Writer Roja Panda

Inspirational

4.6  

Writer Roja Panda

Inspirational

ଆଶୀର୍ବାଦ

ଆଶୀର୍ବାଦ

3 mins
466



ମୁଁ ମାନେ ରୋଜା । ଆଜି କୌଣସି କାଳ୍ପନିକ ଗଳ୍ପ ନୁହେଁ କି କାହାର ଜୀବନ କାହାଣୀ ନୁହେଁ ବରଂ ନିଜ ବିଷୟରେ କିଛି ଲେଖୁଛି ଯାହା ପୁରାପୁରି ବାସ୍ତବ ।

କେବେକେବେ ମୁଁ ନିଜକୁ ବୋହୁତ ଭଲପାଏ ତ ପୁଣି କେବେକେବେ ଖୁବ ରାଗେ ନିଜ ଉପରେ । ବେଳେବେଳେ ଈଶ୍ୱରଙ୍କୁ ପ୍ରଶ୍ନ କରେ ଯେ, ହେ ଈଶ୍ୱର ମତେ କୋଉ ମୁହୂର୍ତ୍ତରେ ଆଉ କେମିତି ଗଢିଲ ? ହା ହା ମୋ ମୁହଁରୁ ଏମିତି ଉକ୍ତି ଶୁଣି ଆପଣମାନଙ୍କୁ ବୋହୁତ ହସ ଲାଗୁଥିବ ନିଶ୍ଚିତ । ମୁଁ ନିଜେ ବି ହସେ ମୋ ଉପରେ ଆଉ ଅନେକ ସମୟରେ ବିସ୍ମିତ ଓ ଆଶ୍ଚର୍ଯ୍ୟ ହେଇଯାଏ ମୋର ପ୍ରତ୍ୟେକଟି କାର୍ଯ୍ୟ କଳାପକୁ ନେଇ । ମୋ ମନକୁ ଈଶ୍ୱର କେମିତି ଗଢ଼ିଛନ୍ତି କେଜାଣି କାହାକୁ କିଛି ଦୁଃଖ ଦେଲାପରି କଥାପଦେ କହିଦେଲେ ଦିନ ଦିନ ଧରି ଅନୁତାପ କରେ । ଅନ୍ୟାୟକୁ ସହିପାରେନି କିନ୍ତୁ ଅନ୍ୟାୟକୁ ବିରୋଧ କଲେ ବି ଅନୁତାପ କରେ । ମୋର କିଛି କାର୍ଯ୍ୟ କଳାପକୁ ଅନ୍ୟମାନେ ଯେତେବେଳେ ଠିକ୍ ବୋଲି କୁହନ୍ତି ଯଦି ସେହି ଠିକ୍ କାର୍ଯ୍ୟ ଦ୍ୱାରା କୌଣସି ଭୁଲ କରୁଥିବା ଲୋକର ମନ ଦୁଃଖ ହୁଏ ତେବେ ବି ମୁଁ ଅନୁତାପ କରେ । ଓଃ ଏ ଅନୁତାପ ମୋର ପିଛା ଛାଡେନି ।ସ୍ଵାମୀଙ୍କ ପରି ମୋ ପାଖରେ ଚିପ୍କି କି ଥାଏ ।


ବେଳେବେଳେ ଭାବେ ଯେଉଁମାନେ ମତେ ଦୁଃଖ ଦିଅନ୍ତି,ମତେ ଈର୍ଷା କରନ୍ତି,ମୋର କ୍ଷତି କରନ୍ତି,ସେମାନଙ୍କ ପ୍ରତି ମୋର ଘୃଣା ଆସିବା କଥା ନା ? ହଁ ସେମାନଙ୍କ ପ୍ରତି ମୋର ଘୃଣା ଆସେ କିନ୍ତୁ ଯେତେବେଳେ ସେମାନେ କିଛି ବିପଦରେ ପଡ଼ନ୍ତି ବା କିଛି କଷ୍ଟ ପାଆନ୍ତି ମୋର ସେମାନଙ୍କ ପ୍ରତି ଏତେ ଦୟା କେଉଁଠୁ ଆସେ ? ମୋର ତ ଗୋଟିଏ ମନ । ସେଇ ଗୋଟିଏ ମନ ଭିତରେ ଏକା ସାଙ୍ଗରେ ଘୃଣା ଆଉ ଦୟା କେମିତି ଆସେ ? ଗୋଟିଏ ମନରେ ରାଗ ଆଉ ଭଲପାଇବା କେମିତି ଆସେ ? ହଁ ରାଗ କଥାରୁ ମନେ ପଡ଼ିଲା ଯେ,ମୁଁ ବି ରାଗେ । ହେଲେ ମୁଁ ରାଗେ ବୋଲି କେହି ବିଶ୍ୱାସ କରନ୍ତିନାହିଁ । ମୋର ସାଙ୍ଗସାଥୀ, ବନ୍ଧୁ ପରିଜନ,କାର୍ଯ୍ୟାଳୟର ସହ କର୍ମଚାରୀ ଏମିତିକି ମତେ ଜାଣିଥିବା ପ୍ରତ୍ୟେକଟି ବ୍ୟକ୍ତି କେବେବି ବିଶ୍ୱାସ କରନ୍ତିନାହିଁ ଯେ ମୁଁ କେବେ ରାଗେ ବୋଲି ।କିନ୍ତୁ ବାସ୍ତବରେ ମୁଁ ବି ରାଗେ । ବେଳେବେଳେ ରାଗିଯାଇ ନିଜର ବୋହୁତକ୍ଷତି କରେ । କିନ୍ତୁ କ୍ରୋଧରେ ଆସି ଅନ୍ୟର କିଛି କ୍ଷତି କରେନି ।ବିନା କାରଣରେ କେବେ ରାଗେନି । ରାଗିବାପାଇଁ ମୋ ପାଖରେ ବୋହୁତ କାରଣ ଥାଏ । କିନ୍ତୁ ସେଇ କାରଣ ସବୁ ଦର୍ଶାଇ ପାରେନି ଆଉ କେବଳ ନିଜର କିଛି ନା କିଛି କ୍ଷତି କରେ । କାହିଁକି ମୁଁ ମୁଁହ ଖୋଲି କିଛି କହିପାରେନି ? କାହିଁକି ମୋ ମନରେ ସାଗର ପରି ଅସୀମ ଭୟ ? ମାଆକୁ ବୋହୁତ ଥର ଏ ବିଷୟରେ ପଚାରିଛି ହେଲେ ମାଆ କହେ , ମୁଁ ମାଆ ପାଇଁ ଆଉ ଏ ଦୁନିଆ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ । ଆଉ ସେଥିପାଇଁ ମୁଁ ଯେତେ ଠିକ୍ ହେଇଥିଲେ ବି ଅନ୍ୟର ଭୁଲ ପାଇଁ କାହା ଉପରେ ରାଗିବା,କାହାକୁ ଘୃଣା କରିବା,କାହାର କ୍ଷତି କରିବା ଏସବୁ ମୋ ଭାଗ୍ୟରେ ନାହିଁ । ହଁ ଆଶୀର୍ବାଦ ।


ମୁଁ ମୋ ମାଆ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ କି ନୁହେଁ ମୁଁ ଜାଣିନି କିନ୍ତୁ ମୋ ଉପରେ ବୋହୁତ ଲୋକଙ୍କର ଆଶୀର୍ବାଦ ରହିଛି । ଖାସ୍ ସେଇଥିପାଇଁ ବୋଧେ ଅନେକ ବିପଦରୁ ମୁଁ ଉଦ୍ଧାର ପାଇଛି । ଏସବୁ କଥାରୁ ମାନେ ପଡ଼ିଲା ଯେ,ଥରେ ଭୁବନେଶ୍ବରରେ ରହୁଥିବା ସମୟରେ ମୁଁ ଆଉ ମୋ ଭଉଣୀ ରାସ୍ତା ପାର ହେଉଥିଲୁ । ମୁଁ ମୋ ଭଉଣୀକୁ ସୁରକ୍ଷା ଦେବାପାଇଁ ନିଜେ ରାସ୍ତାର ବିପଦ ସ୍ଥାନରେ ରହି ତାକୁ ସୁରକ୍ଷିତ ସ୍ଥାନରେ ନେଉଥିଲି କିନ୍ତୁ ହଠାତ ଗୋଟେ ଗାଡି ଆସି ଆମ ଦେହରେ ପିଟି ହେଇଗଲା । ମୋ ଭଉଣୀ ତଳେ ପଡିବା ପୂର୍ବରୁ ମୁଁ ତାକୁ ମୋ କୋଳକୁ ଟାଣିନେଲି । ଅଳ୍ପକେ ସେ ବଞ୍ଚିଗଲା । ସାମାନ୍ୟ ଖଣ୍ଡିଆ ହେଇଥିଲା ତାର ।କିନ୍ତୁ ଆଶ୍ଚର୍ଯ୍ୟ ! ଗାଡିଟି ଯେମିତି ଭାବେ ଆସୁଥିଲା ସେ ପ୍ରଥମେ ମୋ ଦେହରେ ବାଡେଇ ହବା କଥା ହେଲେ ମୋର କିଛି ହେଲେ କ୍ଷତି ହେଲାନାହିଁ । ଏସବୁ ଦେଖି ମୁଁ ମାତ୍ର ଅଳ୍ପ ସମୟ ପୂର୍ବକୁ ଫେରିଗଲି । ଯାହା ଥିଲା - ମାତ୍ର ଅଳ୍ପ ସମୟ ପୂର୍ବରୁ ଆମେ ଦୁହେଁ ଘରୁ ବହାରୁଥାଉ ବଜାରକୁ । ବାଟରେ ଆସିଲାବେଳେ ଜଣେ ବୃଦ୍ଧ ଆମକୁ ସତ୍ୟନଗରକୁ ଯିବାପାଇଁ ରାସ୍ତା ପଚାରିଥିଲେ । ମୋ ଭଉଣୀ ତାଙ୍କୁ କହିଲା - ଆମର ଡେରି ହେଉଛି,ଆଗରେ କାହାକୁ ପଚାର । ମୁଁ କିନ୍ତୁ ବୃଦ୍ଧବ୍ୟକ୍ତି ଜଣକୁ ରାସ୍ତା କହିଦେଇଥିଲି । ସେ ମତେ ସେତେବେଳେ ପ୍ରତିଉତରରେ କହିଥିଲେ ଯେ ,"ଈଶ୍ୱର ତୁମର ମଙ୍ଗଳ କରନ୍ତୁ ମା" । ପ୍ରକୃତରେ ଏହି ଆଶୀର୍ବାଦ ପଦକ ମୋର କାମରେ ଲାଗିଲା । ଏମିତି ବୋହୁତ ଘଟଣା ମୋ ସହିତ ଘଟିଛି ଯେଉଁଥିରୁ ମୁଁ ବିପଦ ମୁକ୍ତ ହେଇଛି ଖୁବ ସହଜରେ ।


ହଁ ଏହିପରି ବୋହୁତ ଲୋକଙ୍କ ଆଶୀର୍ବାଦ ଫଳରେ । ଟଙ୍କା ନୁହେଁ ବିପଦରୁ ମୁକୁଳିବା ପାଇଁ ବୋହୁତ ଲୋକଙ୍କର ଆଶୀର୍ବାଦ ଲୋଡ଼ା । ମାଆ କହେ - ମୋର ମନ ଯେମିତି,ମୋର କର୍ମ ଯେମିତି,ମତେ ସେମିତି ହିଁ ଆଶୀର୍ବାଦ ମିଳିବ । ଅନ୍ୟମାନଙ୍କ ଛୋଟ ଛୋଟ ଆଶୀର୍ବାଦ ବଳରେ ବଡ ବଡ ବିପଦ ମଧ୍ୟ ଦୁରେଇଯିବ । ସେଥିପାଇଁ ଟଙ୍କା ଓ ପଦପଦବୀ ପରିବର୍ତ୍ତେ ଆଶୀର୍ବାଦ ଏକାନ୍ତ ଆବଶ୍ୟକ ଜୀବନ ଯୁଦ୍ଧରେ ଜିତିବାପାଇଁ ।  


Rate this content
Log in

Similar oriya story from Inspirational