Pranati Mahapatra

Inspirational

4.5  

Pranati Mahapatra

Inspirational

ଆଃ ପ୍ରେମ

ଆଃ ପ୍ରେମ

2 mins
327



   ପ୍ରେମ ଚିର ଶାଶ୍ଵତ,ସୁନ୍ଦର, ପ୍ରେମର ପରାଜୟ ନାହିଁ, ପ୍ରେମରେ ଟିକେ ହେଲେ ବି ଧୁଳି ମଳି ଲାଗେ ନାହିଁ । ପ୍ରେମରେ ଆନନ୍ଦ ହିଁ ଆନନ୍ଦ ,ପ୍ରେମର ବିଶ୍ବାସ ବହୁତ ମଜବୁତ ଓ ଦୀର୍ଘସ୍ଥାୟୀ ।

 ଏକଥା ମୁଁ କହୁନାହିଁ ,ତାଜମହଲ ପରା ମୂକସାକ୍ଷୀ ,କେଦାରଗୌରୀ କଥା ଗାଥା ପରା ସର୍ବଦା ଗୁଞ୍ଜରଣ ହୁଏ ।


    ଓଃ ,ପ୍ରେମିକଟିର କି ଆନନ୍ଦ, କି ଆନନ୍ଦ ,କି ଆନନ୍ଦ । କେତେବେଳେ ସେ ହସି ହସି ଗଡ଼ି ଯାଉଛି ତ ଗଡ଼ି ଗଡ଼ି ବି ହସି ଦେଉଛି । କେତେବେଳେ ପ୍ରେମିକାର ପାଖରେ ବସି କେମିତି ଫଟୋ ନେଉଛି ତ କେତେବେଳେ କ'ଣ ପୋଜ୍ ରେ ସେଲଫି । ସତରେ ସେମାନଙ୍କୁ ଦେଖି ଭାରି ଇର୍ଷା ହୁଏ ,ଅନେକ ଆନନ୍ଦିତ ବି । ପ୍ରେମ ବି ପ୍ରେମରେ ପଡିଯାଏ ଏମାନଙ୍କୁ ଦେଖି । କେତେବେଳେ ଆକାଶ ଛାତିରେ ପ୍ରେମିକାର ନାଁ ତ ,କେତେବେଳେ ସାଗରର ପ୍ରଶସ୍ତ ବେଳାଭୂମିରେ ପ୍ରେମିକ ପ୍ରେମିକା ସ୍ଵୟଂ । ସତରେ ପ୍ରେମ ତ ଏମିତି ହେବା କଥା ,ଅବଶ୍ୟ ସାମ୍ପ୍ରତିକ ସମୟରେ ବ୍ୟତିକ୍ରମ ଦେଖାଯାଏ । ଯାହା ପରେ ହେବା କଥା, ବହୁତ ପୂର୍ବରୁ ଶେଷ ହୋଇ ଯାଉଛି । ତାହା କାଳେ ସରକାରୀ ନଥିପତ୍ର ରେ ନିର୍ଦ୍ଦେଶ ରହିଛି ,ଉଭୟେ ଉଭୟଙ୍କୁ ଭଲ ଭାବରେ ଚିହ୍ନିବା, ଜାଣିବା, ବୁଝିବା ପୁଣି ସବୁ କିଛି ପାଇଁ । ବୁଝନ୍ତୁ କିଏ ମନା କଲା ! 

ଯୋ ଦିଲ୍ଲୀକା ଲଡୁ ଖାଏଗା ଓ ପସ୍ତାଏଗା ,ଯୋ ନେହିଁ ଖାଏଗା ଓ ଭି ...


ଆରେ ବାବା ମୁଁ କହୁ ନାହିଁ ,ଶୁଣିଥିଲି , ଥରେ ନୁହେଁ ଅନେକ ଥର । କଥା ପ୍ରସଙ୍ଗରେ ଲୋକମାନେ ଚା' ଖଟିରେ କୁହାକୁହି ହୁଅନ୍ତି ପରା । ଛାଡ଼ ହୋ ସେ କଥା । ଦୀପେଶ୍ ଆଉ ସୁଶ୍ରୀ ଉଭୟେ ତ ମୋ ଆଖିରେ ଏ ସମୟର ଲୈଲା ମଜନୁ ଭଳି ପ୍ରତୀୟମାନ । ପ୍ରେମର ଆଉ ସଫଳ ପ୍ରେମିକ ପ୍ରେମିକା ର ସ୍ଵଛ ଉଦାହରଣ । ଅବଶ୍ୟ ବିବାହ ବନ୍ଧନରେ ଆବଦ୍ଧ ନୁହଁନ୍ତି କି ସମସ୍ତଙ୍କ ଗୋଚରରେ ନୁହେଁ । ଖୁବ୍ ବୁଝିଛନ୍ତି ,ଜାଣିଛନ୍ତି, ଚିହ୍ନିଛନ୍ତି କାରଣ ଗୋଟିଏ ଘରେ ରାତିରୁ ସକାଳ ପୁଣି ସକାଳରୁ ରାତି । ଦୁନିଆଁ ସେମାନଙ୍କ ଆଖିରେ ସଜ ଗୋଲାପ ଆଉ ବେଶ୍ ତାଜା । ପ୍ରତିଟି ସକାଳ ଆଉ ପ୍ରତି ରାତିର ଶଶୀକିରଣ ବେଶ୍ ମନଲୋଭା ଲାଗେ ଉଭୟଙ୍କୁ । ବିତିଗଲା ଅନେକ ମୂହୁର୍ତ୍ତ,ଦିନ ,ରାତି, ମାସ । 


  ଏ କ'ଣ ପ୍ରେମ କ'ଣ ହାରିଗଲା ପ୍ରେମ ପାଖରେ ,କ'ଣ ପ୍ରେମ ପ୍ରତାରଣା କଲା କି ପ୍ରେମକୁ ?

 କେହି କାହାକୁ ଦେଖିଲେ ନାହିଁ କି ଚାହିଁଲେ ନାହିଁ ? 

ଏମିତି କାଦୁଅ ଫିଙ୍ଗା କାହିଁକି ?

କାଲି ଚାରିକାନ୍ଥ ଭିତରେ ଯେଉଁ ପ୍ରେମ ଗୋଲାପ ଭିତରେ ସାଇତା ଥିଲା ଆଜି ମ୍ୟୁନିସିପାଲିଟ ଡଷ୍ଟବିନ୍ ରେ ପଡିଲାଣି ! 

କାଲିର ସାଗର ସୈକତ ଯେ ଆଜି ମେଞ୍ଚା ମେଞ୍ଚା ଇର୍ଷା, ହିଂସା, ପରଶ୍ରୀକାତରତା ଆଉ ସ୍ଵାର୍ଥପରତାର କର୍ଦ୍ଦମରେ ପରିପୂର୍ଣ୍ଣ । ତେବେ ପ୍ରେମର ସ୍ଥାନ କେଉଁଠି ?

 କୁଳୁକୁଳୁ ନାଦରେ ବହିଯାଉଥିବା ସ୍ଵଛ ଟିକି ଝରଣାଟି ଆଗରେ ଏତେ ବଡ଼ ଗିରି ପ୍ରାଚୀର ! 

 ଆଗକୁ କ'ଣ ଧାଇଁ ଯାଇ ପାରିବ ଝରଣା ।

ଝଡ଼ର ସୂଚନା ନ ଥାଇ କଳାହାଣ୍ଡିଆ ଆକାଶ , ପୁଣି ଘନଘୋର ଅନ୍ଧାର ଭିତରେ ଆଖି ମିଟିକା ମାରୁଛି ବିଜୁଳି ,ରହି ରହି ଘଡ଼ଘଡି ,ଆରମ୍ଭ ହୋଇ ଗଲାଣି ଝିପିଝିପି ବର୍ଷା । ସୂଚନା ତ ଅନେକ କିଛି ,ମଜା ନିଅନ୍ତି କାକ,ପିକ,ଭେକ ଗଣ । କିନ୍ତୁ ପ୍ରେମିକ ପ୍ରେମିକା ଏଠି ନିରସ୍ତ୍ର । 


ପ୍ରେମ ପାଇଁ ପ୍ରେମ କରୁଛି ଲଢେଇ 

ଦେଖାଯାଉ କିଏ ଜୟ ଲାଭ କରିବ !

ପ୍ରେମ ନା ପ୍ରତାରଣା !

ଗିରି ନା ଝରଣା !



Rate this content
Log in

Similar oriya story from Inspirational