The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Drama Tragedy

5.0  

Ranjit Sahu

Drama Tragedy

ଅବାଂଛିତା ସ୍ତ୍ରୀ

ଅବାଂଛିତା ସ୍ତ୍ରୀ

4 mins
469


"ଅଗ୍ନିକୁ ସାକ୍ଷୀ ରଖି ଯେତେ ବୈଦିକ ରୀତିରେ ବାହାଘରଟିଏ  ସମ୍ପନ୍ନ ହୋଇ ନ ଥାଉନା  କାହିଁକି, ଯେତେ ବଡ ଗିରିଜା ଘରର ରେଜିଷ୍ଟରରେ ସନ୍ତକ ଥାଉ ନା କାହିଁକି, କିମ୍ବା ଯେତେ ବଡ କୋର୍ଟରେ ଯେତେ ବଡ ସାକ୍ଷୀ ଆଗରେ ଖଣ୍ଡିଏ କାଗଜର ଦସ୍ତକରେ ସୃଷ୍ଟି ହେଉଥାଉ ନା କାହିଁକି ମରଣଶୀଳ ମଣିଷ ସମାଜର ବିବାହିତ  ଯୁଗଳଟିର ସମ୍ପର୍କଟି  ଦିନେ ନା ଦିନେ ତ ସମାପ୍ତ ହୁଏ ! କେବେ ମୃତ୍ୟୁର ହାତରେ, କେବେ ଛାଡ଼ପତ୍ରର ଆଳରେ, ସ୍ତ୍ରୀଟିଏ ଦିନେ ନା  ଦିନେ ଅଲଗା ହୁଏ ତାହାର ସ୍ଵାମୀ ଠାରୁ ! କେବେ  ସଧବା ହୋଇ ଅନ୍ୟ ସଂସାରକୁ ଯାଏ, କିମ୍ବା ବିଧବା ହୋଇ ନିଜର ଅତୀତକୁ ଧରି ବଞ୍ଚିବାକୁ ଚେଷ୍ଠା କରେ ଏହି ସଂସାରରେ I କୌଣସି ଦୁର୍ଘଟଣାରେ ଆହତ ହୋଇ ଅନିଶ୍ଚିତ କାଳ ପାଇଁ ଚେତନାଶୁନ୍ୟ ହୋଇ ପଡିରହିଥିବା ବିବାହିତା ମହିଳାଟିଏର ପତ୍ନୀ ରୂପଟି କାହା ଲାଗି ପ୍ରଯୁର୍ଯ୍ୟ ?


ହିଜ ଅନର,  ଏହି ସବୁ କଥା ଭାବିଲେ, ଜଣେ ପୀଡିତା ଯଦି ତାହାର ସ୍ବାମୀର ଶୋଷଣରେ ବ୍ୟକ୍ତିଗତ ସ୍ତରରେ  ବାରମ୍ବାର ଆହତ ହେଉଛି, ସେହି ସ୍ତ୍ରୀଟିଏ କାହିଁକି ସ୍ତ୍ରୀ ରୂପଟିଏ ଧାରଣ କରିବା ଲାଗି ଇଛୁକ ହେବ? ପିଲାମାନଙ୍କର  ଭବିଷ୍ୟତର ଦ୍ଵାହି ଦେଇ ଜଣେ ସ୍ତ୍ରୀ କିମ୍ବା ପୁରୁଷକୁ କେତେ ଦିନ ଏହି ସମାଜ ବାଧ୍ୟ କରିବ, ଏକ ଅର୍ଦ୍ଧ ଦଗ୍ଧ ସମ୍ପର୍କକୁ ଚଳେଇ ନେବାକୁ, ଆଇନ ଆଉ ମନୁଷ୍ୟତାର ଧମକ ଦେଇକି ? ଏହା କଣ ଏକ ବ୍ୟକ୍ତିର  ବ୍ଲାକମେଲ ନୁହଁ, ସମାଜ ଦ୍ଵାରା ?" ବାରିଷ୍ଟେର ଜେନା କହିଲେ ନିଜର କ୍ଲାଏଣ୍ଟ ସାବିତ୍ରୀ ଦେବୀଙ୍କର ଛାଡ଼ପତ୍ର ଆବେଦନ ସପକ୍ଷରେ I


ଚୁପଚାପ ଠିଆ ହୋଇଥାଆନ୍ତି ସାବିତ୍ରୀଦେବୀ I ଦୀର୍ଘ କୋଡ଼ିଏ ବର୍ଷର ସମ୍ପର୍କଏଟି ନ୍ୟାୟର ନିକିତିରେ ଝୁଲୁଛି I ବିପକ୍ଷରେ ନିଜକୁ ତାଙ୍କର ସ୍ଵାମୀ ବୋଲାଉଥିବା ମଣିଷଟିଏ, ଯିଏ ତାଙ୍କୁ ଗର୍ଭାବସ୍ଥାରେ ଲାତ ମାରିଥିଲା ଆଉ କରିଥିଲା ଅନେକ ଅତ୍ୟାଚାର I କିନ୍ତୁ ଘର ଲୋକ ମାନେ ଇଜ୍ଜତ ଭୟରେ ଦବେଇ ଦେଇଥିଲେ ଘଟଣାଟିକୁ I ସମାଜରେ ନିଜକୁ ବହୁତ କ୍ଷମତା ଓ ପ୍ରତିପତିର ମାଲିକ, ଜଣେ ପରୋପକାରୀ ରୂପରେ ନିଜକୁ ପ୍ରଦର୍ଶନ କରୁଥିବା ପୁରୁଷଟି ଥିଲା ଏକ ଆତତାୟୀ I ଆଧୁନିକ ସମାଜରେ ଡାକ୍ତର ଜେକିଲ  ଏବଂ ମିଷ୍ଟର ହାଇଡ଼ର ଵ୍ୟକ୍ତିତ୍ଵ ପୋଷଣ କରଥିବା ମଣିଷଟିଏ ଯିଏ ନିଜର ପରିବାରକୁ କରି ପାରୁଥିଲା ଅକ୍ଲେଶରେ ମ୍ୟାନିପୁଲେଟ  I ବେଶ୍ୟସକ୍ତ ମଣିଷଟିକୁ କିନ୍ତୁ ସମାଜ ଦେଇଥିଲା ସବୁ ପ୍ରକାରର ସ୍ଵାଧୀନତା, କାରଣ ସିଏ ଥିଲା ପଇସା ଵାଲା ! ସରକାରୀ ଦଫ୍ତର ଠାରୁ ଆରମ୍ଭ କରି,  ପୋଲିସ, କୋର୍ଟ ସବୁ ଆଡେ ପଇସା ଆଉ କ୍ଷମତାକୁ ବ୍ୟବହାର କରି ନିଜକୁ ଭଲ ଏବଂ ସ୍ତ୍ରୀ କୁ ଖରାପ ବୋଲି ପ୍ରମାଣିତ କରିବାକୁ କେବେ କୁଣ୍ଠାବୋଧ କରି ନଥିଲା I ନିଜର ଦୁଷ୍କର୍ମ ଲୁଚେଇବାକୁ ଅନ୍ୟ ଉପରେ ଲାଂଛାନା ଲଗେଇବା ଏକ ଜଣା ଶୁଣା ତର୍କ, ମଣିଷ ସମାଜରେ I 


"କିନ୍ତୁ ହିଜ ଅନର, ବହୁତ କିଛି ଆରୋପ ଲାଗିଛି ସାବିତ୍ରୀ  ଦେବୀଙ୍କ ବିପକ୍ଷରେ I ଯଦି ସେ ଠିକ ତାହା ହେଲେ ତାଙ୍କର ପରିବାରର କେହି ତାଙ୍କ ସପକ୍ଷରେ ଆସୁ ନାହାନ୍ତି କାହିଁକି? ମୋର ଅନୁରୋଧ ସାବିତ୍ରୀ ଦେବୀଙ୍କୁ କୌଣସି ପ୍ରକାର ଆର୍ଥିକ ଫାଇଦାରୁ ବଞ୍ଚିତ କରା  ଯାଉ, " ବିପକ୍ଷରେ ଓକିଲ ପଚାରିଲେ I

 "କାରଣଟି  ଅତି ସାଧାରଣ ଆଉ ଆଜିର ସମାଜର ଏକ ଅନ୍ଧକାରମୟ ସତ୍ୟ, " କଥାଟି ଶୁଣି ଫେରି ଚାହିଁଲେ ସମସ୍ତେ ନବ ଆଗନ୍ତୁକ ଜଣକୁ I 


"ଆପଣ  କିଏ ? ଏଇଟା ଫ୍ୟାମିଲି କୋର୍ଟ ଏବଂ ଏଠି ବାହାର ଲୋକଙ୍କୁ ଅନୁମତି ନାହିଁ I ଏଇଟା ମୁଚୁଆଲ ଡିଭୋର୍ସ ହଉଛି ," ଜଜ କହିଲେ  I ଏତେ ବେଳ ଯାଏଁ ଚୁପ ଥିବା ସାବିତ୍ରୀ ଦେବୀ କହିଲେ, " ସିଏ ମୋ ଧର୍ମ ଭାଇ I ଯଦି କିଛି କହିବାକୁ ଚାହାନ୍ତି କହିବାକୁ ଦୟା କରି ଅନୁମତି ଦିଅନ୍ତୁ I ପୁରୁଷ ଜଣେ ହୁଏତ ଅନ୍ୟ ଭାବରେ ପ୍ରକାଶ କରି ପାରିବ ସ୍ତ୍ରୀର ବେଦନାକୁ ," ସାବିତ୍ରୀ ଦେବୀ ଅନୁରୋଧ  କଲେ I 


ଜଜଙ୍କର ଅନୁମତି ମିଳିଲା ବିପକ୍ଷ ଓକିଲଙ୍କ ବିରୁଦ୍ଧ ସ୍ଵତେ I ଯୁବକ ଜଣକ ଚାଲିଗଲେ କାଠଘର ମଧ୍ୟକୁ ଆଉ ଶପଥ ପାଠ ପରେ କହିଲେ " ମୁଁ ସାବିତ୍ରୀ ଦେବୀଙ୍କର ଧର୍ମ ଭାଇ I ଯେପରି ଅଗ୍ନିକୁ ସାକ୍ଷୀ ରଖିଥିବା ବୈବାହିକ ବନ୍ଧନ କୁ ସମାଜ ସ୍ଵିକୃତି ଏବଂ ମାନ୍ୟତା ଦଉଛି, ସେହି ପରି ମୋତେ ରାଖୀ ବାନ୍ଧିଥିବାରୁ, ମୁଁ ହେଲି ସାବିତ୍ରୀ ଦେବୀଙ୍କର ଭାଇ  I ତାଙ୍କର ଦୁଇ ଭାଇ ବାହାରେ ରୁହନ୍ତି, ବାପା ବୃଦ୍ଧ ଓ ମା ମଧ୍ୟ ରୋଗାକ୍ରାନ୍ତ I ଅନ୍ୟ ସମ୍ପର୍କୀୟ  ମାନେ ସବୁ ଭୀରୁ ଆଉ କାପୁରୁଷ, ଯେଉଁ ମାନେ ପରିବାର ଇଜ୍ଜତ ନାଆରେ  ନିଜର କାପୁରୁରୁଷତା ଆଉ ସ୍ଵାର୍ଥକୁ  ଲୁଚେଇ ବସିଛନ୍ତି I ସେମାନଙ୍କ ମଧ୍ୟରୁ କିଛି  ଏହି ମହାଶୟଙ୍କ  ଦ୍ଵାରା ଅତୀତରେ ଆର୍ଥିକ ସାହାଯ୍ୟ ମଧ୍ୟ ପାଇଛନ୍ତି I ତେଣୁ ସମସ୍ତେ ଚୁପ ଆଉ ଆଜି ଆଖିରେ ଅନ୍ଧ ପୁଟୁଳି ବାନ୍ଧିକି ବସିଛନ୍ତି I ସମସ୍ତଙ୍କର ଭୟ, ଛାଡ଼ପତ୍ର ହୋଇଗଲେ ଘରର ଇଜ୍ଜତ ପଳେଇବI ଆଜି ମଧ୍ୟ ଏହି ଆଧୁନିକ ସମାଜରେ ଜଣେ ଡିଭୋର୍ସଡ଼ ସ୍ତ୍ରୀର ମାନ୍ୟତା  କମ,  ଆଉ ପୁରୁଷ ପ୍ରାଥମିକତା ପାଉଥିବା ସମାଜରେ ସ୍ତ୍ରୀ ଟିଏକୁ ସମ୍ପୂର୍ଣ୍ଣ ନ୍ୟାୟ  ମିଳିବ ନିହାତି ଅସମ୍ଭବ I ଏହା ଠାରୁ  ଆଉ କଣ ଦୁଃଖର ଆଉ ଟ୍ରାଜେଡିର ବିଷୟ ସମାଜ ପାଇଁ ଯେ ଏହି ମହାଶୟଙ୍କ ଭାଇ ଗୋଟିଏ ଶିକ୍ଷା ଅନୁଷ୍ଠାନରେ ପ୍ରଫେସର ଭାବରେ କାର୍ଯ୍ୟରତ ! କଣ ମୌଳିକ ଶିକ୍ଷା ଦେବେ ସିଏ ଛାତ୍ର ମାନଙ୍କୁ, ଯିଏ ନିଜର ଭାଇକୁ ଠିକ ଆଉ ଭୁଲର ପାର୍ଥକ୍ୟ ବୁଝେଇ ପାରିନାହାନ୍ତି, ଆଉ ସଂଲିଷ୍ଟ ହୋଇଛନ୍ତି ତାଙ୍କର ସବୁ କୁକର୍ମରେ, ଭାତୃ ପ୍ରେମର ଆଡୁଆଳରେ I ଏହି ସମାଜରେ କେତେ ଦିନ ଯାଏଁ ମଣିଷଟିଏର ଆତ୍ମତୃପ୍ତିରେ ବଂଚିବାର କ୍ଷମତା ଆଉ ଅଧିକାର ଆସିବ କେବେ, ସିଏ ସ୍ତ୍ରୀ ହେଉ ଅବା ପୁରୁଷ ହେଉ ! କେତେ ଦିନ ଯାଏଁ  ଓକିଲଙ୍କ ଶତରଂଜ ଚାଲରେ ସ୍ତ୍ରୀ କିମ୍ବା ପୁରୁଷ ଜଣେ ହେବ ଏହି ସମାଜରେ ଶିକାର ? ଏହାହିଁ କଣ ଆମର ସଭ୍ୟ ହେବାର ସୂଚକ ଯେଉଁଠାରେ ସ୍ତ୍ରୀ କିମ୍ବା ପୁରୁଷଟିକୁ ବାଧ୍ୟ  କରା ଯାଏ ପରିବାର ନାଆରେ, ପରିବାରର ଇଜ୍ଜତ ନାଆରେ, ଏକ ଅଭିଶପ୍ତ ଜୀବନ ବଞ୍ଚିବାକୁ? କେତେ ଦିନ ପର୍ଯ୍ୟନ୍ତ ଏହି ସମାଜରେ ଅପରାଧୀ ମାନେ ଅନ୍ୟର ଦୋଷ ବାହାର କରି ଅନ୍ୟକୁ ଭୁଲ ଠଉରାଇ, ନିଜାକୁ ମହାନ ପ୍ରମାଣିତ କରିବେ? " 

ଜଜ କିଛି ସମୟ ଚାହିଁ ରହିଲେ I 


"ମୁଁ ମଧ୍ୟ ତୁମ ଭଳି ଅନେକ ପ୍ରଶ୍ନ ଆକରିଛି ନିଜକୁ ଏହି ଅଦାଲତ ବାହାରେ, କିନ୍ତୁ ଆମେ ସମସ୍ତେ ଏକ ନ୍ୟାୟିକ ପ୍ରଣାଳୀର ଶିକାର  I ମୁଁ ତାହାହିଁ କରି ପାରିବି ଯାହା ନ୍ୟାୟଯୁକ୍ତ I ତୁମର ସାକ୍ଷୀର ଏଠାରେ ଆବଶ୍ୟକ ନାହିଁ ଏକ ପ୍ରକାରର I ଡିଭର୍ସଟି  ନ୍ୟାୟସଂଗତ କିନ୍ତୁ କୋର୍ଟ ସବୁ ବେଳେ ଚେଷ୍ଠା କରେ କିପରି ପରିବାରଟି  ନ ଭାଙ୍ଗୁ ଆଉ ଛୁଆ ମାନେ ହଇରାଣ ନ ହୁଅନ୍ତୁ  I ," ଜଜ କହିଲେ I ଜଜ ନିଜର ନିଷ୍ପତି ଶୁଣେଇଦେଲେ I 


" ତୁମକୁ ଧୋକା  ଦେଇଛି ଏହି ଲୋକଟା ସାବିତ୍ରୀ ", ଯୁବକ ଜଣକ କହିଲେ କୋର୍ଟରୁ ବାହାରୁ ବାହାରୁ I "ମୁଁ କିନ୍ତୁ ଖୁସି ଅଛି, ମୁଁ ଗୋଟିଏ ରୋଗାକ୍ରାନ୍ତ ଚରିତ୍ରହୀନର ସ୍ତ୍ରୀ ହେବା  ବଦଳରେ, ଜଣେ ଡିଭରସି ହୋଇ ରହିବାକୁ ପସନ୍ଦ କରିବି I ସମାଜ ଆଖିରେ ମୁଁ ଯାହା  ହେଲେ ମଧ୍ୟ, ଯେତେ ଅବାଂଛିତା ହେଲେ ମଧ୍ୟ, ମୋ ନିଜ ଆଖିରେ କେବେ ମଧ୍ୟ ମୁଁ ଖସିବିନି , ଏହାହିଁ ମୋ ସ୍ତ୍ରୀ ଶକ୍ତିର ଆଉ ସ୍ଵାଭିମାନର ମାପଦଣ୍ଡ ", ସାବିତ୍ରୀ ଦେବୀ କହିଲେ ନିଜର ଦୁଇଟି ସନ୍ତାନକୁ ଧରି କୋର୍ଟରୁ ବାହାରୁ ବାହାରୁ I 


Rate this content
Log in

More oriya story from Ranjit Sahu

Similar oriya story from Drama