STORYMIRROR

Sunanda Mohanty

Drama Fantasy Others

3  

Sunanda Mohanty

Drama Fantasy Others

ଅଭିମନ୍ୟୁ

ଅଭିମନ୍ୟୁ

1 min
245


  ନିଜକୁ ଅଭିମନ୍ୟୁ ପରି ଅନୁଭବ କରୁଥିଲେ ବରିଷ୍ଠ ଶିକ୍ଷକ ରମାକାନ୍ତ ସାର, କାରଣ ସେ ବରିଷ୍ଠ ଶିକ୍ଷକ ହୋଇଥିବାରୁ, ତାଙ୍କ ମାଧ୍ୟମ ରେ ସାତ ଜଣ ଯାକ ଶିକ୍ଷୟିତ୍ରୀ ହେଡମିଷ୍ଟ୍ରେସଙ୍କ ପାଖରୁ ସୁବିଧା ସୁଯୋଗ ହାସଲ କରିବାକୁ ଟିକେ ବି ପଛାନ୍ତି ନାହିଁ l

   କୋଉଦିନ କିଏ ପ୍ରେୟାର କ୍ଲାସ ରେ ପହଂଚି ପାରିବନି ତ କୋଉଦିନ କେଉଁମାନେ ସି ଏଲ ରେ ରହିବେ, କେଉଁ ଦିନ କିଏ ହାଲ୍ଫ ସି ଏଲ ରେ ଯିବେ, ତ ହେଡମିଷ୍ଟ୍ରେସ ଖପ୍ପା ହୁଅନ୍ତି ରମାକାନ୍ତ ସାର ଙ୍କ ଉପରେ, ରମାକାନ୍ତ ସାର ମଧ୍ୟ ଚମକି ପଡନ୍ତି ହେଡମିଷ୍ଟ୍ରେସ ଯେବେ ଆପଣ କଣ ସମସ୍ତଙ୍କ କଥାକୁହା ପାଟି?? 

   ସେଦିନ ହେଡମିଷ୍ଟ୍ରେସ ଯେବେ ଆପଣ ହେଡମାଷ୍ଟର ହେଲେ ବୁଝିବେ, କାହାକୁ କେତେ ସନ୍ତୁଷ୍ଟ କରି ନିଜକୁ ବଳି ପକେଇବେ, ସତକୁ ସତ ରମାକାନ୍ତ ସାର ଯେବେ ବରିଷ୍ଠତା ଭିତିରେ ହେଡମାଷ୍ଟର ହେଲେ, ସାତଜଣ ଯାକ ଗୁରୁମା ଯାହାର ଯୋଉ ସମୟରେ ଯାହା ଫାଇଦା, ଦରକାର ବୋଲି କହି ସାରଙ୍କୁ ରଖେଇ ବସେଇ ଦିଅନ୍ତି ନାହିଁ, ତ ସେଦିନ ଏକକାଳୀନ ସାତଜଣ ଯାକ ଗୁରୁମା ଯେବେ ସି ଏଲ ପାଇଁ ଆବେଦନ କରିଥିଲେ, ସାର କହୁଥିଲେ ମଲା ଆଜି ଅଭିମନ୍ୟୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama