ଆଖି ଖୋଲିଦେଇଗଲା କୁନା
ଆଖି ଖୋଲିଦେଇଗଲା କୁନା
ଆଖି ଖୋଲିଦେଇଗଲା କୁନା
ଦୋକାନୀ- କୁନା, କୁନା ଆରେ କୁଆଡେ ଗଲୁ? ଜଲଦି ବାସନ ସବୁ ଧୋଇ ଆଣ, ଲୋକ ଗହଳି ହେଲେଣି ପରା।
କୁନା- ଆସୁଛି ବାବୁ ଆସୁଛି। ବାସନ ଧୋଇବାରେ ବ୍ଯସ୍ତ ଥାଏ
[ବାସନ ଧୋଇ ଆଣିବା ସମୟରେ କିଛି ବାସନ କୁନା ହାତରୁ ଖସିଗଲା, ବାସନ ଖସିବାର ଶବ୍ଦ ଶୁଣିବା ପରେ]
ଦୋକାନୀ- ଆରେ କଣ ଭାଙ୍ଗିଲୁ? ପ୍ରତିଦିନ କିଛିନା କିଛି ଭାଙ୍ଗୁଛି ଏ ପିଲା। ଯେତେ କହିଲେବି ସୁଧୁରିବାର ନାଁ ଧରୁନି। ମନେ ମନେ ନିଜକୁ ଲାଟ୍ ସାହେବ ବୋଲି ଭାବୁଛି। ଆରେ ଗଲା ସବୁ ବାସନ ଗୁଡାକ, ପୁଣି ଅପରିଷ୍କାର କରିଦେଲୁ। ଖାଇଲା ବେଳକୁ ତ ଗେମ୍ଫି ଦେଉଛୁ, କାମ କଲା ବେଳକୁ ବଳ କୁଆଡେ ଯାଉଛି?
କୁନା- ନାଇଁ ବାବୁ ଭୁଲରେ ହାତରୁ ଖସିଗଲା।
ଦୋକାନୀ- ତୋର ଏତେ ଭୁଲ୍ କାହିଁକି ହେଉଛି? କାମ କରିବାକୁ ତ ଇଛା ନାହିଁ ଭୁଲ୍ ହେବନି କେମିତି?
କୁନା- ଛୋଟ ପିଲାଟା ମୁଁ, ଏତେ ସବୁ କାମ କେମିତି କରିବି ବାବୁ?
ଦୋକାନୀ- କଣ ହେଲା? ମୋ ଜିନିଷ ନଷ୍ଟ କରୁଛୁ, ଆଉ କହିଲେ ପୁଣି ମୋ ମୁଁହଁରେ ଜବାବ ଦେଉଛୁ? ରହ ଦଉଛି ତତେ, କୁଆଡେ ଗଲା ମୋ କୁକୁର ପିଟା ପାଞ୍ଚଣ? (ଦୋକାନୀ ବାଡି ଆଣି କୁନାକୁ ବହୁତ ପିଟିଛି)
କୁନା- ଆ, ଆ... ଆ.. ବୋଉ ମରିଗଲି, ଥାଉ ବାବୁ ଥାଉ ଆ... ଆ. ବହୁତ କାଟୁଛି ଏଇ ଥରକ କ୍ଷମା କରି ଦିଅନ୍ତୁ। ଆ.... ଆ...। (କାନ୍ଦି କାନ୍ଦି) ଆଉ ଏମିତି ଭୁଲ ମୁଁ କେବେ କରିବିନି ବାବୁ। ମତେ ଦୟା କରି ଏଇ ଥରକ ଛାଡି ଦିଅନ୍ତୁ। ମୁଁ ତୁମ ଗୋଡ ଧରୁଛି ବାବୁ, ମୋ ଉପରେ ଟିକିଏ ଦୟାକର। (ଦୋକାନୀ କୁନାକୁ ଠେଲିଦେଇ ଚାଲିଗଲା, କୁନା କାନ୍ଦି କାନ୍ଦି ବାସନ ସବୁ ଗୋଟାଇବାକୁ ଆରମ୍ଭ କରେ)
[କୁନା ଦର୍ଶକଙ୍କୁ ଚାହିଁ, ଆଖିରେ ଲୁହ ଓ ଓଠରେ ମିଛ ହସ ସହିତ]
କଣ ଦେଖୁଛନ୍ତି ଆପଣମାନେ? ଦୁଃଖ ଲାଗୁଛି? ନାଁ ନାଁ ଦୁଃଖ କରନ୍ତୁନ। ଆରେ ଏଇଟ
ାତ ମୋ ପାଇଁ ନିତିଦିନିଆ ଘଟଣା, ଦେହ ସୁହା ହେଇଗଲାଣି ମୋର। ଦଶ ବର୍ଷର ହେଇଥିଲି, ବାପା ଆରପାରିକୁ ଚାଲିଗଲେ। ବାପା ଯିବାପରେ ମାଆ ଏବେ ରୋଗ ଶଯ୍ଯାରେ। ଏଗାର ବର୍ଷ ବୟସରୁ ଏଇ ଦୋକାନ ମତେ ଓ ମୋ ମାଆକୁ ସାହାରା ଦେଇଛି। ଆଉ ମୁଁ ମୋର ଏଇ କୁନି କୁନି ହାତରେ ସଂସାରର ବୋଝକୁ ବୋହି ଚାଲିଛି। ସବୁ ଠିକ୍ ଚାଲିଛି, ହେଲେ ପ୍ରତିଦିନ ଯେତେବେଳେ ମୁଁ ମୋ ବୟଷର ପିଲା ମାନଙ୍କୁ ସ୍କୁଲ ଯିବାର ଦେଖେ ଓ ପାଖ ପଡିଆରେ ସାଙ୍ଗ ସାଥି ହୋଇ ଖେଳୁଥିବାର ଦେଖେ, କେଜାଣି କଣ ହୁଏ ମୋର? ମୁଁ ସବୁକିଛି ଭୁଲିଯାଏ। ମୋର ମନେପଡିଯାଏ ମୋ ସ୍କୁଲ କଥା। ମନେପଡେ ବାପାଙ୍କ କଥା। ମୁଁ ବି ଦିନେ ସ୍କୁଲ୍ ଯାଉଥିଲି। ବଡ ହୋଇ ପୋଲିସ୍ ହୋଇ ଆପରାଧୀ ମାନଙ୍କୁ ସାବାଡ୍ କରିବାର ସ୍ୱପ୍ନ ଦେଖିଥିଲି। ହେଲେ ଦଇବ ମୋ ସହ ଖେଳିଲା ନିଷ୍ଠୁର ଖେଳ। ମୋର ସ୍ୱପ୍ନ ସବୁ ପାଣି ଫଟକା ପରି ମିଳେଇଗଲା।
ମୋର ମନେ ଅଛି ଥରେ ସାର୍ ଶ୍ରେଣୀରେ କହିଥିଲେ, " ମଣିଷ ଦୁନିଆର ସବୁଠାରୁ ଶ୍ରେଷ୍ଠ ପ୍ରାଣୀ। କାରଣ ମଣିଷର ବୁଦ୍ଧି ଓ ବିବେକ୍ ଅଛି। ହେଲେ ମୋ ଦୁଃଖ କଷ୍ଟ କଣ କେହି ଜଣେବି ଦେଖିପାରୁନାହାଁନ୍ତି? ନାଁ ମୁଁ ଯେଉଁମାନଙ୍କୁ ମଣିଷ ବୋଲି ଭାବୁଛି ସେମାନେ ସବୁ ମଣିଷ ରୂପି ପଶୁ? କଣ ମୋ ଭଳି ପିଲାମାନଙ୍କପାଇଁ ଏ ସମାଜରେ କିଛିବି ବିଧି ବ୍ଯବସ୍ଥା ନାହିଁ? ନାଁ ମୁଁ ଆଉ ପାରିବିନି। ମୋର ଏଇ କୁନି ହାତରେ ସଂସାରର ବୋଝକୁ ବୋହିବାକୁ, ଆଉ ଏତେ କଷ୍ଟ କରି ପାରିବିନି। (ପ୍ଯାକେଟରୁ ବିଷ ବୋତଲ ଖୋଲି ପିଇ ଦେଇଛି କୁନା। ଆଉ ଯନ୍ତ୍ରଣାର ସହିତ) ହେ, ଏସମାଜର ବଡ ପଣ୍ଡାମାନେ, ଶେଷବେଳେ ମୁଁ ତୁମ ନିକଟରେ ଏତିକି ନେହୁରା କରୁଛି, ଦୟାକରି ମୋ ଭଳି ପିଲାମାନଙ୍କ ଉପରେ ଟିକିଏ ଦୃଷ୍ଟି ଦିଅ। ଆଉ ଯେମିତି କେହି ମୋ ଭଳି କଢରୁ ଫୁଲ ହେବା ପୂର୍ବରୁ ଝଡି ନପଡେ। ସେଥିପ୍ରତି ଟିକିଏ ଯତ୍ନଶୀଳ ହୁଅ। ନହେଲେ ଏସମାଜକୁ ଧ୍ୱଂସ ହେବାରୁ କେହି ରକ୍ଷା କରି ପାରିବେନି। ମତେ କ୍ଷମା କରିଦେବୁ ମାଆ। ( ଆଉ ତାପରେ ସେଇଠି ପଡି କୁନାର ପ୍ରାଣବାୟୁ ଉଡିଯାଇଛି)