STORYMIRROR

Jagannath Sahoo

Others Tragedy

3  

Jagannath Sahoo

Others Tragedy

ଛାଡପତ୍ର

ଛାଡପତ୍ର

2 mins
1.1K


ସୁଲଗ୍ନା କାଲି ରବିବାର ! ଜିନିଷପତ୍ର ସବୁ pack କରିଦିଅ କାଲି ଆମେ ଆମ ଗାଁ କୁ ଯିବା । ତୁମ ଗାଁ କୁ ନାଁ 'ବାବା ନାଁ ' କାହିଁକି ? ତୁମ ଗାଁ କୁ ତ ଗଲା ରବିବାର ଯାଇଥିଲେ ଏ ରବିବାର ଆମ ଗାଁ କୁ ଯିବା । ଏଥିରେ ଅସୁବିଧା କଣ ଅଛି । ଗୋଟେ ଦିନ ରହିବା ! ବାସ ପଳେଇ ଆସିବା ।

ମୁଁ ଯେତେବେଳେ ବି ଆମ ଘର କୁ ଯିବା କଥା କହିଛି, କିଛି ନାଁ କିଛି ବାହାନା କରି ତମେ ଦୁରେଇ ଦେଇଛ ।ତମର ବୋହୁ ହେଇ କିଛି କର୍ତ୍ତବ୍ୟ ଅଛି କି ନାହିଁ ??

@ କର୍ତ୍ତବ୍ୟ ତମେ ମତେ ଶିଖାଇବା ଦରକାର ନାହିଁ । ମୁଁ ମୋ କର୍ତ୍ତବ୍ୟ ଠିକ ରେ କରୁଛି କି ନାହିଁ ମୁଁ ଜାଣିଛି ।ok । ମୋ ଦରମା ରୁ ଅଧା ଟଙ୍କା ତ ଦେଉଛି ତୁମକୁ ପଠାଇବା ପାଇଁ, ଫୋନ ରେ ତ କଥା ହେଉଛି ଦୁଇ ତିନି ଦିନରେ ଥରେ, ତା 'ପରେ ବଡ଼ଭାଇ ଆଉ ଭାଉଜ ତ ଅଛନ୍ତି ସେଇଠି care ନେବାକୁ, ପୁଣି ମୁଁ ମୋ କର୍ତ୍ତବ୍ୟ ରେ ଅବହେଳା କଲି କେତେବେଳେ ?

ଦୁଇ ତିନି ଦିନ ରେ ଫୋନ କରୁଛ । କାଇଁ ତୁମ ଘରକୁ ତ ଦୁଇ ତିନି ଘଣ୍ଟା ରେ ଫୋନ କରୁଛ ।ଶନିବାର ଠୁ ପଳେଇ ଯାଉଛ ଯେ ସୋମବାର ଯାଇ ସିଧା ଅଫିସ ରେ ହାଜର ।

ଏଇଠି ସ୍ୱାମୀ ଖାଇଲା କି ନଖାଇଲା ତମର କଣ ଯାଏ ଆସେ ।ଟଙ୍କା ପଇସା ପଠେଇ ଦେଲେ ନିଜର କର୍ତ୍ତବ୍ୟ ସରି ଯାଏନି ।ବୋହୁ ଭାବରେ ତୁମର ଆହୁରି ବି କିଛି ଦାୟିତ୍ୱ ରହିଛି  ଯାହା ତୁମେ ଠିକ ଭାବରେ ତୁଲାଉ ନାହଁ ।

ଆମ ଘରକୁ କେତେ କଥା ହେଲି, ଏଇଟା ତୁମ ଆଖି କୁ ଦେଖାଯାଉଛି । ତା 'ପରେ ତମେ ତ ବାହା ହେବା ଆଗରୁ ନିଜେ ରୋଷେଇ କରି ଖାଉଥିଲ ;ଆଉ ଏବେ ବି ଖାଉଛ, ଏଇଥିରେ ମୋର ବୁଝିବା କଣ ଦରକାର । ଆଉ ମୁଁ ବି ଦେଖୁଛି ଆଜିକାଲି ତମେ ବେଶୀ ଚିଡିଚିଡ଼ି ହେଉଛ  ମତେ ତ arenge marriage, କରିଛ । ଆଉ କୋଉଠି love କରୁଛ ନାଁ କଣ ?  ମୁଁ ଯଦି ତୁମର ଅସୁବିଧା କରୁଛି ।ତେବେ ମତେ ଛାଡପତ୍ର ଦେଇ ଦିଅ, ତୁମର ସବୁ ଅସୁବିଧା ଦୂର ହେଇଯିବ ।

ଏଇ ଛୋଟ କଥାରେ ତୁମେ, ଏତେବଡ କଥା କହୁଛ, ମୁଁ ତୁମ ବାପା ମାଆଙ୍କୁ ଯେତିକି ସମ୍ମାନ ଦେଉଛି, ତୁମେ ବୋହୁ ହେଇ ଶାଶୁ ଶ୍ୱଶୁରଙ୍କୁ ସମ୍ମାନ କରିବା କଥା କି ନାହିଁ । କାଲି ରବିବାର ଅଛି ଗୋଟେ ଦିନ ରହି ଫେରି ଆସିବା । ଏଥିରେ କଣ ' ମୁଁ ଭୁଲ କହିଲି???

ତମର ସେ ଭୁଲ ଆଉ ଠିକ ର ହିସାବ ମୋର ଦରକାର ନାହିଁ । ମୋର  ଛାଡପତ୍ର ଦରକାର ଛାଡପତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍