The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jagannath Sahoo

Others

3  

Jagannath Sahoo

Others

ଗର୍ବିତ ପ୍ରେମିକ

ଗର୍ବିତ ପ୍ରେମିକ

3 mins
476



ପ୍ରେମଟା ଭାରି ଦୁଷ୍ଟ, ମାନେନି ଶାନ୍ତ କି ଦୁଷ୍ଟ, କବଳିତ କରେ ତାର ମାୟା ବନ୍ଧନ ରେ !!ବେଳେବେଳେ ଶିଖର ରେ ପହଞ୍ଚାଇ ଦିଏ ଆଉ କେବେ ଅଧୁରା, ଚାଲନ୍ତୁ ଅଧୁରା ରବି ର ପ୍ରେମ କେବେ ଅନ୍ତ ହେଉଛି !!

 

ଶାନ୍ତ ସରଳ ସ୍ନିଗ୍ଧ ହେଉଛି ରବି, ପାଠ ପଢା ରେ ଯେମିତି, ଖେଳକୁଦ ରେ ବି ସେମିତି !! ସମୟ ର ଗତିପଥ ରେ ଗୋଟିଏ ଗରିବ ପରିବାର ରେ ଜନ୍ମିତ ରବି ର ପାଠପଢ଼ା ରେ ରୋକ ଲାଗିଯାଏ ଦଶମ ଶ୍ରେଣୀ ରେ , ଚାଲିଯାଏ ସୁଦୂର ରାଜଧାନୀ କୁ ଗୋଟିଏ ଲୁଗା ଦୋକାନ ରେ କାମ କରେ !!

ଦୀର୍ଘ ବର୍ଷ ପ୍ରାୟ ଆଠ ବର୍ଷ ପରେ ଫେରିଆସେ ତା ଜନ୍ମ ମାଟିକୁ, ଭାବିଲା ନିଜେ କିଛି କରିବ !!ଭାଗ୍ୟ ର ସାଥ ରେ ନିଜ ସହର ରେ ପାନ ଦୋକାନ ଟିଏ କଲା, ଭଲ ଦି ପଇସା ରୋଜଗାର ବି କଲା, ଭଲ ଛାତ୍ର ହୋଇଥିବାରୁ ପଢା ପ୍ରତି ରୁଚି ବଢ଼ିଲା 

କଷ୍ଟେ ମଷ୍ଟେ ପାଞ୍ଚ ବର୍ଷ ପଢି ସ୍ନାତକ ଶେଷ କରିଲା !!

ଏହି ସମୟ ରେ ଆସିଲା ରବି ର ଜୀବନରେ ଏକ ପରିବର୍ତ୍ତନ, ରବିର ଦୋକାନ ପାଖରେ ଆସି ସୀମା ବୋଲି ଝିଅଟିଏ ଭଡା ରେ ରହିଲା,ଓ ସୀମା ଗୋଟିଏ ଯୁଏଲରି ଦୋକାନ ରେ କାମ କରୁଥିଲା, ସେ ରବିର ଦୋକାନ ରୁ ଜିନିଷ ନିଆ ନି କରେ, ଏହା ଭିତରେ ରବି ଓ ସୀମା ମଧ୍ୟ ରେ ବନ୍ଧୁତା ହୋଇଗଲା, ଧୀରେ ଧୀରେ ବନ୍ଧୁତ୍ୱ ରେ ନିବିଡ଼ତା ବଢ଼ିଲା, ରବି ଜାଣିଲା ସୀମା ମଧ୍ୟ ଜଣେ ମେଧାବୀ ଛାତ୍ରୀ ! କିନ୍ତୁ ସେ ବି ତା ଭଳି ଗରିବ ପରିବାର ରୁ ଆସିଥିବାରୁ ଆଗକୁ ପଢି ପାରିନଥିଲା, କଷ୍ଟରେ ସ୍ନାତକ କୁ ସାରି ଦେଇଛି !!ରବି ମନରେ ଏକ ନୂତନ ଆଶା ବାନ୍ଧିଲା ସେ ବୁଝିଛି ଗରିବ ହେଲେ କେତେ କଷ୍ଟ, ଚିନ୍ତା କଲା ତାର ବାନ୍ଧବୀ କୁ ଉଚ୍ଚଶିକ୍ଷା କରେଇବ, ନିଜର ସଂଚିତ ଅର୍ଥରେ ବାନ୍ଧବୀ କୁ ଉଚ୍ଚଶିକ୍ଷା ନିମିତ୍ତ ଉତ୍କଳ ବିଶ୍ୱ ବିଦ୍ୟାଳୟ ରେ ପଢ଼ାଇଲା !!


ଏହା ଭିତରେ ରବିର ମନରେ ସୀମା ପ୍ରତି ଦୁର୍ବଳତା ଆସି ଯାଇଥିଲା, ମନେମନେ ସେ ସୀମା କୁ ଭଲ ପାଇ ବସିଲା !!କିନ୍ତୁ କେବେହେଲେ ସାହସ କରି କହିପାରିନି ମୁଁ ସୀମା ତତେ ଭଲ ପାଉଛି !!


ଠିକ ସେ ଯତ୍ନ ନେବା, ଭଲ ମନ୍ଦ ବୁଝିବା, ସାହାଯ୍ୟ କରିବା 

ଆଉ କଣ ଗୋଟେ ପ୍ରେମିକ କରିପାରେ ତା ପ୍ରେମିକ ପାଇଁ, ହଁ ଆଧୁନିକତା ନାଁ ରେ ବଡ ହୋଟେଲ, ପାର୍କ କି ସିନେମା କେବେ ରବି ନେଇନି ସୀମା କୁ, 

ବନ୍ଧୁତା ର ପ୍ରଥମ ବର୍ଷ ଯେବେ ପୁରିଲା କିଛି ଉପହାର ଦିଆନିଆ ହୋଇଥିଲା !!


ଏହା ଭିତରେ ଆସିଗଲା ଫ୍ରେବୃଆରି ଚଉଦ, ପ୍ରେମ ଦିବସ !!ରବି ଭାବିଲା କଣ ଉପହାର ଦେବ, କଣ କହିବ ସୀମାକୁ ଅନେକ ଦ୍ଵନ୍ଦ ପରେ ଗୋଟିଏ ଚିଠି ଲେଖିଲା ରବି 

ନିଜର ମନର ପ୍ରେମ କୁ ପରିପ୍ରକାଶ କଲା ସେ ଚିଠି ମାଧ୍ୟମରେ, ମୁଁ ତତେ ବହୁତ ଭଲ ପାଏ ସୀମା, ଜୀବନ ସାରା ଏ ବନ୍ଧୁତା ରହିବ, ଆଜିର ଏ ଫୋନ ଦୁନିଆ ରେ ପୃଥିବୀ ର ଯେ କୌଣସି କୋଣ ରେ ତୁ ଥିଲେ ତୁ ଖୋଜିଲେ ମୁଁ ପହଂଚିଯିବି, 

ଏମିତି କିଛି ମର୍ମସ୍ପର୍ଶୀ ଭାବେ ନିଜର ଭାବନା କୁ ପରିପ୍ରକାଶ କଲା ରବି, ଚିଠିଟି ସାହସ କରି ସୀମା କୁ ଦେଇଦେଲା ମଧ୍ୟ, କିନ୍ତୁ ଉତ୍ତର ରବି କିଛି ପାଇଲା ନାହିଁ !!


ଉଚ୍ଚଶିକ୍ଷା ପାଇଁ ରବି ଠୁ କିଛି ଦୂର ରେ ସୀମା ରହୁଥିଲା, କିଛିଦିନ ପରେ ରବି ର ଫୋନ ଆଉ ସୀମା ଉଠାଇଲା ନାହିଁ, ପୁଣି କେବେ ଉଠେଇଲେ କେମିତି ଅଛୁ ଭଲ ଅଛୁ କି ନାହିଁ, ପଦେ ଦୁଇ ପଦ କଥା ହୋଇ ଫୋନ କାଟିଦିଏ !!


 ରବି ସେ ସବୁ କିଛି ବୁଝି ପାରୁ ନଥାଏ, ହଠାତ ସୀମାର ଏମିତି ପରିବର୍ତ୍ତନ କଣ, ରବି ସୀମାର ସାଙ୍ଗ ସାଥି ପଚାରେ, ସୀମା ଆଉ କାହାକୁ ଭଲ ପାଉଛି କି, କିନ୍ତୁ ନାଁ ତ, 


ତ ଏମିତି କଣ ହେଲା, କିଛିଦିନ ଯିବା ପରେ ସୀମାର ଫୋନ ଲାଗିଲା ନାହିଁ, ରବି ପତା ଲଗାଇଲା, ସୀମାର ଫୋନ ଭାଙ୍ଗି ଯାଇଛି, ତାର ସାଙ୍ଗ ମାଧ୍ୟମ ରେ କହିଲା ଦେ ଫୋନ ଠିକ କରିଦେବି, କିନ୍ତୁ ସୀମା ସଫା ସଫା ମନା କରିଦେଲା, ନାଁ ମୋ ଫୋନ ମୁଁ କାହାକୁ ଦେବିନି !!


ରବି ଆଶ୍ଚର୍ଯ୍ୟ ହୋଇଗଲା, ଯୋଉ ସୀମା ରବି ନଖାଇଲେ ଖାଏନି l ଜୁଏଲାରୀ ରୁ ଫେରିଲା ବେଳେ ଯା ହେଲେ ବି ଆଣିଥିବ, ଆଜି ଏମିତି କାହିଁକି ଘଟିଲା !!! 


ଆଜି ରବି ଭାରି ମର୍ମାହତ, ଶୟନେ ସପନେ ଜାଗରଣେ ଖାଲି ସୀମା ହିଁ ମନେ ପଡୁଛି, ଭାଗ୍ୟ କୁ ବି ଦୋଷ ଦେଇପାରୁନି ରବି କାରଣ ଯାହା ଜୀବନରେ ପ୍ରଥମ ଥର ଗୋଟିଏ ବନ୍ଧୁ ଆସିଲା ସେ ବି ଝିଅ ଟିଏ, ଆଉ ତା ପ୍ରେମ ର ରୂପ ନେଲା କିନ୍ତୁ ଅଧୁରା ବି ଅସମ୍ପୂର୍ଣ ବି, ନିରୁପାୟ ଆଜି ରବି, ତଥାପି ହାର ମାନିନି ରବି ଆଜିବି ସୀମାର ଉଚ୍ଚଶିକ୍ଷାରେ ଯେମିତି ବାଧା ନଆସେ ସେଇଥିରେ ଚେଷ୍ଟାରତ ରବି, କିନ୍ତୁ ଅବୁଝା ସୀମା ରବି ର ସାହାଯ୍ୟ କୁ ଆଉ ଗ୍ରହଣ କରିବତ ???


ଆଜି ବି ରବିର ମନରେ ପ୍ରଶ୍ନବାଚୀ ??


ସତରେ ରବିର ପ୍ରେମ କଣ ଆଗକୁ ଯାଇପାରିବ ??

ତାର ସୀମା ରବିର ପରିସୀମା କୁ ଫେରିବତ ??


ଏହା ଏକ ପ୍ରଶ୍ନବାଚୀ ହୋଇରହିଛି !!!


Rate this content
Log in