STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଅଭିମାନ

ଅଭିମାନ

1 min
180

   ହୋଲି ଆସିବା ସଙ୍ଗେ ସଙ୍ଗେ କରୋନାର ପ୍ରତ୍ୟାବର୍ତ୍ତନର ଖବରରେ ମନ ଆନ୍ଦୋଳିତ ବାସନ୍ତୀଙ୍କର। ବରଷକେ ଗୋଟିଏ ଦିନ ପୁଅ ବୋହୂ, ଝିଅ ଜ୍ବାଇଁ ଆଉ ନଣନ୍ଦ ନଣନ୍ଦେଇ, ଯା ଦିଅର ସମେସ୍ତେ ଏକାଠି ହୁଅନ୍ତି। ଘର ପୁରି ଉଠେ। ତାଙ୍କ ହାତ ତିଆରି ଆରିଷା ପିଠା ଖାଇବାରେ ବି ସଭିଙ୍କୁ ପସନ୍ଦ ତେଣୁ ଆଗରୁ ସବୁ ସଜାଡି ରଖନ୍ତି। ମଞ୍ଜି ବଡି ପୁଅ ଝିଅଙ୍କୁ ଭଲ ଲାଗେ ବୋଲି, ତାକୁ ମଧ୍ୟ ସଜାଡି ରଖିଛନ୍ତି। ସମସ୍ତଙ୍କୁ ଫୋନ କରିବା ପରେ ସମସ୍ତଙ୍କର ସେଇ ଗୋଟିଏ ଉତ୍ତର କଣ ହେଉଛି ଆଜିକାଲି ତ ଆଜି କଥା କାଲିକି ରହୁନି। ଦେଖାଯାଉ ...

  ସମେସ୍ତେ ବି ଦୂରରେ ଏତେ ଏତେ ବାଟରୁ ଆସିବା ଯିବା ବି ସହଜ ସାପେକ୍ଷ ନୁହେଁ ଆଜିକାଲି ତଥାପି ଦୋଳପୂର୍ଣ୍ଣମୀ ଓ ହୋଲି ପାଇଁ ଗାଁ କୁ ଆସି କଟେଇବାର ମଜ୍ଜାରେ ସମେସ୍ତେ ଆସନ୍ତି ତ କରୋନା ରଙ୍ଗ ଦେଖାଇ ସବୁ ଭଣ୍ଡୁର କରୁଛି। ବାସନ୍ତୀ ଅଖଣ୍ଡ ଦୀପ ଜାଳୁଥିଲେ । ଦୋଳ ପୂର୍ଣ୍ଣମୀ ପାଖେଇ ଆସୁଥିଲା ହେଲେ କେହି ଆସିନଥିଲେ ତ ରଙ୍ଗ ସବୁକୁ ଏକତ୍ରିତ କରି ପାଣିରେ ଗୋଲେଇ ଠାକୁରଙ୍କ ଉପରେ ସବୁ ଅଜାଡି ଭୋ ଭୋ କାନ୍ଦୁଥିଲେ, ତ ସ୍ୱାମୀ କହୁଥିଲେ, ବାୟାଣୀ ହେଲ ନା କଣ! ଯିଏ ଯାହା ପରିସ୍ଥିତି ପରିବେଶ ଦେଖି ଆସିବେନା ନାହିଁ । ବାସନ୍ତୀ ତଥାପି ଠାକୁର ଘର ଛାଡୁନଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract