Swarup Nayak

Thriller

3  

Swarup Nayak

Thriller

ଆକସ୍ମିକ

ଆକସ୍ମିକ

2 mins
416


ଛଅ ଜଣ ସାଙ୍ଗ, ତିନିଟା ବାଇକ୍, ଗୋଟେ ଛୁଟିଦିନ । ସପ୍ତାହରେ ଛଅ ଦିନ ତ ଅଫିସରେ କାଟୁ, ଏମିତି ଦିନଟିଏ ଯାହା ବଞ୍ଚେ । ସେଦିନ ଏମିତି ଏକ ଯୋଜନା ଥିଲା ବାଇକରେ ପୁରା ସମ୍ବଲପୁର ବୁଲା ହବ । ମା ସମଲେଇ ମନ୍ଦିର, ହୁମା, ମାନେଶ୍ୱର, ହୀରାକୁଦ ଡ୍ଯାମ, ଘଣ୍ଟେଶ୍ୱରୀ ମନ୍ଦିର ପୁରା ଖସଡା ପ୍ରସ୍ତୁତ ବି ହୋଇଗଲା । ଖସଡା ମୁତାବକ ସବୁ ଠିକ୍ ଚାଲିଥାଏ କଥା ହେଲା ଖରାବେଳ ଖାଇବା ବୁର୍ଲା ପାଖ ଢାବାରେ ହବ । ମଟନ୍ କି ଦେଶୀ ଚିକେନ୍ ଟିକେ ଭିଡି ଦେଇ ଆଗେଇ ଯିବା କଥା । ଏ ଭୋଜନ ସାଙ୍ଗକୁ ମନ୍ଦିର ଦର୍ଶନ ଆମ ଛଅ ଜଣ ମଧ୍ଯରୁ କାହା ପାଇଁ ବି ଆପତ୍ତିଜନକ ନଥିଲା । ପେଟ ଦେବତା ସନ୍ତୁଷ୍ଟ ହେଲେ ସର୍ବ ଦେବାଦେବୀ ପ୍ରସନ୍ନ ।


ମାନସ କହିଲା ସେ ଭଲ ଢାବା ଜାଣିଛି ଯୋଉଠି ମଟନ୍ ବଢିଆ ମିଳେ । ବାସ୍ ବିନା ନିର୍ବାଚନରେ ମାନସ ଆମ ନେତା ସାଜିଲା । ତା ବାଇକ୍ ଆଗେ ଆଗେ, ତା ପଛକୁ ମୁଁ, ମୋ ବାକକ୍ ରେ ସରିତ୍, ଶେଷକୁ ଶୁଭମ୍ ବାଇକ୍ ରେ ବି ଦୁଇଜଣ । ଢାବା ରାସ୍ତାର ଡାହାଣ ପଟେ ସବୁ ଆମେ ବାଁ ପଟେ ଚାଲିଥାଉ । ମୋ ଲକ୍ଷ୍ଯ ମାନସ ଉପରେ, ସେ ଡାହାଣକୁ କାଟିଲେ ମୁଁ ବି ପଛେ ପଛେ ଯିବି । ହଠାତ୍ ମାନସ ଡାହାଣ ପଟକୁ ପାର ହୋଇଗଲା ତା ପଛେ ପଛେ ମୁଁ ବି ଡାହାଣକୁ ହ୍ଯାଣ୍ଡେଲ ମୋଡିଲି । “ସ୍ୱରୂପ” ମୋ ଦୁଇ କାନ୍ଧରେ ହାତ ଦେଇ ଜୋରରେ ପାଟିକଲା ସରିତ୍ । ମୁଁ କିଛି ନ ବୁଝି ଗାଡିର ଦୁଇ ବ୍ରେକ୍ ଏକାବେଳେ ମାରିଛି ଯାହା । ଆଖି ପିଛୁଳାକେ ଇନୋଭା ଗାଡିଟିଏ ୧୩୦ କି ୧୪୦ରେ ଯାଇଥିବ ନିଶ୍ଚୟ ।


କିଛି ସମୟ ପାଇଁ ରାସ୍ତା ମଝିରେ ବାଇକ୍ ଠିଆ କରି ସେମିତି ଠିଆ ହେଇଥାଏ । କଣ ହେଲା ଓ କଣ ହେଇଥାନ୍ତା ମଝିରେ ନିସ୍ତବ୍ଧ ହୋଇଯାଇଥାଏ । ମା’ ର କରୁଣା ଜୀବନ ଦେଲା ନା ଜୀବନର ଘଟଣା ପ୍ରବାହରେ ଏକ ଆକସ୍ମିକ ଦୁର୍ଘଟଣା ପାର ହୋଇଗଲା ଆଜି ଯାଏ ବି ବୁଝିପାରିନି ।


Rate this content
Log in

Similar oriya story from Thriller