ରେ ଭରି ଯାଇଛି l ଯଥା ସମୟ ରେ ଟ୍ରେନ ଆସିଲା ଆଉ ସେ ନିଜ ଶୀତତାପ ନିୟନ୍ତ୍ରିତ ବଗି ରେ ଚଢି ଗଲା ଆଉ ସେ ସେଠି ଆଶ୍ଚର୍ଯ୍ୟ ଚକିତ ହୋଇ ଗଲା ଯେତେବେଳେ ସେ ନିଜ ପ୍ରିୟ ଲେଖିକା ଙ୍କୁ ଏତେ ପାଖରୁ ଦେଖିଲା ଠିକ ନିଜ ସିଟ ସାମ୍ନା ରେ.... ତାର ଖୁସି ର ସୀମା ରହିଲା ନିl ଖୁବ ଶୀଘ୍ର ନିଜ ପରଚୟ ଟା ତାଙ୍କର ଗୋଟେ ପ୍ରିୟ ପାଠକ ଭାବେ ଦେଇଦେଲା ତାଂକୁ ଆଉ ସେ ବି ତାକୁ ଦେଖି ତାଙ୍କ ସେ ଚାନ୍ଦ ପାରି ସୁନ୍ଦର ମୁହଁ ରେ ସ୍ନିଗ୍ଧ ଜ୍ୟୋତ୍ସ୍ନା ଭଳି ଏକ ସୁନ୍ଦର ହସ ନିକ୍ଷେପ କରିଦେଲେ ତା ଉଦ୍ୟେଶରେ.... ତାକୁ ଏମିତି ଲାଗିଲା ଯେମିତି ସେ କୋଉ ସପ୍ନ ନଗରୀ ରେ ନିଜକୁ ଆବିଷ୍କାର କରୁଛି ଆଉ ଘନ କୁହୁଡି ଭିତରୁ କିଏ ଜଣେ ତାକୁ ହାତ ଠାରି ଡାକୁଛି l କିଛି ସମୟ ବିତିଗଲା ପରେ ଲେଖିକାଙ୍କ ସ୍ୱାମୀ ଆସିଲେ ଆଉ ସେ ତାଙ୍କ ସାନ୍ନିଧ୍ୟ ରେ ବସି ପଡିଲେ l ଏ ସମୟ ଭିତରେ ଶୁଭମ ନିଜକୁ ସମ୍ପୂର୍ଣ ରୂପେ ଚି଼ହ୍ନl ହୋଇ ସାରିଥିଲା ସେ ଲେଖିକାଙ୍କ ସହ l ସେ ତାଙ୍କ ଠୁ ତାଙ୍କ ଯିବା ଉଦ୍ଦେଶ ଟା ବି ଜାଣି ସାରିଥିଲା... କୁଆଡେ ସେ ନିଜ ଟ୍ରିଟମେଣ୍ଟ ପାଇଁ ଯାଉଛନ୍ତି ବିଶାଖାପାଟଣା l ସେଇ ଟ୍ରେନ ରେ ହିଁ ହୋଇଗଲା କେତେ ସାହିତ୍ୟ ର ଚର୍ଚ୍ଚା ଆଉ ତା ମନ ଟା ଥାଏ ସେ ଆପଣା ର ଲେଖିକା ଙ୍କ ସୁନ୍ଦର ଚେହେରା ଉପରେ..... ମନେ ମନେ ଭାବିଲା କେତେ ଫୁରସତ ରେ ଭଗବାନ ତାଂକୁ ତିଆରି କରିଛନ୍ତି... କଥା ଯେମିତି ମଧୁର ରୂପ ବି ସେମିତି ସେ ବିବାହିତା ଜାଣି ବି ତାଙ୍କ ପାଇଁ ମନ ର କେଉଁ କୋଣ ରେ ଟିକେ ଦୁର୍ବଳତା ବି ଆସିଯାଉଥିଲା l ହେଲେ ପୁଣି ନିଜ କୁ ସଂଯତ କରିପକାଉ ଥିଲା ଏମିତି କେତେ ସମୟ ବିତି ଗଲା ସେ କବିତା ଆଉ ଉପନ୍ୟାସ ଚର୍ଚ୍ଚା ରେ ଆଉ ତାପରେ ଲେଖିକା ଟିକେ ନିଜକୁ ଅସୁସ୍ଥ ମନେକଲେ ଆଉ ସ୍ୱାମୀ ଙ୍କ ଛାତି ଉପରେ ନିଜ ମୁଣ୍ଡ ଟା ରଖି ଶୋଇ ପଡିଲେ.... ଆଉ ଏ ଭିତରେ ବି ଶୁଭମ ର ଆଖି ତାଙ୍କ ର ସେ ସୁନ୍ଦର ରୂପ ଉପରୁ ହଟେଇ ପାରୁନ ଥିଲା.... ଗୋରା ମୁହଁ ରେ ସେ ବିକ୍ଷିପ୍ତ କେଶ ରାଶି ଆହୁରି ସୁନ୍ଦର କରିଦେଉଥିଲା ତାଙ୍କ ସେ ସୁନ୍ଦର ଚେହେରା କୁ... l ସତେ ଯେମିତି ସେ ଚନ୍ଦ୍ର କୁ ଢାଙ୍କି ରଖିଛି ସେ ବିସ୍ତୃଣ୍ଣ କଳା ବାଦଳ ର କଳା ଦେହ l ବେଳେ ବେଳେ ତାକୁ ଇର୍ଷା ଲାଗୁଥିଲା ତାଙ୍କ ସ୍ୱାମୀ ଙ୍କୁ ଦେଖି ଆଉ ସେ ଭାବୁଥିଲା କେତେ ଭାଗ୍ୟ ବlନ ଏ ପୁରୁଷ ଭଗବାନ ଏମିତି ସ୍ତ୍ରୀ ଟେ ଦେଇଛନ୍ତି l କିଛି ସମୟ ପରେ ଟ୍ରେନ ଆସି ପହଂଚି ଗଲା ବିଶାଖାପାଟଣା ଷ୍ଟେସନ ରେ ଆଉ ଲେଖିକା ଙ୍କ ସହ ସେ ବି ଓ଼ଲ୍ଳେଈ ଗଲା ସେ ଷ୍ଟେସନ ରେ l ଆଉ ଲେଖିକା ତାକୁ ହଠାତ କରି ପଚାରି ଲେ "ଆଉ ଆପଣ କୋଉଠି ରହିବେ... ଆଉ ଶୁଭମ କହିଲା ଦଶପଲ୍ଲା ହୋଟେଲ ରେ ମେମ... ଆଉ ସୋଭାଗ୍ୟ ବଶତଃ ଲେଖିକା ବି ସେଇ ହୋଟେଲ ବୁକ କରିଥିଲେ ନିଜେ ରହିବାପାଇଁ... ଲେଖିକା କହିଲେ ତେବେ କାହିଁ ଅଲଗା ଗାଡି କରିବ ଆମ ସାଥିରେ ଚାଲ ଗୋଟେ ଜାଗା କୁ ତ ଯିବା l ଆଉ ତାଙ୍କ କଥା ଯେମିତି ତା ହୃଦୟ ଆଗରୁ କହୁଥିଲା l ହୋଟେଲ ରେ ସମସ୍ତେ ପହଂଚି ଗଲେ ଫ୍ରେସ ହୋଇ ଶୁଭମ ବାହାରି ପଡିଲା ତା କର୍ମ ସ୍ଥଳ କୁ... ପେସା ରେ ଜଣେ ସିଭିଲ ଇଂଜିନୀଅର.. ଭାବେ ଯୋଗ ଦେବ ଆଜି ତା ଜୀବନ ର ଏକ ନୂତନ ସୋପାନ ରେ ଏ ଭିତରେ ଲେଖିକା ଆଉ ତାଙ୍କ ସ୍ୱାମୀ ମଧ୍ୟ ବାହାରି ପଡିଲେ ନିଜ ରୁମ ରୁ ସେଭେନହିଲ ହସ୍ପିଟାଲ ଅଭିମୁଖେ l ଆଉ ଶୁଭମ କୁ ଦେଖି ସେ ପୁଣି ଥରେ ଅଭିବାଦନ ଜଣେଇଲେ ତାର ନୂଆ ଚାକିରୀ ପାଇଁ l ତାଙ୍କ ଅଭିବାଦନ ଶୁଣି ଶୁଭମ ର ଯୁବ ମନ ତା କୃତଜ୍ଞତା ରେ କୁରୁଳି ଉଠିଲା l ପୁଣି ସନ୍ଧ୍ୟା ରେ ନିଜ ନିଜ କାମ ସାରି ଫେରି ଆସିଲେ ସେ ହୋଟେଲ କୁ l ଆଉ ଏକା ସାଙ୍ଗ ରେ ସମସ୍ତେ ରାତ୍ରି ଭୋଜନ କରି ଶୋଇବାକୁ ଗଲେ ନିଜ ନିଜ ରୁମ ଅଭିମୁଖେ l ରାତି ରେ ଆଉ ନିଦ ହେଲାନି ଶୁଭମ କୁ ସକାଳୁ ସନ୍ଧ୍ୟା ଯାଏ ସବୁ ସମୟ ର ଦୃଶ୍ୟ ଯେମିତି ତା ମନ କୁ ଆନ୍ଦୋଳିତ କରି ଦେଉଥିଲା l ଆର ଦିନ ସକାଳ ହେଲା ଆଉ ଆଜି ଶୁଭମ ର ଛୁଟି... ଲେଖିକା ତା ରୁମ ଆଡକୁ ମାଡିଆସୁଥିବା ଦେଖିଲା.... ଟିକେ ଆଶ୍ଚର୍ଯ୍ୟ ଲାଗିଲା ପୁଣି ଆଉକିଛି ଭାବିଲାନି.... ଲେଖିକା ତାକୁ ସିମାଞ୍ଚଳମ ଆଉ କୈଳାଶ ଗିରି ବୁଲିଯିବା କୁ ଅନୁରୋଧ କଲେ ସେ ବି ତାଙ୍କ ଅନୁରୋଧ କୁ କାଟି ପାରିଲା ନି ସାଙ୍ଗ ହୋଇ ସମସ୍ତେ ସେ ନୃସିଂହ ମନ୍ଦିର ଦର୍ଶନ କଲେ ଆଉ ସେଠି ଭୋଗ ବି ଖାଇଲେ.... ପୁଣି ସନ୍ଧ୍ୟା ରେ ଫେରି ଆସିଲେ ସେ ହୋଟେଲ କୁ l ତା ପର ଦିନ ଲେଖିକା ବାହାରି ପଡିଲେ ଯିବାକୁ... ହେଲେ ଏ ଦୁଇଦିନ ଭିତରେ ଯେମିତି ଶୁଭମ ନିଜ କୁ ସମ୍ପୂର୍ଣ ରୂପେ ଭୁଲି ଯାଇଥିଲା ପେଶାରେ ଗୋଟେ ଇଂଜିନୀୟର ହୋଇ ବି କବିତା ଆଉ ଗଳ୍ପ ପ୍ରତି ତାର ଥିଲା ଅହେତୁକ ଦୁର୍ବଳତା.... ଆଉ ଲେଖିକାଙ୍କୁ ବିଦାୟ ଦେବା ପରେ କାହିଁକି କେଜାଣି ତାର ମନ ଟା ଖୁବ ଦୁଃଖିତ ହୋଇ ପଡୁଥିଲା l ଯେମିତି ସେ ନିଜର କାହାକୁ ହଜାଇ ଦେଇଛି ଆଉ ତାର କାରଣ ସେ ନିଜେ ବି ଜାଣି ପାରୁନ ଥିଲା l ଆକାଶ ର ସେ ଶୂନ୍ୟ ତା ଭିତରେ ନିଜ କୁ ହଜେଇ ଦେଉଥିଲା ଏମିତି କେତେ ଦିନ ବିଟିଗଲା ଆଉ ସେ ସ୍ମୃତି ସବୁ ବି ଧୀରେ ଧୀରେ ଝାପସା ଝାପ୍ସା ହୋଇଗଲା ଶୁଭମ ର ଜୀବନ ରେ l ଏଵେ ସେ ନିଜ ସରକାରୀ ଚାକିରଆ ସେଥି ପାଇଁ ଏକ ସୁନ୍ଦର ସ୍ତ୍ରୀ କୁ ବାହାହେଲା ସେ...ଆଉ ଏଵେ ବିଶାଖାପାଟଣା ରେ ରହୁଛି ଏକ ଫ୍ଲାଟ ରେ... l ଏମିତି ଦୁଇବର୍ଷ ଏ ଭିତରେ ବିତିଗଲା ଆଉ ଦିନେ ହଠାତ ସେ ଗୋଟେ ଓଡ଼ିଆ ନିୟୁଜ ଚେନେଲ ରେ ଦେଖିଲା ଯେ ତାର ସେ ଅତି ଆପଣା ର ଲେଖିକା ଆଉ ଏ ଦୁନିଆ ରେ ନାହାନ୍ତି l ରକ୍ତ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ସେ ସବୁଦିନ ପାଇଁ ଚାଲି ଯାଇଛନ୍ତି ସେ ଅଫେରା ରାଇଜ କୁ ଆଉ ଏ ସମାଚାର ଟା ଶୁଣିଲା ପରେ ଶୁଭମ ପୁରା ସ୍ତବ୍ଧ ହୋଇଗଲା ସେ ସ୍ତ୍ରୀ ର ଡାକ ବି ଆଉ ତା କାନ କୁ ଶୁଭିଲା ନି.. କେଇଟୋପା ଗରମ ଅଶ୍ରୁ ରେ ଭିଜି ଗଲା ତାର ସୁନ୍ଦର ଗାଲ ଟା ..... ଆଉ ସେ ଅତୀତ ର ସେ ଆହୁଲା ମୁହୂର୍ତ୍ତ ସବୁ ତା ଆଖି ସାମ୍ନା ରେ ଭାସିଗଲା... ସେ ବିରହ ସମୁଦ୍ର ର ଉତ୍ତାଳ ତରଙ୍ଗ ଭଳି.... .... ପୁଣି ସେ ସ୍ତ୍ରୀ ର ଡାକ ରେ ନିଜ କୁ ନିଜେ ପ୍ରକୃତିସ୍ଥ କଲା ଆଉ ଲୁହ ସବୁ ପୋଛିନେଲା ସ୍ତ୍ରୀ ର ଅଜାଣତ ରେ ....



Rate this content
Log in

Similar oriya story from Tragedy