STORYMIRROR

Sunanda Mohanty

Abstract Classics Fantasy

3  

Sunanda Mohanty

Abstract Classics Fantasy

ଆତଙ୍କବାଦୀ

ଆତଙ୍କବାଦୀ

2 mins
144


ଘରଟା ସାରା କୃଷ୍ଣଭୋଗ ବା ବାସୁମତୀ ଅରୁଆ ଚାଉଳ ର ବାସ୍ନା, ଆଜିକାଲି ନୂଆ ନୂଆ ବଡଦାନା ଅରୁଆ ଚାଉଳ ସବୁ ବିରିଆନୀ ପାଇଁ ଆସୁଥିବା ବେଳେ ପୁରୁଣା ବାସୁମତୀ କୃଷ୍ଣଭୋଗ ଅରୁଆ ଚାଉଳ ର ବାସ୍ନା ରେ ଘର ଟା ମହମହ ବାସୁଛିତ ମନ ଯେତିକି ଆଧ୍ୟାତ୍ମିକତା ରେ ପୁରି ଉଠୁଥିଲା ହଠାତ ଆତଙ୍କ ରେ ଭରିଗଲା, କାରଣ ଅରୁଆ ଚାଉଳ ବ୍ୟତିରେକେ ଶିଆଳିଆପତନୀ ନାମ୍ନୀ ନେଉଳ ପରାଏ ଜନ୍ତୁ ମଧ୍ୟ ଟିକେ ଏଇ ଭଳି ବାସେ ଆଉ ଯାହା କଥା ବାକି ରହିଲା, ସେ "ନାଗସାପ ", ସେ କଥା ମନକୁ ଆସିବାର ଅନ୍ୟ ଏକ କାରଣ ବି ଥିଲା, ଏଇ ଦୁଇ ଦିନ ଧରି ଉର୍ମିଙ୍କୁ ସବୁଆଡେ ନାଗସାପ ର ପ୍ରତିଛବି ଦିଶୁଥିଲା, ତ ଆତଙ୍କିତ ଓ ଶିହରଣ ରେ ସତର୍କତା ଅବଲମ୍ବନ କରି ଚାରିଆଡେ ସତର୍କ ଦୃଷ୍ଟି ନିକ୍ଷେପ କରି ଧୂଆପୋଛା କରୁ କରୁ ମନେ ପଡୁଥିଲା ତଳଘରେ ଥିଲାବେଳର କଥାଟିଏ l

    ସେଦିନ ସତକୁ ସତ ନାଗସାପଟିଏ ପଶିଆସିଥିଲା ଆଗପଟ ଘରର ମୁଖ୍ୟ ଦୁଆର ବାଟେ ତ ଲୋକେ ଆଗପଟୁ ଘେରି ଯିବା ଫଳରେ, ଆଉ ରାସ୍ତା ନପାଇ ପଛକୁ ଅର୍ଥାତ ଘରମୁଁହା ହେଲା ସାପଟି, ତ ଜଗି ରହି ଉର୍ମି ଫୋନ କରି ସ୍ନେକ ହେଲପେର ସାହାଯ୍ୟରେ ସ୍ୱାମୀ ଭବାନୀ ବାବୁଙ୍କ ସହାୟତାରେ, ସାପ ଧରା ହେଇସାରିବା ପରେ ସ୍ୱାମୀ ମୁଣ୍ଡରେ ହାତ ଦେଇ ବସିଗଲେ, ଶିବଙ୍କ ପାଖରେ କିଛି ଯାଚଜ୍ଞା ରହିଯାଇଥିବାର ଅନୁସନ୍ଧାନ କରି ଜାଣି ବ୍ୟସ୍ତ ହୋଇପଡି, ସବୁ ଯାଚଜ୍ଞା ପୂରଣ କରି ଆଶ୍ୱସ୍ତ ହୋଇ କହିଥିଲେ, "ଶିବଶଙ୍କରଙ୍କ ଯାଚଜ୍ଞା ଭୁଲିଯିବା ଫଳରେ ପ୍ରଭୁ ଭୋଳାନାଥ ଆତଙ୍କବାଦୀ ପ୍ରେରଣ କଲେ,"କଥାଟା ଉଭୟ ହାସ୍ୟରସ ତଥା ଭୟଭୀତ ଭିତରେ ଶେଷ ହୋଇଥିଲେ ମଧ୍ୟ, ଆଜି ସେହି କଥା ମନେ ପଡି ଦେହ ଶୀରଶିରେଇ ଉଠିଲା ଉର୍ମିଙ୍କର, ତ କେତେ ଠାକୁର ଠାକୁରାଣୀ ଓ ଶିବ ଶଙ୍କର ଙ୍କ ସ୍ତୋତ୍ର ପଠନ କରି ବିଶ୍ୱକର୍ମାଙ୍କ ପୂଜା ପାଇଁ ଲାଗିପଡ଼ିଲେ ଓ ପୂଜା ସାରି ଉଠୁଛନ୍ତି ତ ହଠାତ ଗୋଡ଼କୁ ନାଗସାପ କାମୁଡ଼ିଦେବାର ଅନୁଭବ ରେ ଆତଙ୍କିତ ହୋଇ ଦେଖିଲା ବେଳକୁ କାନ୍ଥରୁ କ୍ୟାଲେଣ୍ଡର ଖସି ଗୋଡ଼ ପାଖେ ପଡିଛି ଓ ଉଠେଇ ଆଣି ହତବମ୍ବ ହେଉ ହେଉ ଜାଣିଲେ ପ୍ରଭୁଙ୍କ କି ଲୀଳା, ଆଜି ସଂକ୍ରାନ୍ତି ବୋଲିକି ଭୁଲିଯାଇଥିବାରୁ ବୋଧେ..., ଯା ହେଉ ପ୍ରଭୁଙ୍କ କୃପା ଯେ ତାଙ୍କ ପରିବାର ସହ ରହିଛି, ଅସ୍ବସ୍ତି ରେ ପୁଣି ଭୋଗ ସଜାଡୁଥିଲେ ଶିବ ମନ୍ଦିରକୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract