"ଅଭିମାନ"
"ଅଭିମାନ"
ସ୍ୱାମୀ ଙ୍କର ଫଟ ପାଖରେ ଆଉଜି ବସିଛି l ଲାଗୁଛି ତାଙ୍କ ଛାତିରେ ମୁଁ ଜାକି ହୋଇ ଉଷ୍ଣତାକୁ ଅନୁଭବ କରୁଛି, ଆଖିର ଲୁହକୁ ବୋହିବାକୁ ଦେଲି,ପୋଛିବାକୁ ଇଚ୍ଛା ହେଲାନି, କାରଣ ଏହି ଲୁହ କେତେବେଳେ ଝରି ଝରି ଶୁଖିଯିବ ମୁଁ ଜାଣିନି, କାଲି କି ଠିକ୍ ମାସେ ହେବ ସେ ଆମକୁ ଛାଡ଼ିଦେଇ ସବୁଦିନ ପାଇଁ ଯିବାର, ମୁଁ ଏହି ସତ୍ୟତାକୁ ହୃଦୟଙ୍ଗମ କରି ମଧ୍ୟ
ଗ୍ରହଣ କରିପାରୁନାହିଁ l ନିଦ ଆଗରୁ ରାତିରେ ଡେରିରେ ହେ ଉଥିଲା l କିନ୍ତୁ ଏବେ ଯେଉଁ ରାତିରେ ଗଲେ ସେବେଠାରୁ
କୁଆଡେ ଏତେ ନିଦ ଆସୁଛି ମୁଁ ନିଜେ ଜାଣିପାରୁନି l
ମୋର ପ୍ରିୟକୁ ହରାଇ ମୁଁ ଶ୍ରୀହୀନ ହୋଇ ପଡ଼ିଛି l ସ୍ୱାମୀ ବିନା ମୁଁ ଏକ ପ୍ରକାର ଅଧା ଜଳିଥିବା କଳା ସଳୀତା ଅଟେ,ବୀଛେଦ ରେ
ଜର୍ଜରିତ ହୋଇ ପଡ଼ିଛି, ମୁଁ ତାଙ୍କ ବିନା କେମିତି ବଞ୍ଚିବି ଓ ଜୀବନର ଗତିକୁ ଆପଣାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ପ୍ରୟାସ କରୁଛି ।
ସ୍ୱାମୀ ପାଖରେ ଥିଲା ବେଳେ ମୁଁ ସବୁବେଳେ ଅଭିମାନ କରି ଝଗଡ଼ା କରୁଥିଲି, ପ୍ରତି ମୁହୂର୍ତ୍ତରେ ସେ ମୋତେ ଖୁସି ରଖିବା ପାଇଁ ପ୍ରୟାସ କରୁଥିଲେ, ଯାହା ଭଲ ପାଏ ଛୋଟ ଛୋଟ ଖୁସିକୁ ବି ଧ୍ୟାନ ଦଉଥିଲେ । ସମୟ ଚକ୍ରରେ ଯେତେବେଳେ ଅସୁସ୍ଥ ହୋଇ ପଡିଲେ ତାଙ୍କ ଶରୀର ଦିନକୁ ଦିନ କ୍ଷୀଣକାୟ ହୋଇ ପଡ଼ିଲା, ତଥାପି ହସ ହସ ମୁହଁରେ ମୋତେ ଧରି ସବୁବେଳେ ବୁଲୁଥିଲେ । ଆମ ଦୁଇ ଜଣଙ୍କର ଯୋଡିକୁ ସମସ୍ତେ ସୁନ୍ଦର ଯୋଡି ଭାବରେ ବହୁତ ଭଲ ପାଉଥିଲେ ଓ ମଝିରେ ମଝିରେ ଚିଡ଼େଉ ବି ଥିଲେ, ନିଜର ସନ୍ତାନମାନଙ୍କର ଉଚ୍ଚ ଶିକ୍ଷା ଓ ବିବାହ କାର୍ଯ୍ୟକୁ ଭଲ ଭାବରେ ସାରି ଦେଇଥିଲୁ, ଶେଷ ଅବସ୍ଥାକୁ ଶାନ୍ତିରେ କାଟି ବାକୁ ଚାହୁଁଥିଲୁ । କିନ୍ତୁ ବିଧିର ବିଧାନ ଆମ ପାଇଁ ଅଲଗା ଥିଲ । ମୋର ସ୍ୱାମୀଙ୍କୁ ସକଳ ପ୍ରଚେଷ୍ଟା ସତ୍ତ୍ୱେ ହରାଇ ବସିଲି । ମୁଁ ଏହି ସତ୍ୟତା ପାଖରେ ହାର୍ ମାନିଛି, ମୋର ସେ ପ୍ରେରଣାର ଉତ୍ସ ଥିଲେ । ମୋର ଅଭିମାନ ସ୍ୱାମୀଙ୍କ ଉପରେ ନୁହେଁ, ଭଗବାନଙ୍କ ଉପରେ । କାରଣ ଏବେ ତ ପ୍ରକୃତରେ ଶାନ୍ତିରେ କିଛି ଦିନ ବଞ୍ଚିବାର ଇଚ୍ଛା ଥିଲା, । ମାନୁଛି କେହି ରହିବେନି । କିନ୍ତୁ ଏ ବାସ୍ତବତା ବଡ଼ କଠୋର, ମୁଁ ନିଜକୁ ସମ୍ଭାଳିବାକୁ ପ୍ରଚେଷ୍ଟା କରୁଛି, ମୋର ସ୍ୱାମୀଙ୍କର ଫଟୋରେ କେତେ ବେଳୁ ଆଉଜି ଏହି ଲେଖାଟି ଲେଖି ଚାଲିଛି । ତାଙ୍କର ଛାତିକୁ କଷ୍ଟ ହେବଣି । ଲେଖାଟି ଏଇଠି ସାରୁଛି।