STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆସକ୍ତିରୁ ମୁକ୍ତି

ଆସକ୍ତିରୁ ମୁକ୍ତି

1 min
14.7K


ଜଣେ ସାଧୁ ଅନେକ ଉଦ୍ୟମ କଲା ପରେ ମଧ୍ୟ ଯେତେବେଳେ ଅଭୀଷ୍ଟ ସାଧନ ପଥରେ ଅଗ୍ରଗତି କରିପାରିଲେ ନାହିଁ, ସେ ଜଣେ ଗୁରୁଙ୍କୁ ଖୋଜିଲେ। ସତ୍‌ ଅନେ୍ଵଷଣ ସର୍ବଦା ସୁଫଳ ଦେଇଥାଏ। ସୁତରାଂ ,ସାଧୁଜଣେ ସଦ୍‌ଗୁରୁଙ୍କୁପାଇଗଲେ। ସାଧୁଯେତେବେଳେ ସଦ୍‌ଗୁରୁଙ୍କୁ ଭେଟିଲେ, ସେତିକି ବେଳେ ସଦ୍‌ଗୁରୁ କୌଣସି ଏକ କାର୍ଯ୍ୟରେ ବର୍ଷଟିଏ ଲାଗି ବାହାରକୁ ଯାଉଥିଲେ। ତେଣୁ ସେ ସାଧୁଙ୍କୁକହିଲେ- ତୁମ ନିଷ୍ଠା ମୁଁ ଅନୁଭବ କରିପାରୁଛି। ତେବେ ଧାଡ଼ିଏ କଥାରେ ସବୁ ଇଲମ ରହିଛି। ସେଇ ଧାଡ଼ିକ ହେଲା- ଆସକ୍ତିକୁସଂପୂଣ୍ର୍ଣରୂପେ ପରିହାର କର। ଏ ପ୍ରଚେଷ୍ଟା ଜାରିରଖ। ମୁଁ ଫେରିଲେ ଦେଖିବିତୁମେ କେତେ ବାଟ ଆଗେଇଛ। ଏହା କହି ସଦ୍‌ଗରୁ ଚାଲିଗଲେ। ସାଧୁବାବା ତ ଅନେକ ଦିନରୁ ଆସକ୍ତି ଛାଡ଼ିସାରିଥିଲେ।

ତେଣୁତାଙ୍କୁଏ ଗୁରୁଜ୍ଞାନ କିଛିନୂଆ ଲାଗିଲା ନାହିଁ। ତଥାପିସେ ବିଚାର କଲେ ଯେ ଗୁରୁଙ୍କ କଥା ମାନିଆହୁରିଯେତେ ଯାହା ଆସକ୍ତିଅଛି ସବୁଛାଡ଼ିବେ। ଏହା କହିସାଧୁବାବା ସବୁ କିଛିଛାଡ଼ିଦେଲେ, ଯାହାକୁକହନ୍ତି ସଂପୂଣ୍ର୍ଣ ବୈରାଗୀ ହୋଇଗଲେ। କୌଣସି ବସ୍ତବା ବ୍ୟକ୍ତି; କାହା ପ୍ରତି ତାଙ୍କର ଆସକ୍ତି ରହିଲା ନାହିଁ। ସେ ସାଧାରଣ ସଂସାରୀ ଲୋକଙ୍କୁ ଭୋଗୀ ବୋଲି ବିବେଚନା କରିସେମାନଙ୍କ ଠାରୁଦୂରେଇ ରହିଲେ। ବର୍ଷକ ପରେ ଗୁରୁଫେରିଲା ପରେ ସାଧୁସେଇ କଥା ଗୁରୁଙ୍କୁକହିଲେ। ଏଥର ଗୁରୁକହିଲେ- ବାବା ତୁମେ ଏ ପର୍ଯ୍ୟନ୍ତ ପ୍ରକୃତ ପକେ୍ଷ ଆସକ୍ତି ମୁକ୍ତ ହୋଇପାରିନାହଁ । ସବୁକିଛି ଛାଡ଼ି ବୈରାଗୀ ହୋଇଯାଇଛ ସିନା, ଏବେ ବୈରାଗ୍ୟକୁଜାବୁଡ଼ିଧରିଛ। ସବୁ ଛାଡ଼ିବାର ଅର୍ଥ ସବୁକିଛି ଛାଡ଼ିବା। ସେଥିଲାଗି ମନକୁ ଏଭଳି କରିବାକୁହେବ ଯାହା ଭିତରେ ନା ଭୋଗ ନା ବୈରାଗ୍ୟ କିଛିହେଲେ ରହିବ। କେବଳ ସେ ଅବସ୍ଥାରେ ହିଁଜଣେ ମହାନନ୍ଦ ଓ ପରିପୂଣ୍ର୍ଣତା ଅନୁଭବ କରିପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics