STORYMIRROR

Sangeeta Barik

Tragedy

2  

Sangeeta Barik

Tragedy

ଅଭିନୟ

ଅଭିନୟ

1 min
96


ଡାକ୍ତରଙ୍କ କଥା ଗୁଡିକ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ସୁମନାର କର୍ଣ୍ଣରେ "ତୁମ ପୁଅକୁ ପିତାର ସ୍ନେହ ଦରକାର, ନହେଲେ ସେ ସମ୍ପୂର୍ଣ୍ଣ ରୂପେ ମାନସିକ ଭାରସାମ୍ୟ ହରେଇ ବସିବ ।"ବିଚଳିତ ହେଇ ପଡୁଥିଲା ସିଏ । ଛଅ ବର୍ଷର ପୁଅ ରୋହିତ କଣ ବୁଝି ପାରିବ ତା ବାପା ତାକୁ ନିଜର ରକ୍ତ ବୋଲି ବିଶ୍ୱାସ କରୁ ନାହାନ୍ତି । ଆଖିରୁ ଲୁହ ପୋଛିଲା ସୁମନା । ହଠାତ କାହାର କଣ୍ଠସ୍ଵରରେ ଚମକି ପଡିଲା ସେ ।ବୁଲି ଦେଖିଲା ପୁଅର ରୋଗଶଯ୍ୟାର ଆର ପାଖରେ ଛିଡା ହୋଇଛନ୍ତି ମୁଖ ପୁସ୍ତକ ବନ୍ଧୁ ସୋମ୍ୟ ପଟ୍ଟନାୟକ । ପ୍ରଥମ ଦେଖାରେ ମଧ୍ୟ କିଛି ଅସୁବିଧା ହେଲା ନାହିଁ ଚିହ୍ନିବାକୁ ।ନିଜର ଅନିଚ୍ଛା ସତ୍ତ୍ୱେ ଥରେ ଦୁଇ ଥର କଥା ହୋଇଛି ସିଏ ତାଙ୍କର ଅନୁରୋଧ କାଟି ନପାରି ମେସେଞ୍ଜରରେ ।ନୀରବତାକୁ ଭଙ୍ଗ କରି ସ୍ଵଳ୍ପ ହସି ସୋମ୍ୟ କହିଲେ


.......ମୁଁ ଆପଣଙ୍କୁ ସାହାଯ୍ୟ କରି ପାରିବିକି ? ଡାକ୍ତରଙ୍କ ପାଖରୁ ପୁଅ ବିଷୟରେ ସବୁ ଶୁଣିଛି । ଆପଣ ଯଦି କିଛି ନ ଭାବନ୍ତି ତେବେ ମୁଁ ତାର ପିତା..........


କଥା ଛଡେଇ ଗର୍ଜି ଉଠିଲା ସୁମନା 

....ମୋ ସ୍ଵାମୀ ସିନା ମୋତେ ତାଙ୍କ ଜୀବନରୁ ବାହାର କରି ଦେଇଛନ୍ତି, କିନ୍ତୁ ଏବେବି ମୁଁ ତାଙ୍କୁ ହୄଦ ମନ୍ଦିରରେ ପୂଜା କରୁଛି । ତାଙ୍କ ବ୍ୟତିତ ମୁଁ ଦ୍ଵିତୀୟ କାହାକୁ ଚିନ୍ତା ମଧ୍ୟ କରି ପାରିବିନି ।


.......ଦେଖନ୍ତୁ ଆପଣଙ୍କ ପୁଅର ଜୀବନ ରକ୍ଷା କରିବା ପାଇଁ ମୁଁ କେବଳ ତା ପିତା ଭୂମିକାରେ ଅଭିନୟ କରିବାକୁ ଚାହୁଁଛି ବାକି ଆପଣଙ୍କ ଇଚ୍ଛା ।


ବାକ୍ ଶୂନ୍ୟ ହୋଇ ଯାଇଥିଲା ସୁମନା । କେବଳ ଅପଲକ ନୟନରେ ଅନେଇ ରହିଥିଲା ସୋମ୍ୟଙ୍କ ନୀରିହ ମୁହଁକୁ । 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy