STORYMIRROR

Sunanda Mohanty

Drama Action Inspirational

3  

Sunanda Mohanty

Drama Action Inspirational

ଆର୍ଶୀବାଦ

ଆର୍ଶୀବାଦ

1 min
231

ଗୁରୁ ଦିବସ ରେ ପ୍ରତ୍ୟକ ଗୁରୁମା ଗୁରୁଜୀ ଙ୍କୁ ଦୁଇଗୋଟି ଅର୍ଥାତ ଡବଲ ପେନ ଦେବ ବୋଲି କୁନା ଘରେ ଜିଦ କରୁଥିଲା ତ ମାଆ ବୁଝେଇଥିଲେ ଗୁରୁ ମାନେ କହୁଥିବା କଥା ଓ ଉପଦେଶ ମାନିବୁ ଯଦି ସେଇଟା ସବୁଠୁ ଗୁରୁଭକ୍ତି ଆଉ ଗୁରୁଦିବସରେ ଗୁରୁଦିବସ କାହିଁକି ପାଳନ କରାଯାଏ ଏବଂ ତାର ଗୁରୁତ୍ୱ ଓ ମହତ୍ୱ ବୁଝିବା ମଧ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତେଣୁ ସ୍କୁଲ ଜୀବନରୁ ସର୍ବସମ୍ମୁଖରେ ରେ ଗୁରୁଦିବସ ର ତାତ୍ପର୍ଯ୍ୟ ବିଷୟରେ କିଛି କହିଲେ ଜ୍ଞାନ ବଢିବ ଭବିଷ୍ୟତ ରେ ସୁବକ୍ତା ଟିଏ ହେବାର ପ୍ରେରଣା ବି ମିଳିବ, ହେଲେ କୁନା ବୁଝୁନଥିଲା 

   ସବୁ ପିଲାମାନେ ସେମାନଙ୍କ ଜନ୍ମ ଦିନରେ ଚକୋଲେଟ, ପେନ ଇତ୍ୟାଦି ଗୁରୁଜୀ ଗୁରୁମା ଙ୍କୁ ଗିଫ୍ଟ ଦେବା କଥା ସେ ଦେଖିଛି ହେଲେ ନିଜେ କିଛି ନଦେଇ ପାରି ଗୁରୁଜୀ ଗୁରୁମା ଙ୍କଠୁ ଆର୍ଶୀବାଦ ପାଇନି କେବେ, ତ ଜିଦି ର ଫଳ ସ୍ୱରୂପ ଦୁଇଟି ଲେଖାଏଁ ପେନ ଧରି କୁନା ସେଦିନ ସ୍କୁଲ ଗଲା, ହେଲେ ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ଙ୍କ କଡା ନିର୍ଦ୍ଦେଶ ସମସ୍ତେ ଗୁରୁ ଦିବସ ରେ କିଛି କିଛି କହିବେ କିନ୍ତୁ କିଛି ଗିଫ୍ଟ ଦେବା ଆବଶ୍ୟକ ନାହିଁ, ତ କୁନା ଯେବେ ଡ଼ରି ଡରି ଡବଲ ପେନ ଦୁଇଟି ଗୁରୁମା ଙ୍କୁ ଦେବାକୁ ଯାଏ, ଗୁରୁମା ତାକୁ କୁଣ୍ଢେଇ ପକେଇ ପେନ ଦୁଇଟି ତୁ ନିଜେ ରଖି ସେଇଥିରେ ଗୁରୁଦିବସର ତାତ୍ପର୍ଯ୍ୟ ବିଷୟରେ ରଚନା ଲେଖି ଦେଲେ ଓ କିଛି କହିପାରିଲେ ତୋ ପ୍ରତି ଆମ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ଆର୍ଶୀବାଦ ରହିବ, ତଥାପି ଏତେ ଗୁଡିଏ ପେନରୁ ଗୋଟିଏ ଲେଖାଏଁ ଗ୍ରହଣ କରିଥିଲେ ସମେସ୍ତେ, କୁନା ବି ଖୁସିରେ କହୁଥିଲା, ହଁ ମୁଁ ଏହି ପେନ ରେ ସବୁଦିନ ଗୋଟିଏ ଲେଖାଏଁ ରଚନା ଲେଖିବି, ଗୁରୁଜୀ ଗୁରୁମା ଖୁସି ହୋଇ ଆର୍ଶୀବାଦ କରିଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama