ଅଭିଶପ୍ତା
ଅଭିଶପ୍ତା
ଚାରିଆଡେ କୋଳାହଳମୟ ଵାଵୁଭାଇ ଘରେ ନାହାନ୍ତି , ସକାଳୁ ସକାଳୁ କୁଆଡେ ଯାଇଛନ୍ତି ଯେ ସନ୍ଧ୍ୟା ଛଅଟା ହେବ ଫେରି ନାହାନ୍ତି । ମୋବାଇଲ ସୁୁୁଇଚ ଅଫ୍ ନଣନ୍ଦ ଦୁଇ ଜଣ ନୂଆ ଭାଉଜକୁ ପାଖରେ ବସାଇ ଟିଉସନ କରୁଅଛନ୍ତି
ଭାଉଜ କଣ ହେଲା ରାତିରେ ଯେ ଭାଇ ସକାଳୁ ଗାଏଵ୍ ହୋଇଗଲା ଶାଶୁ, ଖୁଡ଼ୀ ଶାଶୁ ଆକ୍ଷେପ କରୁଥାନ୍ତି । ଠିକ୍ ସେତିକି ବେଳେ ହଠାତ୍ ଶଶୁର ଘର ଭିତରକୁ ଆସି ଚିଲେଇ ପାଟି କଲେ । ସମସ୍ତେ ଦୌଡ଼ା ଦୈାଡି ହୋଇ ତାଙ୍କ ପାଖକୁ ଆସିଲେ ଓ ପଚାରିିିଲେ, କଣ ହେଲା ବାପା କ'ଣ ପାଇଁ ପାଟି କରୁଛ?
ବାପା କହିଲେ ସୁର କହୁଛି କୁରୂପା ଦାନ୍ତୁରୀ,ଡେଙ୍ଗୀକୁ ଖୋଜି ଖୋଜି ବୋହୂ କଲ? ଆପଣଙ୍କୁ କଣ ଭଲ ସୁନ୍ଦର ଝିଅ ମିଳିଲା ନି? ସେଥିପାଇଁ ସେ ରାଗିକି ଘର ଛାଡ଼ି ପଳାଇଲା,ସୁର ବାବୁ ଭାଇଙ୍କ ପିଲା ଦିନରୁ ସାଙ୍ଗ। ବାବୁ ଭାଇ କଲେଜରେ ଜଣେ ସୁନ୍ଦରୀ ଝିଅକୁ ପ୍ରେମ କରୁଥିଲେ । ବେହେରା ଘର ଝିଅ ବୋଲି ମଉସା ରାଜି ହେଲେନି ତେଣୁ ପଢୁୁଆ, ଧନୀକ ଘରର ଝିଅ ସହିତ ବାବୁ ଭାଇ ଙ୍କ ବ।ହାଘର ଠିକ୍ କଲେ ଏଥିପାଇଁ ମଧ୍ୟସ୍ଥି କୁ ବହୁତ ପରିଶ୍ରମ କରିବାକୁ ପଡିଛି ।
ଏହି ବାହାଘର ଖବର ପାଇ ମୁଁ ଭୂବନେଶ୍ଵରରୁ କେନ୍ଦ୍ରାପଡ଼ା ଆସିଥିଲି, ବାବୁ ଭାଇ ଧରମ ଭଉଣୀ ମୋତେ କରିଥିଲେ । ବାଣୀବିହାରରେ ସେ ମୋର ସିନିଅର ଥିଲେ ଏକା ସବ୍ ଜେଟ୍ ଥିଲା ତେଣୁ ମୁଁ ସବୁ ଦିନେ ତାଙ୍କ ସାହାଯ୍ୟ ନେଉଥିଲି । ମୁଁ ପଢା ଶେଷ କରି ଏକ ପ୍ରାଇଭେଟ୍ କଲେଜରେ ଲେକ୍ଚଚରର୍ ଥିଲି ବାବୁ ଭାଇ ବିଜେବି କଲେଜରେ ଲେକ୍ଚଚର୍ ଥିଲେ । ବାସ୍ ମୁଁ ବହୁତ ଖୁସି ଥିଲି ବହୁ ବିଳମ୍ବରେ ବାବୁ ଭାଇ ବିବାହ କରୁଛନ୍ତି ଶୁଣି । କିନ୍ତୁ ଏ କ'ଣ? ବାବୁ ଭାଇ କୁଆଡେ ଗଲେ? କାଲି ରାତିରେ ଚଉଠି ସରିଛି ଆଜି ଏମିତି ଘରୁ ଯିବାଟା ଭାଉଜଙ୍କୁ ଅପମାନ ନାରୀ ହୃଦୟର ଭାଷା ମୁଁ ପଢି ପାରୁଥିଲି । ଭାଉଜଙ୍କ ମୁଁଁହକୁ ଚାହିଁ ରହିିାଥାଏ ଭାଉଜ କିନ୍ତୁ ଗମ୍ଭୀର ଥାଆନ୍ତି ନିଶ୍ଚଳ, ନିର୍ବାକ ହୋଇ ସମସ୍ତଙ୍କୁ ଦେଖୁ ଥାଆନ୍ତି । ତାଙ୍କ ପାଖରେ ସତେ ଯେମିତି କୈାଣସି ଉତ୍ତର ନଥିଲା ବୋଧେ ସେ ଏହି ବିପଦକୁ ଆଗରୁ ଆଶଙ୍କା କରୁଥିଲେ ତାଙ୍କ ମୁହଁକୁ ମୁଁ ଚିତ୍ରକର ପରି ଆକଳନ କରୁଥିଲି ବେଶ୍ ଗୋଲମୋଟୋଳ ମୁଁଁହ, ଚେପା ନାକ, ସାମାନ୍ୟ ଦାନ୍ତୁରୀ ,ଆଖି ସାମାନ୍ୟ ଛୋଟ ଛୋଟ କଳା ମଚ ମଚ ଚେହେରା,ଡେଙ୍ଗା କହ଼ିଲେ ଭୁଲ୍ ହେବନି ଲମ୍ବାବେଣୀ ହଳଦିଆ ରଙ୍ଗର ନାଲି ମିଶା ପାଟ ପରୀଧାନ କରି ଥାଆନ୍ତି ତାଙ୍କର ରୂପ ମୋର ଆଖିକୁ ଦୀବ୍ୟ ସୁନ୍ଦରୀ ଲାଗୁଥାଆନ୍ତି, ବାବୁ ଭାଇଙ୍କୁ କଣ ଖରାପ ଲାଗିଲା? ମୁଁ ପୁଣି ଭାବିଲି ବାବୁ ଭାଇ କଲେଜର ସୁୁନ୍ଦରୀ ପ୍ରେମିକାକୁ ବଧେ ଭୁଲି ନାହାଁନ୍ତି । ତା ରୂପ ସହିତ ଭାଉଜଙ୍କୁ ତୁୁଳନା କରି ନିରାଶ ଦୁଃଖ ଭରା ମନରେ ଘରୁ ଅଭିମାନରେ ଚାଲିଯାଇଛନ୍ତି । ଗଲା ବେଳେ ମତେ ତ କହିଥାଆନ୍ତେ କୁୁଆଡେ ଗଲେ କେଉଁଠି ଅଛନ୍ତି ? ମୁଁ ତାଙ୍କ ଉପରେ ରାଗିଗଲି ରାଗ ହେଲା ସମସ୍ତଙ୍କ ଆଗରେ ଭାଉଜଙ୍କୁ ଅପମାନ,ଦୟା, ଆକ୍ଷେପର ପାତ୍ରୀ ବନେଇ ଦେଲେ।
ଗାଁ ଦାଣ୍ଡରେ ବୁଢ଼ୀ ମାନେ କହିଲେ ଆହା ଚୁ ଚୁ ବାସର ରାତିର ବାସି ଦିନ ଏମିତି ମାଇପକୁ ଛାଡି ଚାଲିଗଲା । କିିଏ କିଏ କହିଲେ ଏତେ ଅସୁନ୍ଦରୀ ଝିଅକୁ ଏଡେ ସୁନ୍ଦର ପୁଅ ପାଖରେ କେମିତି ଶୁଆଇବ? ଲୋଭରେ ଯଉତୁକ ଚଢ଼ା ନେଇ ବାପ ବୋହୁ ଆଣିଛି ଭୋଗିବନି? ଆଉ କିଏ ଭୋଗିଵ, ଏଭଳି ଆକ୍ଷେପରେ ମୋ ହୃଦ କନ୍ଦର କୋହରେ ଫାଟି ପଡୁଥିଲା, ଝିଅର ଭୁଲ୍ କେଉଁଠି? ତା ରୂପ ପାଇଁ କଣ ସେ ନିଜେ ଦାୟୀ? ବିଧାତା ଉପରେ ରାଗ ଆସୁଥିଲା ମୋ ଆଖିକୁ ଯେମିିତି ନୂଆ ବୋହୂଟି ଅପରୂପା ଦେଖାଯାଉଛି ବାବୁ ଭାଇଙ୍କ ଆଖିକୁ କାହିଁକି ସେପରି ଦେଖାଯାଉନାହିଁ? ଦିନେ ଗଲା, ଦୁଇ ଦିନ ଗଲା ଖବର ଆସିଲା ବାବୁ ଭାଇ ଭୂବନେଶ୍ଵର ରେ କଲେଜରେ ଜ଼଼ଏନ୍ କଲେଣି, ଭଲରେ ଅଛନ୍ତି, ସମସ୍ତେ ଖୁସି ହେଲେ ମଉସା କହିଲେ, ସୁର କହୁଛି ବୋହୁ ଗ୍ରାମରେ ରହିଵ ବାବୁ ପାଖରେ ରଖିବନି ଘର ସୁବିଧା ନାହିଁ । ସେ ହଷ୍ଟେଲ ପାଖରେ ତା ସାଙ୍ଗ ସହିତ ରହୁଛି,ଘର ନେଲେ ବୋହୁକୁ ନେବ । ମୁଁ ଖୁସି ହୋଇଗଲି ଯାହା ହେଉ ଦିନେ ନା ଦିନେ ଭାଉଜ ଯିବେ।
ମୁଁ ଫେରିଆସିଲି ଇତି ଭିତରେ ଦଶ ବର୍ଷ ବିତିଗଲାଣି । ମୋର ଆଉ ଭାଉଜଙ୍କ ସହିତ ଦେଖା ହୋଇନାହିଁ ବାବୁଭାଇଙ୍କ ଖବର ମଧ୍ୟ ରଖି ପାରିନଥିଲି କାରଣ ମୋର ବ୍ୟକ୍ତିଗତ ସଂସାର ଜଞ୍ଜାଳ ରେ ମୁଁ ବନ୍ଧା ପଡ଼ିଥିଲି । ବର୍ତ୍ତମାନ ପିଲା ମାନେ ବଡ଼ ହୋଇ ଗଲେଣି। ମୁଁ ଭାଉଜଙ୍କୁ ଦେଖା କରିବାକୁ ଗ୍ରାମକୁ ଆସିଲି, ଯାହା ଦେଖିଲି ଵିିିଶ୍ବାସ କରି ପାରିଲିନି ! ବାବୁଭାଇ ଆଉ ଚାକିରୀକୁ ଯାାଇନାହାନ୍ତି, ଲମ୍ବା ଚଉଡା ଶରୀର କ୍ଷୀଣକାୟ,ରୁଗ୍ଣ ଗୋଟିଏ ଘରେ ବିଛଣାରେ ପଡି ରହିଛନ୍ତି । ମଝିରେ ମଝିରେ କାସୁଥାଆନ୍ତି, ପାଖରେ ଭାଉଜ ବସି ଖୁଆଇ ଦଉଥାଆନ୍ତି । ଦେଖିଲି ଭାଉଜ ଲୋତକ ଭରା ଚକ୍ଷୁରେ ମତେ ଦେଖି ମୁରୁକି ହସିଦେଲେ । ମୁଁ ପାଖକୁ ଯାଇ ପଚାରିଲି ଭାଉଜ ଭାଇଙ୍କର କଣ ହୋଇଛି? ଭାଉଜ
କହିଲେ ଡାକ୍ତର ସମୟ ଦେଇଛି ଚାରିମାସ ପେଟରେ କାନସର୍ ହୋଇଛି ସବୁ ସରିଲାଣି ବର୍ତ୍ତମାନ ଭଗବାନ ସାହା । ମୁଁ ବୁଝିଗଲି ଚିକିତ୍ସା ଚାଲିଛି, ଭାଇ ମୋର କଥା ବାର୍ତ୍ତା ଶୁଣି ପଚାରିଲେ କିଏ?ତୁ ଆସିଛୁ?ଭଲହେଲା ତତେ ଟିକେ ଦେଖିବି। ମୁଁ ପାଖକୁ ଗଲି ଆଉଁସିଦେଲି ଭାଇ ମୋର ହାତକୁ ଜାବୁଡ଼ି ଧରି ଭୋଭୋ କାନ୍ଦି ଉଠିଲେ, କ୍ରନ୍ଦନ ଭରା ସ୍ଵରରେ କହିଲେ ମୁଁ ଜୀବନ ରେ ବଡ଼ ଭୁଲକରିଛି ଏତେ ଭଲ ସ୍ତ୍ରୀ କୁ ହତାଦର କରିଚାଲିଗଲି ମୁଁହ ଚାହିଁ ଲିନି। ଯାହାକୁ ଧରି ଭୂୂଵନେଶ୍ବର ରେ ରହିଲି । ସେ ମୋର ରୋଗ ହେବାରୁ ଚାଲିଗଲା। ମୁଁହ ଚାହିଁ ଲାନି, ଗ୍ରାମକୁ ଆସି ରହିଛି କେହି ମୋର ସେବା କରୁନାହାନ୍ତି । ଯେଉଁ ସ୍ତ୍ରୀକୁ ଗୋଇଠା ମାରି ଯାଇଥିଲି ସେ ମୋର ଗୂହ ମୁତ କରୁଛି। ଖୁଆଇ ଦେଉଛି, ମୁଁ ଚଲା ବୁଲା କରିପାରୁନି । ମୋର ଦେବୀ ଭଳି ସ୍ତ୍ରୀକୁ ହତାଦର କରିିିଥିବାରୁ ଫଳ ଭୋଗୁଛି । ଭାଉଜଙ୍କୁ ଚାହିଁଲି ସେ ଲାଜେଇ ଗଲେ,ନବ ବଧୁ ପରି ଖୋସା । ବଡ଼ ଟୋପା ଗାଢ଼ ସିନ୍ଦୂର, ହଳଦିଆ ଶାଢ଼ୀରେ ଜଳୁଥାଆନ୍ତି । ସତେ ଯେମିତି ତାଙ୍କ ରାଜକୁମାର ତାଙ୍କୁ କୋଳେଇବା ପାଇଁ ଆସିଛି ଭାଇଙ୍କର କଙ୍କାଳ ସାର ହାତକୁ ଜାବୁଡି ଧରିଥାନ୍ତି। ସତେ ଯେମିତି ହାତଗଣ୍ଠି ପାଇଁ ପ୍ରସ୍ତୁତ ହେଉଛନ୍ତି । ଭାଇ ଏକ ଲୟରେ ଭାଉଜ ଙ୍କୁ ଦେଖୁ ଥାଆନ୍ତି। ତାଙ୍କ କଳା ମଚମଚ ଚିକ୍କଣ ଚେହେରା ବଡ଼ ଦାନ୍ତ ଯୁକ୍ତ ଓଷ୍ଠ ଭାଇ ଙ୍କୁ ନୀରବରେ ବହୁତ କଥା ବୁଝଉ ଥିଲା । ଅଭିମାନ ଭରା ଆଖିରେ ଲାଜ ଭରି ରହିଥିଲା ସ୍ବାମୀ ର ସ୍ପର୍ଶରେ ସେ ପୁଲକିତ ହେଉଥିଲେ । ସତେ ଯେପରି ତୃଷାର୍ତ୍ତକୁ ପାଣି ଦେଲେ, ସେ ତୃପ୍ତି ଅନୁଭବ କରେ ସେ ଅନୁଭବ କୁ ମୁଁ ପାଖରେ ବସି ପରଖୁ ଥିଲି ହଠାତ୍ ମାଉସୀ ଡାକିଲେ ଝିଅ ଆସ, କିଛି ଖାଇବ, ବଢ଼ା ହେଲାଣି କେତେବେଳୁ । ମୁଁ ମାଉସୀଙ୍କ ସହିତ ବସି ପଖାଳ, ବାଇଗଣ ପୋଡା,ବଡୀଚୂରାର ମଜା ନେଲି । ତା ଭିତରେ ମାଉସୀଙ୍କୁ ପଚାରିଲି, ମାଉସୀ ଆପଣ ଭାଗ୍ୟ କରିଛନ୍ତି ଏମିତି ବୋହୁ ପାଇଛନ୍ତି, ମାଉସୀ ଚିହିଁକି ଉଠିଲେ କହିଲେ ଅଲକ୍ଷଣୀ,ଦାନ୍ତୁରୀ,କାଳୀ ଡେଙ୍ଗୀକୁ ବୋହୁ କରିଆଣିଲି , ଯେ ଯେବେଠୁ ପାଦ ଦେଇଛି ମୋର ଘର ଉଜାଡି ଗଲାଣି ! ଆଗ ମଉସାଙ୍କୁ ଖାଇଲା ଏବେ ମୋର ପୁଅକୁ ଖାଇବ, ଡାକ୍ତର କହିଛିି ଡିଆଁ ରୋଗ ନୁହେଁ କିନ୍ତୁ ଆମେ କେହି ତା ପାଖକୁ ଯାଉନୁ । ସେ ପୋଡା ମୁଁହି ଯାଉଛି ଯାଉ ଯାହା ଭାଗ୍ୟରେ ଥିବ ଭୋଗିବ, ମୁଁ କହିଲି; ମାଉସୀ ସେ ଆପଣଙ୍କ ପୁଅର ସେବା କରୁଛି କିପରି ଅଲକ୍ଷଣୀ ହେଲା? ମାଉସୀ ରାଗିକି କହିଲେ ଅବୁଝାକୁ ବୁଝେଇବ କିଏ? ଇଙ୍ଗିତ କାହା ଆଡ଼କୁ ବୁଝିପାରିଲି ।
ସେ ଦିନ ରାତିରେ ଶୋଇଛି ଭୋର୍ ରୁ କ୍ରନ୍ଦନ ରୋଳ ଶୁଣିଲି ଦୈାଡିଲି ବାବୁ ଭାଇଙ୍କର ରୁମକୁ ନିସ୍ତେଜ ଶରୀର ପଡି ରହିିିଥିଲା। ଭାଉଜ ମୁଣ୍ଡ ପିଟି କାନ୍ଦୁଥାଆନ୍ତି ଗ୍ରାମ ସ୍ତ୍ରୀଲୋକ ମାନେ ଟୁପୁ ଟୁୁଟୁ ହେଉ ଥାଆନ୍ତି ବିଚାରାକୁ ଏଡ଼ସ ହୋଇଥିଲା ରକ୍ଷିତା ଛାଡ଼ି ପଳେଇଲା । କେହିି ପାଖ ମାଡୁନଥିଲେ ଏ ଛାଡୁରୀ ମାଇକିନା ସେବା କରିଲା ମୁଁ ଭାଉଜଙ୍କୁ ଜାବୁଡ଼ି ଧରିଲି କିନ୍ତୁ ବୁଝେଇଲି ନାହିଁ । ଭାଇଙ୍କୁ କିଛି ଲୋକ ଶେଷ କୃତ୍ୟ ପାଇଁ ନେଇ ଗଲେ,କର୍ମ ଶେଷ ହେଲା ପରେ ଦେବୀ ତୁଲ୍ୟ ଭାଉଜଙ୍କୁ ପ୍ରଣାମ କରି ଭୂବନେଶ୍ବର ଫେରିଆସିଲି କିଛିଦିନ ପରେ ଖବର ପାଇଲି ଭାଉଜ କୂଅକୁ ଡେଉଁ ଆତ୍ମହତ୍ୟା କରିଛନ୍ତି । କିିଏ କେତେ କଥା କହିଲେ,କିଏ
କହିଲେ ଭାଉଜ ଗର୍ଭବତୀ ଥିଲେ,ଆଉ କିିଏ କହିଲେ ଭାଉଜଙ୍କୁ ଏଡ଼ସ ରୋଗ ହେଇଥିବାରୁ । ସମସ୍ତେ ଏକୁଟିଆ କରିିିଦେଲେ,ସେ ରୋଗ କଷ୍ଟ ଓ ମାନସିକ କଷ୍ଟ ସହ୍ୟ କରି ନପାରି କୂଅକୁ ଡେଇଁ ପଡ଼ିଲେ । ମୁଁ ଭାବିଲି
ନାରୀଟୀ ସତରେ କି ଅଭିଶପ୍ତା ।