STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

2 mins
194

  ଓମିକ୍ରନ ପାଇଁ ସରକାରୀ କଟକଣା, ପିଲାମାନେ ସ୍କୁଲରେ ଅନୁପସ୍ଥିତ ରହିବେ. ସତକଥା, ଆଗ ଜୀବନ ତା ପରେ ସବୁ. ଅଭିଭାବକମାନେ ବି ସତର୍କ. ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଦୁଇପଟକୁ ଭୟ ହେବା ସ୍ୱାଭାବିକ ଭିତରେ, ମନସ୍ୱିନୀ ମିଶ୍ର, ସରକାରୀ ବାଳିକା ବିଦ୍ୟାଳୟର ବଡ଼ଗୁରୁମା ଅସ୍ୱାଭାବିକ ମନ ହୃଦୟରେ ସ୍କୁଲ ବାହାରିଥାନ୍ତି, ଜାତୀୟ ପତାକାକୁ ସସମ୍ମାନେ ଉତ୍ତୋଳନ କରାଇବାକୁ, ଆଉ ଭାବୁଥାନ୍ତି l

  ଏମିତି ଏକ ସାଧାରଣତନ୍ତ୍ର ଦିବସରେ, ସେ ତାଙ୍କ ପ୍ୟାରେଣ୍ଟ ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଥିବା ସମୟର କଥା, ପତାକା ଉତ୍ତୋଳନ ପାଇଁ ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପଡିଆରେ ଜମିଯାଇଥାନ୍ତି, ଉତ୍ତୋଳନ ପରେ ଜାତୀୟ ସଂଗୀତଗାନ, ପ୍ରଭାତ ଫେରିରେ ବାହାରିବା ପୁର୍ବରୁ ଦେଖିଥିଲେ, ଦୁଇଟି ଫୁଙ୍ଗୁଳା ଝିଅ ଗେଟ ପାଖରେ, ସେମାନଙ୍କୁ ଡାକିଲା ବେଳକୁ, ଦଉଡି ପଳାଇଯାଇଥିଲେ ଦୁହେଁ, କିନ୍ତୁ ପ୍ରଭାତ ଫେରି ସମୟରେ ଧାଡିରେ ଗଲା ବେଳେ, ପିଲାମାନେ, ଠାଆ କୁ ଠାଆ ରହି ରହି, ସ୍ଲୋଗାନ ଦେଲାବେଳେ, ସେ ଦୁହେଁ ମଧ୍ୟ ରାସ୍ତାରେ ଠିଆ ହୋଇ ସ୍ଲୋଗାନ ଦେଉଥିଲେ, ତ ମନସ୍ୱିନୀ ଗୁରୁମା, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇ ତାଙ୍କୁ ନେଇ ସ୍କୁଲରେ ପଢ଼ାଇବା ଓ ସମସ୍ତ ସରକାରୀ ଯୋଜନାରେ ସାମିଲ କରେଇବା ପାଇଁ ସ୍ଥିର କରି, ତା ପରଦିନ କିଛି ବୁନ୍ଦିଆ ପ୍ୟାକେଟ ସହ ତାଙ୍କ ଘରେ ପହଞ୍ଚି ହତବାକ ହୋଇଯାଇଥିଲେ, ଝିଅ ଦୁହିଁଙ୍କର ମାଆ କୌଣସି ପରପୁରୁଷ ସହ ପଳାୟନ କରିଥିବାରୁ ବାପା ତାର ଗତରାତିରେ ଦୁଇଝିଅଙ୍କୁ, ବିଷ ଦେଇ, ନିଜେ ଆତ୍ମହତ୍ୟା ଭଳି ଦୁଇ ଦୁଇଟି ଅପରାଧ କରି ସାରିଥିଲା, ସେ କଥା, ସେ ଦୃଶ୍ୟ, ସେ ଘଟଣା ସବୁ ମନରେ ଏମିତି ରେଖାପାତ କରିଥିଲା ମନସ୍ବିନୀ, ତା ପରଠୁ, ସେହିଭଳି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଝିଅମାନଙ୍କୁ ସ୍କୁଲ ଆଣିବାରେ ସହାୟକ ହୋଇ ଆସୁଥିଲେ, ଆଜି ମଧ୍ୟ ପାଞ୍ଚଜଣ ଝିଅ ସ୍କୁଲରେ ଅପେକ୍ଷା କରିଥିବେ l

  ସମସ୍ତ କୋଭିଡ୍ ନିୟମ ଅନୁଯାୟୀ, ସେମାନଙ୍କର ନାମ ଲେଖା ସାରି ମନସ୍ବିନୀ ଜାତୀୟ ପତାକା ତଳେ ନିଜର ପ୍ରଣତି ଢାଳି, ପଞ୍ଚସଖାଙ୍କୁ ପୁଷ୍ପମାଳ ସେହି ପାଞ୍ଚଜଣ ଝିଅଙ୍କ ଦ୍ୱାରା ପିନ୍ଧାଇ, ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ନିଜ ତରଫରୁ ଯୋଗାଇ ଘରକୁ ଫେରିଥିଲେ l



Rate this content
Log in

Similar oriya story from Inspirational