STORYMIRROR

Jagannath Sahoo

Romance Tragedy

2  

Jagannath Sahoo

Romance Tragedy

ଆଉ ଗୋଟେ ପୃଥିବୀକୁ ଯିବା

ଆଉ ଗୋଟେ ପୃଥିବୀକୁ ଯିବା

2 mins
1.9K


ସକାଳ ହେଇ ଆସୁଥାଏ, ଭୋର ବୋଲି କେହି କେହି କୁହନ୍ତି, ବସନ୍ତ କିଛି ଦିନ ହେଲା ଯାଇଛି, ଗ୍ରୀଷ୍ମ ର ଆଗମନ, କାକର ବିନ୍ଦୁ ଗୁଡା ହୀରା ପରି ଚକମକ କରୁଥାନ୍ତି ! ଏତିକି ବେଳେ ମୁଁ ଆଉ ଜୀବନ ଅର୍ଦ୍ଧଦୌଡ ଅବସ୍ଥା ରେ ଯାଉଥିଲୁ, ନାଁ ଜୋରରେ ଦୌଡୁଛୁ ନାଁ ଚାଲୁଛୁ !ଜୀବନ ତ ବହୁତ ସାହସୀ, ଆଜି ତାଙ୍କ ମନରେ ଭୟ କାହିଁକି,

ସାହସୀ ନହୋଇଥିଲେ କଲେଜ ହଷ୍ଟେଲ ପାଚେରୀ ର କାଚ ଉପରେ ଚଢି ମୋତେ ଦେଖିବାକୁ ସବୁଦିନ ଆସିନଥାନ୍ତେ, ହେଲେ ଆଜି କାହିଁକି ମୁଁ ସବୁ ଛାଡି ଆସିଲା ପରେ ବି ତାଙ୍କ ସାହାସ ନରମି ଯାଇଛି !

ମୋତେ ତ କହିଲେ ଜ୍ୟୋତି ଘରୁ କିଛି ଆଣିବନି, ଖାଲି ଯେଉଁ ପୋଷାକ ପିନ୍ଧିଛ ସେତିକି, ନହେଲେ ବୋଉ ତ ସୁନା ଜିନିଷ ସବୁ ମୋ ପାଇଁ କରି ରଖିଥିଲା,ମୁଁ ନେଇ ଆସିଥାନ୍ତି, ପଇସାପତ୍ର ନାହିଁ କି, ସେ ଯୋଗୁ ସାହାସ ହରାଉ ନାହାନ୍ତି ତ???

ଜ୍ୟୋତି ଆମେ ଭୁଲ କରୁନେ ତ, କାହା କୁ କିଛି ନକହି ଆମେ ଘର ଛାଡି ପଳାଉଛେ କଣ ଠିକ କଥା !

ଜୀବନ ମୁଁ ତୁମକୁ ମୋ ଜୀବନଠୁ ବି ବେଶୀ ଭଲ ପାଏ, ମୁଁ ତୁମ ବିନା ବଞ୍ଚି ପାରିବିନି, ତୁମେ ତ କହୁଥିଲ ଆମ ଘରେ କହିବାକୁ, ମୁଁ ମନାକଲି,

ତମେ ଜାଣିନ ଜୀବନ, ଜେଜେ ଆମର ଜମିଦାର ଥିଲେ, ବାର ଚଉଦ ଖଣ୍ଡର ଗାଁ ଲୋକ ତାଙ୍କୁ ମାନୁ ଥିଲେ, ଜେଜେଙ୍କ ଅନ୍ତେ ବାପାଙ୍କ ଖାତିର କମିନି, ଯେତେ କହିଥିଲେ ବି ବାପା ରାଜି ହୋଇ ନଥାନ୍ତେ, ତୁମର ବୈଶ୍ୟ, ଆମର କ୍ଷତ୍ରିୟ ଅସମ୍ଭଵ ଜୀବନ, ଅସମ୍ଭବ !

ଜୀବନ କିଛି କହି ଆସୁଥିଲା......

ଥାଉ ଜୀବନ କିଛି ବି କୁହନି, ଆମେ କିଛି ବି ଭୁଲ କରିନେ, ତମେ କଣ କହୁଛ, ମୁଁ ଆମର ଘରେ ଆତ୍ମହତ୍ୟା କରିଥାନ୍ତି, ଆଉ ତମେ ଜୀବନ ଯାକ ମରି ମରି ବଞ୍ଚିଥାନ୍ତ, ଆଉ ନହେଲେ ଦୁଇଜଣ ଯାକ ଏକା ସାଙ୍ଗେ କୋଉଠି ରେଳ ରାସ୍ତାରେ କି କୋଉଠି ଗଛ ଉପରେ ଦଉଡ଼ା ଦେଇଥାନ୍ତେ ! କେଦାର ଗୌରୀଙ୍କ ପ୍ରେମ କାହାଣୀ ପରି ସମାଜ ଆମକୁ ବାଃ ବାଃ କରି ଥାନ୍ତା !

ନାଁ ଜୀବନ ନାଁ, ଆମେ ପ୍ରେମ କରି କଣ ଭୁଲ କରିଛେ, ଆମେତ ରାତି ରାତି ଅନିଦ୍ରା ହୋଇ କଥା ହୋଇନେ, କୋଉ ପାର୍କ କି ହୋଟେଲ ଯାଇ ରୋମାନ୍ସ କରିନେ କି କିଛି ଅନୈତିକ କାମ ବି କରିନେ, ତମେ ତମ ୟୁନିଭରସିଟି ର ଟପର ମୁଁ ତ ହାୟର ଫାର୍ଷ୍ଟକ୍ଲାସ ପାଇଛି ! ତୁମେ ଠିକ ରେ ପ୍ରସ୍ତୁତ ହେଲେ ଜଲଦି ଗୋଟେ ଆଏସ ଅଫିସର ହୋଇଯିବ, ଖାଲି ଏତିକି ଭୁଲ କରିଛେ ମନ କୁ ମନ ଦେଇ ଦେଇଛେ, ଆମର କିଛି ଅସୁବିଧା ହେବନି,

ଜ୍ୟୋତି, ତୁମ କଥା ସବୁ ମୁଁ ବୁଝି ପାରୁଛି, କିନ୍ତୁ ଆମେ ଯିବା କୋଉଠିକି, ଜାତି ଜାତି ରେ ବିଭେଦ, ତୁମକୁ ମୁଁ ବାହା ହୋଇନାହିଁ ଏକାଠି ରହିବାକୁ ସମାଜ ସ୍ୱୀକୃତି ଦେବନାହିଁ, ପ୍ରେମର ସାହସ ରେ ଏତେ ବାଟ ସିନା ପଳେଇ ଆସିଲି କଣ କରିବି କିଛି ଭାବି ପାରୁନି ଜ୍ୟୋତି !

ଜୀବନ, ଚାଲ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚାଲିଯିବା, ଯେଉଁଠି ଜାତି ର ବିଭେଦ ନଥିବ, ନଥିବ ଛଳନା, ଲାଂଛନା ର ଭୟ, ଚାଲି ଯିବା ଏକ ନୂଆ ଦିଶା, ନୂଆ ଭାବନା, ନୂଆ ଜାଗାକୁ ଆଉ ଗୋଟେ ପୃଥିବୀ କୁ..........

ମାଆ, ଜ୍ୟୋତି,, ଉଠ ମାଆ, ସାତଟା ବାଜିଲାଣି, ଜୀବନ ଆସିଥିଲା, ଭୁବନେଶ୍ୱର ଯାଉଛି କଣ ଗୋଟେ ପରୀକ୍ଷା ଅଛି କହୁଥିଲା, ତୁ ସୋଇଥିଲୁ, ଉଠାଇବାକୁ ମନା କଲା! ଧଡ଼ କି ଉଠିଲା ଜ୍ୟୋତି, ଓଃ ପାହାନ୍ତିଆ ସ୍ବପ୍ନ, ଧେତ ଜୀବନଙ୍କର ଆଜି ଆଏସ ପରୀକ୍ଷା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance