STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଆମ ମାତୃଭାଷା

ଆମ ମାତୃଭାଷା

2 mins
51

ରମେଶ କଲେଜରେ ପଢେ। ତାକୁ ତାର ସାଙ୍ଗ ଆଶୁତୋଷ ପଚାରିଲା, ଆରେ ଭାଇ ବ୍ୟାଗ ର ଓଡ଼ିଆ ଶବ୍ଦ କଣ? ରମେଶ କହିଲା ,ବ୍ୟାଗ ତ ଆମେ କହୁଛୁ। ଆରେ ବ୍ୟାଗ ଇଂରେଜି ଶବ୍ଦ। ତାର ଓଡ଼ିଆ ଭାଷାର କଣ ନାମ। ରମେଶ ନିରବ ରହି ତାର ଓଡ଼ିଆ ଭାଷାର ଦୃବଳତା ପ୍ରକାଶ କଲା।ଆଶୁତୋଷ ମଧ୍ୟ ନିଜର ଦୃବଳ ମାତୃଭାଷା ଜ୍ଞାନ ପ୍ରକାଶ କଲା। ଦୁହେଁ କଥାବାର୍ତା ହେଉଥିବା ବେଳେ ସେଇବାଟ ଦେଇ ଅଜୟ ସାର ଯାଉଥିଲେ। ରମେଶ ଦେଖି ସାରଙ୍କୁ କହିଲା। ସାର ବ୍ୟାଗର ଓଡ଼ିଆ ଭାଷାର ଶବ୍ଦ କଣ? ସାର ସାଇକେଲରୁ ଓହ୍ଲେଇ କହିଲେ ,ଝୁଲା ଦୁଇଜଣ ପିଲା ହସି ଦେଲେ। ପୁଣି ପଚାରିଲେ ସାର କଣ କହିଲେ । ପୁଣିଥରେ ସାର କହିଲେ ଝୁଲା, ଝୁଲା କହି ହସୁଥିଲେ ପିଲାମାନେ। ସାର କହିଲେ ହସିବାର କଣ ଯଥାର୍ଥତା ଅଛି।


ପିଲାମାନେ କହିଲେ,ଆମେ ତ ନୂଆଶୁଣୁଛୁ ଏଇ ଝୁଲା ନାମକୁ। ହଁ ତୁମେ ଠିକ କହୁଛ, ନୂଆଶୁଣିବା ସ୍ୱାଭାବିକ କାରଣ କେତେକ ଓଡ଼ିଆ ଶବ୍ଦକୁ ଆମେ ଇଂରାଜୀ ଭାଷାରେ କହିଥାଉ।ଓଡିଆ ଭାଷାରେ ବ୍ୟବହାର ନହେଉଥିବାରୁ ସେ ଶବ୍ଦ ଆମପାଇଁ ନୂଆ ଲାଗେ। ଯେମିତି ଟେବୁଲର ଓଡ଼ିଆ ମେଜ । ଆମେ ଓଡ଼ିଆ ,ଆମର ମାତୃଭାଷା ଓଡ଼ିଆ, ଆମ ମାତୃଭାଷାର ଶବ୍ଦ ଭଣ୍ଡାର ବ୍ୟାପକ। କିନ୍ତୁ ଆମର ମାତୃଭାଷା ପ୍ରତି ସମ୍ମାନ ଦେବା ଉଚିତ।କହିବା ଲେଖିବା ଓ ପଢିବା ଆମ ମାତୃଭାଷାର । ଯେପରି ମା କୁ ଆମେ ସମ୍ମାନ ଦେଉଛେ ସେମିତି ମାତୃଭାଷା କୁ ଭଲ ପାଇବା ଉଚିତ। ଦେଖ ପିଲାମାନେ ଆମେ ଲେଖିଲାବେଳେ ଶବ୍ଦଟି ଇଂରାଜୀରେ ଲେଖିଦେଉଛେ। କିନ୍ତୁ ସେ ଶବ୍ଦ ଇଂରାଜୀ ଯାହାକି ଆମ ଭାଷାକୁ ଅପମାନନା ହେଉଛି। ଆମେ ଇଂରାଜୀ ଭାଷା ପଢି ପାରିବା ଅନ୍ୟ ଭାଷାବି ପଢିପାରିବେ ହେଲେ ଆମ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ଜାଣିବା ଉଚିତ।ଏଥିରେ ଲଜ୍ଜିତ ହେବାର ଅର୍ଥ କିଛି ନୁହେଁ।


ଗଙ୍ଗାଧରଙ୍କ କବିତା ପଡେ ମନେ ଥିବ, ମାତୃ ଭୂମି ମାତୃ ଭାଷାରେ ମମତା ଜାହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗୁଣୀରେ ଗଣିବା ଅଜ୍ଞାନୀ ରହିବେ କାହିଁ। ପିଲାମାନେ କହିଲେ , ହଁ ସାର ,ଆମେ ଏବେ ଆମ ଓଡ଼ିଆ ଭାଷାର ପତ୍ର ପତ୍ରିକା ପଡ଼ିବୁ। ଆପଣ କଂ ଲେଖା ଆମେ ପଢିଚୁ , ସୁନ୍ଦର ଲାଗେ କବିତା। ଆଶୁତୋଷ କହିଲା ସାର ଆପଣଙ୍କ ଲେଖାମାନ ଫେସବୂକ ରୁ ମୁଁ ଦିନି ପଢି ନିଜେ ଲେଖୁଛି। ସ।ବାସ ସର କହିଲେ, ଦେଖ କିଏ ମା ପେଟରୁ କବି ବା ଲେଖକ ହୋଇ ଜନ୍ମ ନେଇନାହାନ୍ତି । ଅଭ୍ୟାସ ଜାରୀ ରଖିଲେ ଭଲ ଲେଖି ପାରିବ। ସାର ବିଦାୟ ନେଲେ।ପିଲା ମାନେ ବୁଝିଲେ ଆମ ମାତୃଭାଷାର ମହତ ।


Rate this content
Log in

Similar oriya story from Inspirational