Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Writer Roja Panda

Inspirational

5.0  

Writer Roja Panda

Inspirational

ଆରକ୍ଷଣ

ଆରକ୍ଷଣ

4 mins
424



ମାଆ.... ମାଆ କୋଉଠି ଅଛୁ ଜଲଦି ଆ (ଆକାଶ ଏମିତି କହି କହି ଘର ଭିତରକୁ ପଶିଗଲା) । ମାଆ ଘର ଭିତରେ ପଡିଥିବା ପାଣି ପୋଛୁଥିଲା । 

ଆକାଶ ପଛରୁ ଡାକି କହିଲା - ମାଆ ତୁ ଏଇଠି ଅଛୁ । ମୁଁ କେତେବେଳୁ ତତେ ଡାକୁଛି । ତୁ ଏଠି କଣ କରୁଛୁ ? ଆଉ ଘର ଭିତରେ ଏତେ ପାଣି କୋଉଠୁ ଆସିଲା ? 

ମାଆ କହିଲା - ଘରର ଛପର ବହୁତ ଦିନ ହେବ ହେଇନି ତ । ସେଥିପାଇଁ ଘର ଛପର ହେଇଥିବା ଛଣ ସବୁ ପଚି ନଷ୍ଟ ହେଇ ଚାଳ ବାଟେ ଘରେ ବର୍ଷା ପାଣି ପସିଯାଉଛି । କାଲି ଠାରୁ ତ ବର୍ଷା ଲାଗିରହିଛି । କଣ କରିବି କହ ? ହେଲେ ତୁ ବ୍ୟସ୍ତ ହୋଅନା କି ମନଉଣା କରନା । ମୁଁ ତୋ ବହିପତ୍ର ସବୁ ମୋ ଲୁଗା ଆଉ ବାପାଙ୍କ ଲୁଙ୍ଗି ,ଗାମୁଛାରେ ଭଲ ଭାବରେ ଗୁଡେଇ ବାନ୍ଧି ରଖିଦେଇଛି । ବାପା କହୁଥିଲେ ଆଉ କେଇଦିନ ପରେ ମଜୁରୀ ମିଳିବ । ସେଇ ମଜୁରୀ ଟଙ୍କାରେ ଚାଳ ଟା ଛପର କରିଦେବେ । 

ଏସବୁ ଶୁଣି ଆକାଶ କହିଲା - ଆଉ ମୋ ପାଇଁ ଖାତା ,କଲମ ,ବହି କେମିତି କିଣାହେବ ? 

ମାଆ କହିଲେ - ବାପାଙ୍କୁ ମଜୁରୀ ମିଳିଗଲେ ସେଇ ଟଙ୍କାରେ ବି ତୋ ବହି,ଖାତା କିଣାହେବ । 

ଆକାଶ ଠିକ ଜାଣିଥିଲା ବାପାଙ୍କର ମଜୁରୀ ଟଙ୍କା ଏତେ କମ ଯେ ,ସେଥିରେ ଦୁଇ ଓଳି ଦୁଇ ମୁଠା ଖାଇବା ବି କଷ୍ଟ । ମାଆ ତାକୁ ବୁଝେଇବା ପାଇଁ ଏମିତି କହୁଛି । ସେ ସ୍ମିତହାସ୍ୟଟିଏ ଦେଇ ଘରବାହାରକୁ ଚାଲିଗଲା । 

ମାଆ.... ମାଆ.. ଆରେ ତତେ ଅସଲ କଥାଟା କହିବାକୁ ଭୁଲିଗଲି (ଆକାଶ ପୁଣି ଥରେ ମାଆକୁ ଡାକ ଛାଡିଲା) 

ଆକାଶ - ମାଆ ଜାଣିଛୁ ମୁଁ ଆଜି ସ୍କୁଲରେ ସବୁଥିରେ ଫାଷ୍ଟ ହେଇ ପୁରସ୍କାର ଆଣିଛି । ଏଇ ଦେଖ (ହାତରେ ଗୋଟେ ଟ୍ରଫି ଆଉ କିଛି ସାର୍ଟିଫିକେଟ ଧରି ଆକାଶ ମାଆକୁ ଦେଖାଇଲା) । 

ମାଆ - ଆରେ ବାଃ ! ମୋ ପୁଅ ସବୁଥିରେ ଫାଷ୍ଟ ହେଇଛି । ବାପା ଆସିଲେ ତାଙ୍କୁ କହିବି ତୋପାଇଁ ଗୋଟେ ନୂଆ କଲମ ଆଣିବେ । ହୋଉ ଆ କଣ ଦିଇଟା ଖାଇଦେ । 

(ମାଆ ରୋଷେଇ ଘରୁ କଂସାରେ କିଛି ମାଣ୍ଡିଆଜାଉ ବାଢି ଆଣିଲେ) ନେ ବାପା ଖାଇଦେ । 


ଆକାଶ - ମାଆ ଆଜି ମଧ୍ୟ ସେଇ ମାଣ୍ଡିଆ ଜାଉ । ହୋଉ ଖାଇଦେବି । ଆକାଶ ଖାଇବାକୁ ଲାଗିଲା । ଏତିକିବେଳେ ଖୁବ ଜୋରରେ ପବନ ସାଙ୍ଗକୁ ବର୍ଷା ଢ଼ାଳିଲା । ଘର ଛପର ବାଟେ ପାଣି ପଡି ଆକାଶର ମାଣ୍ଡିଆ ଜାଉ କଂସାଟା ବର୍ଷା ପାଣିରେ ପୂର୍ଣ୍ଣ ହେଇଗଲା । ଆକାଶ ଆଉ ମାଆ ମିଶି ବିକଳରେ ଘରର ଜରୁରୀ ଜିନିଷ ସବୁ ଘୋଡାଇବାରେ ଲାଗିପଡ଼ିଲେ । ଘରେ ସେତେବେଳକୁ ଆଣ୍ଠୁଏ ପାଣି । ଯେତେ ଚେଷ୍ଟା କରି ମଧ୍ୟ ଆକାଶ ତାର ପଢା ବହି ସବୁକୁ ସୁରକ୍ଷା ଦେଇପାରିଲା ନାହିଁ । ନୂଆ କରି ଆଣିଥିବା ସାର୍ଟିଫିକେଟ ସବୁ ମଧ୍ୟ ବର୍ଷା ପାଣିରେ ଓଦା ହେଇଗଲା । ଆକାଶ ଆଖିରେ ଲୁହ । ମାଆ ବି ନିଜ ପଣତରେ ଲୁହ ଲୁଚୋଉଛନ୍ତି କିନ୍ତୁ କାହିଁ ବର୍ଷା ଟା କଣ ହଠାତ ଉଭେଇଗଲା । କ୍ଷଣିକରେ ସବୁ ନଷ୍ଟ କରିଦେଇ କେଉଁଆଡେ ଚାଲିଗଲା । 

ଆକାଶ ନିଜ ଆଖିରୁ ଲୁହ ପୋଛି କହିଲା - ମାଆ ରଘୁ,ହରିଆ,ସନିଆଙ୍କ ଘର ଭଳି ଆମର ବି କୋଠା ଘର କରିଦେଲେ ଖୁବ ଭଲ ହୁଅନ୍ତା । ସେମାନଙ୍କୁ ବି ନୂଆ ବହି,ଖାତା ମିଳୁଛି ସ୍କୁଲରୁ । ଟଙ୍କା ବି ମିଳୁଛି । ତେବେ ମତେ କାହିଁକି ମିଳୁନି । ମୁଁ ତ ସେମାନଙ୍କ ଠାରୁ ଖୁବ ଭଲ ପାଠ ପଢୁଛି । ଖେଳକୁଦରେ ବି ସେମାନଙ୍କର ଠାରୁ ଆଗରେ ଅଛି । ସେମାନଙ୍କ ବାପା,ମାଆମାନେ ଯାଇ ସରକାରଙ୍କୁ କହି ନିଜର କୋଠାଘର ପାଇଁ ଟଙ୍କା ଆଣୁଛନ୍ତି । ମାଆ ତୁ ବି ବାପାଙ୍କୁ କହ । ସେ ସରକାରଙ୍କୁ କହି ଟଙ୍କା ଆଣି କୋଠା ଘର ତିଆରି କରିବେ । ଆଉ ମୋ ପାଠପଢା ପାଇଁ ମଧ୍ୟ ଟଙ୍କା ଆଣିବେ ଯେମିତି ମୋ ସାଙ୍ଗମାନଙ୍କୁ ମିଳୁଛି । ଏସବୁ ଶୁଣି ମାଆ କହିଲା - ତୋ ସାଙ୍ଗମାନେ ପରା କୋଟା ଦ୍ୱାରା ଏସବୁ ସୁବିଧା ପାଉଛନ୍ତିରେ ଧନ । ଆମେ ପରା ସାଧାରଣ ବର୍ଗର ଲୋକ , ମାନେ ଆମେ ଜେନେରାଲ କାଷ୍ଟ । ସେଥିପାଇଁ ଆମକୁ କିଛି ସୁବିଧା ମିଳିବନାହିଁ । ଆମେ ଯେତେ ଗରିବ ହେଲେବି ଆମର ଦୁର୍ଭାଗ୍ୟ ଯେ ଆମେ ଜେନେରାଲ କାଷ୍ଟ । ସେଥିପାଇଁ ଆମେ ସବୁଥିରୁ ବଞ୍ଚିତ । 

ଆକାଶ - ହେଲେ ମାଆ ମୋ ସାଙ୍ଗମାନେ ତ ଧନୀ ଲୋକ । ସେମାନଙ୍କୁ କାହିଁକି ପାଠପଢା ପାଇଁ ଟଙ୍କା ମିଳୁଛି । ସେମାନେ ସେଇ ଟଙ୍କାରେ ଭୋଜି କରି ଖାଉଛନ୍ତି । କିନ୍ତୁ ମୋ ପାଖରେ ପାଠ ପଢିବାପାଇଁ ମଧ୍ୟ ବହି,ଖାତା କିଣିବାକୁ ପଇସାଟିଏ ନାହିଁ । ସରକାର କଣ ଖାଲି ସେଇମାନଙ୍କୁ ସାହାଯ୍ୟ କରିବେ ଆଉ ଆମକୁ ନୁହେଁ ।

ମାଆ କହିଲେ - ଆରକ୍ଷଣ ବାପା ଆରକ୍ଷଣ । ଏବେ ତ କୋଟାର ଯୁଗ । ସେମାନେ ହେଉଛନ୍ତି ସରକାରଙ୍କର ଅତିପ୍ରିୟ । ଆମେ ଜେନେରାଲ କାଷ୍ଟ ଲୋକମାନେ ଯେତେ ଦୁଃଖରେ ରହିଲେ ବି ସରକାର ଆମକୁ ଦେଖି ଆଖି ବୁଜିଦେବେ ରେ ଧନ । ଏସବୁ ଶୁଣି ଆକାଶ କହିଲା - ମାଆ ଜାତି ତ ଗୋଟିଏ । ଆମ ସମ୍ବିଧାନରେ ଲେଖାଇଯାଇଛି ଯେ, ଜାତି , ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ । ତେବେ ଏଇ ଆରକ୍ଷଣ ବା ଜାତି କୋଟା ଆସିଲା କେଉଁଠୁ ? 


ମାଆ ଆକାଶର ଛୋଟିଆ ମନରେ ଉଙ୍କି ମାରୁଥିବା ଏତେ ବଡ଼ ପ୍ରଶ୍ନର କି ଉତ୍ତର ଦେବେ ହଠାତ କିଛି ବୁଝି ପାରିଲେନି। ଠିକ ସେତିକିବେଳେ ଆକାଶର ବାପା ପଛପଟୁ ଆସି ଆକାଶକୁ କାଖରେ କୋଳେଇ ନେଇ ଗେଲ କରି ତାକୁ ଅତି ସୁନ୍ଦର ଭାବରେ ବୁଝେଇ କହିଲେ, "ଆରେ ବାପା, ଆଗ କାଳେ ଜାତି ବର୍ଣ୍ଣକୁ ଆଧାର କରି ଆମ ପରି ସବର୍ଣ୍ଣ ମାନଙ୍କର ପୂର୍ବ ପୁରୁଷ ମାନେ ଖୁବ ଅନ୍ୟାୟ କରି ପଛୁଆ ଜାତିର ଲୋକଙ୍କଠାରୁ ସବୁ ସୁଖ ସୁବିଧାର ସାଧନ ଛଡେଇ ନେଉଥିଲେ। ସେଥିପାଇଁ ସେମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ସରକାର ଏଇ ଆରକ୍ଷଣ ନୀତି ବାହାର କରିଥିଲେ । ଯେ ସ୍ୱାଧୀନତାର ଏତେ ବର୍ଷ ପରେ ଭାରତରେ କେବଳ ଦୁଇଟି ଜାତି: ଗରୀବ ଆଉ ଧନୀ। ଆଜି ଉଭୟ ସବର୍ଣ୍ଣ ଏବଂ ପଛୁଆ ବର୍ଣ୍ଣ ଲୋକଙ୍କ ମଧ୍ୟରେ ଧନୀ ଯେମିତି ଅଛନ୍ତି ଠିକ ସେମିତି ଗରୀବ, ଅସହାୟ ଓ ନିରାଶ୍ରୟ ଲୋକ ଅଛନ୍ତି ଯେଉଁମାନେ ପ୍ରତିଭା ଥାଇ ମଧ୍ୟ ଅଭାବ ଯୋଗୁଁ ଆଗେଇ ପାରୁନାହାନ୍ତି । କେବେ ସରକାର ଆଜିର ଏଇ ଦୁଇ ଜାତି ବିଷୟରେ ବୁଝିବେ କେଜାଣି?"

ବାପାଙ୍କର ଏ ସବୁ କଥା ବେଶ ମନ ଦେଇ ଶୁଣୁ ଥାଏ ଆକାଶ। ବାପାଙ୍କ କଥା ସରିବାର କିଛି କ୍ଷଣ ପରେ ଆକାଶ ତାର କୁନି କଣ୍ଠରେ ଦମ୍ଭ ଭରା ବୀର ଦର୍ପରେ କହିଲା, " ବାପା ତୁମେ ଜମା ବ୍ୟସ୍ତ ହୁଅନା, ମୁଁ ବଡ ହେଲେ ସରକାର ହେବି ଆଉ ଏ ଦୁଇ ଜାତିକୁ ଉଚିତ ନ୍ୟାୟ ଦେଇ ସମାନ ଅଧିକାର ଦେବି ।" ଛୋଟ ପିଲାଟିର ଆକାଶ ଭଳି ବିଶାଳ ଆତ୍ମ ବିଶ୍ୱାସ ଭରା କଥା ଶୁଣି ବାପା ଓ ମାଆ ହସି ହସି କିଛି କ୍ଷଣ ପାଇଁ ନିଜକୁ ଦୁନିଆର ସବୁଠୁ ଧନୀ ମନେ କଲେ। 



Rate this content
Log in