STORYMIRROR

Jagannath Sahoo

Comedy Others

3  

Jagannath Sahoo

Comedy Others

ମୋ ଧର୍ମପତ୍ନୀ

ମୋ ଧର୍ମପତ୍ନୀ

2 mins
1.3K


ପତ୍ନୀଙ୍କ ବିଷୟରେ ଯେହେତୁ ଲେଖିବାକୁ ଯାଉଛି ତାହା ନିଶ୍ଚିତ ପତ୍ନୀ ବିରୋଧୀ ହେଇଥିବ କାହିଁକି ନାଁ ବହୁତ କମ ପୁରୁଷ ଦେଖିବାକୁ ମିଳେ ସେମାନେ ନାରୀ ବିରୋଧୀ ନୁହେଁ କିନ୍ତୁ ପତ୍ନୀ ବିରୋଧୀ !!ମୁଁ ମଧ୍ୟ ନାରୀ ବିରୋଧୀ ନୁହେଁ କି ପତ୍ନୀ ବିରୋଧୀ ମଧ୍ୟ ନୁହେଁ !ସ୍ପଷ୍ଟବାଦୀ !! ଗଳ୍ପକୁ ଯିବା....

ସାତପୁରୁଷ ର ଭିଟା ମାଟିରେ ପାଞ୍ଚ ବଖରା ମାଟିର ଚାଳ ଛପର ଘର, ସେଥିରୁ ତିନି ବଖରା ଆଟୁ ଘର, ତା କରକୁ ରୋଷେଇ ଘର, ତା କରକୁ ଅବ୍ୟବହାର ଜିନିଷ ଘରଟା ଆରିମାରି ରେ ଭର୍ତ୍ତି !!ତା କରକୁ ଗୁହାଳ, ଗୁହାଳ ବୋଲି ଗୋଟିଏ ଗାଈ !!ଏ ହେଉଛି ଆମ ପୁରୁଣା ଘର ର ବାସ୍ତୁ !!

ସେଇ ଜାଗାରେ ଜାଗା ହେବ ନାହିଁ ବୋଲି ଘରଠୁ କିଛି ମାତ୍ର ଦୂରରେ ପନ୍ଦରଶହ ସ୍କୋୟାର ଫୁଟ ରେ ତିନୋଟି ବେଡ଼ରୁମ, କିଚେନ, ଡ୍ରଇଂ ରୁମ, ଠାକୁର ଘର ଇତ୍ୟାଦି !!ଏ ହେଲା ନୂଆ ଘର ର ବାସ୍ତୁ !!

ପାଠକେ ନିଶ୍ଚୟ ଭାବିବେ ଲେଖକ କଣ ନିଜ ଘର ର ବାସ୍ତୁ ବିଷୟରେ କହିବେ ବୋଲି ଲେଖୁଛନ୍ତି, ନାଁ ସାମଞ୍ଜସ୍ୟ ଅଛି !!

ସାମଞ୍ଜସ୍ୟ ଟା ଆଂଜ୍ଞା ବହୁତ !!

ଏଇଆ ବୋଉ ମୋର ପଞ୍ଚମ ପାସ କିନ୍ତୁ ପତ୍ନୀ ଏମ. ବି. ଇ. ଡି !!ବୋଉ ସକାଳୁ ପାଞ୍ଚ ଟାରୁ ଉଠି ଘରର ଦାଣ୍ଡରେ ଗୋବର ପାଣି ପକେଇ ଓଲେଇ ବାସନ ମାଜି, ସେତେବେଳେ ଚୁଲି ରୋଷେଇ ହେତୁ ଚୁଲି ଲିପି ନିଜ ର ନିତ୍ୟକର୍ମ ସାରି ଗାଧେଇ ଯିବେ !!ତା ଭିତରେ ପୁଣି ଗୁହାଳ ପୋଛିବ, ଗାଈ କୁ ଖାଇବାକୁ ଦେବ, ଏ ସବୁ ଆଠଟା ରୁ ନଅଟା ଭିତରେ ସାରି ଆମେ ଭାଇ ଭଉଣୀ ବିଦ୍ୟାଳୟ ବାହାରିଲା ବେଳକୁ ଗରମ ଭାତ, ଡାଲି କି ଡାଲମା ଆଉ ଭଜା ତିଆରି ସାରିଥିବ !!ପଖାଳ ଖାଇଲେ ଥଣ୍ଡା ଲାଗିଯିବ ବୋଲି ରବିବାର ଦେବ କେବଳ ପଖାଳ !!ଦିନ ଯାକ ଚାଉଳ ରୁ ଗୋଡି ବାଛୁଥିବ, ଆମ ଜାମା ସଫା କରୁଥିବ, ଓଷା ଉପାସ ବେଳେ ବିରି ରଗଡ଼ିବା, ଢ଼ିଙ୍କି ରେ ଚୁନା କୁଟିବ ଇତ୍ୟାଦି !!

ପୁଣି ସନ୍ଧ୍ୟା ବେଳେ ଆମେ ଖେଳିକି ଆସିଲେ ଉପମା କିମ୍ବା ସୁଜି ଖିରି, ଚୂଡ଼ା ସନ୍ତଳା କରି କି ଦେବ, ଆମେ ପାଠ ସାରିଲା ବେଳକୁ ରୁଟି କି ଡାଲମା ନହେଲେ ଭାତ ହେଲେ ଆଉ କିଛି ତରକାରୀ ନିହାତି କରିକି ରଖିଥିବ !!ଆମେ ଶୋଇବୁ କିନ୍ତୁ ସେ ଶୋଇ ନଥିବ ବାପା ଙ୍କୁ ଖାଇବାକୁ ଦେଇ ତାଙ୍କୁ ଗୋଡ ଘଷି ଶୋଇବ !!

କିନ୍ତୁ ଧର୍ମପତ୍ନୀ ଉଠନ୍ତି ଛଅ ଟାରୁ ସାତଟା ମଧ୍ୟରେ ଉଠିବେ, ନିଜ ଘରଟା ଓଲେଇ ଗାଧେଇ ଯିବେ, ଆମେ ଆମ କର୍ମ କ୍ଷେତ୍ର କୁ ଯିବା ବେଳକୁ ମଧ୍ୟ ବା ଦଶଟା ବେଳକୁ କହୁଥିବେ ଆଉ ଦୁଇ ମିନିଟ ରୁହ ଉପମା କରିଦିଏ ଖାଇଦେଇ ଯିବ, ଗ୍ୟାସ ରୋଷେଇ, ସଫା ବି ମେସିନ ରେ ପାଣି ବି କାଢ଼ିବାକୁ ପଡୁନି !

!ବୋଉ କୁହେ ପୁଅ ଆମର ସିନା ଘର ପାଖେ କୂଅ କିନ୍ତୁ ସେ ଝିଅ ଥିଲା ବେଳେ ମାଇଲେ ବାଟ ଯିବାକୁ ହୁଏ ପାଣି ଆଣିବାକୁ !!

ଆଂଜ୍ଞା ଆହୁରି ଅନେକ ସାମଞ୍ଜସ୍ୟ ଅଛି

ଧର୍ମପତ୍ନୀ ପଢିଲେ ଉତ୍ତମ ମଧ୍ୟମ ହେବ ମୁଁ ବି ଅନ୍ୟ ପୁରୁଷ ଙ୍କ ପରି ମୋ ପତ୍ନୀ ଙ୍କୁ ଡରେ !!

-ଜଗନ


Rate this content
Log in

Similar oriya story from Comedy