STORYMIRROR

Pranati Panda

Tragedy

3  

Pranati Panda

Tragedy

ଅଭାଗିନୀ ଆଭା

ଅଭାଗିନୀ ଆଭା

2 mins
271


ମଣିଷ ନିଜର ଛୋଟ କର୍ମ ଦ୍ଵାରା ନିଜର ନିଚ୍ଚ ମାନସିକତା ଦ୍ଵାରା ହିଁ ହାରିଯାଇଥାଏ ।

ଭଦ୍ର ଲୋକର ଚରିତ୍ର ନେଇ ଭଦ୍ର ମୁଖା ପିନ୍ଧିଥିବା ମଣିଷ ର ଗନ୍ଧକୁ "ଆଭା" ଆଉ ବାରଦାସ୍ତ କରି ପାରୁନି ,

କାରଣ ଜୀବନର ପାହାନ୍ତି ପ୍ରହରରେ ଅଭାବି ଆତ୍ମା ଟି କିଛି ସ୍ବପ୍ନ ଦେଖିବା ପାଇଁ ବୋଧହୁଏ ଜନ୍ମ ହୋଇ ନ ଥିଲା .....

କିନ୍ତୁ ହାଏ ଏ କଣ ହୋଇଗଲା ଦିନେ ହଠାତ୍ .....

ସତେ ଯେମିତି ଗୋଟିଏ ଦୁର୍ଘଟଣା ଅପେକ୍ଷା କରି ବସିଥିଲା ଆଭା ର ଜୀବନରେ.....

ସବୁ କିଛି ଓଲଟ ପାଲଟ ହୋଇଗଲା ,

ଦାରିଦ୍ର ର କଷାଘାତରେ ରୋଗିଣା ମା କୁ

ଲୁଚେଇ ବାପା ବିକି ଦେଇଥିଲେ ଦଲାଲ୍ ହାତରେ......

ଆଉ ଆଭା ପଶ୍ଚିମବଙ୍ଗ ର ମାଳ ଅଞ୍ଚଳରୁ ଯାଇ ପହଞ୍ଚି ଯାଇଥିଲା ଚକାଚକ୍ ସହର କଲିକତା ର "ସୋନାଗାଛି" ଇଲାକା ର ବେଶ୍ୟାପଡ଼ା ରେ ।

ବାସ୍ ଆଉ ତାପରେ....

ଆଜି ଦୁନିଆଁ ଆଖିରେ ସେ ବାରଙ୍ଗନା ,

ବିପଟି,ଦୋଚାରୁଣି ଆଉ ଚରିତ୍ରହୀନା.....

ସେ ତ ନିଜ ଇଚ୍ଛା ରେ ଆସି ନଥିଲା ଆଉ

ଏତେ ଗୁଡ଼ିଏ ଅଳଙ୍କାର ରେ ତାକୁ ସଜ୍ଜିତ କଲା କିଏ??

ଏଇ ଭଦ୍ରମୁଖା ପିନ୍ଧା ମଣିଷ ନା ନିଜର ଜନ୍ମିତ ପିତା?

ରାତ୍ରିର ଅନ୍ଧକାର ରେ ସେ ବିବସ୍ତ୍ର ଶରୀର କୁ ସମର୍ପି ଦେବାକୁ ବାଧ୍ୟ!!

ନଚେତ୍ "ମା"(ବେଶ୍ୟା ଙ୍କ ମାଲିକାଣୀ) ଙ୍କ

ଆନୁଗତ୍ୟ ଭୃତ୍ୟ "କାଲୁ" ର ଚାବୁକ୍ ମାଡ଼ରେ କ୍ଷତାକ୍ତ ହେବା ଛଡ଼ା ଅନ୍ୟ ଉପାୟ ନାହିଁ।

ଅନେକ ଥର ଚିନ୍ତା କରିଛି ଖସି ପଳେଇଯିବା ପାଇଁ , କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତ ରେ ନିଜ ଜନ୍ମିତ ପିତା ଙ୍କ କଥା ମନେ ପକେଇ ଘୃଣା ରେ ନିଜକୁ ଚେଷ୍ଟା ରୁ ନିବୃତ୍ତ ରଖିବାକୁ ବାଧ୍ୟ ହୋଇଛି।

ଆଜି ’ ବି "ଆଭା" ସେଇ ଦିନକୁ ମନେ ପକେଇ ଶିହରୀ ଉଠୁଛି......

ଆଖି ଆଗରେ ନାଚି ଯାଉଥିଲା ଜନ୍ମଦାତ୍ରୀ ରୁଗ୍ଣ ମାଆ'ର ଅସହାୟ କାରୁଣ୍ୟତା ପୂର୍ଣ୍ଣ ଲୁହ ଛଳ ଛଳ ଆଖି ଦିଓଟି , ଆଉ ଦାରିଦ୍ର୍ୟତାର ପୂର୍ଣ୍ଣ ନିଜ ପେଟ ର ଭୋକ ର ଅସମ୍ଭବ ଜ୍ଵାଳା କୁ.....

କିନ୍ତୁ ସେ ପେଟର ଜ୍ଵାଳା ଠାରୁ ଏ ନାରୀ ଦେହ ଲୋଭୀ ନରପିଚାଷ ଙ୍କ ଭୋକ ର ଜ୍ଵାଳା ରେ "ଆଭା" ଅସହିଷ୍ଣୁ ହୋଇ ପଡ଼ୁଛି ଦିନ କୁ ଦିନ ।

ରାତିର ଅନ୍ଧକାର ର ବିବଶତା .......

ଦିନର ସୂର୍ଯ୍ୟାଲୋକ ରେ "ଆଭା" କୁ ଆଜି

କଳଙ୍କିନୀ ସଜେଇ ଦେଇଛି ।

"ଆଭା" ଏ ଦୁର୍ଦ୍ଦଶା ପାଇଁ ଦାୟୀ କିଏ??

ନିଜର ଜନ୍ମିତ ପିତା ଓ ଭଦ୍ର ସମାଜର 

ମୁଖାପିନ୍ଧା ଭଦ୍ରମଣିଷ ମାନଙ୍କୁ କଣ କୁହାଯାଇପାରେ??

 ଉତ୍ତରର ଅପେକ୍ଷା ରେ...........

        

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy