Anita Jena

Inspirational

3  

Anita Jena

Inspirational

ଅଭିଶାପ ନା ଚେତାବନୀ

ଅଭିଶାପ ନା ଚେତାବନୀ

3 mins
267



ପୂର୍ବ ଆକାଶରେ ଉଦିତ ସୂର୍ଯ୍ୟ କିରଣ ଓ ପକ୍ଷୀମାନଙ୍କର ସୁମଧୁର ସ୍ଵରରେ ହଠାତ୍ କୈଳାଶ ବାବୁଙ୍କର ନିଦ ଭାଙ୍ଗିଗଲା | ଉଠି ଆସି ଖବରକାଗଜଟିକୁ ଧରି ବସି ପଡ଼ିଲେ ସୋଫା ଉପରେ | ମନରେ ଅନେକ ଚିନ୍ତା ଉଙ୍କିମାରୁଛି | ଖବରକାଗଜଟିକୁ ଧରି ପଢି ବସନ୍ତି ତ ମନେ ପଡ଼ିଲା ଚଷମା ତ ଆଣି ନାହାଁନ୍ତି | 

       ଏତିକି ବେଳେ ଠିକ୍ ଗାୟତ୍ରୀ ଦେବୀ ହାତରେ ଚଷମା ଓ ଚା କପଟିକୁ ଧରି ଆସିଲେ | କହିଲେ ଜାଣିଛ ଆକାଶ ଫୋନ କରି ଥିଲା | 


କୈଳାଶ ବାବୁ- କଣ କହୁଥିଲା ? 

ଗାୟତ୍ରୀ ଦେବୀ - କହୁଥିଲା ଆମେରିକାରେ ପରିସ୍ଥିତି ଭାରି ଅସମ୍ଭାଳ | ଘରୁ ପଦାକୁ ଗୋଡ଼ କାଢ଼ିବ ତ ସତେ ଯେମିତି Corona virus ମାଡ଼ି ବସିବ | ଚାରିଆଡ଼େ ଖାଁ ଖାଁ | କେହି ପଦାକୁ ବାହାରିବାକୁ ସାହସ କରୁ ନାହାନ୍ତି | ଆଉ ଯେତକ ଅମାନିଆ ମାନୁ ନାହାନ୍ତି ପଛକୁ ଭୋଗୁଛନ୍ତି | ସେ ଟିକି ପିଲାଟା ବି ଘରେ ରହିବାକୁ ନାରାଜ | ବାହାରକୁ ଟିକେ ଖେଳିବାକୁ ଯିବା ତ ସ୍ଵପ୍ନ | ଏତିକି କଥା ଶୁଣି କୈଳାଶ ବାବୁଙ୍କ ମୁଖ ଗମ୍ଭୀର | ମୁଣ୍ଡ ଭିତରେ ଅନେକ ଚିନ୍ତା , ଅନେକ ପ୍ରଶ୍ନ | ପ୍ରକୃତିର ୟେ କି ବିଚିତ୍ର ରୂପ! ସମୁଦ୍ରର ଲହଡ଼ି ଭଳି ଜନବସତି ଆଡ଼କୁ ମାଡ଼ି ଆସୁଚି ଏ ଭୟଙ୍କର ମହାମାରୀ | ଲକ୍ଷ ଲକ୍ଷ ଜୀବନ ନେଇ ମଧ୍ୟ ଶାନ୍ତ ହେବାକୁ ନାରାଜ,କେମିତି ବା ଶାନ୍ତ ହେବ ଏହି ମଣିଷ ସମାଜ ହିଁ ତ ପ୍ରକୃତିକୁ ଏମିତି ଅଶାନ୍ତ କରି ଦେଇଛି | 

         କୈଳାଶ ବାବୁଙ୍କ ଆଖି ଆଗରେ ନାଚି ଉଠିଲା ତାଙ୍କ ପିଲାଦିନ, ତାଙ୍କ ଗାଁ, ଗାଁର ପରିବେଶ | ହଜିଗଲେ ସେ କିଛି ସମୟ ପାଇଁ ଅତୀତର ସେ ଅଭୁଲା ସ୍ମୃତିରେ | 

      କେତେ ସୁନ୍ଦର କେତେ ଆନନ୍ଦଦାୟକ ଥିଲା ସେ ପିଲାଦିନ | ପ୍ରତ୍ୟେକଟି ଦିନ ପ୍ରତ୍ୟେକଟି ମୁହୂର୍ତ୍ତକୁ ବଞ୍ଚୁଥିଲୁ ଆମେ | ଗାଁ,ଗାଁ ର ପରିବେଶ,ଗାଁ ର ଲୋକ ମାନେ କେତେ ସରଳ,ସୁନ୍ଦର,କେତେ ନିର୍ମଳ ତାଙ୍କର ହୃଦୟ | କେହି କାହାରିକୁ ଅସୁବିଧାରେ ଦେଖି ସହି ପରୁ ନଥିଲେ | ନା ଥିଲା ମନରେ ଛନ୍ଦ ,ନା ଥିଲା କପଟ | ଗାଁ ପଡ଼ିଆରେ କେତେ ଖେଳ ବୁଲା | ନିଧି ମଉସାଙ୍କ ବାଡିରୁ ଆମ୍ବ,ପିଜୁଳି ଚୋରି କରିବାର କଥା | ସ୍କୁଲରୁ ଫେରି ଗାଁ ପୋଖରୀରେ ଲୁଚି ଲୁଚି ଗାଧେଇବାର ମଜା |

        ଘରେ ନ ଜଣେଇ ପୋଖରୀରେ ପଶି କାଦୁଅ ସରସର ହୋଇ ମାଛ ଧରିବା ସମୟରେ ଘରେ ଆସି କେହି ଜଣେ କହିଦେଲେ ଗୋଟିଏ ବି ମାଡ଼ ତଳେ ପଡେନି, ବାପାଙ୍କର ଗାଳି ଯେ କହିଲେ ନସରେ | ବୋଉକୁ ତାଗିଦ୍ କରି ଦେଇ ଯାନ୍ତି ରାତିରେ ୟାକୁ ଆଜି ଖାଇବାକୁ ଦେବନାହିଁ | କିନ୍ତୁ ସବୁ ଶୋଇ ସାରିଲା ପରେ ବୋଉ ମନ ତ ଯେମିତି ଲୁଚିଲୁଚି ଆଣି ଖୁଆଇ ଦିଏ 

       ଧୀରେଧୀରେ ପିଲାଦିନ ସରି ନିଜକୁ ଗୋଟେ ରୋଜଗାରିଆ ମଣିଷ କରିବାକୁ ସହରକୁ ଆସିବାକୁ ପଡ଼ିଲା | ଆଉ ସହରକୁ ଆସିବା ପରେ ଏଠାକାର ପାଣି,ପବନ,ଖାଦ୍ୟପେୟ ଏତେ ଅଭ୍ୟସ୍ତ ହେଇଗଲା ଯେ ଗାଁକୁ ଫେରିବାକୁ ଆଉ ମନ ବଳେଇଲାନି | ଗାଁକୁ ଭୁଲି ଏଠି ପରିବାର,ସଂସାର କରି ନେବା ଟା କିଛି ବି କଷ୍ଟ ଲାଗିଲାନି | ହେଲେ ବାପା ବୋଉ ରାଜି ହେଲେନି ଗାଁ ଛାଡି ଆସିବାକୁ | ମାସକୁ ମାସ ଟଙ୍କା ପଠେଇ ଦେଇ କର୍ତ୍ତ୍ୟବର ବୋଝ ସରିଗଲା ଭାବି ନିଏ | 

     ଧୀରେଧୀରେ ନିଜ ପୁଅ ଆକାଶ ବଡ଼ ହେଲା | ଆମ ଦେଶରେ ରହିଲେ ଭଲ ଭବିଷ୍ୟତ ନାହିଁ ବୋଲି ଭାବି ଉଚ୍ଚଶିକ୍ଷିତ ପାଇଁ ପଠେଇ ଦେଲି ଆମେରିକାକୁ | ସେଠି ଭଲ ପଢିବ ଭଲ ଚାକିରୀ ଖଣ୍ଡେ କରିବା ଆଉ ମୁଁ ସାଙ୍ଗସାଥୀମାନଙ୍କ ଆଗରେ ଟିକେ ଗର୍ବର ସହ ନିଜ ପୁଅର ପ୍ରଶଂସା କରିପାରିବି |

     ହେଲେ କେ ଅବା ଜାଣିଥିଲା ଆଜି ଏମିତି କିଛି ଘଟିବ | ଅର୍ଥନୀତିରେ ଏତେ ସୁଦୃଢ଼ ବିକଶିତ ରାଷ୍ଟ୍ର ମଧ୍ୟ ଏହି ମହମାରୀରେ କଳୁଷିତ ହୋଇଯିବ | ଆଜି ବି ନିଧି ମଉସାଙ୍କ କଥା କାନରେ ବାଜେ, ସେ ଦିନ ବାପାଙ୍କର କ୍ରିୟାକର୍ମ ସାରି ଫେରିବା ବେଳେ ନିଧି ମଉସା କହିଥିଲେ " ପୁଅରେ ଆଜି ସିନା ଗାଁ ତତେ ଏତେ ଗନ୍ଧଉଚି ହେଲେ ମନେରଖ ଦିନ ଆସିବ ସହରର ସବୁ ବାବୁ ଗାଁ ମୁହାଁ ହେବେ ଆଉ ଏଇ ଗାଁ ହିଁ ତାଙ୍କୁ ସୁରକ୍ଷା ଦେବ" | 

      ଆଜି ନିଧି ମଉସାଙ୍କ କଥା ଅକ୍ଷରେ ଅକ୍ଷରେ ଘଟି ଚାଲିଛି | ଲାଗୁଛି ଯେମିତି ଏ କଥାଟି ତାଙ୍କର *ଅଭିଶାପ ଥିଲା ନା ଚେତାବନୀ* ! 

     ଯଦି ପୁଅଟା ମୋର ଏଇଠି ଆମ ଦେଶ ଭିତରେ ଚାକିରୀ ଖଣ୍ଡେ କରିଥାନ୍ତା ଅନ୍ତତ ଆମ ପାଖରେ ତା ଥାଆନ୍ତା | ଯଦି ଏଇ ମହାମାରୀ ସମସ୍ତଙ୍କୁ ଗ୍ରାସ କରିନିଏ ତେବେ ଶେଷ ସମୟରେ ଆମେ ସବୁ ପରସ୍ପର ଏକାଠି ତ ରହିଥାନ୍ତୁ| ଆଖିରୁ ଦି ଟୋପା ଲୁହ ଝରିଆସିଲା | ମନରେ ମନଭରି କୋହକୁ ଚାପି ଉଠି ପଡିଲେ କୈଳାଶ ବାବୁ | 

ଗାଧେଇ ପଡି ଆସି ଠାକୁରଙ୍କୁ ସେଇ ଆକୁଳ ଭରା ନିବେଦନ 

    " ପ୍ରଭୁ ବଞ୍ଚେଇ ଦିଅ ପ୍ରଭୁ " 

  ମୋ ପିଲାଟାକୁ ,ମୋ ଆକାଶଟାକୁ ବଞ୍ଚେଇ ଦିଅ""".....


        


Rate this content
Log in

Similar oriya story from Inspirational