Maitreyee Kamila

Inspirational

3  

Maitreyee Kamila

Inspirational

ଆଉ ନୁହେଁ

ଆଉ ନୁହେଁ

2 mins
463



      ନିରାକାର ଗୋଟେ ହୋଟେଲରେ କାମ କରେ ।  ଚାରି ପାଞ୍ଚ ଦିନରେ , ଥରେ ଗାଁକୁ ଯାଏ, ଗାଁରେ ବୁଢା ବାପା ମାଆ ତା ସ୍ତ୍ରୀ ମାଳ, ପୁଅ କିନୁ, ଝିଅ ଟିକିଲି ରୁହନ୍ତି । ଗାଁ ଇସ୍କୁଲରେ ପାଠ ପଢ଼ନ୍ତି ଛୁଆ । ଗାଁରୁ ସହର ସତୁରୀ କିଲୋ ମିଟର ।  ଦିନରେ ହୋଟେଲରେ ଦେଖା ଶୁଣା କାମ କରେ ସଂଜ ହେନେ ଭାଟିରୁ ଟିକେ ପକେଇ ଦେଉ ରିକ୍ସା ଚଳାଏ, ସହରରୁ ରିକ୍ସା ଗାଁ ଆଡେ ଗଡେ । ଖାଲ ଢ଼ିପା ଉଠାଣି ଗଡାଣୀ ସବୁ ଥାଏ ସେ ରାସ୍ତାରେ ,ଆକାଶରେ ଜହ୍ନ ଟା ସିଧା ତାରି ଆଡେ ମୁହଁ କରି ଅନେଇଥାଏ ।  କ୍ଷେତ ମଝିରେ ସରୁ ଗଡାନି ରାସ୍ତା ଟା ଠିକ ମଥା ସିଂଥା ଭଳି ଆଗକୁ ଗଡି ଯାଇଛି । ସବୁଦିନ ପ୍ରାୟ ରିକ୍ସା ନେଇ ସେ ବାଟରେ ଯିବା ଆସିବା କରେ ।  ସେଦିନ ପୁଷ ପୁନେଇ ଜହ୍ନ ଟା ରୁପା ଥାଳିଆ ପରି ଝଲକୁ ଥିଲା, ସଂଜ ବେଳେ ରାମୁ ଆସି ଡାକି ନେଇଗଲା ଭାଟିକୁ, ଦୁଇଜଣ ଦେଶୀ ଟିକେପକେଇ ଦେଇ ବାହାରିଗଲେ ରିକ୍ସା ନେଇ ।  ଏଥର ଗୀତ ଗାଇ ଗାଇ ଗରାଖ ନେଇ ଚାଲିଲା ନିରାକାର,ଦିନ ସାରା ଏଇ ଯୋଉ ମୁହୂର୍ତ୍ତ ତାକୁ ଅନେଇ ବସେ । ହୋଟେଲରେ କାମ କରୁ କରୁ ଭାବୁଥିବ କେତେବେଳେ ସଂଜ ହବ । ତା ସବୁ ମିଜା ଜ ରଙ୍ଗୀନ ପାଲଟି ବ ।  ଗରାଖ ଥିଲେ ତା ରିକ୍ସାରେ ,ହଠାତ ନେଇ ଗୋଟେ ଖାଲରେ ପକେଇଦେଲା ରିକ୍ସା । ସ୍ତ୍ରୀ ଛୁଆକୁ ନେଇ ଯାଉଥିଲେ ବାବୁ ଗାଁ କୁ, ଯେମିତି ଖାଲରେ ପଡିଛନ୍ତି ଜୋରସେ ପାଟି କଲେ ମାଆ ଛୁଆ ,ବାଟୋଇ କାଁ ଭାଁ ସଉଦା ସାରି ଫେରନ୍ତି । ଦୂରରୁ ଦେଖାଯାଉଥିବା ଲୋକ ପାଖରେ ପହଂଚିବା ବେଳକୁ ନିରାକାର ର ନିଶା ଛାଡ଼ିଲାଣି ।  ଡରି ଯାଇ ଲୋକଙ୍କୁ ଡାକ ପକେଇ ସମସ୍ତଙ୍କୁ ଖାଲରୁ ବାହା ର କଲା । ବାବୁ ରାଗିଯାଇ ପୋଲିସରେ ଖବର ଦେବେ ବାହାରିଲେ,ପିଇଦେଇ ଚଲାଉଛୁ,ଧୁମ ଗାଳି ଦେଲେ ।  ନିରାକାରକୁ ଆଉ କିଛି ଦିଶିଲାନି, ଗୋଡ଼ ହାତ ଧରି ଭୁଲ ମାଗିଲା ,ଆଉ ଦିନେ ଏମିତି ହେବ ନାହିଁ ବହୁତ କାକୁତି ମିନତୀ ହେବା ପରେ ବାବୁ ଚୁପ ହେଲେ ।  ତାଙ୍କୁ ନେଇ ଜାଗାରେ ଛାଡିବା ପରେ ଘର କଥା ମନେ ପଡ଼ିଲା । ମାଳ ନୀତି ଠାକୁରଙ୍କୁ ନିଜ ହାତରେ ମାଳ ଗୁନ୍ଥି ଚଢାଏ, ମୁଁ ସେଇଥିପାଇଁ ବଂଚିଗଲି ।  

  ତାପରଦିନ ଶନିବାର ଦୁଇଦିନ ଛୁଟି ନେଇ ଘରକୁ ଗଲା । ସକାଳୁ ଗାଁରେ ପହଂଚିଲା ବେଳକୁ ସ୍କୁଲ ସାମ୍ନାରୁ ଛୁଆ ସବୁ ହାତରେ ନିଶା ନିବାରଣ କାର୍ଡ ଧରି ପାଟି କରି ଚାଲିଛନ୍ତି ।  ତା ଝିଅକୁ ଦେଖି ପକେଇ ଅଟକି ଗଲା । ଶୋଭା ଯାତ୍ରା ଆସୁଛି , ପାଟି ଶୁଭୁଛି "ବନ୍ଦ କର ବନ୍ଦ କର ମଦ ବେପାର ବନ୍ଦ କର ", "ଚାଲିବ ନାହିଁ ଚାଲିବ ନାହିଁ ,ଆଉ ଆମେ ସହିବୁ ନାହିଁ" ।  ଟିକିଲିକୁ ଦେଖି କାଲି ରାତି କଥା ମନେ ପଡ଼ିଲା ତାରି ପରି ଛୋଟ ଛୁଆଟେ ମାଆ କୋଳରେ ତା ରିକ୍ସାରେ ବସିଥିଲା ।  ରାସ୍ତାରେ ତାକୁ ଧରି କାନ୍ଦିପକେଇଲା ନିରାକାର । ତା ମୁଣ୍ଡ ଛୁଇଁ କହିଲା "ନା ଆଉ ଦିନେ ଯିବିନି ଭାଟିକୁ" ।  ପିଲାଙ୍କ ଧାଡି ଆଗକୁ ମାଡି ଯାଉଥିଲା ।  ଟିକିଲି ମଧ୍ୟ କେତେବେଳୁ ଆଗକୁ ଗଲାଣି । ଆଉ ନିରାକାର ନୂଆ ଏକ ଶପଥ ଛୁଇଁ ରାସ୍ତାରେ ସେ ଯିବା ବାଟକୁ ଅନେଇରହିଛି ।  



Rate this content
Log in

Similar oriya story from Inspirational